-
1.ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଦାବି କରିଛନ୍ତି ଯେ ଇରାନରେ ୪୦୦ କିଲୋଗ୍ରାମ ୟୁରାନିୟମର ଏକ ଭଣ୍ଡାର ଗାଏବ ହୋଇଯାଇଛି। ଏହି ପରିମାଣର ୟୁରାନିୟମ ୧୦ଟି ପରମାଣୁ ଅସ୍ତ୍ର ତିଆରି କରିବା ପାଇଁ ଯଥେଷ୍ଟ ବୋଲି କୁହାଯାଉଛି।
-
2.ଆମେରିକା ସିନେଟ୍ରେ ଏକ ନୂଆ ବିଲ୍ ଅଣାଯାଇଛି, ଯାହା ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସାଙ୍କ୍ଶନିଂ ରୁଷିଆ ଆକ୍ଟ, ୨୦୨୫ ନାମକ ଏହି ବିଧେୟକ ଭାରତ ଏବଂ ଚାଇନା ଭଳି ଦେଶର ଆମେରିକା ସହ ବାଣିଜ୍ୟକୁ ବଦଳାଇଦେଇପାରେ। ସିନେଟର ଲିଣ୍ଡ୍ସେ ଗ୍ରାହାମ୍ ଆଣିଥିବା ଏହି ବିଲ୍କୁ ‘ଅର୍ଥନୀତିର ବଙ୍କର ବଷ୍ଟର’ ବୋଲି କହିଛନ୍ତି।
-
3.କିଛିଦିନର ଭୟଙ୍କର ଯୁଦ୍ଧ, ଅନେକ କ୍ଷୟକ୍ଷତି ଓ ପ୍ରାୟ ସହସ୍ରାଧିକ ଲୋକ ମୃତାହତ ହେବା ପରେ ଯୁଦ୍ଧବିରତି ପାଇଁ ସୋମବାର ଇରାନ ଓ ଇସ୍ରାଏଲ ବିଭିନ୍ନ ସର୍ତ୍ତ ଓ ଦୋଷାରୋପ ଭିତରେ ରାଜି ହୋଇଛନ୍ତି।
-
4.ଅପରେସନ୍ ସିନ୍ଧୁ ଅଧୀନରେ ଭାରତ ସରକାର ଇରାନ ଓ ଇସ୍ରାଏଲରୁ ୩୧୭୦ ନାଗରିକଙ୍କୁ ଉଦ୍ଧାର କଲେଣି। ଇସ୍ରାଏଲରୁ ପ୍ରଥମ ବ୍ୟାଚ୍ରେ ୧୬୧ ଭାରତୀୟ ସଡ଼କପଥ ଦେଇ ଜୋର୍ଡାନ ପହଞ୍ଚିବାପରେ ସେମାନଙ୍କୁ ଆଜି ଅମାନ୍ରୁ ନୂଆଦିଲ୍ଲୀ ଅଣାଯାଇଛି।
-
5.ରାନ ଆନୁଷ୍ଠାନିକ ଭାବେ ଅସ୍ତ୍ରବିରତିକୁ ସମ୍ମାନ ଦେଇ ୧୨ ଦିନିଆ ଯୁଦ୍ଧ ଶେଷ ହୋଇଥିବା ଘୋଷଣା କରିଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଇରାନ ଉପରେ ଆଉ ଆକ୍ରମଣ ହେବନାହିଁ ବୋଲି କହିଛନ୍ତି।
-
6.ଛତିଶଗଡ଼ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ରାଜ୍ୟରେ ଗତ ୧୧୫ ଦିନରେ ୩୦ଜଣ ମହିଳାଙ୍କୁ ସେମାନଙ୍କ ସ୍ୱାମୀ ହତ୍ୟା କରିଛନ୍ତି। ଏହାର ଅର୍ଥ ହେଉଛି ପ୍ରତି ଚାରି ଦିନରେ ଗୋଟିଏ ହତ୍ୟା ଘଟିଛି।
-
7.ଦେଶରେ ନିର୍ବାଚନ ପ୍ରକ୍ରିୟାକୁ ମଜଭୁତ କରିବା ସହ ଭୋଟରଙ୍କୁ ଅଧିକ ସୁବିଧା ଦେବା ପାଇଁ ଭାରତର ନିର୍ବାଚନ କମିସନ ୨୧ଟି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହା ମଧ୍ୟରେ ମୁଖ୍ୟତଃ ରହିଛି ପ୍ରକ୍ରିୟାଗତ ସଂସ୍କାର, ଡିଜିଟାଲ ରୂପାନ୍ତରୀକରଣ, ଅଂଶୀଦାରଙ୍କ ଦକ୍ଷତା ବୃଦ୍ଧି ଏବଂ ସଂପୃକ୍ତ ବିଭିନ୍ନ ପ୍ରତିଷ୍ଠାନର ଦକ୍ଷତା ବୃଦ୍ଧି।
-
