-
1.ଉକ୍ତ ସାଇ ଭକ୍ତଜଣକ ନିଜ ନାମ ଗୋପନ ରଖି ଗୁରୁବାର ଦିନ ଗୁରୁ ପୂର୍ଣ୍ଣିମା ଅବସରରେ ସାଇ ବାବାଙ୍କ ମନ୍ଦିରରେ ଥିବା ଦାନ ବାକ୍ସରେ ପ୍ରାୟ ୬୫ ଲକ୍ଷ ଟଙ୍କାର ଅଳଙ୍କାର ଦାନ କରିଛନ୍ତି।
-
2.କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ତମ ରୋଜଗାର ମେଳା ଶନିବାର ଦେଶର ୪୭ଟି ସ୍ଥାନରେ ଅନୁଷ୍ଠିତ ହେବ। ପୂର୍ବତଟ ରେଳପଥ ଦ୍ୱାରା ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ହେବାକୁ ଥିବା ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓି କନ୍ଫରେନ୍ସିଂରେ ଯୋଗଦେଇ ୫୧ହଜାରରୁ ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ।
-
3.ଏକ ଡଜନରୁ ଊର୍ଦ୍ଧ୍ୱ ଆଇଏଏସ୍ ଅଧିକାରୀ ଛାଡ଼ି ଚାଲିଯିବା ଫଳରେ ରାଜ୍ୟରେ ସେମାନଙ୍କ ସଂଖ୍ୟା କମିଚାଲିଛି। ୨୦୧୯ରୁ ୨୦୨୩ ମଧ୍ୟରେ ୨୦୧୯, ୨୦୨୦, ୨୦୨୧ ଓ ୨୦୨୨ ଆଇଏଏସ୍ ବ୍ୟାଚର ଯୁବ ଅଧିକାରୀମାନେ ବାହାର ରାଜ୍ୟ ଯଥା ରାଜସ୍ଥାନ, ବିହାର, ତାମିଲନାଡୁ, ଉତ୍ତରପ୍ରଦେଶ, ପଞ୍ଜାବ, ହିମାଚଳପ୍ରଦେଶ ଏବଂ ହରିୟାଣା ଭଳି ରାଜ୍ୟଗୁଡ଼ିକୁ ଚାଲିଯିବାରେ ଲାଗିଛନ୍ତି।
-
4.ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ନେଇ ଗଠିତ ଆକ୍ସମ୍-୪ (ଆକ୍ସ-୪) ମିସନ ଜୁଲାଇ ୧୪ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରୁ ଫେରିବେ ବୋଲି କମ୍ପାନି ସୋସିଆଲ ମିଡିଆରେ ଘୋଷଣା କରିଛି।
-
5.ଦକ୍ଷିଣପଶ୍ଚିମ ପାକିସ୍ତାନରେ କିଛି ବନ୍ଧୁକଧାରୀ ବ୍ୟକ୍ତି ୨ଟି ବସ୍ରୁ ୯ ଜଣ ଯାତ୍ରୀଙ୍କୁ ଅପହରଣ କରିନେଇ ହତ୍ୟା କରିଛନ୍ତି।
-
6.ଆଇଆଇଟି ମାଡ୍ରାସର ୬୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଡୋଭାଲ କହିଛନ୍ତି ଯେ, ୨୩ ମିନିଟ୍ର ଏହି ଅପରେସନରେ ପାକିସ୍ତାନ ଭିତରେ ଥିବା ୯ଟି ଟାର୍ଗେଟ୍କୁ ଧ୍ବଂସ କରାଯାଇଥିଲା। ଆମେ ନିର୍ଦ୍ଦିଷ୍ଟ ଭାବରେ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ୍ କରିଥିଲୁ ଓ ଅନ୍ୟ କୌଣସି ସ୍ଥାନରେ ବୋମାମାଡ଼ କରି ନ ଥିଲୁ।
-
7.ଚୀନ୍ ତିବ୍ବତର ୟାର୍ଲୁଙ୍ଗ ସାଙ୍ଗପୋ ଉପରେ ନିର୍ମାଣ କରୁଥିବା ବିଶ୍ୱର ସର୍ବବୃହତ୍ ଜଳବିଦ୍ୟୁତ୍ ଡ୍ୟାମ୍ ଭାରତୀୟ ସୀମାଠାରୁ ମାତ୍ର ୫୦ କିଲୋମିଟର ଦୂରରେ ଅବସ୍ଥିତ। ୧୩୭ ବିଲିୟନ ଡଲାରର ଏହି ପ୍ରକଳ୍ପରୁ ୬୦,୦୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେବ। ତେବେ ଏହି ବିଶାଳ ପ୍ରକଳ୍ପ ଏବେ ବି ଗୋପନ ରହିଛି।
-
