-
1.ଆଜି ଦେଶବ୍ୟାପୀ ଏକ ହଡ଼ତାଳ ବା ‘ଭାରତ ବନ୍ଦ’ ଡାକରା ହୋଇଛ। ଯାହାକୁ ବିଭିନ୍ନ ଟ୍ରେଡ଼ ୟୁନିଅନ ଏବଂ କୃଷକ ସଂଗଠନମାନେ ସମର୍ଥନ କରୁଛନ୍ତି।
-
2.କର୍ଣ୍ଣାଟକରେ ହଠାତ ଲୋକଙ୍କର ହେଉଥିବା ମୃତ୍ୟୁ ପାଇଁ କରୋନା ଟୀକାକୁ ଦାୟୀ ଘଟଣାକୁ ନେଇ ଆଇସିଏମଆର ଏବଂ ଏମ୍ସ ପକ୍ଷରୁ ଗବେଷଣା କରାଯାଇଥିଲା। ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି କି ହୃଦଘାତ ଏବଂ କରୋନା ଟୀକା ମଧ୍ୟରେ କୌଣସି ସମ୍ପର୍କ ନାହିଁ। ହଠାତ୍ ହେଉଥିବା ମୃତ୍ୟୁର ମୁଖ୍ୟ କାରଣ ହେଉଛି ଖରାପ ଜୀବନଶୈଳୀ ।
-
3.ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟ ବୈଠକରେ ୪୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ଘୋଷଣା ହେଉଛି ମହିଳାଙ୍କୁ ନିଯୁକ୍ତିରେ ୩୫ ପ୍ରତିଶତ ସଂରକ୍ଷଣ ଏବଂ ଏକ ଯୁବ ଆୟୋଗ ଗଠନ କରାଯିବ।
-
4.ପଞ୍ଜାବ ଦେଶର ପ୍ରଥମ ରାଜ୍ୟ ହୋଇଛି, ଯେଉଁଠାରେ ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିବ ।
-
5.ମନମୋହନ ସାମଲ ପୁଣି ବିଜେପି ରାଜ୍ୟ ସଭାପତି ରୂପେ ଔପଚାରିକ ଭାବେ ଦଳ ଘୋଷଣା କଲା।
-
6.ବ୍ୟାଙ୍କିଂ, ବୀମା, ଡାକସେବା, କୋଇଲା ଖଣି ଓ ନିର୍ମାଣ କ୍ଷେତ୍ରର ୨୫ କୋଟିରୁ ଅଧିକ ଶ୍ରମିକ ବୁଧବାର ଦେଶବ୍ୟାପୀ ଧର୍ମଘଟ ତଥା ‘ଭାରତ ବନ୍ଦ’ରେ ସାମିଲ ହେବାର ସମ୍ଭାବନା ରହିଛି।
-
7.ତାମିଲନାଡ଼ୁରେ ଏକ ସ୍କୁଲ ଭ୍ୟାନ୍ ଉପରେ ଟ୍ରେନ୍ ମାଡ଼ିଯିବାରୁ ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ଅନେକ ଛାତ୍ର ଆହତ ହୋଇଛନ୍ତି।
-
8.ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କାଉଡିଆ ଯାତ୍ରା ସମୟରେ କୌଣସି ପ୍ରକାରର ଉପଦ୍ରବ, ଝଗଡା, ବିବାଦ ଅଥବା ଅବ୍ୟବସ୍ଥା ସୃଷ୍ଟି ନହେବ ସେନେଇ ଅଫିସରମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ।
-
9.ଆତଙ୍କବାଦ ପାଣ୍ଠି ଯୋଗାଣ ଉପରେ ନଜର ରଖୁଥିବା ସଂସ୍ଥା ଏଫଏଟିଏଫ ଦାବି କରିଛି ଯେ ଫେବୃଆରୀ ୨୦୧୯ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ବ୍ୟବହୃତ ବିସ୍ଫୋରକଗୁଡ଼ିକ ଆମାଜନରୁ କିଣାଯାଇଥିଲା। ଏଫଏଟିଏଫ ପକ୍ଷରୁ ଜାରି ଏକ ରିପୋର୍ଟରେ କୁହାଯାଇଛି ।
