-
1.ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ନିକଟରେ ‘ଟ୍ରେଣ୍ଡ୍ସ ଇନ୍ ମାଟର୍ନାଲ୍ ମୋର୍ଟାଲିଟି ୨୦୦୦ ଟୁ ୨୦୨୩’ ନାମକ ରିପୋର୍ଟ ପ୍ରକାଶ କରିଛି। ୨୦୨୩ରେ ପୃଥିବୀରେ ପ୍ରତି ଦିନ ୭୦୦ ଜଣ ମହିଳା ନିବାରଣଯୋଗ୍ୟ ଗର୍ଭଧାରଣ ଓ ପ୍ରସବକାଳୀନ ଜଟିଳତା ଯୋଗୁଁ ମୃତ୍ୟୁବରଣ କରିଥିଲେ। ସେହି ବର୍ଷ ନାଇଜେରିଆରେ ସର୍ବାଧିକ ୭୫,୦୦୦ ମାତୃ ମୃତ୍ୟୁ , ତା’ ପଛକୁ ଭାରତ ଓ କଙ୍ଗୋରେ ୧୯,୦୦୦ ଲେଖାଏଁ ମାତୃ ମୃତ୍ୟୁ ହୋଇଥିଲା।
-
2.ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ(ଆଇଜେସି)-୨୦୨୫ ର ସାମଗ୍ରିକ ରାଙ୍କିଂରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଛି। ୨୦୨୨ ରିପୋର୍ଟ ତୁଳନାରେ ଓଡ଼ିଶାର ରାଙ୍କିଂରେ ଉନ୍ନତି ହୋଇଛି। ୨୦୨୨ରେ ଓଡ଼ିଶାର ସାମଗ୍ରିକ ରାଙ୍କିଂ ୧୧ ଥିଲା।
-
3.ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧର ପ୍ରଭାବ ଏବେ ସାରା ବିଶ୍ୱରେ ଦେଖାଯାଉଛି। ଚୀନ୍ ୪ ଏପ୍ରିଲରେ ବିରଳ ପୃଥିବୀ ଉପାଦାନ ବା ରେୟାର ଆର୍ଥ ଏଲିମେଣ୍ଟ(ଆରଇଇ) ଏବଂ ଚୁମ୍ବକ ରପ୍ତାନି ନିଷେଧ କରିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଦ୍ୱାରା ଲାଗୁ ହୋଇଥିବା ଶୁଳ୍କର ଜବାବରେ ଏହି ପଦକ୍ଷେପ ନିଆଯାଇଛି।
-
4.ଟେକ୍ ଜାଏଣ୍ଟ ଆପଲ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ମାଡ଼ରୁ ବର୍ତ୍ତିବା ପାଇଁ ରାତିଦିନ ଏକ କରି ଭାରତରୁ ୬ ଚାଟାର୍ଡ କାର୍ଗୋ ବିମାନରେ ୬୦୦ ଟନ୍ କିମ୍ବା ପ୍ରାୟ ୧.୫ ନିୟୁତ ଆଇଫୋନ୍ ଆମେରିକାକୁ ନେଇଯାଇଛି।
-
5.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଲଢ଼େଇ ଭାରତୀୟ ଧନୀମାନଙ୍କୁ ଗୁରୁତର ପ୍ରଭାବିତ କରିଛି। ଷ୍ଟକ୍ ବଜାରରେ କମ୍ପାନି ସେୟାର ମୂଲ୍ୟ କମ୍ ହେବାରୁ ସେମାନେ ବିପୁଳ ପାଣ୍ଠି ହରାଇଛନ୍ତି। ବ୍ଲୁମ୍ବର୍ଗ ବିଲିଓନେୟାର ଇଣ୍ଡେକ୍ସ ତଥ୍ୟ ଅନୁସାରେ ୨୦୨୫ରେ ଭାରତୀୟ ଧନୀମାନେ ୨.୬୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।
-
6.ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ କେତେକ ନେତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।
-
7.ଫ୍ରାନ୍ସର ଡ୍ରଗ୍ ମାଫିଆମାନେ ସରକାରଙ୍କ ବିରୋଧରେ ବନ୍ଧୁକ ଉଠାଇଛନ୍ତି। ଦେଶରେ ନିଶା ନିବାରଣ ବିରୋଧରେ ଏକ କଠୋର ଅଭିଯାନ ଆରମ୍ଭ ହୋଇଛି। ଅନେକ ଡ୍ରଗ୍ସ ମାଫିଆଙ୍କୁ ମଧ୍ୟ ଗିରଫ କରାଯାଇଛି।
-
