Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
271 23-04-2025 Odia
  1. 1.ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଦିନ ତାପମାତ୍ରାରେ ଅତ୍ୟଧିକ ବୃଦ୍ଧିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠାରୁ ଖରା ଛୁଟି ଘୋଷଣା କରିଛନ୍ତି ସରକାର। ଆଜିଠୁ ଅଙ୍ଗନବାଡ଼ି, ଶିଶୁବାଟିକାଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

  2. 2.କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ଦ୍ବାରା ପରିଚାଳିତ ୨୦୨୪ର ସିଭିଲ ସର୍ଭିସ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ମୋଟ ୧୦୦୯ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୨୫ଜଣ ପୁରୁଷ ଓ ୨୮୪ଜଣ ମହିଳା ଅଛନ୍ତି। ପ୍ରଥମ ୫ଜଣଙ୍କ ମଧ୍ୟରେ ୩ଜଣ ମହିଳା ରହିଛନ୍ତି। ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ବା‌ୟୋକେମିଷ୍ଟ୍ରିରେ ବିଏସ୍‌ସି କରିଥିବା ଶକ୍ତି ଦୁବେ ସାରା ଦେଶରେ ପ୍ରଥମ ହୋଇଛନ୍ତି।

  3. 3.ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀମାନେ ଆଜି ପର୍ଯ୍ୟଟକଙ୍କୁ ଟାର୍ଗେଟ୍‌ କରି ଗୁଳିବର୍ଷା କରିବାରୁ ୨୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ଗୁଳିମାଡ଼ରେ ଆହତ ଅନେକ ପର୍ଯ୍ୟଟକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। 

  4. 4.ଦିଲ୍ଲୀ ହାଇକୋର୍ଟ ଯୋଗଗୁରୁ ବାବା ରାମଦେବଙ୍କୁ ହମଦର୍ଦ କମ୍ପାନି ଏବଂ ଏହାର ଲୋକପ୍ରିୟ ଉତ୍ପାଦ ରୁହ ଅଫଜା ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଭର୍ତ୍ସନା କରିଛନ୍ତି। 

  5. 5.ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜମ୍ମୁ ଏବଂ କାଶ୍ମୀରର ଲୋକମାନେ ମଧ୍ୟ ଆଘାତ ପାଇଛନ୍ତି। କେବଳ ଏତିକି ନୁହେଁ, କାଶ୍ମୀରର ମସଜିଦଗୁଡ଼ିକରୁ ଏକ ଘୋଷଣା କରି ଏହି ଘଟଣାକୁ ନିନ୍ଦା କରାଯାଇଥିଲା। 

  6. 6.ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ସର୍ବଦା ବିଶ୍ୱର ସବୁଠାରୁ ପୁରୁଣା ଏବଂ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମଧ୍ୟରେ ଗଣନା କରାଯାଇଆସୁଛି, କିନ୍ତୁ ଏବେ ଏକ ନୂତନ ପୁସ୍ତକ ଏହି ବିଶ୍ୱବିଦ୍ୟାଳୟର ପ୍ରତିଛବିକୁ ଆଶ୍ଚର୍ଯ୍ୟଜନକ ଭାବରେ ଉପସ୍ଥାପନ କରିଛି। ମଣିଷ ଖପୁରୀରୁ ମଦ ପରିବେଷଣ କରାଯାଉଥିବା ଏକ ଭୟଙ୍କର ପରମ୍ପରା ପ୍ରକାଶ ପାଇଛି।

  7. 7.ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଡୁଆ ବଢ଼ିପାରେ । ଆସନ୍ତା ସପ୍ତାହରେ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମ କୋର୍ଟ । ନିଶିକାନ୍ତ କହିଥିଲେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସଂସଦରେ ଆଇନ ପ୍ରସ୍ତୁତ କରାଯାଏ । ସଂସଦର ଏହି କ୍ଷମତା ଉପରେ ସୁପ୍ରିମକୋର୍ଟଙ୍କ ବିବାଦ ବଢୁଛି । ଯଦି ସୁପ୍ରିମକୋର୍ଟ ଆଇନ ତିଆରି କରିବେ , ତେବେ ସଂସଦର ଭୂମିକା କ’ଣ ରହିବ ? ତେଣୁ ସଂସଦକୁ ବନ୍ଦ କରିଦେବା ଉଚିତ । ଏଥିସହ ସାଂସଦ କହିଥିଲେ ସିଜେଆଇ ମଧ୍ୟ ନିଜ ଭୂମିକାକୁ ସଜାଡ଼ିବା ଆବଶ୍ୟକ । ଦେଶରେ ସାମ୍ପ୍ରଦାୟିକ ହିଂସା ବଢୁଛି ଓ ଏଥିପାଇଁ ସିଜେଆଇ ଦାୟୀ।  

