-
1.ପିଲାଙ୍କ ଶାରୀରିକ, ମାନସିକ ଓ ଆବେଗିକ ସୁସ୍ଥତା ପାଇଁ ସ୍କୁଲ ପାଠ୍ୟକ୍ରମ ଏବଂ ଜନସ୍ବାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକରେ ଯୋଗକୁ ସାମିଲ କରାଯିବ। ଏହା ଏକ ସୁସ୍ଥ, ଆତ୍ମନିର୍ଭରଶୀଳ ଓ ସମର୍ଥ ଭାରତ ଗଢ଼ି ତୋଳିବାରେ ସହାୟକ ହେବ।
-
2.ନିକଟରେ ବିଶ୍ୱବ୍ୟାପି ୧୬୦୦କୋଟି ଅନଲାଇନ୍ ପାସୱାର୍ଡ ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ସାଇବରନ୍ୟୁଜ୍ ଓ ଫୋର୍ବସର ରିପୋର୍ଟ ଅନୁଯାୟୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇ-ମେଲ୍, ଗୁଗଲ, ଫେସବୁକ୍ ଓ ଟେଲିଗ୍ରାମର ୟୁଜରନେମ୍, ଲଗ୍ ଇନ୍ ପାସୱାର୍ଡ ଭଳି ତଥ୍ୟ ଚୋରି ହୋଇଛି ।
-
3.ଶେଷରେ ଯୁଦ୍ଧକୁ ଓହ୍ଲାଇଛି ବିଶ୍ଵର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ପ୍ରବେଶ କରିଛି। ଯାହା ଫଳରେ ବିଶ୍ଵ ଆଉ ଏକ ମହାଯୁଦ୍ଧର ସାମ୍ନା କରିବାକୁ ଯାଉଛି।
-
4.ଇସ୍ରାଏଲର ହତ୍ୟା ଧମକ ପରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନି ଏକ ବଙ୍କରରେ ଆଶ୍ରୟ ନେଇଥିବା ବେଳେ ତିନି ଜଣ ମୌଲବୀଙ୍କୁ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବେ ନାମିତ କରିଥିବା ଜଣାଯାଇଛି।
-
5.ଭାରତରେ ଦୁଷ୍କର୍ମ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅପରାଧ ମଧ୍ୟରୁ ଅନ୍ୟତମ ବୋଲି ଆମେରିକା ଉଲ୍ଲେଖ କରିବା ସହ ପର୍ଯ୍ୟଟନସ୍ଥଳୀ ଓ ଅନ୍ୟାନ୍ୟ ସ୍ଥାନରେ ଯୌନ ନିର୍ଯାତନା ସମେତ ହିଂସାତ୍ମକ ଅପରାଧ ଘଟୁଥିବା କହିଛି। ଆତଙ୍କବାଦୀମାନେ ବିନା ଚେତାବନୀରେ ଆକ୍ରମଣ କରିପାରନ୍ତି।
-
6.ଭାରତୀୟମାନେ ସୁନା ପ୍ରିୟ। ଦେଶର ମନ୍ଦିର ସମେତ ପରିବାରଗୁଡ଼ିକରେ ପ୍ରାୟ ୨୫ ହଜାର ଟନ୍ ସୁନା ଗଚ୍ଛିତ ରହିଛି। ଏହି ସୁନାର ବର୍ତ୍ତମାନ ମୂଲ୍ୟ ପ୍ରାୟ ୨.୪ ଲକ୍ଷ କୋଟି ଡଲାର ବୋଲି ୱାର୍ଲଡ ଗୋଲଡ୍ କାଉନସିଲ୍ ପକ୍ଷରୁ କୁହାଯାଇଛି।
-
7.୨୦୨୫-୨୬ରେ ଭାରତର ନାମମାତ୍ର ଜିଡିପିର ଏହା ପ୍ରାୟ ୫୬ ପ୍ରତିଶତ। ତେବେ ଭାରତର ମନ୍ଦିର ଓ ପରିବାରଗୁଡ଼ିକରେ ଗଚ୍ଛିତ ଥିବା ସୁନାର ମୂଲ୍ୟ ପଡ଼ୋଶୀ ପାକିସ୍ତାନ ଅର୍ଥନୀତିର ଆକାରଠାରୁ ୬ ଗୁଣା ଅଧିକ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ଅନୁଯାୟୀ ପାକିସ୍ତାନର ଜିଡିପି ୨୦୨୪-୨୫ ଆର୍ଥିକବର୍ଷରେ ପ୍ରାୟ ୪୧୧ ବିଲିଅନ୍ ଡଲାର ରହିଛି।
