-
1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଇପ୍ରସ୍ର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଗ୍ରାଣ୍ଡ କ୍ରସ୍ ଅଫ ଦି ଅର୍ଡର ଅଫ୍ ମାକାରିଓସ୍-୩ ’ରେ ସମ୍ମାନିତ ହୋଇଛନ୍ତି।
-
2.ବିଚାରପତି ପରୀକ୍ଷା ଦେବାପାଇଁ ଅତି କମ୍ରେ ୩ ବର୍ଷର ଓକିଲାତି ଅଭ୍ୟାସ ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ମେ’ ୨୦ ତାରିଖରେ ଦେଇଥିବା ରାୟ ବିରୋଧରେ ରିଭ୍ୟୁ ପିଟିସନ୍ ଦାଖଲ ହୋଇଛି।
-
3.ନିଜ ଯାତ୍ରା ଆରମ୍ଭ କରିବା ପୂର୍ବରୁ ବିଜ୍ଞାପନମୁକ୍ତ ଥିବା ହ୍ବାଟ୍ସଆପ୍ରେ ଖୁବ୍ଶୀଘ୍ର ବିଜ୍ଞାପନ ଦେଖିବାକୁ ମିଳିବ। କମ୍ପାନି ଏବେ ନିଜକୁ ଆୟର ଏକ ଉତ୍ସରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି
-
4. ଆଗାମୀ ଜନଗଣନା ଭାରତର ପ୍ରଥମ ଡିଜିଟାଲ୍ ଜନଗଣନା ହୋଇଥିବାରୁ ପ୍ରଥମ ଥର ପାଇଁ ଉତ୍ତରଦାତାମାନେ ଘରେ ବସି ପ୍ରଶ୍ନର ଉତ୍ତର ଦେଇପାରିବେ।
-
5.ବିଶ୍ବ ପ୍ରସିଦ୍ଧ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ଦେଖିବା ଲାଗି ସାରା ବିଶ୍ୱରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି। ସେହି ବିପୁଳ ଜନସମାଗମର ସୁଯୋଗ ନେଇ ନିଜ ବ୍ରାଣ୍ଡ୍କୁ ଲୋକଙ୍କ ନିକଟତର କରିବାକୁ କମ୍ପାନିଗୁଡ଼ିକ ଜୋରଦାର ଉଦ୍ୟମ କରୁଛନ୍ତି। ଚଳିତ ବର୍ଷ ବ୍ରାଣ୍ଡ୍ଗୁଡ଼ିକ ନିଜର ପ୍ରଚାର ବ୍ୟୟ ୩୦-୪୦ ପ୍ରତିଶତ ବଢ଼ାଇବେ।
-
6.ଆଣ୍ଡାମାନ ନିକଟ ସମୁଦ୍ରରେ ଏକ ବୃହତ୍ ତୈଳ ଭଣ୍ଡାର ଠାବ କରାଯାଇଛି। ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି। ସେଥିରେ ୨ ଲକ୍ଷ କୋଟି ଲିଟର ତେଲ ଥିବା ଆକଳନ କରାଯାଇଛି।
-
7.ବେଦାନ୍ତର ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଢେଙ୍କାନାଳରେ ୩ଏମଟିପିଏ ଆଲୁମିନିୟମ୍ ସ୍ମେଲ୍ଟର ଏବଂ ୪୯୦୦ ମେଗାୱାଟ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ପାଇଁ ୧.୨୮ ଲକ୍ଷ କୋଟି ଟଙ୍କା ମଞ୍ଜୁର। ଏହା ୩୦,୦୦୦ ନିଯୁକ୍ତି ସୃଷ୍ଟି କରିବ।
-
8.ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତାର ସମସ୍ତ ନିୟମିତ ଏଫଡି ଯୋଜନାର ସୁଧ ୨୫ ବେସିସ ପଏଣ୍ଟ ଏବଂ ସଞ୍ଚୟ ଖାତାର ସୁଧ ୫୦ ବେସିସ ପଏଣ୍ଟ ହ୍ରାସ କରିଛି। ନୂତନ ସୁଧ ହାର ୧୫ ଜୁନ ୨୦୨୫ରୁ ଲାଗୁ ହୋଇଛି।
-
9.ଇରାନରେ ଫସି ରହିଛନ୍ତି ୧୦ ହଜାରରୁ ଅଧିକ ଭାରତୀୟ ଛାତ୍ର: ସ୍ଥଳ ସୀମା ଦେଇ ସ୍ଥାନାନ୍ତର ଅନୁମତି ମିଳିଲା।
-
ଇରାନର ପଶ୍ଚିମ ଭାଗରୁ ରାଜଧାନୀ ତେହେରାନ ପର୍ଯ୍ୟନ୍ତ ଏହାର ଆକାଶକୁ ନିୟନ୍ତ୍ରଣ ଇସ୍ରାଏଲ କରୁଛି ବୋଲି ଇସ୍ରାଏଲ ଦାବି କରିଛି।
-
11.ଇସ୍ରାଏଲ-ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ଭୟଙ୍କର ରୂପ ନେଇଛି। ଇରାନର ସରକାରୀ ରେଡିଓ ଓ ଟେଲିଭିଜନ (ଆଇଆର୍ଆଇବି) କୋଠା ଉପରେ ଆକ୍ରମଣ ଯୋଗୁଁ ବହୁ ସାମ୍ବାଦିକଙ୍କର ମୃତ୍ୟୁ ହୋଇଛି।
-
12.ଇସ୍ରାଏଲ ସହିତ ଚାଲିଥିବା ଯୁଦ୍ଧରୁ ନିଜକୁ ରକ୍ଷା କରିବା ଲାଗି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମନେଇ ଓ ତାଙ୍କ ପରିବାର ସଦସ୍ୟ ଏବେ ବଙ୍କର ମଧ୍ୟରେ ଲୁଚି ରହିଛନ୍ତି।
-
13.ଯାଜପୁର ବ୍ୟାସନଗର ଏବଂ ବିଞ୍ଝାରପୁର ଅଞ୍ଚଳରେ ସମସ୍ତ ଢାବା, ଫାଷ୍ଟଫୁଡ୍ ଷ୍ଟଲ୍ ଏବଂ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡ଼ିକୁ ଆଗାମୀ ୨ ସପ୍ତାହ ପାଇଁ ବନ୍ଦ ରଖିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।
-
14.ଭାରତ ସିନ୍ଧୁ ନଦୀ ବ୍ୟବସ୍ଥାର ତିନୋଟି ପଶ୍ଚିମ ନଦୀରୁ ଅତିରିକ୍ତ ଜଳପ୍ରବାହକୁ ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନକୁ ପରିବର୍ତ୍ତନ କରିବା ପାଇଁ ୧୧୩ କିଲୋମିଟର ଲମ୍ବା ଏକ ନହର ନିର୍ମାଣର ସମ୍ଭାବ୍ୟତା ଅଧ୍ୟୟନ କରୁଛି।
-
15.ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାଶର୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତନଠାରୁ ବାୟୁମଣ୍ଡଳର ୩.୧ କିମିରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।