-
1.ଗୁରୁତ୍ୱପୂର୍ଣ୍ଣ ବ୍ଲାକ୍ବକ୍ସ ତଥ୍ୟ ବିଶ୍ଳେଷଣରେ ବିଳମ୍ବ ହେଉଥିବାରୁ କେତେକ ସୁରକ୍ଷା ବିଶେଷଜ୍ଞ ଏହାକୁ ସମାଲୋଚନା କରିଥିବା ବେଳେ ଜାତିସଂଘ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତରେ ସହାୟତା କରିବାକୁ ପ୍ରସ୍ତାବ ଦେଇଛି। ମାତ୍ର ଭାରତ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାପଡ଼ିଛି।
-
2.ବାଂଲାଦେଶ ରାଜଧାନୀ ଢାକାର ଖିଲଖେଟରେ ଏକ ଦୁର୍ଗା ମନ୍ଦିରକୁ ଇସ୍ଲାମିକ ଚରମପନ୍ଥୀମାନେ ଭାଙ୍ଗି ଦେଇଛନ୍ତି। ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ଟାର୍ଗେଟ୍ କରି ଏଭଳି ମନ୍ଦିର ଭଙ୍ଗାଯିବା ଘଟଣାକୁ ଭାରତ କଡ଼ା ନିନ୍ଦା କରିଛି।
-
3.ବ୍ରିଟେନର ୧୧୦ ନିୟୁତ ଡଲାର ମୂଲ୍ୟର ଏଫ୍-୩୫ ଷ୍ଟେଲ୍ଥ ଲଢୁଆ ବିମାନ କେରଳର ତିରୁଅନନ୍ତପୁରମ୍ ବିମାନବନ୍ଦରରେ ଫସି ରହିବାର ଦୁଇ ସପ୍ତାହ ପୂରଣ ହେବାକୁ ବସିଛି। ଏହାର ଉଡ଼ାଣ ପାଇଁ ଅନେକ ଥର ଚେଷ୍ଟା କରାଯାଇଥିଲେ ମଧ୍ୟ ସବୁ ବିଫଳ ହୋଇଛି।
-
4.ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀ ଇଜ୍ରାଇଲ କାଟଜ୍ ଇସ୍ରାଏଲ ଟେଲିଭିଜନ ଚ୍ୟାନେଲ ୧୩ ସମେତ ବିଭିନ୍ନ ଗଣମାଧ୍ୟମ ଚ୍ୟାନେଲକୁ ଏକ ସାକ୍ଷାତକାରରେ କହିଛନ୍ତି ଯେ 'ଯଦି ଖାମେନି ଆମ ରେଞ୍ଜରେ ଥାଆନ୍ତେ, ତେବେ ଆମେ ତାଙ୍କୁ ହତ୍ୟା କରିଥାଆନ୍ତୁ।
-
5.ଆମେରିକା ଇରାନର ବେସାମରିକ ଶକ୍ତି ପରମାଣୁ କାର୍ଯ୍ୟକ୍ରମ ପାଇଁ ୨୦ ରୁ ୩୦ ବିଲିୟନ ଡଲାର ଦେବ ଏବଂ ଏହା ଉପରେ ଲାଗୁ ହୋଇଥିବା କଟକଣାରେ ମଧ୍ୟ ଆଶ୍ୱସ୍ତି ଦେଇପାରେ। ଏହି ସମୟରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇଜ୍ରାଇଲ କାଟଜ୍ ଙ୍କ ଏକ ବିବୃତ୍ତି ଆସିଛି।
-
6. କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ମାଲେ ମହାଦେଶ୍ୱର ହିଲ୍ସ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପାଞ୍ଚଟି ବାଘଙ୍କ ମୃତଦେହ ମିଳିଛି। ଏଥିରେ ଗୋଟିଏ ମା ଏବଂ ଚାରିଟି ଛୁଆ ଅଛନ୍ତି। ବନମନ୍ତ୍ରୀ ଈଶ୍ୱର ଖଣ୍ଡରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ପାଞ୍ଚଟି ବାଘଙ୍କର ବିଷକ୍ରିୟା ଯୋଗୁଁ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି।
-
