-
.1.ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବୁଧବାର କହିଛି ଯେ, କୋଭିଡ୍-୧୯ ଟିକା ଓ ହୃଦ୍ଘାତଜନିତ ହଠାତ୍ ମୃତ୍ୟୁସଂଖ୍ୟା ବୃଦ୍ଧି ମଧ୍ୟରେ କୌଣସି ସମ୍ପର୍କ ନାହିଁ।
-
2. ଜୁଲାଇ ମାସ ପାଇଁ ପାକିସ୍ତାନକୁ ମିଳିତ ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍ଏସ୍ସି)ର ଅଧ୍ୟକ୍ଷତା ଦାୟିତ୍ବ ମିଳିଛି। ଯାହା ୨୦୨୫ ଜାନୁଆରିରୁ ଆରମ୍ଭ ହୋଇଥିଲା । ପାକିସ୍ତାନ ଅଧ୍ୟକ୍ଷ ହେବା ମାତ୍ରେ ଭାରତ ବିପକ୍ଷରେ ଷଡ୍ଯନ୍ତ୍ରପୂର୍ଣ୍ଣ ପଦକ୍ଷେପ ନେବା ଆରମ୍ଭ କରିଛି ।
-
3.ସୋମବାର ସାଂଘାଇରୁ ଟୋକିଓ ଯାଉଥିବା ସ୍ପ୍ରିଙ୍ଗ ଏୟାର୍ଲାଇନ୍ସର ବିମାନରେ ମଝି ଆକାଶରେ ଆତଙ୍କ ଦେଖାଦେଇଥିଲା। ବିସ୍ଫୋରଣ ପରି ଏକ ବିରାଟ ଶବ୍ଦ କରି ବିମାନଟି ହଠାତ୍ ୨୬,୦୦୦ ଫୁଟ୍ ତଳକୁ ଖସିଆସିଥିଲା। ତେବେ ପାଇଲଟ୍ମାନେ ସୁରକ୍ଷିତ ଭାବେ ବିମାନର ଜରୁରୀ ଅବତରଣ କରାଇବାରେ ସଫଳ ହୋଇଥିଲେ।
-
4.(ଇଡି) ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ (ଏଏସ୍ଜି) ଭି ରାଜୁ ଦାବି କରିଛନ୍ତି ଯେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ୨୦ କୋଟି ଟଙ୍କାର ସମ୍ପତ୍ତି ହଡ଼ପ କରିବାକୁ ଷଡ଼୍ଯନ୍ତ୍ର କରିଥିଲେ।
-
5.ନିର୍ବାସିତ ତିବ୍ବତୀୟ ଆଧ୍ୟାତ୍ମିକ ନେତା ଦଲାଇଲାମା କହିଛନ୍ତି ଯେ, ତାଙ୍କ ମୃତ୍ୟୁ ପରେ ୬୦୦ ବର୍ଷର ପୁରୁଣା ଅନୁଷ୍ଠାନ ଜାରି ରହିବ। ତାଙ୍କ ଉତ୍ତରାଧିକାରୀ ତଥା ପଞ୍ଚଦଶ ଦଲାଇଲାମାଙ୍କୁ ନିଯୁକ୍ତି ଦେବାରେ ଚୀନ୍ର କୌଣସି ଭୂମିକାକୁ ସେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
-
6.ଦିଲ୍ଲୀ ରାସ୍ତାରୁ ପୁରୁଣା ଗାଡି ହଟାଇବା ନେଇ ଦିଲ୍ଲୀ ସରକାରଙ୍କ ନୂଆ ନିୟମ ଉପରେ ବର୍ଷିଲେ ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଆତିଶୀ । ୧୦ ବର୍ଷ ପୁରୁଣା ହୋଇଥିବା ୬୨ ଲକ୍ଷ ଗାଡି ରାଜଧାନୀ ରାସ୍ତାରୁ ହଟାଇ ବିଜେପି ସରକାର ପରୋକ୍ଷରେ ୬୨ ଲକ୍ଷ ନୂଆ ଗାଡ଼ି କିଣିବା ପାଇଁ ଲୋକଙ୍କୁ ବାଧ୍ୟ କରିବା ସହ ଷଡଯନ୍ତ୍ର ରଚିଛି ।
-
7.ଦିଲ୍ଲୀ ସରକାର ମହିଳାକର୍ମଚାରୀମାନଙ୍କୁ ରାତି ସିଫ୍ଟରେ କାମ କରିବାକୁ ଅନୁମତି ଦେବା ପାଇଁ ଶ୍ରମ ବିଭାଗକୁ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
-