  8. 8. ଲଗାତାର ଭାବେ ବଢ଼ୁଥିବା ସୁନା ଦର ପ୍ରଥମ ଥର ଐତିହାସିକ ୧ ଲକ୍ଷ ଟଙ୍କା ସ୍ତର ଟପିଛି। ମଙ୍ଗଳବାର ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନା ଦାମ୍ ୧,୦୧,୩୫୦ ଟଙ୍କାରେ ପହଞ୍ଚିଛି। ଗୋଟିଏ ଦିନରେ ଏହାର ଦର ୩୦୦୦ ଟଙ୍କା ବଢ଼ିଛି। 

  9. 9.ବର୍ତ୍ତମାନ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପାୱାର କଟ୍‌ ନ କରିବାକୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ନିର୍ଦ୍ଦେଶ ଦେଇଛନ୍ତି।

  10. 10.ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଇରାନ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ସହଭାଗୀତା ଚୁକ୍ତିକୁ ଅନୁମୋଦନ କରିଛନ୍ତି। ପୂର୍ବରୁ,ରୁଷିଆ ସଂସଦ ଏହି ଚୁକ୍ତିନାମାକୁ ଅନୁମୋଦନ କରିସାରିଛି।

  11. 11.କାନାଡାର ଖଲିସ୍ତାନୀ ଉଗ୍ରବାଦୀମାନେ ରବିବାର ରାତିରେ ଭାଙ୍କୋଭରସ୍ଥିତ ଖାଲ୍‌ସା ଦ୍ୱିଓ୍ବାନ୍‌ ସୋସାଇଟି (କେଡିଏସ୍‌) ଗୁରୁଦ୍ୱାରାରେ ଭଙ୍ଗାରୁଜା କରିବା ସହ ଏହାର କାନ୍ଥରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିଛନ୍ତି। ଏନେଇ ଗୁରୁଦ୍ୱାରା ପ୍ରଶାସନ ପକ୍ଷରୁ ସୋମବାର ସୂଚନା ଦିଆଯିବା ସହ କିଛି ଫଟୋକୁ ଶେୟାର କରାଯାଇଛି।

  12. 12.ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲାରେ ଥିବା ଦକ୍ଷିଣ କୋରିଆର କମ୍ପାନୀ KIA ମୋଟର୍ସର ପେନୁକୋଣ୍ଡା ପ୍ଲାଣ୍ଟରୁ ପ୍ରାୟ ୯୦୦କାର ଇଞ୍ଜିନ ଚୋରି ଘଟଣାରେ ପୋଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

  13. 13.ଗଞ୍ଜାମ ପୁଲିସ ଜିଲା ଅଧିନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା।

  14. 14.ମନି ଲଣ୍ଡରିଂ ମାମଲାରେ ଏପ୍ରିଲ ୨୮ ତାରିଖରେ ହାଜର ହେବାକୁ ଲଗୁ ସୁପରଷ୍ଟାର ମହେଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)  ସମନ ଜାରି କରିଛି। ହାଇଦ୍ରାବାଦରେ ଏକ ରିଅଲ୍ ଇଷ୍ଟେଟ୍ ଠକେଇ ମାମଲାରେ ଟଲିଉଡ୍ ସୁପରଷ୍ଟାର ମହେଶ ବାବୁଙ୍କୁ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି।

  15. 15.ଲୋକପ୍ରିୟ ୱେବସିରିଜ ଗ୍ୟାଙ୍ଗସ ଅଫ ପୁରୀ ସିଜିନ -୨ ର ଟ୍ରେଲର ଉନ୍ମୋଚିତ ହୋଇଯାଇଛି । ଏପ୍ରିଲ ୨୩ ତାରିଖରେ ଏହା ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଷ୍ଟ୍ରିମିଙ୍ଗ ହେବ।

145 Y
272 23-04-2025 English
  1. 1.In view of the prevailing heatwave situation in Odisha, the state government Tuesday announced summer vacation for schools and Anganwadi centres from Wednesday.

  2. 2.Shakti Dubey has topped the civil services examination 2024, results of which were declared on Tuesday by the Union Public Service Commission (UPSC). Dubey has done her graduation (Bachelor of Science) in Biochemistry from the University of Allahabad.