7. ଚଳିତ ବର୍ଷ ମେ’ରେ ରାଜ୍ୟରେ ମୋବାଇଲ୍ ଗ୍ରାହକ ୧ ଲକ୍ଷ ୮୬ ହଜାର ୨୯୩ ବଢ଼ିଛନ୍ତି। ଫଳରେ ରାଜ୍ୟରେ ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୫୨ ଲକ୍ଷ ୪୭ ହଜାର ୯୯୬ରେ ପହଞ୍ଚିଛି।
-
8.ଜୁଲାଇ୧ ରୁ ରେଳ ଟିକେଟର ମୂଲ୍ୟ ବୃଦ୍ଧି ପାଇବ। ଏସି ଏବଂ ନନ୍-ଏସି ଉଭୟ ଟିକେଟର ମୂଲ୍ୟ ସାମାନ୍ୟ ବୃଦ୍ଧି କରାଯାଇଛି। ନନ୍-ଏସି କ୍ଲାସର ଭଡ଼ା ପ୍ରତି କିଲୋମିଟରରେ ୧ ପଇସା ଏବଂ ଏସି କ୍ଲାସର ଭଡ଼ା ପ୍ରତି କିଲୋମିଟରରେ ୨ ପଇସା ବୃଦ୍ଧି କରାଯାଇଛି।
-
9. ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ କ୍ୟାପ୍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଛି।
-
10. ଜାତୀୟ ରାଜପଥ ବ୍ୟବହାର କରୁଥିବା ଦୁଇ ଚକିଆ ଯାନମାନଙ୍କ ପାଇଁ ଏକ ବଡ଼ ଖବର ଆସୁଛି। ସୂଚନା ଅନୁଯାୟୀ, ଏବେ ଦୁଇ ଚକିଆ ଯାନଗୁଡ଼ିକଠାରୁ ଜାତୀୟ ରାଜପଥର ଟୋଲ୍ ଟିକସ ଆଦାୟ ପାଇଁ ସରକାର ବିଚାର କରୁଛନ୍ତି। ଏହି ନିୟମ ୧୫ ଜୁଲାଇରୁ ଲାଗୁ ହୋଇପାରେ । ତେବେ ଏ ନେଇ କୌଣସି ସରକାରୀ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇନାହିଁ ।
-
11. ଚଳିତ ବର୍ଷ ବିଶ୍ବର ବିଭିନ୍ନ ଦେଶରୁ ୧,୪୨,୦୦୦ ମିଲିଓନେୟାର (ଧନୀ ବ୍ୟକ୍ତି) ନିଜ ଦେଶ ଛାଡ଼ି ଅନ୍ୟତ୍ର ଯିବେ। ଭାରତରୁ ୩୫୦୦ ଧନୀ ଅନ୍ୟ ଦେଶକୁ ଯିବେ।
-
12.ସରକାରୀ ପ୍ରତିଭୂତିରେ ନିଜର ୧୦୦ ପ୍ରତିଶତ ପେନ୍ସନ୍ ପାଣ୍ଠି ନିବେଶ କରିବା ଲାଗି ଅର୍ଥ ବିଭାଗ ପକ୍ଷରୁ ସ୍ବୟଂଶାସିତ ସଂସ୍ଥା ଓ ରାଜ୍ୟ ଉଦ୍ୟୋଗଗୁଡ଼ିକର କର୍ମଚାରୀମାନଙ୍କୁ ଅନୁମତି ପ୍ରଦାନ କରାଯାଇଛି।
-
13.୨୮.୦୬.୨୫ ଆଜି ଅର୍ଥାତ୍ ଶନିବାର ସକାଳ ୯ଟା ୩୦ରେ ପୁଣି ରଥ ଟଣା ହେବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେ ଇଛନ୍ତି।
-
14.ଭାରତରେ ଇନ୍ଧନ ଖୁଚୁରା ବ୍ୟବସାୟକୁ ନୂତନ ଉଚ୍ଚତାକୁ ଲାଗି ଆଦାନୀ ଟୋଟାଲ ଗ୍ୟାସ ଲିମିଟେଡ (ATGL) ଏବଂ ଜିଓ-ବିପି (ରିଲାଏନ୍ସ ବିପି ମୋବିଲିଟି ଲିମିଟେଡର ବ୍ରାଣ୍ଡ) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀତା ଚୁକ୍ତି ସ୍ଥିର ହୋଇଛି।
-
15.ଆପଲ ଆଇଫୋନ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। କାରଣ ନୂତନ ଆଇଫୋନ ସିରିଜ ଲଞ୍ଚ ହେବାକୁ ଆଉ ୨ ମାସରୁ କମ ସମୟ ବାକି ଅଛି।