-
10. ଦିଲ୍ଲୀରେ ପୁରୁଣା ଗାଡ଼ି ବିରୋଧୀ ଅଭିଯାନକୁ ନଭେମ୍ବର ୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ନଭେମ୍ବର ୧ରୁ ପୁରୁଣା ଗାଡ଼ିଗୁଡ଼ିକୁ ପେଟ୍ରୋଲ ଓ ଡିଜେଲ ମିଳିବ ନାହିଁ। ଏଠାରେ ପୁରୁଣା ଗାଡ଼ିଗୁଡ଼ିକର ଅର୍ଥ ହେଉଛି ୧୦ ବର୍ଷ ବା ଅଧିକ ପୁରୁଣା ଡିଜେଲ ଗାଡ଼ି ଏବଂ ୧୫ ବର୍ଷ ବା ଅଧିକ ପୁରୁଣା ପେଟ୍ରୋଲ ଗାଡ଼ି।
-
11.ଧୀରେ ଧୀରେ ବଢୁଛି ମୁଣ୍ଡଳି ଜଳସ୍ତର। ହୀରାକୁଦ ବନ୍ୟା ଜଳ ପହଞ୍ଚିବାପରେ ବଢୁଛି ମୁଣ୍ଡଳି ଜଳସ୍ତର। ମୁଣ୍ଡଳିରେ ବନ୍ୟା ଜଳ ପ୍ରବାହିତ ହେଲେ ବାଙ୍କୀର ଅନେକ ଅଞ୍ଚଳ ପ୍ରଭାବିତ ଆଶଙ୍କା ରହିଛି ।
-
12.ରାଜଧାନୀ ଦିଲ୍ଲୀରେ ମାଗଣା ବସ୍ ସେବାକୁ ନେଇ କୁହାଯାଇଛି ଯେ, ଯେଉଁ ମହିଳାମାନେ ଦିଲ୍ଲୀ ନିବାସୀ ହୋଇଥିବେ, କେବଳ ସେମାନଙ୍କୁ ହିଁ ମାଗଣା ବସ୍ ସେବା ମିଳିବ । ସେମାନଙ୍କ ନିକଟରେ ସହେଲୀ ସ୍ମାର୍ଟ କାର୍ଡ ହେବା ଜରୁରୀ । ଏହି କାର୍ଡ ପାଇଁ ସର୍ବପ୍ରଥମେ ମହିଳା ଦିଲ୍ଲୀ ନିବାସୀ ହେବା ଆବଶ୍ୟକ ।
-
13.୨୫ ବର୍ଷ ପରେ ସ୍ମୃତି ଇରାନୀ ତାଙ୍କର ସବୁଠାରୁ ଲୋକପ୍ରିୟ ଚରିତ୍ରକୁ ଫେରୁଛନ୍ତି। ‘କିଉଁକି ଶାଶ୍ ଭି କଭି ବୋହୂ ଥି-୨’ ର ନିକଟରେ ରିଲିଜ୍ ହୋଇଥିବା ପ୍ରୋମୋ ଏବଂ ପ୍ରଥମ ଲୁକ୍ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି।
-
14.କଇଁଛ ପିଠିରେ ଜଗନ୍ନାଥ ମହାପ୍ରଭୁଙ୍କ ଚିତ୍ର ଆଙ୍କି ତାକୁ ପାଣିରେ ଛାଡ଼ି ରିଲ୍ସ କରି ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିଥିବା ବରଗଡ଼ ଜିଲା ବିଜେପୁର ଅଞ୍ଚଳର ଦୁଇ ଯୁବକଙ୍କୁ ବନ ବିଭାଗ ଗିରଫ କରିଛି।
-
15.ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ନବଦିନାତ୍ମକ ଯାତ୍ରା ସାରି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥି ନୀଳାଦ୍ରି ବିଜେ ଅବସରରେ ମଙ୍ଗଳବାର ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ା ବିଜେ କରିଛନ୍ତି। ବୁଧବାରଠାରୁ ଭକ୍ତଙ୍କୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେବେ। ସେହିପରି ଭକ୍ତମାନେ ନୀଳାଚଳ ଅବଢ଼ା ପାଇପାରିବେ।