8.ଭୋଟରମାନଙ୍କ ସୁବିଧା ପାଇଁ ଗୋଟିଏ ପୋଲିଂ ବୁଥ୍ରେ ସର୍ବାଧିକ ୧୨୦୦ ଭୋଟରଙ୍କ ମତଦାନ କରିବାର ବ୍ୟବସ୍ଥା କରାଯାଇଛି। କୌଣସି ପରିସ୍ଥିତିରେ ଗୋଟିଏ ବୁଥ୍ରେ ଏହା ଠାରୁ ଅଧିକ ଭୋଟରଙ୍କ ନାମ ରହିପାରିବନି। ଉଚ୍ଚ ଅଟ୍ଟାଳିକା ଓ ବଡ଼ କଲୋନି ପାଇଁ ଅଧିକ ବୁଥ୍ କରାଯିବ। ମତଦାନ ପାଇଁ ଜଣଙ୍କୁ ସର୍ବାଧିକ ୨ କିମି ପର୍ଯ୍ୟନ୍ତ ଯିବାକୁ ପଡ଼ିପାରେ।
-
9.ମହାନଦୀର ସାତକୋଶିଆ ଗଣ୍ଡରେ ଘଡ଼ିଆଳଙ୍କ ପାଇଁ ଏବେ ବିପଦ ସାଜିଛନ୍ତି ମଗର। ଏହି ଗଣ୍ଡରେ କ୍ରମାଗତ ଭାବରେ ମଗର ପ୍ରଜାତିର କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ମଗରଙ୍କ ଆକ୍ରମଣରେ ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀରଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି।
-
10.ପଶ୍ଚିମବଙ୍ଗରେ ଏକ ହସ୍ପିଟାଲରେ ଚାକିରି କରୁଥିବା ଜଣେ ଡାକ୍ତରଙ୍କ ଠାରୁ ୬ କୋଟି ୪ ଲକ୍ଷ ୫୩ ହଜାର ଟଙ୍କା ଠକେଇ ଘଟଣାରେ କ୍ରାଇମ୍ବ୍ରାଞ୍ଚ ଦୁଇ ସାଇବର୍ ଏଜେଣ୍ଟଙ୍କୁ ଗିରଫ କରିଛି।
-
11. ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ୯ଟି ସରକାରୀ ମେଡିକାଲ୍ କଲେଜ ଖୋଲିବା ଯୋଜନା ରହିଛି ବୋଲି ସିଆଇଆଇ ପକ୍ଷରୁ ଆୟୋଜିତ ଓଡ଼ିଶା ସ୍ବାସ୍ଥ୍ୟସେବା ସମ୍ମିଳନୀ ୨୦୨୫ରେ ଯୋଗଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି।
-
12.ଫ୍ରାନ୍ସ ଚାଖିବ ସୁନ୍ଦରଗଡ଼ର ମହିଳା ଚାଷୀଙ୍କ ଆମ୍ବ ଆମ୍ରପାଲିର ସୁଆଦ। ଲେଫ୍ରିପଡ଼ା ବ୍ଲକ୍ରୁ ଆଲୋକପ୍ରଭା ମହିଳା ଚାଷୀ ଉତ୍ପାଦକ ଗୋଷ୍ଠୀ ୧୮ କ୍ୱିଣ୍ଟାଲ ଆମ୍ବ ରପ୍ତାନି କରିଛି।
-
13.ଭାରତୀୟ ରେଲ୍ଓ୍ବେ ଜୁଲାଇ ୧ରୁ ଏହାର ଯାତ୍ରୀଭଡ଼ା ବଢ଼ାଇବାକୁ ଯାଉଛି। ବାତାନୁକୂଳିତ, ଅଣବାତାନୁକୂଳିତ ମେଲ୍, ଏକ୍ସପ୍ରେସ୍ ଏବଂ ୨ୟ ଶ୍ରେଣୀ ଟିକେଟ ଭଡ଼ା ସାମାନ୍ୟ ବୃଦ୍ଧି ପାଇବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
-
14.ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ୨୦୨୬ରେ ଦେଶବ୍ୟାପୀ ପ୍ରଥମ ପାରିବାରିକ ଆୟ ସର୍ଭେ ଆୟୋଜନ କରିବାକୁ ଯୋଜନା କରିଛି।
-
15.ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଚୀଫ୍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ୍) ଜେନେରାଲ ଅନିଲ ଚୌହାନ ଏବଂ ସାମରିକ କାର୍ଯ୍ୟ ବିଭାଗ (DMA) ସଚିବଙ୍କୁ ତିନି ସେନା—ସ୍ଥଳସେନା, ନୌସେନା ଓ ବାୟୁସେନା ପାଇଁ ମିଳିତ ନିର୍ଦ୍ଦେଶ ଏବଂ ମିଳିତ ଆଦେଶ ଜାରି କରିବାର କ୍ଷମତା ପ୍ରଦାନ କରିଛନ୍ତି।