-
1.ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରା ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଶନିବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବା ପରେ ଏକାଦଶୀ ତିଥିରେ ରବିବାର ରଥ ଉପରେ ସୁନାବେଶରେ ଦର୍ଶନ ଦେଇଛନ୍ତି।
-
2.ଧର୍ମଶାଳାରେ ଦଲାଇ ଲାମାଙ୍କ ୯୦ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଛି।
-
3.ବିଶ୍ବରେ ଚତୁର୍ଥ ବୃହତ୍ ଅର୍ଥବ୍ୟବସ୍ଥା ଭାରତରେ ଏବେ ବି ୮୧ କୋଟି ୩୫ ଲକ୍ଷ ଜନତା ରିଆତିଯୁକ୍ତ ରାସନ ଉପରେ ନିର୍ଭର କରୁଛନ୍ତି। ତେଣୁ ଭାରତରେ ଦାରିଦ୍ର୍ୟକୁ ସମ୍ପୂର୍ଣ୍ଣ ଦୂର କରିବା ପାଇଁ ବହୁ ବର୍ଷର ଉଦ୍ୟମ ଆବଶ୍ୟକ।
-
4.ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ପାଇଁ ଉଦ୍ଦିଷ୍ଟ ଜାତୀୟ ରାଜଧାନୀର କ୍ରିଷ୍ଣା ମେନନ୍ ମାର୍ଗସ୍ଥିତ ସରକାରୀ ବାସଭବନ ଏବେ ବି ପୂର୍ବତନ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଦଖଲରେ ରହିଛି । ଚନ୍ଦ୍ରଚୂଡ଼ଙ୍କୁ ସେଠାରୁ ତୁରନ୍ତ ଖାଲିକରାଇ ଉକ୍ତ ବାସଭବନକୁ ନିଜ ଅକ୍ତିଆରକୁ ନେବା ପାଇଁ ସୁପ୍ରିମକୋର୍ଟ ପ୍ରଶାସନ କେନ୍ଦ୍ରସରକାରଙ୍କୁ ଚିଠି ଲେଖିଛି।
-
5.ଲୋହିତ ସାଗରରେ ଥିବା ଏକ ବ୍ରିଟିସ ଜାହାଜକୁ ୟେମେନ ଉପକୂଳରେ କିଛି ସଶସ୍ତ୍ର ବ୍ୟକ୍ତି ରକେଟ୍ ଓ ବନ୍ଧୁକ ସାହାଯ୍ୟରେ ଆକ୍ରମଣ କରିଛନ୍ତି।
-
6.ବ୍ରାଜିଲର ରାଜଧାନୀ ରିଓ ଡେ ଜେନେରୋରେ ଆଜିଠାରୁ ଦୁଇ ଦିନିଆ ବିକ୍ସ ସମ୍ମିଳନୀ ଆରମ୍ଭ ହୋଇଛି। ୧୭ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ବ୍ରିକ୍ସ ନେତାମାନଙ୍କ ସହ ଘନିଷ୍ଠ ସହଯୋଗ ଏବଂ ସାମୂହିକ ବିକାଶ ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।
-
7. ଆମେରିକାର କେନ୍ଦ୍ରୀୟ ଟେକ୍ସାସରେ ହୋଇଥିବା ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୦ ଛୁଇଁଛି। ଏହା ସହିତ ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି ।
-
8.ମଣିପୁରରେ ଏକ ବଡ଼ ରାକେଟରେ ପର୍ଦ୍ଦାଫାଶ କରିଛି ଗୁଇନ୍ଦା ଏଜେନ୍ସି । ଏହି ରାକେଟ୍ ମିଆଁମାରରୁ ଅସ୍ତ୍ରସସ୍ତ୍ର ମଣିପୁରକୁ ଆଣି ସାରା ଭାରତରେ ଚୋରାଚାଲାଣ କରୁଥିଲା ବୋଲି ଗୁଇନ୍ଦା ରିପୋର୍ଟରେ କୁହାଯାଇଛି । ଏହା ଜଣାପଡ଼ିବା ପରେ ସୁରକ୍ଷା ବାହିନୀକୁ ସତର୍କ କରାଯାଇଛି ।
-
9. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିବାଦ ଏବଂ ମତଭେଦ ପରେ ନୂଆ ଦଳ ଗଢ଼ିବାକୁ ଘୋଷଣା କରିଛନ୍ତି ମସ୍କ । ଯାହାର ନାମ ରଖିଛନ୍ତି ‘ଆମେରିକା ପାର୍ଟି’ ।
-
10.ଓଡ଼ିଶାରେ ରାଷ୍ଟ୍ରାୟତ୍ତ ଏନ୍ଏଲ୍ସି ଇଣ୍ଡିଆ ଓ ଘରୋଇ କମ୍ପାନି ଜିଏମ୍ଆର୍ ପାୱାର୍ର ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏନ୍ଏଲ୍ସି ଇଣ୍ଡିଆ ପକ୍ଷରୁ ଓଡ଼ିଶାରେ ସ୍ଥାପନ କରାଯାଉଥିବା ୮୦୦ ମେଗାୱାଟ୍ ବିଶିଷ୍ଟ ତଲାବିରା ତାପଜ ବିଦ୍ୟୁତ୍ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟକୁ ପରିବେଶ ମଞ୍ଜୁରି ପ୍ରଦାନ କରାଯାଇଛି।
-
11.ତେଲେଙ୍ଗାନା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁସାରେ କର୍ମଚାରୀମାନଙ୍କୁ ଏବେ ଦିନକୁ ୧୦ ଘଣ୍ଟା କାମ କରିବାକୁ ଅନୁମତି ଦିଆଯିବ। ତେଲେଙ୍ଗାନା ସରକାରଙ୍କ ଏହି ନିଷ୍ପତ୍ତି ବ୍ୟବସାୟ ପ୍ରେତ୍ସାହନ ଲାଗି ଏକ ପଦକ୍ଷେପଭାବେ ଦେଖାଯାଉଛି ।
-
12.ଭାରତରେ ପ୍ରଚଳିତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ୭୪ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା ଜଣାପଡିଛି। ଆମେରିକାର ପିଉ ରିସର୍ଚ୍ଚ ସେଣ୍ଟର ତରଫରୁ କରାଯାଇଥିବା ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଏହି ସଂସ୍ଥା ତରଫରୁ ୨୩ଟି ରାଷ୍ଟ୍ରକୁ ନେଇ ସର୍ଭେ କରାଯାଇଛି।
-
13.ରବିବାର ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲାଯାଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନଂ ଗେଟ୍ ଖୋଲାଯାଇଥିବାବେଳେ ପର୍ଯ୍ୟାୟକ୍ରମେ ୧୨ଟି ଗେଟ୍ ଖୋଲାଯିବ। ଆଜି ଚଳିତବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି।
-
14.ଅଖିଳ ଭାରତ କଂଗ୍ରେସ କମିଟି (AICC) ମିନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ନିଯୁକ୍ତ କରିଛି। AICC ସଭାପତିଙ୍କ ଅନୁମୋଦନ ଅନୁସାରେ ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି ବୋଲି ସୂଚନା ଜାରି କରାଯାଇଛି।
-
15.ଅଧିନାୟକ ଶୁବମନ ଗିଲ୍ଙ୍କ ଚମତ୍କାର ବ୍ୟାଟିଂ ଏବଂ ଆକାଶ ଦୀପ୍ ଏବଂ ସିରାଜଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଭାରତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୩୩୬ ରନ୍ରେ ପରାସ୍ତ କରିଛି.