-
1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସେମାନଙ୍କ ମଧ୍ୟରେ ଖ୍ୟାତନାମା ଆଇନଜୀବୀ ଉଜ୍ଜ୍ୱଳ ନିକମ, ପୂର୍ବତନ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଳା, ବରିଷ୍ଠ ସମାଜସେବୀ ସି ସଦାନନ୍ଦନ ମାଷ୍ଟର ଓ ବିଶିଷ୍ଟ ଐତିହାସିକ ମୀନାକ୍ଷୀ ଜୈନ ଅଛନ୍ତି ।
-
2. ଜାପାନ ଓ ଜର୍ମାନୀଙ୍କୁ ଅତିକ୍ରମ କରି ଭାରତ ଖୁବ୍ଶୀଘ୍ର ବିଶ୍ବର ଚତୁର୍ଥ ବୃହତ୍ ଅର୍ଥନୈତିକ ମହାଶକ୍ତି ହେବାକୁ ଯାଉଛି। କିନ୍ତୁ ବିଶ୍ବସ୍ତରୀୟ ନବସୃଜନ ଆଣିବାରେ ଭାରତ ବହୁ ପଛରେ ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି।
-
3.ବରିଷ୍ଠ ତେଲୁଗୁ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କର ରବିବାର ସକାଳେ ହାଇଦ୍ରାବାଦରେ ପରଲୋକ ଘଟିଛି। ତାଙ୍କୁ ୮୩ ବର୍ଷ ହୋଇଥିଲା। ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।
-
4.ରାଜ୍ୟ ସରକାର ପ୍ରତିଭୂତି ନିଲାମ କରି ୧୫୦୦ କୋଟି ଟଙ୍କା ସଂଗ୍ରହ କରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଓଡ଼ିଶା ସରକାର ୩ ବର୍ଷିଆ ଅବଧିର ୫୦୦ କୋଟି ଟଙ୍କା ଏବଂ ୧୨ ବର୍ଷିଆ ଅବଧିର ୧୦୦୦ କୋଟି ଟଙ୍କାର ପ୍ରତିଭୂତି ନିଲାମ କରିବେ।
-
5.ଯାତ୍ରୀମାନଙ୍କ ସୁରକ୍ଷାରେ ଉନ୍ନତି ଆଣିବା ଲାଗି ସମସ୍ତ ଡବାରେ ସିସିଟିଭି ଲଗାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି। ପ୍ରାରମ୍ଭିକ ପରୀକ୍ଷଣ ସଫଳ ହେବା ପରେ ୭୪ ହଜାର ଡବା ଓ ୧୫ ହଜାର ଇଞ୍ଜିନରେ ରେଳବାଇ ସିସିଟିଭି ଲଗାଇବ।
-
6.ରାଜ୍ୟ ସରକାର ଏକ ଡ୍ରୋନ୍ ପରୀକ୍ଷଣ, ତାଲିମ ଓ ପ୍ରସାର କେନ୍ଦ୍ର ଖୋଲିବାକୁ ଯାଉଛନ୍ତି। ବ୍ରହ୍ମପୁରର ଗୋପାଳପୁର ଅଧୀନସ୍ଥ ରଙ୍ଗେଇଲୁଣ୍ଡା ବିମାନବନ୍ଦରରେ ଏହି ବ୍ୟବସ୍ଥା ସ୍ଥାପନ କରିବା ଯୋଜନା ରହିଛି।
-
7.ଲଣ୍ଡନର ସାଉଥ୍ଏଣ୍ଡ ବିମାନବନ୍ଦରରୁ ଉଡାଣ ଭରିବାର କିଛି ସମୟ ପରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ସୂଚନା ମିଳିଛି ଏବଂ ସବୁକିଛି ପୋଡି ପାଉଁଶ ହୋଇଯାଇଛି ।
-
8.ଦିଲ୍ଲୀ ବସନ୍ତ ବିହାରରେ ଅଭାବନୀୟ ଘଟଣା.. ଫୁଟପାଥ୍ରେ ଶୋଇଥିବାବେଳେ ୫ ଜଣଙ୍କ ଉପରେ ଚଢିଗଲା କାର.. ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କଲା ପୁଲିସ.. ଅଭିଯୁକ୍ତ ଡ୍ରାଇଭର ଉତ୍ସବ ଶେଖର ଗିରଫ
-