-
8.ଇରାନ ଇସ୍ରାଏଲ ଯୁଦ୍ଧ ଏବେ ଅଧିକ ଭୟଙ୍କର ହେଉଛି। ଇରାନ ପକ୍ଷରୁ କେନ୍ଦ୍ରୀୟ ଇସ୍ରାଏଲ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ଇସ୍ରାଏଲ ଇରାନର ଇସଫାହାନ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରି ଏକ ବିମାନ ଆକ୍ରମଣ କରିଛି।
-
9.କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯୬୦ ମସିହାରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିନାମା କେବେବି ପୂର୍ବଭଳି ଲାଗୁ ହେବ ନାହିଁ।
-
10.ହମାସର ଏକ ଚୁକ୍ତି ଦାବିକୁ ଆତ୍ମସମର୍ପଣ ପାଇଁ ଏକ ସର୍ତ୍ତ ବୋଲି କହିଛନ୍ତି। ନେତାନ୍ୟାହୁ କହିଛନ୍ତି, ମୁଁ ହତ୍ୟାକାରୀମାନଙ୍କ ନିକଟରେ ଆତ୍ମସମର୍ପଣ କରିବି ନାହିଁ।
-
11.ଓଡ଼ିଶା ଅର୍ଥନୀତିକୁ ଆଗକୁ ନେବା ସହିତ ଲୋକଙ୍କୁ ଉନ୍ନତ ଯାତାୟାତ ସୁବିଧା ଯୋଗାଇ ଦେବାଲାଗି ସରକାର ଭିଜନ ୨୦୩୬ ଏବଂ ୨୦୪୭ରେ ବ୍ୟାପକ ଯୋଜନା କରିଛନ୍ତି। ସଡ଼କ, ରେଳ, ଜଳମାର୍ଗ ଏବଂ ଆକାଶପଥରେ ଯୋଗାଯୋଗ ଭିତ୍ତିଭୂମିକୁ ବଢ଼ାଇବା ପାଇଁ ଏଥିରେ ନକ୍ସା ଅଙ୍କା ଯାଇଛି।
-
12.ଓମ୍ଫେଡ୍ କ୍ଷୀର ଦର ବଢ଼ାଯାଇଛି। ଖାଉଟିମାନେ ଲିଟର ପିଛା ୫୨ ଟଙ୍କା ଦେଉଥିଲା ବେଳେ ଏବେ ୫୪ ଟଙ୍କା ଦେବେ। ଆଜିଠାରୁ ଓମଫେଡ୍ କ୍ଷୀର ଲିଟର ପ୍ରତି ଦାମ୍ ବୃଦ୍ଧି ପାଇଛି ଓ ବଜାରକୁ ଆସିଛି ଓମଫେଡର ନୂଆ ଦର |
-
13.କର୍ଣ୍ଣାଟକ ଭଳି ରାଜ୍ୟ ତୁଳନାରେ ଯଦିଓ ଓଡ଼ିଶାରେ କଫି ଉତ୍ପାଦନ କମ୍ ରହିଛି, କିନ୍ତୁ କୋରାପୁଟ ଅଞ୍ଚଳରେ ହେଉଥିବା କଫି ଚାଷ ବେଶ୍ ଲୋକପ୍ରିୟତା ହାସଲ କରିପାରିଛି। ‘କୋରାପୁଟ କଫି’ ବ୍ରାଣ୍ଡ୍ ନାମରେ ତାହା ବିକ୍ରି କରାଯାଉଛି।
-
14.ଉତ୍ତରାଖଣ୍ଡରେ ଚାଷ ହେଉଥିବା ‘ଦାମସ୍କ’ ନାମକ ଏକ ଗୋଲାପରୁ ବାହାରୁ ଥିବା ତେଲର ଦାମ୍ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ଦାମସ୍କ ଗୋଲାପ ତେଲର ଦାମ୍ ଲିଟର ପିଛା ଅନ୍ତର୍ଜାତୀୟ ବଜାରରେ ୧୨ରୁ ୧୩ ଲକ୍ଷ ଟଙ୍କା ରହିଛି। ଉତ୍ତରାଖଣ୍ଡର ପାର୍ବତ୍ୟାଞ୍ଚଳରେ ଏହି ଗୋଲାପ ଫୁଲ ଚାଷ କରାଯାଉଛି।
-
15.ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ୨୬ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।