-
1.ବିନା ଚେତାବନୀରେ ୧୦୦୦ରୁ ଅଧିକ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ଭିସା ହଠାତ୍ ରଦ୍ଦ କରାଯାଇଥିବାରୁ ସମଗ୍ର ଆମେରିକାର କ୍ୟାମ୍ପସରେ ଅନିଶ୍ଚିତତା ବଢିବାରେ ଲାଗିଛି। ବିଶ୍ୱବିଦ୍ୟାଳୟ ବିବରଣୀ, ସରକାରୀ ଚିଠିପତ୍ର ଓ ଅଦାଲତ ଫାଇଲିଂ ଆଧାରରେ ୧୬୦ଟି କଲେଜର ଅତି କମ୍ରେ ୧୦୨୪ ଜଣ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି।
-
2.ଚୀନ ଦିନକୁ ଦିନ ନିଜର ଶକ୍ତି ବୃଦ୍ଧି କରିଚାଲିଛି । ଚୀନ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଅଣ-ପରମାଣୁ ବୋମା ପରୀକ୍ଷଣ କରିଛି । ଏହି ବୋମା ବିସ୍ଫୋରଣ ହେବା ପରେ ପ୍ରଚଣ୍ଡ ତାପମାତ୍ରା ସୃଷ୍ଟି କରିଥାଏ ।
-
3.ଓପନ୍ ଏଆଇ ଏକ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଉପରେ କାମ କରୁଥିବାର ସୂଚନା ରହିଛି। ଯାହାଫଳରେ ମେଟା ଓ ଏକ୍ସ ପରି ସୋସିଆଲ୍ ମିଡିଆକୁ ଏକ କଡ଼ା ପ୍ରତିଦ୍ବନ୍ଦ୍ବୀ ମିଳିବାକୁ ଯାଉଛି ବୋଲି ଚର୍ଚ୍ଚା ହେବା ଆରମ୍ଭ ହୋଇଗଲାଣି।
-
4.ରାଜ୍ୟରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର। ୩୦ଟି ଜିଲାର ୩୦ ବିଦ୍ୟାଳୟରେ ଖେଲୋ ଇଣ୍ଡିଆ ସେଣ୍ଟର ଉଦ୍ଘାଟିତ ହୋଇଛି। ରବିବାର ଏନେଇ ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ।
-
5.ବନ୍ଦେ ଭାରତ ଟ୍ରେନ ଯାତ୍ରା। ରେଲୱେ ପକ୍ଷରୁ ବନ୍ଦେ ଭାରତ ସ୍ଲିପର ଟ୍ରେନ ଲଞ୍ଚ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏହା ଦିଲ୍ଲୀ ଓ ହାୱଡା ଟ୍ରାକରେ ଗଡ଼଼ିବ ବୋଲି ସୂଚନା ମିଳିଛି।
-
6.ଭାରତ କିଣୁଥିବା ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୬୮ ଡଲାର ସ୍ତରକୁ ଖସିଆସିଛି। ଗତ ଚାରି ବର୍ଷ (୪୭ ମାସ) ଭିତରେ ଏହା ତୈଳ ଦରର ସର୍ବନିମ୍ନ ସ୍ତର। ଏତେ ଅନୁକୂଳ ସ୍ଥିତି ସତ୍ତ୍ବେ ଦେଶବାସୀଙ୍କୁ ଚଢ଼ା ଦରରେ ପେଟ୍ରୋଲ ଓ ଡିଜେଲ କିଣିବାକୁ ପଡ଼ୁଛି।
-
7.ଜମ୍ମୁ-କାଶ୍ମୀରର ରାମବନ, ଧରମକୁଣ୍ଡ ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ଆକସ୍ମିକ ବନ୍ୟା ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି। ଭୂସ୍ଖଳନ ଓ ବନ୍ୟା ଯୋଗୁଁ ୩୦ରୁ ଅଧିକ ଘର ଭୁଶୁଡ଼ି ପଡ଼ିଛି। ଏଥିରେ ୨ ଜଣ ଶିଶୁଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି।
-