  3. 3.Ritika Rath, hailing from this City, emerged state topper securing an impressive All India Rank of 48. Ritika, a former student of SAI International School in Bhubaneswar.

  4. 4.The Khadi and Village Industries sector, KVIC Chairman Manoj Kumar as he released the provisional FY2024 25 data at Rajghat, New Delhi, recently. He reported record production, sales and employment generation: sales jumped 447 per cent.

  5. 5.As many as 1,866 suicide cases were reported in Surat city in the last three years, with domestic disputes emerging as the biggest reason for people taking the extreme step followed by chronic illness and fi nancial distress, police said Tuesday.

  6. 6.The Asiatic lion census in Gujarat will be conducted from May 10 to 13 in two phases, covering an area of 35,000 square kilometres spread across 11 districts.

  7. 7.Terrorists opened fire at a famed meadow here at Baisaran in J&K Tuesday afternoon, killing 26 people, mostly tourists, in what is the deadliest attack in the Valley since the Pulwama strike in 2019.

  8. 8.Gold prices surged by Rs1,800 to zoom past the crucial Rs 1 lakh-mark for 10 grams in the national capital .

  9. 9. Congress leader Rahul Gandhi has once again criticised Indian democratic institutions abroad. The recent remarks came Sunday, when he delivered a speech at an event in Boston, United States (US). Congress’ overseas president Sam Pitroda was seen accompanying him on stage.

  10. 10.Senior Odisha Administrative Service (OAS) officer Debaprasad Dash has been promoted as the Special Secretary in Odia Language, Literature and Culture (OLL&C) department and given additional charge of the director in Information and Public Relations (I&PR) department.

  11. 11.Chief Minister Mohan Charan Majhi will launch distribution of new ration cards among 5.90 lakh benefi ciaries April 24, Food Supplies and Consumer Welfare (FS&CW) Minister Krushna Chandra Patra said Tuesday.

  12. 12.Prime Minister Narendra Modi has called Vande Bharat, Amrit Bharat, and Namo Bharat trains the “Triveni” of modern Indian Railways. Bihar is now set to become a key junction for these three services, with the introduction of two new trains and the rapid development of railway infrastructure..

  13. 13.Bangladesh has rejected New Delhi’s charge that the recent killing of a Hindu leader was part of a “pattern of systematic persecution” of minorities in that country.

  14. 14.Chinese Foreign Minister Wang Yi urged Britain and the European Union Tuesday to safeguard multilateral trading systems, as Beijing seeks to rally support from trading partners to counter US tariff measures.

  15. 15.The Indian shooting team ended third in the standings as the Peru International Shooting Sport Federation (ISSF) World Cup wrapped up proceedings, with Australia taking the fi nal gold on offer in the mixed team trap event.

109 Y
273 22-04-2025 Odia
  1. 1. ବୟସ ୧୦ ବର୍ଷ ଅତିକ୍ରମ କରିଥିବା ପିଲାମାନେ ସ୍ବାଧୀନ ଭାବେ ନିଜର ସଞ୍ଚୟ ଓ ମିଆଦୀ ବ୍ୟାଙ୍କ ଖାତା ଖୋଲିପାରିବେ ଓ ତାହାକୁ ପରିଚାଳନା କରିପାରିବେ। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁମତି ଦେଇଛନ୍ତି। ‌ତେବେ ବ୍ୟାଙ୍କ ଖାତା ଖୋଲୁଥିବା ପିଲାମାନେ ପ୍ରାପ୍ତବୟସ୍କ ହେବା ପରେ ସେମାନଙ୍କ ଦସ୍ତଖତ ଆଦି ସଂଗ୍ରହ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। 

  2. 2.ଓଡ଼ିଶା ଇତିହାସରେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ରାଜଧାନୀ ବାହାରେ ସମ୍ବଲପୁରରେ ହୋଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ୧୦ ଜଣ ମନ୍ତ୍ରୀ, ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ସଚିବସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ, ସମସ୍ୟା ଶୁଣିଥିଲେ।

  3. 3.ରୋମାନ୍ କ୍ୟାଥଲିକ୍ ଚର୍ଚ୍ଚର ୨୬୬ତମ ପୋପ୍ ଫ୍ରାନ୍ସିସଙ୍କର ସୋମବାର ୮୮ ବର୍ଷ ବୟସରେ ପରଲୋକ ଘଟିଛି। ଖ୍ରୀଷ୍ଟିଆନ ଧର୍ମର ବୃହତ୍ତମ ଶାଖାର ନେତା ଭାବରେ ପୋପ୍ ଫ୍ରାନ୍ସିସ୍ ବିଶ୍ୱର ୧.୪ ବିଲିୟନ ଲୋକଙ୍କ ଆଧ୍ୟାତ୍ମିକ ମୁଖ୍ୟ ଥିଲେ।

