-
1.କ୍ରୋଏସିଆର ଜଣେ ସଙ୍ଗୀତ ଶିକ୍ଷକ ଫ୍ରାନୋ ସେଲାକଙ୍କ ଜୀବନ ଏକ ଫିଲ୍ମ କାହାଣୀଠାରୁ କମ ନୁହେଁ। ୧୯୨୯ ମସିହାରେ ଜନ୍ମ ହୋଇଥିବା ସେଲାକ ସାତ ଥର ମୃତ୍ୟୁକୁ ଜୟ କରିଛନ୍ତି ଅର୍ଥାତ୍ ମୃତ୍ୟୁମୁଖରୁ ଫେରି ଆସିଛନ୍ତି। ଶେଷରେ ଲଟେରୀରେ ପ୍ରାୟ ୧୦ କୋଟି ଟଙ୍କା (୧ ମିଲିୟନ ଡଲାର) ଜିତି ଦୁନିଆରେ ଚର୍ଚ୍ଚିତ ହୋଇଛନ୍ତି।
-
2.ଇସ୍ରାଏଲ ଆକ୍ରମଣରେ ଇରାନ ରିଭଲ୍ୟୁସନରୀ ଗାର୍ଡ ମୁଖ୍ୟ ହୁସେନ ସଲାମୀଙ୍କ ସମେତ ୨୦ରୁ ଅଧିକ ଶୀର୍ଷ କମାଣ୍ଡର ନିହତ ହେବା ଇରାନକୁ ସ୍ତବ୍ଧ କରିଦେଇଛି।
-
3.ଇରାନର ସାମରିକ ଓ ଆଣବିକ ପ୍ରତିଷ୍ଠାନ ସମେତ ଏକାଧିକ ଅଞ୍ଚଳରେ ଇସ୍ରାଏଲର ମାରାତ୍ମକ ଏୟାର୍ ଷ୍ଟ୍ରାଇକ୍ ଭୀଷଣ ବିପର୍ଯ୍ୟୟ ଘଟାଇଛି। ଇରାନର ୧୦୦ ଟାର୍ଗେଟ୍ ଧ୍ବଂସ କରିଥିବା ଇସ୍ରାଏଲ ଦାବି କରିଛି।
-
4.ବୟନ ଓ ଟେକ୍ନିକାଲ୍ ଟେକ୍ସଟାଇଲ୍ କ୍ଷେତ୍ରକୁ ଦୁଇଟି ବଡ଼ ପ୍ରକଳ୍ପ ଆସିଛି। ଖୋର୍ଦ୍ଧାରେ ୮୮୫ କୋଟି ଟଙ୍କା ନିବେଶରେ ଏମ୍ଏଏସ୍ ଇଣ୍ଡିଆ କ୍ଲଥିଂ ଏହାର ପ୍ରୋସେସିଂ ମିଲ୍ ସ୍ଥାପନ କରିବ। ଇସୋଲୟଡ୍ ଇଞ୍ଜିନିୟରିଂ ଟେକ୍ନୋଲୋଜିସ୍ ତରଫରୁ ଯାଜପୁରରେ ୫୧ କୋଟି ଟଙ୍କା ନିବେଶରେ ଏକ ସେରାମିକ୍ ଫାଇବର୍ କାରଖାନା ସ୍ଥାପନ କରାଯିବ।
-
5.ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କର ଦୈନିକ ଡ୍ୟୁଟି ଭତ୍ତା ୩୧ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଦୈନିକ ତାଲିମ୍ ଭତ୍ତା ୨୮ ଟଙ୍କାରୁ ୧୪୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଭତ୍ତା ପିଛିଲା ଭାବେ ୨୦୨୫ ମେ’ ପହିଲାଠାରୁ ଲାଗୁ ହେବ। ଓଡ଼ିଶାରେ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କ ସଂଖ୍ୟା ୭୦୦ରୁ କମ୍ ଅଛି।
-
6.ବୋଇଂ କମ୍ପାନି ଦ୍ବାରା ନିର୍ମିତ ୭୮୭-୮ ଡ୍ରିମଲାଇନର୍ ବିମାନର ଭୟଙ୍କର ଦୁର୍ଘଟଣା ଅହମଦାବାଦରେ ହେବାର ପ୍ରଭାବ କମ୍ପାନିର ସେୟାର ମୂଲ୍ୟ ଉପରେ ମଧ୍ୟ ପଡ଼ିଛି। ଆମେରିକାରେ ଏହି କମ୍ପାନିର ସେୟାର ମୂଲ୍ୟ ଆଜି ୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି।
-
7.ତେହେରାନ ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ପ୍ରମୁଖ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ପରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି ଖାମେନି ସଶସ୍ତ୍ର ବାହିନୀର ନୂତନ ଚିଫ୍ ଅଫ୍ ଷ୍ଟାଫ୍ ଭାବରେ ଅବଦୋଲରହିମ୍ ମୁସାଭି, ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସର ନୂତନ କମାଣ୍ଡର ଭାବରେ ମହମ୍ମଦ ପାକ୍ପୌର ଏବଂ ଖତମ୍ ଅଲ୍-ଅନବିୟା କେନ୍ଦ୍ରୀୟ ମୁଖ୍ୟାଳୟର ନେତୃତ୍ୱ ନେବା ପାଇଁ ଅଲି ସାଦମାନିଙ୍କୁ ନାମିତ କରିଛନ୍ତି।
