-
1.ସ୍ପେସ୍ଏକ୍ସର ଫାଲ୍କନ୍-୯ ରକେଟ୍ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ୪ ଜଣ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଉଡ଼ାଣ ଭରିବାର ୮ ମିନିଟ୍ରୁ କମ୍ ସମୟ ପରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଥିଲା। ଭାରତୀୟ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସମେତ ୪ ଜଣ ମହାକାଶଚାରୀଙ୍କୁ ନେଇ କ୍ରୁ ଡ୍ରାଗନ୍ କ୍ୟାପସୁଲ ଆଇଏସ୍ଏସ୍ ଅଭିମୁଖେ ଯାତ୍ରା ଜାରି ରଖିଥିଲା।
-
2. ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦ ପାଇଁ କାମ କରିବା ଅଭିଯୋଗରେ ଇରାନ ୩ ଜଣଙ୍କୁ ଫାଶୀ ଦେଇଛି ବୋଲି ନ୍ୟାୟପାଳିକାର ମିଜାନ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି। ଏହା ବ୍ୟତୀତ ଇସ୍ରାଏଲ ସହ ସମ୍ପର୍କ ରଖିବା ପାଇଁ ପ୍ରାୟ ୭୦୦ ଲୋକଙ୍କୁ ଗିରଫ କରାଯାଇଛି।
-
3.୨୦୧୯ ବାଲାକୋଟ ବିମାନ ଆକ୍ରମଣ ସମୟରେ ଭାରତୀୟ ପାଇଲଟ୍ ଅଭିନନ୍ଦନ ବର୍ଧମାନଙ୍କୁ ଧରିଥିବା ପାକିସ୍ତାନର ଜଣେ ମେଜର୍ଙ୍କୁ ତାଲିବାନ ଆତଙ୍କୀ ହତ୍ୟା କରିଛନ୍ତି।
-
4.ଜାମିନ୍ ଆଦେଶ ପାଇବା ସତ୍ତ୍ୱେ ଉତ୍ତରପ୍ରଦେଶର ଗାଜିଆବାଦ ଜେଲରେ ବନ୍ଦ ଥିବା ଜଣେ ବ୍ୟକ୍ତିଙ୍କୁ ମୁକ୍ତ ନ କରିବା ଉପରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଅଭିଯୁକ୍ତ ଅଫତାବଙ୍କୁ ୫ ଲକ୍ଷ ଟଙ୍କାର ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
5. ବିଶ୍ୱର ସର୍ବବୃହତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀ କମ୍ପାନି ଫକ୍ସକନ୍ ଯାହାକୁ ହୋନ୍ ହାଇ ମଧ୍ୟ କୁହାଯାଇଥାଏ, ଏବେ ଭାରତ ଏବଂ ଆମେରିକାରେ ୨.୨ ବିଲିୟନରୁ ଅଧିକ ନିବେଶ କରିବାକୁ ନିଷ୍ପତ୍ତି ନେଇଛି।
-
6.ଆମାଜନ ମାଲିକ ଏବଂ ବିଶ୍ୱର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ଜେଫ୍ ବେଜୋସ୍ଙ୍କ ବିବାହ ଏହି ମେଗା ଇଭେଣ୍ଟରେ ୪୮ମିଲିୟନ ୟୁରୋ (ପ୍ରାୟ ୫୫.୬୯ ମିଲିୟନ ଡଲାର ଅର୍ଥାତ୍ ୪୦୦କୋଟି ଟଙ୍କାରୁ ଅଧିକ) ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।
-
7.୨୦୨୬ ମସିହାରୁ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏକ ବଡ଼ ପରିବର୍ତ୍ତନ ଆସିବ, ଯାହା ଦ୍ଵାରା ଛାତ୍ରଛାତ୍ରୀମାନେ ଗୋଟିଏ ଶିକ୍ଷାବର୍ଷରେ ଦୁଇଥର ବୋର୍ଡ ପରୀକ୍ଷା ଦେଇପାରିବେ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି "ଉଚ୍ଚ ଷ୍ଟେକ୍" ଦିଗକୁ ହ୍ରାସ କରିବା, ପରୀକ୍ଷା ଚାପକୁ ହ୍ରାସ କରିବା ଏବଂ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ଗୋଟିଏ ବର୍ଷ ଅପେକ୍ଷା ନକରି ସେମାନଙ୍କ ପ୍ରଦର୍ଶନକୁ ଉନ୍ନତ କରିବାର ସୁଯୋଗ ପ୍ରଦାନ କରିବା।