  4. 4.ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ସୋମବାର ଦିନ ଭାରତ ଗସ୍ତରେ ଆସି ଦିଲ୍ଲୀରେ ଅବତରଣ କରିଛନ୍ତି। ଏହା ହେଉଛି ତାଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ।

  5. 5.ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ମହମ୍ମଦ ଆସିଫ କହିଛନ୍ତି ଯେ, ସାଉଦି ଆରବ ୪,୭୦୦ ରୁ ଅଧିକ ପାକିସ୍ତାନୀ ଭିକାରିଙ୍କୁ ଗିରଫ କରି ଦେଶାନ୍ତର କରିଛି।

  6. 6.ସୋମବାର ଇତିହାସ ରଚି ଇସ୍ରୋ ମହାକାଶ କ୍ଷେତ୍ରରେ ଆଉ ଏକ ଉପଲବ୍ଧି ହାସଲ କରିଛି । ଇସ୍ରୋ ୨ଟି ଉପଗ୍ରହକୁ ସଲଗ୍ନ କରିବା(ସ୍ପେଡେକ୍ସ) ମିଶନରେ ଦ୍ବିତୀୟ ଥର ଉପଗ୍ରହର ଡକିଂ ସଫଳତାପୂର୍ବକ ପୁରା କରିଛି।

  7. 7.ବିଜେପି ସାଂସଦ ନିଶିକାନ୍ତ ଦୁବେ  ‘ଭାରତରେ ସମସ୍ତ ଗୃହଯୁଦ୍ଧ ପାଇଁ ପ୍ରଧାନବିଚାରପତି ଦାୟୀ’ ବୋଲି କହିଥିଲେ। ସାଂସଦଙ୍କ ଏହି ମନ୍ତବ୍ୟ ବିରୋଧରେ ଆଗତ ଏକ ଆବେଦନର ଶୁଣାଣି କରି ଏଜିଙ୍କ ଦ୍ବାରସ୍ଥ ହେବାକୁ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  8. 8. କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। 

  9. 9.ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ମାଓମୁକ୍ତ ହେବ ଭାରତ । ଏହି ସଂକଳ୍ପକୁ ପୂରା କରିବାକୁ ରାତି ଦିନ ଏକ କରିଦେଇଛନ୍ତି ପୋଲିସ ଓ ଯବାନମାନେ । ସବୁଦିନ ଜଙ୍ଗଲରେ ଅପରେସନ କରି ମାଓବାଦୀଙ୍କୁ ମାରି ଗଡାଉଛନ୍ତି ଆଉ ମାଓବାଦକୁ ଚେକ୍ ଦେଉଛନ୍ତି । 

  10. 10.କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଫେବ୍ରୁଆରି ୨୦୨୫ ପାଇଁ ଅସ୍ଥାୟୀ ପେରୋଲ ଡାଟା ଜାରି କରିଛି, ଯେଉଁଥିରେ ୧୬.୧୦ ଲକ୍ଷ ସଦସ୍ୟ ସାମିଲ ହୋଇଥିବା ଜଣାପଡିଛି। ଗତ ଫେବୃଆରୀ ୨୦୨୪ ତୁଳନାରେ ନିଟ୍ ପେରୋଲ ସଂଯୋଗରେ ୩.୯୯% ବୃଦ୍ଧି ଘଟିଛି, ଯାହା ନିଯୁକ୍ତି ସୁଯୋଗ ବୃଦ୍ଧି ଏବଂ କର୍ମଚାରୀ ସୁବିଧା ବିଷୟରେ ଅଗ୍ରଗତି ହୋଇଥିବା ସୂଚାଉଛି।

  11. 11.ବିଏସଏନଏଲ୍ ସିମ୍ କାର୍ଡ ବୁକ୍ କରିବାର ୯୦ ମିନିଟ୍ ମଧ୍ୟରେ ଏହି ସିମ୍ କାର୍ଡ ଉପଭୋକ୍ତାଙ୍କ ପାଖରେ ପହଞ୍ଚିଯିବ। ଆପଣଙ୍କୁ କହିରଖୁଛୁ ଯେ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଦ୍ରୁତ ଗତିରେ ସାରା ଦେଶରେ ନିଜର ୪ଜି ନେଟୱାର୍କ ବିସ୍ତାର କରୁଛି।