8.ମୁସଲିମ ସମ୍ପ୍ରଦାୟର ପ୍ରଭାବଶାଳୀ ନେତା ଏବଂ ପୂର୍ବତନ ଜେଡିୟୁ ଏମଏଲସି ସଲମାନ ରାଗିବ ମୁନ୍ନା ଜୁଲାଇ ୯ରେ ଆରଜେଡିରେ ଯୋଗ ଦେବାକୁ ଯାଉଛନ୍ତି । ସଲମାନ ରାଗିବ ମୁନ୍ନା ୱାକଫ ଆଇନ ବିରୁଦ୍ଧରେ ଅସନ୍ତୋଷ ପ୍ରକାଶ କରି ଏହି ନିଷ୍ପତ୍ତି ନେଇଛନ୍ତି ।
-
9.ବଜେଟ୍ରେ ଆୟକରକୁ ନେଇ ବଡ଼ ଘୋଷଣା କରିଥିବା କେନ୍ଦ୍ର ସରକାର ଖୁବ୍ଶୀଘ୍ର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି)ରେ ହ୍ରାସ କରିବାକୁ ଯାଉଛନ୍ତି। ଏହାର ପ୍ରଭାବରେ ସାଧାରଣ ଜନତାଙ୍କ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯଥା ଟୁଥ୍ପେଷ୍ଟ, ବାସନକୁସନ, ପୋଷାକ, ଜୋତା, ଘିଅ, ସାବୁନ, ସ୍ନାକ୍ସ ଆଦି ଶସ୍ତା ହେବାର ସମ୍ଭାବନା ରହିଛି।
-
10.ଗଭୀର ଜଳ ଭିତରେ କାମ କରୁଥିବା ରୋବୋଟିକ୍ସ ଓ ପ୍ରତିରକ୍ଷା ପ୍ରଯୁକ୍ତି ବିକାଶ କରୁଥିବା ସଂସ୍ଥା କୋରାସିଆ ଟେକ୍ନୋଲୋଜିସ୍ ପକ୍ଷରୁ ସେବି ପଞ୍ଜୀକୃତ ଭେଞ୍ଚର କ୍ୟାପିଟାଲ୍ ଫଣ୍ଡ୍ ଏମ୍ଜିଏଫ୍ କବଚଠାରୁ ପ୍ରି-ସିରିଜ୍ ଏ ଫଣ୍ଡିଂ ପର୍ଯ୍ୟାୟରେ ୧୭ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରାଯାଇଛି।
-
11.ବିଳମ୍ବିତ ରାତିରେ ବିନା ସୂଚନାରେ କେନ୍ଦୁଝରଜିଲ୍ଲା ହାଟଡ଼ିହି ବ୍ଲକ୍ ହଦଗଡ଼ ଡ୍ୟାମ୍ର ଫାଟକ ଖୋଲିଦିଆଗଲା। ଫଳରେ ସାଳନ୍ଦୀ ନଦୀରେ ଅଚାନକ ବନ୍ୟା ଆସିଛି। ଏହି କାରଣରୁ ଭଦ୍ରକ ସହର ସମେତ ଆଖପାଖ ଗ୍ରାମାଞ୍ଚଳ ଜଳମଗ୍ନ ହୋଇଯାଇଛି।
-
12.ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଆସିଥିବା ବାଘୁଣୀ ‘ଜୀନତ୍’ ମା’ ହେବାକୁ ଯାଉଛି।
-
13.ରାଜ୍ୟରେ ଓଡ଼ିଶା ରିଅଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା)କୁ ସଶକ୍ତ କରାଯିବ। କେଉଁ ସହରାଞ୍ଚଳରେ କେଉଁଠି କେତେ ଜମି ବିକ୍ରି ହେଲା, ଏହା ଓରେରା ଅନୁମୋଦନ ପାଇଛି କି ନାହିଁ, ଯେଉଁ ରିଅଲ ଇଷ୍ଟେଟ୍ ପ୍ରକଳ୍ପ ପାଇଁ ପ୍ଲାନିଂ କର୍ତ୍ତୃପକ୍ଷ ଅନୁମୋଦନ ଦେଉଛନ୍ତି ସେଥିପାଇଁ ସମସ୍ତ ନିୟମ କଡ଼ାକଡ଼ି ପାଳନ ହୋଇଛି କି ନାହିଁ ତାହା ଏବେ ଓରେରା ନଜରରେ ରହିବ।
-
14. ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀମାନେ ଅର୍ଥ ଫେରସ୍ତ ପାଇବେ। ଏଥି ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପାଇଁ ମୋହନ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି।
-
15.ମୌସୁମୀ ଯୋଗୁ ବାହୁଡ଼ାରେ ବି ବର୍ଷା ହେବ। ଆସନ୍ତା ୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।