-
1.ହାଇପରସୋନିକ କ୍ଷେପଣାସ୍ତ୍ରକୁ ଆଧୁନିକ ଯୁଗରେ ସବୁଠାରୁ ଘାତକ ଅସ୍ତ୍ରମଧ୍ୟରେ ଗଣାଯାଉଛି । ବିଶ୍ଵର ହାତଗଣତି ଦେଶଙ୍କ ପାଖରେ ଏହି ଟେକନଲୋଜୀ ଅଛି । ଏବେ ଭାରତ ଏପରି କ୍ଷେପଣାସ୍ତ୍ର ତିଆରି କରିବାକୁ ଯାଉଛି । ଆସନ୍ତା ୨-୩ ବର୍ଷରେ ଭାରତ ହାଇପରସେନିକ କ୍ଷେପଣାସ୍ତ୍ରର ପରୀକ୍ଷଣ ଶେଷ କରି ସେନାରେ ସାମିଲ କରିବ ।
-
2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଆସିବେ। ସେ ୧୯ ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହା ସହ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବା ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।
-
3.ଏଚଆଇଭି ଏକ ବିପଦପୂର୍ଣ୍ଣ ଭାଇରସ । ଚିକିତ୍ସା ବିଜ୍ଞାନ ଏହି ଭାଇରସକୁ ରୋକିବାରେ ଏକ ବଡ଼ ସଫଳତା ହାସଲ କରିଛି। ଆମେରିକାର ଔଷଧ ନିୟାମକ ୟୁଏସଏଫଡିଏ ଲେନାକାପାଭିରକୁ ପ୍ରି-ଏକ୍ସପୋଜର ପ୍ରୋଫାଇଲାକ୍ସିସ୍ ଭାବରେ ଅନୁମୋଦନ କରିଛି। ଏହା ପ୍ରଥମ ଟୀକା ଯାହା ପ୍ରତି ଛଅ ମାସରେ କେବଳ ଦୁଇଟି ଡୋଜ୍ ନେଇ ଏଚଆଇଭି ସଂକ୍ରମଣକୁ ରୋକିପାରିବ।
-
4.ଭାଷା ବିବାଦ ମଧ୍ୟରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଯେ ଯେଉଁମାନେ ଇଂରାଜି କହୁଛନ୍ତି , ସେମାନେ ଖୁବ୍ ଶୀଘ୍ର ଲଜ୍ଜିତ ହେବେ।
-
5.କରୋନାକୁ ନେଇ ଲୋକ ଆତଙ୍କିତ ଥିବା ବେଳେ ଏବେ ଏକ ଭଲ ଖବର ହସ୍ତଗତ ହୋଇଛି। ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ତଳକୁ ଖସିିଛି।
-
6.ଇରାନ୍ର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ୍ର ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି ବୋଲି ସୂଚନା ରହିିଛି। କେବଳ ସେତିକି ନୁହେଁ; ଇରାନ୍ର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ୍ର ଅନେକ ପରମାଣୁ ସାଇଟ୍, ହସ୍ପିଟାଲ୍ ଆଦି କ୍ଷତିଗ୍ରସ୍ତ ହୋଇଛି।
-
7.ରୁଷ୍ କହିଛି ଯେ ଇସ୍ରାଏଲକୁ ଆମେରିକା ସିଧାସଳଖ ସାମରିକ ସହାୟତା ଦେଲେ ଏହାକୁ ବରଦାସ୍ତ କରାଯିବ ନାହିଁ ଏବଂ ଏହାର ପରିଣାମ ଅତ୍ୟନ୍ତ ଭୟାନକ ହେବ।
-
8.ଇ-କମର୍ସ କମ୍ପାନୀମାଜ ଆନ ଇଣ୍ଡିଆ ଭାରତରେ ୨୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିବ। ଗୁରୁବାର ଦିନ ଏହା ଘୋଷଣା କରି କମ୍ପାନୀ କହିଛି ଯେ ଆମର ଉଦ୍ଦେଶ୍ୟ ହେଉଛି ସମଗ୍ର ଭାରତରେ ଡେଲିଭରି ନେଟୱାର୍କକୁ ଆହୁରି ମଜବୁତ କରିବା।
-
9.ସଂଘର୍ଷଗ୍ରସ୍ତ ଇରାନରୁ ଉଦ୍ଧାର କରାଯାଇଥିବା ଭାରତୀୟ ଛାତ୍ରମାନେ ଇରାନରେ ସଙ୍କଟର ଏକ ଭୟଙ୍କର ବିବରଣୀ ଦେଇଛନ୍ତି। ଅନେକ ଛାତ୍ର ଇସ୍ରାଏଲର ଆକ୍ରମଣ ସେଠାରେ କିପରି ଧ୍ୱଂସ ଆଣିଥିଲା, ସେ ସମ୍ପର୍କରେ କହିଛନ୍ତି।
-
10.ଜୁନ୍ ୨୪ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା.. ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ଜାରି ରହିବ..
-
11.ଓଡିଶା ଆସିବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ.. ଜୁଲାଇ ଦ୍ଵିତୀୟ ସପ୍ତାହରେ ଓଡିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ.. ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ.
-
12.ଡାଇରିଆ ପାଇଁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲାରେ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ। ବିଦ୍ୟାଳୟ ସହ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
-
13.ଜାପାନରେ ଗୁରୁବାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ହୋକ୍କାଇଡୋ ତଟରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି ।
-
14.ଦିଲ୍ଲୀ ହାଇକୋର୍ଟ ବିଚାରପତି ଭାବେ ଦାୟିତ୍ବରେ ଥିବା ବେଳେ ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ଆଉଟ୍ହାଉସ୍ ଭିତରେ ଏକାଧିକ ସାକ୍ଷୀ ନୋଟ୍ର ଏକ ବଡ଼ ଗଦା ଦେଖିଥିଲେ। ବିଚାରପତିଙ୍କ ବିରୋଧରେ ବେଆଇନ ଟଙ୍କା ଠୁଳ ଅଭିଯୋଗ ସତ ବୋଲି ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ନିଯୁକ୍ତ ତଦନ୍ତ କମିଟି ଜାଣିବାକୁ ପାଇଛି।
-
15.ନୂଆ ପରମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍) କାର୍ଡ ଲାଗି ଆବେଦନ କରିବା ବେଳେ ଆଧାର ଦରକାର ପଡ଼ିବ। ଜୁଲାଇ ୧ଠରୁ ପାନ୍ କାର୍ଡ ପାଇଁ ଆଧାର ପ୍ରମାଣୀକରଣ ବାଧ୍ୟତାମୂଳକ କରିବା ଉପରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ବିଚାର କରୁଛି।