8.ଦୀର୍ଘ ଦୁଇ ଦଶନ୍ଧି ପରେ ମହାରାଷ୍ଟ୍ରରେ ଠାକରେ ପରିବାରର ପୁନର୍ମିଳନ ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ କରିଛି। ୨୦୦୫ରେ ଶିବସେନା ଛାଡି ନିଜର ଦଳ ଗଠନ କରିଥିବା ରାଜ ଠାକରେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବେ ମରାଠୀ ସଂସ୍କୃତି ଓ ପରିଚୟ ପ୍ରତି ବିପଦ ଥିବା ଦର୍ଶାଇ ଏକାଠି ହେବାର ସଙ୍କେତ ଦେଇଛନ୍ତି ।
-
9.କର୍ଣ୍ଣାଟକର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଓମ୍ପ୍ରକାଶଙ୍କ କ୍ଷତବିକ୍ଷତ ମୃତଦେହ ରବିବାର ବେଙ୍ଗାଲୁରୁ ଏଚ୍ଏସ୍ଆର୍ ଲେଆଉଟ୍ସ୍ଥିତ ବାସଭବନରୁ ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଓମ୍ପ୍ରକାଶଙ୍କୁ ହତ୍ୟା କରାଯାଇଥିବାବେଳେ ପତ୍ନୀ ପଲ୍ଲବୀଙ୍କୁ ପୁଲିସ ଅଟକ ରଖିଛି।
-
10.ଆମେରିକାର ଉପରାଷ୍ଟ୍ରପତି ଜେମ୍ସ ଡେଭିଡ ଭାନ୍ସ ସୋମବାର(ଏପ୍ରିଲ ୨୧) ରାଜସ୍ଥାନର ରାଜଧାନୀ ଜୟପୁରରେ ପହଞ୍ଚିଛନ୍ତି।
-
11.କରଣୀ ସେନାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ଝାଡ଼ଖଣ୍ଡ ରାଜ୍ୟ ସଭାପତି ବିନୟ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
-
12.ଭାରତୀୟ ନୌସେନା ପାଇଁ ନୂଆଦିଲ୍ଲୀ ଫ୍ରାନ୍ସରୁ ୨୬ଟି ରାଫାଲ ମେରାଇନ୍ ଏୟାରକ୍ରାଫ୍ଟ କିଣିବାକୁ ଯାଉଛି। ଏଥିପାଇଁ ଆସନ୍ତା ୨୮ ତାରିଖରେ ଉଭୟ ଦେଶ ୬୩,୦୦୦ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର କରିପାରନ୍ତି। ଏହା ଦୁଇଦେଶ ମଧ୍ୟରେ ସବୁଠୁ ବଡ଼ ଡିଲ୍ ହେବାକୁ ଯାଉଛି।
-
13.ଆମେରିକାର ମେରି ପର୍ଲ ଜେଲମର୍ ରବିନ୍ସନ୍ ବିଶ୍ୱର ସବୁଠାରୁ ବଡ଼ ପାଟି ଥିବା ମହିଳା ଭାବେ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ନାମ ଗିନିଜ୍ ୱାଲର୍ଡ ରେକଡର୍ସ (ଜିଡବ୍ଲ୍ୟୁଆର୍)ରେ ସ୍ଥାନିତ ହୋଇଛି। ସମ୍ପ୍ରତି ମେରି ନିଜ ପାଟି ଖୋଲା କରିବା ସମୟରେ ତାଙ୍କ ୨ ଓଠ ମଧ୍ୟରେ ଥିବା ଲମ୍ବ ୭.୬୨ ସେ.ମି. ରହୁଛି, ଯାହା ସମଗ୍ର ବିଶ୍ୱରେ ମହିଳାଙ୍କ କ୍ଷେତ୍ରରେ ସର୍ବାଧିକ ହୋଇଥିବା ଜିଡବ୍ଲ୍ୟୁଆର୍ କହିଛି।
-
14.କିଛିଦିନ ବ୍ୟବଧାନ ପରେ ରାଜ୍ୟକୁ ଫେରିଛି ତାତି। ୪୦ ଡ଼ିଗ୍ରୀ ଉପରେ ୧୧ ସହରର ତାପମାତ୍ରା। ୪୩.୫ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି।
-
15.ରାଜସ୍ଥାନ ରୟାଲ୍ସର କିଶୋର କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ ଗତକାଲି ନୂଆ ଇତିହାସ ରଚିଥିଲେ। ୧୪ ବର୍ଷ ୨୩ ଦିନ ବୟସରେ ଲକ୍ଷ୍ନୌ ବିପକ୍ଷରେ ପଦାର୍ପଣ କରି ଆଇପିଏଲ୍ ଖେଳିବାରେ ସର୍ବକନିଷ୍ଠ ଖେଳାଳି ହୋଇଥିଲେ ।