8.ଦକ୍ଷିଣ କାଲିଫର୍ଣ୍ଣିଆରେ ୫.୨ ତୀବ୍ରତାର ଝଟକା । ଭୂକମ୍ପରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । କିନ୍ତୁ ଅନେକ ସ୍ଥାନରେ ପାହାଡରୁ ପଥର ଧସିଥିବା ସୂଚନା ରହିଛି ।
-
9.ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ମଙ୍ଗଳବାର ବିଧାନସଭାରେ ଘୋଷଣା କରିଛନ୍ତି ଯେ ରାଜ୍ୟପାଳଙ୍କ ସହ ବିବାଦ ବଢ଼ୁଥିବାରୁ ରାଜ୍ୟର ସ୍ୱୟଂଶାସନ ପାଇଁ ପଦକ୍ଷେପ ସୁପାରିସ କରିବା ଲାଗି ଏକ ପ୍ୟାନେଲ ଗଠନ କରାଯାଇଛି।
-
10.କର୍ଣ୍ଣାଟକରେ ଏକ ସ୍ବତନ୍ତ୍ର କୋର୍ଟ ମୁଦା ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ତଦନ୍ତ ଜାରି ରଖିବାପାଇଁ ଲୋକାୟୁକ୍ତକୁ ଅନୁମତି ଦେଇଛନ୍ତି।
-
11.ସୁପ୍ରିମ୍କୋର୍ଟ ମଙ୍ଗଳବାର ଆହ୍ଲାବାଦ ହାଇକୋର୍ଟଙ୍କ ଏକ ଟିପ୍ପଣୀକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ନିକଟରେ ହାଇକୋର୍ଟ ଏକ ଦୁଷ୍କର୍ମ ମାମଲାରେ ଶୁଣାଣି କରିବା ସମୟରେ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବା ସହ ପୀଡ଼ିତାଙ୍କୁ କହିଥିଲେ ଯେ ସେ ନିଜେ ହିଁ ସମସ୍ୟାକୁ ଆମନ୍ତ୍ରଣ କରିଥିଲେ। ହାଇକୋର୍ଟଙ୍କର ଏହି ଟିପ୍ପଣୀକୁ ଆଜି ସୁପ୍ରିମକୋର୍ଟ ସମାଲୋଚନା କରି କହିଛନ୍ତି।
-
12.ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି କମିଟିର ସଦସ୍ୟମାନେ ଓଡ଼ିଶା ବିଧାନସଭାର କାର୍ଯ୍ୟାବଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ବିଶେଷ ଭାବେ ଅବଗତ ହେବା ସହ ଓଡ଼ିଶା ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲିକେସନ୍ (ନେଭା) ମାଧ୍ୟମରେ କାଗଜବିହୀନ ବିଧାନସଭା ପରିଚାଳନାର ସଫଳ କାର୍ଯ୍ୟକାରିତା ନେଇ ଆଲୋଚନା କରିଥିଲେ।
-
13.ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ନିମନ୍ତେ ଓପିଜିସିର ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟ ପାଇଁ ଦୁଇଟି ଦରଖାସ୍ତ ଓଇଆରସିଙ୍କ ନିକଟରେ ଦାଖଲ ହୋଇଥିବାବେଳେ ଆୟୋଗ ପ୍ରଥମ ପର୍ଯ୍ୟାୟରେ ୪୨୦ ମେଗାୱାଟ ବିଶିଷ୍ଟ ୟୁନିଟ ୧ ଓ ୨ ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟ କରି ଖୁଚୁରା ବିଦ୍ୟୁତ୍ ମୂଲ୍ୟକୁ ଅପରିବର୍ତ୍ତିତ ରଖିଥିଲେ।
-
14.ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି।
-
15.ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ସୁଧ ମୁକ୍ତ ଋଣ ବ୍ୟବସ୍ଥା ଜାରି ରହିବ। ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧ ଦେବାକୁ ପଡିବ ନାହିଁ ।