8.ରାଜ୍ୟସଭାର ‘ଅଫିସିଆଲ୍ ଭର୍ସନ ଅଫ୍ ଡିବେଟ୍ସ’ରେ ଏହା ସ୍ପଷ୍ଟ କରାଯାଇଛି। ୱାକଫ୍(ସଂଶୋଧନ) ବିଲ୍କୁ ବିଜେଡିର ୫ ଜଣ ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ନିରଞ୍ଜନ ବିଶି, ଶୁଭାଶିଷ ଖୁଣ୍ଟିଆ ଓ ମାନସ ରଞ୍ଜନ ମଙ୍ଗରାଜ ବିଲ୍ ସମର୍ଥନରେ ଭୋଟ୍ ଦେଇଥିଲେ।
-
9.'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ଉପରେ ବିଜେପି ସାଂସଦ ପିପି ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ଜେପିସି ବୈଠକରେ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ୍. ଖେହର ଓ ଜେଓ୍ବାଇ ଚନ୍ଦ୍ରଚୂଡ଼ ନିଜର ମତ ରଖିଥିଲେ । ଉଭୟ ପୂର୍ବତନ ମୁଖ୍ୟ ବିଚାରପତି ଜେପିସିକୁ ପରାମର୍ଶ ଦେଇଥିଲେ ଯେ ନିର୍ବାଚନ କମିଶନଙ୍କୁ ସଂଶୋଧନ ବିଲରେ ପ୍ରସ୍ତାବିତ ଅବାଧ କ୍ଷମତା ଦିଆଯିବା ଉଚିତ୍ ନୁହେଁ।
-
10.ଭାରତର ପ୍ରଥମ ଟେସଲା ସୋରୁମ ମୁମ୍ବାଇରେ ଖୋଲିବାକୁ ଯାଉଛି । ଏହି ସୋରୁମ୍ ଆସନ୍ତା ମଙ୍ଗଳବାର ଅର୍ଥାତ ଜୁଲାଇ ୧୫ ତାରିଖରେ ଉଦଘାଟନ ହେବ।
-
11.କଂଗ୍ରେସ ନେତା କହ୍ନୈୟା କୁମାର କହିଛନ୍ତି ଯେ ସେ ଦଳର ଶୃଙ୍ଖଳିତ କର୍ମୀ । ଯଦି ଦଳ କହିବ ସେ ଗେଟ ଖୋଲିବେ ଓ ବନ୍ଦ କରିବେ । ଦଳ ଯଦି କହିବ ସେ ନିର୍ବାଚନ ମଧ୍ୟ ଲଢିବେ ।
-
12.ସୂଚନା ପ୍ରଯୁକ୍ତି ବିପ୍ଳବରେ ଆଗରେ ରହିବା ଓ ଏହାର ଲାଭକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପହଞ୍ଚାଇବା ଲକ୍ଷ୍ୟ ନେଇ ବ୍ରହ୍ମପୁର ଓ ରାଉରକେଲାରେ ଦୁଇଟି ଆଇଟି ଟାୱାର ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
-
13.କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓଡିଶାକୁ ୮୦୨.୯ କୋଟି ମୂଲ୍ୟରେ କଟକ-ନିର୍ଗୁଣ୍ଡି ଚତୁର୍ଥ ରେଳ ଲାଇନ (୧୫.୯୯) ଏବଂ ନିର୍ଗୁଣ୍ଡି ଠାରେ ଏକ ରେଳ ଫ୍ଲାଏଓଭରକୁ ମଞ୍ଜୁରୀ ଦେଇଛନ୍ତି।
-
14.କେନ୍ଦ୍ର ସରକାର ଅଫର୍ ଫର୍ ସେଲ୍ ମାଧ୍ୟମରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଅଂଶଧନ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି। କମ୍ପାନିରେ ସରକାରଙ୍କ ୯୬.୫ ପ୍ରତିଶତ ଅଂଶଧନ ରହିଛୁ। କମ୍ପାନିର ୬.୫ ପ୍ରତିଶତ ଅଂଶଧନ ବିକ୍ରି କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଥିବା ଚର୍ଚ୍ଚା ହେଉଛି।
-
15.ରାଜ୍ୟରେ ଶନିବାରଠାରୁ ଘରୋଇ ବସ୍ ଚଳାଚଳ ସ୍ଵାଭାବିକ ହେବ। ସରକାର ସୁରକ୍ଷା ଯୋଗାଇଦେବାକୁ ସହମତି ପ୍ରକାଶ କରିଥିବାରୁ ସବୁ ରୁଟ୍ରେ ଘରୋଇ ବସ୍ ଗଡ଼ିବ।