-
8.ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକ ଦାବି କରିଛନ୍ତି ଯେ ପାକିସ୍ତାନ ଗୁପ୍ତ ଭାବରେ ଏକ ଆନ୍ତଃମହାଦେଶୀୟ ନ୍ୟୁକ୍ଲିୟର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଆଇସିବିଏମ) ନିର୍ମାଣ କରିବା ପାଇଁ ଦ୍ରୁତ ଗତିରେ କାମ କରୁଛି। ରିପୋର୍ଟରେ କୁହାଯାଇଛି ଯେ, ଯଦି ପାକିସ୍ତାନ ଏହି କ୍ଷମତା ହାସଲ କରେ, ତେବେ ଏହା ଆମେରିକା ଉପରେ ପରମାଣୁ ବୋମା ପକାଇବା ପାଇଁ ସକ୍ଷମ ଦେଶ ହୋଇଯିବ।
-
9.ଏସିଆର ସର୍ବବୃହତ୍ ଲବଣାକ୍ତ ହ୍ରଦ ଚିଲିକା ପର୍ଯ୍ୟଟନ ପାଇଁ ବିଶ୍ବରେ ପ୍ରସିଦ୍ଧ। ତେବେ ଭେଷଜ ବିଜ୍ଞାନ ଜଗତକୁ ମଧ୍ୟ ଖୁବ୍ଶୀଘ୍ର ଚିଲିକାରୁ ମିଳିବ ଏକ ଅବଦାନ। କାରଣ ଚିଲିକା ଜଳରାଶିରେ ଭରି ରହିଥିବା ଏକପ୍ରକାର ଦଳରୁ ଚର୍ମ କର୍କଟ ରୋଗର ଉପଶମ ପାଇଁ ପ୍ରସ୍ତୁତ ହୋଇପାରିବ ଔଷଧ। ରେଭେନ୍ସା ବିଶ୍ବବିଦ୍ୟାଳୟର କିଛି ଗବେଷକ ଏହି ଦଳ ଉପରେ ଗବେଷଣା କରି ଏହା ଜାଣିବାକୁ ପାଇଛନ୍ତି।
-
10.ବାଣିଜ୍ୟ ଓ ପରିବହନ ବିଭାଗ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଏବଂ ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଲ ଦେବଙ୍କ ସହ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ ୨୦୩୬ ସୁଦ୍ଧା ରାଜ୍ୟରେ ମୋଟ୍ ଗାଡ଼ି ପଞ୍ଜୀକରଣର ୫୦% ଇଭି ଗାଡ଼ି ହେବ।
-
11.ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଯେ ବିଶ୍ୱ ଅର୍ଥନୀତି, ବାଣିଜ୍ୟ ଏବଂ ଭୂରାଜନୈତିକ ଅନିଶ୍ଚିତତା ସତ୍ତ୍ୱେ ଭାରତୀୟ ଅର୍ଥନୀତି ସ୍ଥିର ରହିଛି।
-
12.କେନ୍ଦ୍ର ସରକାର ତିନି ହଜାର ୬୨୬ କୋଟି ଟଙ୍କା ବ୍ୟୟରେ ପୁଣେ ମେଟ୍ରୋ ରେଳ ପ୍ରକଳ୍ପ ପର୍ଯ୍ୟାୟ-୨କୁ ସମ୍ପ୍ରସାରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
-
13.ଇରାନ ପରେ ଏବେ ଆମେରିକା ସଂସଦ ସମସ୍ତ ସରକାରୀ ଡିଭାଇସରୁ ହ୍ୱାଟ୍ସଆପ୍କୁ ନିଷିଦ୍ଧ କରିଛି। ରିପୋର୍ଟ ଅନୁସାରେ, ଡାଟା ସୁରକ୍ଷା ଏବଂ ସାଇବର ସୁରକ୍ଷା ସହ ଜଡ଼ିତ ବିପଦ ଏହି ନିଷ୍ପତ୍ତି ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି।
-
14.୨୪ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ହିମାଚଳ ପ୍ରଦେଶର ସିରମୌର ଜିଲାରେ କାର୍ଯ୍ୟରତ ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କୁ ସୋମବାର ଗିରଫ କରାଯାଇଛି।
-
15.ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୨୦୨୫ ଚଳିତ ବର୍ଷ ନଭେମ୍ବରରେ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରୁ ୪ ହଜାରରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି