-
1. ବ୍ରାଜିଲରେ ଅନୁଷ୍ଠିତ ସପ୍ତଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଆଣିବା ପାଇଁ ଦାବି କରାଯାଇଛି। ଏହି ପରିଷଦରେ ଭାରତ ଓ ବ୍ରାଜିଲକୁ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରିବା ପାଇଁ ଦୃଢ଼ ମତ ପ୍ରକାଶ ପାଇଛି।
-
2.ଆମେରିକାର ଦୁଇ ମିତ୍ରରାଷ୍ଟ୍ର ଜାପାନ ଓ ଦକ୍ଷିଣ କୋରିଆକୁ ବି ଛାଡ଼ିନାହାନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଜାପାନ ଓ ଦକ୍ଷିଣ କୋରିଆ ଉପରେ ୨୫ ପ୍ରତିଶତ ଶୁଳ୍କ ବସାଇବାକୁ ଘୋଷଣା କରିଛନ୍ତି ।
-
3.ରୁଷର ପୂର୍ବତନ ରୁଷ ପରିବହନ ମନ୍ତ୍ରୀ ରୋମାନ୍ ଷ୍ଟାରୋଭୋଇଟ୍ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଏହା ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଥିଲେ। ରୁଷ ଅଧିକାରୀମାନେ କହିଛନ୍ତି ଯେ ତାଙ୍କ ମୃତଦେହ ତାଙ୍କ କାରରୁ ମିଳିଛି।
-
4.ଦଶଟି ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରକୁ ନେଇ ଗଠିତ ‘ବ୍ରିକ୍ସ’ ସମୂହକୁ ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହାକୁ ସେ ଆମେରିକା ବିରୋଧୀ କହିବା ସହ ବ୍ରିକ୍ସକୁ ସମର୍ଥନ କରୁଥିବା ରାଷ୍ଟ୍ରଗୁଡ଼ିକ ଉପରେ ୧୦ ପ୍ରତିଶତ ଅଧିକ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି।
-
5.କମ୍ପାନିର ସହାୟକ ସଂସ୍ଥା ଜିନ୍ଦଲ ଇଣ୍ଡିଆ ଷ୍ଟିଲ୍ ଟେକ୍ ଲିମିଟେଡ୍ ଓଡ଼ିଶାରେ ୩୬୦୦ କୋଟି ଟଙ୍କା ନିବେଶରେ ଢେଙ୍କାନାଳ ଜିଲ୍ଲାରେ ଏକ ଇସ୍ପାତ କାରଖାନା ବସାଇବାକୁ ଯାଉଛି।
-
6.ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ପୁଣିଥରେ ଲୋକପ୍ରିୟ ହିନ୍ଦୀ ଟେଲିଭିଜନ ଧାରାବାହିକ ‘କ୍ୟୁଁକି ସାସ୍ ଭି କଭି ବହୂ ଥି’କୁ ଫେରିଛନ୍ତି।
-
7.ଚନ୍ଦ୍ରଚୂଡ଼ କହିଛନ୍ତି ଯେ ତାଙ୍କ ୨ ଝିଅ ପ୍ରିୟଙ୍କା ଏବଂ ମାହିଙ୍କ ପାଇଁ ସେ ସରକାରୀ ବାସଭବନ ଛାଡ଼ି ପାରୁନାହାନ୍ତି। ୨ ଝିଅଙ୍କର ସ୍ବାସ୍ଥ୍ୟାବସ୍ଥା ପାଇଁ ଚନ୍ଦ୍ରଚୂଡ଼ ତାଙ୍କ ବାସଭବନକୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ରୂପାନ୍ତରିତ କରିଛନ୍ତି।
-
8. ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢ଼ୀଙ୍କୁ ତାଙ୍କ ପ୍ରକୋଷ୍ଠ ଭିତରେ ଅଟକ ରଖି ନିର୍ଯାତନା ଦେବା ଓ ଜୋରଜବରଦସ୍ତ ଫାଇଲ୍ରେ ଦସ୍ତଖତ କରାଇବା ଘଟଣା ନେଇ ଆଜି ଯାଜପୁର ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
-
9.ରବିବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ମହରମ ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଛି। ଏହାପରେ ସୋମବାର ସକାଳେ ୨ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ଏଥିରେ ଉଭୟ ପକ୍ଷର ୬ ଜଣ ଆହତ ହୋଇଛନ୍ତି।
-
10.ନୀଳାଦ୍ରିବିଜେ ପୂର୍ବରୁ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷହୋଇଛି। ମହାପ୍ରଭୁଙ୍କ କୃପାରୁ ଏହା ସମ୍ଭବ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ଭିତର ଓ ବାହାର ରତ୍ନଭଣ୍ଡାରରେ ତିନିଟି ଲେଖାଏଁ ତାଲା ପକାଯାଇ ଜଉମୁଦ କରାଯାଇଛି।
-
11.ଆଜି ରସଗୋଲା ଦିବସ।ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ସ ରେଜିଷ୍ଟ୍ରି ପକ୍ଷରୁ ୧୩ଟି ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ମଗାଯାଇଥିଲା। ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା। ୨୦୧୯ ଜୁଲାଇ ୨୯ରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଲା।
-
12.ଗତ କିଛି ମାସ ଭିତରେ ନୂଆ ମୋବାଇଲ୍ ଗ୍ରାହକ ସଂଖ୍ୟା ବଢ଼ିଥିବାରୁ ଟେଲିକମ୍ କମ୍ପାନିଗୁଡ଼ିକ ରିଚାର୍ଜ ଦାମ୍ରେ ୧୦-୧୨ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି। ବର୍ଷ ଶେଷ ସୁଦ୍ଧା ଏହି ଘୋଷଣା ହେବାର ସମ୍ଭାବନା ରହିଛି।
-
13.ଆମେରିକାରେ ଏକ ସଡ଼କ ଦୁର୍ଘଟଣାରେ ୪ ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ ଘଟିଛି। ସମସ୍ତେ ଗୋଟିଏ ପରିବାରର। ମୃତକଙ୍କ ମଧ୍ୟରେ ଏକ ଦମ୍ପତି ଏବଂ ସେମାନଙ୍କ ଦୁଇ ସନ୍ତାନ ରହିଛନ୍ତି। ଆମେରିକାର ଆଲବାମା ଅନ୍ତର୍ଗତ ଗ୍ରୀନ କାଉଣ୍ଟିରେ ଏହି ଦୁର୍ଘଟଣା ଘଟିଛି।
-
14.ଭାରତୀୟ ଟ୍ରେନ୍ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ (ଆଇଆର୍ସିଟିସି) ‘ଭାରତ ଗୌରବ’ ଡିଲକ୍ସ ଏସି ପର୍ଯ୍ୟଟନ ଟ୍ରେନ୍ ମାଧ୍ୟମରେ ଏହାର ପଞ୍ଚମ ‘ଶ୍ରୀ ରାମାୟଣ ଯାତ୍ରା’ ଶୁଭାରମ୍ଭ କରୁଛି। ଏହି ୧୭ ଦିନିଆ ଯାତ୍ରା କାର୍ଯ୍ୟକ୍ରମରେ ଯାତ୍ରୀ ଅଯୋଧ୍ୟାରୁ ରାମେଶ୍ୱରମ ପର୍ଯ୍ୟନ୍ତ ୩୦ରୁ ଅଧିକ ପବିତ୍ର ସ୍ଥାନ ଭ୍ରମଣ କରିପାରିବେ।
-
15.ଫାଶୀ ଦଣ୍ଡ ପ୍ରଦାନରେ ସାଉଦି ଆରବ ରେକର୍ଡ କରିଛି। ଫାଶୀ ଦଣ୍ଡ ପ୍ରଦାନ କ୍ଷେତ୍ରରେ ଏହା ଚୀନ୍ ଓ ଇରାନକୁ ଟପି ପ୍ରଥମ ସ୍ଥାନ ଅଧିକାର କରିଛି। ୨୦୨୪ରେ ସେଠାରେ ସର୍ବାଧିକ ୩୪୫ ଜଣଙ୍କୁ ଫାଶୀ ଦିଆଯାଇଛି; ଯାହା କି ସର୍ବକାଳୀନ ରେକର୍ଡ।