-
8.ଦେଶର ଖୁଚୁରା ମୁଦ୍ରାସ୍ଫୀତି ମେ’ ମାସରେ ୨.୮୨%କୁ ହ୍ରାସ ପାଇଛି। ଗତ ୬ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ। ଖାଦ୍ୟ ମୂଲ୍ୟରେ ନିୟନ୍ତ୍ରଣ ପାଇଁ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ବୁଧବାର ଏନେଇ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
-
9.ପଲ୍ଲୀର ଆମ୍ବର ସ୍ୱାଦ ଚାଖିବେ ଦିଲ୍ଲୀବାସୀ। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରରୁ ଦେଶର ରାଜଧାନୀ ଦିଲ୍ଲୀକୁ ୨୦ କୁଇଣ୍ଟାଲ ମଲ୍ଲିକା ଓ ଆମ୍ରପଲ୍ଲୀ ଆମ୍ବ ଯାଇଛି।
-
10.ଆଗାମୀ ୭ ଦିନ ପାଇଁ ରାଜ୍ୟରେ ଲାଗିରହିବ ବର୍ଷା। ଅସହ୍ୟ ଗରମ ଓ ଗୁଳୁଗୁଳି ଭିତରେ ରାଜ୍ୟର ଅନେକ ଜିଲ୍ଲାରେ ହେବ ମୌସୁମି ବର୍ଷା। ସେପଟେ ୨୦ ତାରିଖ ଯାଏଁ ରାଜ୍ୟରେ ମେଘୁଆ ପାଗ ସହ କିଛି କିଛି ସ୍ଥାନରେ ବର୍ଷା ଓ ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି।
-
11.ମର୍ସିଡିଜ-ବେଞ୍ଜ ଭାରତୀୟ କାର ବଜାରରେ ଏହାର ସୁପର ଲଗଜରୀ ଏସୟୁଭି ଏଏମଜି ଜି ୬୩ର ଏକ ନୂତନ କଲେକ୍ଟର ସଂସ୍କରଣ ଲଞ୍ଚ କରିଛି। ବିଶେଷ କଥା ହେଉଛି ଏହି ନୂତନ ସଂସ୍କରଣର କେବଳ ୩୦ ୟୁନିଟ୍ ବିକ୍ରୟ ପାଇଁ ଉପଲବ୍ଧ ହେବ।
-
12.ପୁରୀ ରେଳ ଷ୍ଟେସନରେ ମକ୍ ଡ୍ରିଲ୍। ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତ ଓ ଯାତ୍ରୀ ପୁରୀ ଆସିବାକୁ ଥିବାରୁ ଯଦି ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଏହାକୁ କିଭଳି ମୁକାବିଲା କରିହେବ ସେ ନେଇ ଓଡ଼ିଶା ପୁଲିସ ଓ ରେଲୱେ ସୁରକ୍ଷା ବାହିନୀ ଏହି ମକ୍ ଡ୍ରିଲ କରିଛନ୍ତି।
-
13.ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଶୁଭ ଉଦଘାଟନର ଆୟୋଜନ କରାଯାଇଥିଲା। ୨୧ ଜୁନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
-
14.କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ।୧୧ ଜିଲ୍ଲାରେ ୧୭ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ଲାଷ୍ଟିକ, ଟେକ୍ସଟାଇଲ, ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ କରାଯିବ। ଏହା ଦ୍ୱାରା ୧୦,୫୮୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
-
15.ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ନେତା ବିଜୟ ରୂପାନୀ ମଧ୍ୟ ଏହି ବିମାନରେ ଥିବାରୁ ବଞ୍ଚି ପାରିଲେ ନାହିଁ। ପୂର୍ବରୁ ମଧ୍ୟ ବିଜୟଙ୍କ ପରିବାର ସହିତ ଏପରି ଏକ ଅକାଳ ଦୁର୍ଘଟଣା ଘଟିଥିଲା। ତା’ପରେ ତାଙ୍କ ପୁଅର ଏକ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।