9.ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ଏବଂ ରାଜ୍ ଠାକ୍ରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) କର୍ମୀମାନେ ରାଜ୍ୟର ପାଲଘର ଜିଲାରେ ଜଣେ ଆପ୍ରବାସୀ ଅଟୋରିକ୍ସା ଡ୍ରାଇଭରଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିଛନ୍ତି। ଏହି ଘଟଣା ରାଜ୍ୟରେ ଭାଷା ପ୍ରସଙ୍ଗକୁ ନେଇ ଚାଲିଥିବା ବିବାଦକୁ ଅଧିକ ତୀବ୍ର କରିଛି।
-
10.ତାମିଲନାଡୁ ଉତ୍ତର ଭାଗରେ ଥବା ତିରୁଭଲ୍ଲୁରଠାରେ ରବିବାର ଡିଜେଲ ନେଉଥିବା ଏକ ମାଲ୍ବାହୀ ଟ୍ରେନ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ଚେନ୍ନାଇ-ଅରାକ୍କୋନମ୍ ରୁଟ୍ରେ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଥିବା ସଦର୍ନ ରେଲ୍ଓ୍ବେ ପକ୍ଷରୁ କୁହାଯାଇଛି।
-
11.ଆମେରିକାରେ କୁଖ୍ୟାତ ଜେଫ୍ରି ଏପଷ୍ଟିନ ମାମଲାର ତଦନ୍ତ ନିରନ୍ତର ଆଗକୁ ବଢୁଛି। କୁହାଯାଉଛି ଯେ ଏହି ମାମଲା ଟ୍ରମ୍ପ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚିବା ଆରମ୍ଭ କରିଛି। ସମ୍ପ୍ରତି ଏକ ଖବର ଆସିଥିଲା ଯେ ଏଫବିଆଇ ଡେପୁଟି ଡାଇରେକ୍ଟର ଡାନ ବୋଙ୍ଗିନୋ ଇସ୍ତଫା ଦେଇପାରନ୍ତି।
-
12.କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳର ସରକାରୀ ଶିକ୍ଷକ ରଞ୍ଜିତ ମଣ୍ଡଳ(୪୭) ଜଣେ ୩୯ ବର୍ଷୀୟା ମହିଳାଙ୍କୁ ବଳାତ୍କାର ମାମଲାରେ ଗିରଫ ହୋଇ ଶୁକ୍ରବାର କୋର୍ଟ ଚାଲାଣ ହୋଇଛନ୍ତି।
-
13.୧୫ ଜୁଲାଇ, ୨୦୨୫ ଠାରୁ, YouTube ପାର୍ଟନର୍ ପ୍ରୋଗ୍ରାମ (YPP) ପରିବର୍ତ୍ତନ କରି ନୂତନ ନିୟମ ଲାଗୁ କରିବାକୁ ଯାଉଛି। ଏହି ଅପଡେଟର ଉଦ୍ଦେଶ୍ୟ ହେଉଛି ନକଲି ଏବଂ ସହଜ ବିଷୟବସ୍ତୁକୁ ମନିଟାଇଜେଶନରୁ ବାଦ ଦେବା। YouTube କହିଛି ଯେଜେନେରେଟିଭ AI ଟୁଲ୍ସର ବର୍ଦ୍ଧିତ ବ୍ୟବହାର YouTube ରେ AI Slop ନାମକ ଏକ ନୂତନ ସମସ୍ୟା ସୃଷ୍ଟି କରିଛି।
-
14.ଲର୍ଡସରେ ଚାଲିଥିବା ଭାରତ ବନାମ ଇଂଲଣ୍ଡ ତୃତୀୟ ଟେଷ୍ଟରେ ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ ରହିଛି। ଚତୁର୍ଥ ଦିନର ଖେଳ ଶେଷ ହେବା ସମୟରେ ଭାରତ ୫.୧ ଓଭରରେ ୨୧/୧ ସ୍କୋର କରିଛି
-
15.ଇଗା ସ୍ବିଆଟେକ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍ରେ ମହିଳା ସିଙ୍ଗଲ୍ସ ଚମ୍ପିଆନ୍ ହୋଇଛନ୍ତି। ଶନିବାର ସମ୍ପୂର୍ଣ୍ଣ ଏକତରଫା ଫାଇନାଲରେ ୮ମ ସିଡ୍ ପୋଲାଣ୍ଡର ସ୍ବିଆଟେକ୍ ୧୩ଶ ସିଡ୍ ଆମେରିକାର ଖେଳାଳି ଆମାଣ୍ଡା ଆନିସିମୋଭାଙ୍କୁ ଅପ୍ରତ୍ୟାଶିତ ଭାବେ ୬-୦, ୬-୦ ସେଟ୍ରେ ପରାସ୍ତ କରିଛନ୍ତି।