  12. 12.ଦିଲ୍ଲୀ ମେୟର ନିର୍ବାଚନରୁ ଦୂରେଇ ରହିବ ଆମ ଆଦମୀ ପାର୍ଟି(ଆପ୍‌)। ଦଳ ନିର୍ବାନରେ ଅଂଶଗ୍ରହଣ କରିବ ନାହିଁ ବୋଲି ସୋମବାର ଘୋଷଣା କରିଛି। ଆପ୍‌ର ଏହି ଘୋଷଣା ପରେ ଦିଲ୍ଲୀ ମହାନଗର ନିଗମ(ଏମସିଡି)ର ନିୟନ୍ତ୍ରଣ ବିଜେପି କବଜାକୁ ଯିବା ସ୍ପଷ୍ଟ ହୋଇଛି।

  13. 13.ପଶ୍ଚିମ ବଙ୍ଗରେ ପ୍ରାୟ ୩୨,୦୦୦ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନର ଶୁଣାଣି କରିବେ କଲକତା ହାଇକୋର୍ଟ। ଏହି ମାମଲାର ଶୁଣାଣି ଏପ୍ରିଲ ୨୮ରେ କଲକତା ହାଇକୋର୍ଟ କରିବେ ବୋଲି ସୂଚନା ମିଳିଛି।

  14. 14.ଭିଲ ସେବା ପରୀକ୍ଷାରେ ଠକେଇ ଏବଂ ଭୁଲ ଭାବରେ ଓବିସି ଏବଂ ଅକ୍ଷମତା କୋଟା ଲାଭ ପାଇବା ଅଭିଯୋଗରେ ଅଭିଯୁକ୍ତ ପୂର୍ବତନ ଆଇଏଏସ ପ୍ରୋବେସନର ପୂଜା ଖେଡକରଙ୍କୁ ମେ ୨ରେ ଦିଲ୍ଲୀ ପୁଲିସ ସମ୍ମୁଖରେ ହାଜର ହେବାକୁ ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି।

  15. 15.ଭାରତୀୟ କ୍ରିକେଟର ଉଦୀୟମାନ ତାରକା ମୁଶିର ଖାନଙ୍କୁ ମିଳିଲା ସ୍ବତନ୍ତ୍ର ଉପହାର। କିଙ୍ଗ ବିରାଟ କୋହଲିଙ୍କଠାରୁ ଉପହାର ପାଇ ଖସିରେ ଗଦଗଦ ହେଲେ ମୁଶିର।

186 Y
274 22-04-2025 English
  1. 1.The Reserve Bank Monday permitted banks to allow minors above the age of 10 years to open and operate savings/term deposit accounts independently. The Reserve Bank of India has issued revised instructions on opening and operation in the deposit accounts of minors.

  2. 2.district has been awarded the Prime Minister’s Award for Excellence in Public Administration 2024 under the Holistic Development of Districts category. Collector V Keerthi Vasan received the award from PM Narendra Modi in New Delhi on Public Service Day.

  3. 3.The Uttar Pradesh government Monday said it plans to bring over 2.5 lakh farmers into the fold of natural farming across 282 blocks and 2,144 gram panchayats with investments of more than Rs2,500 crore over the next two years.

  4. 4.The Supreme Court Monday directed former IAS probationer Puja Khedkar, accused of cheating, and wrongly availing of OBC and disability quota benefits in the civil services examination, to appear before Delhi Police May 2.

  5. 5.“As it is, we are alleged of encroaching upon the parliamentary and executive functions,” Supreme Court’s Justice B R Gavai said Monday in an apparent reference to recent attacks on the judiciary while hearing a matter over West Bengal violence.

  6. 6.Pope Francis, history's first Latin American pontiff who charmed the world with his humble style and concern for the poor but alienated conservatives with critiques of capitalism and climate change, has died Monday. He was 88.

  7. 7.West Bengal Chief Minister Mamata Banerjee Monday laid the foundation stone for a 1,600 MW ultra-supercritical thermal power plant at Salboni in Paschim Medinipur district, asserting that the greenfield project marked a significant milestone in the state's industrial and infrastructure development.

  8. 8.Chief Minister Mohan Charan Majhi Monday said that 88 per cent of the 9,377 grievance petitions received by the Chief Minister’s Grievance Cell have been resolved. The CM said this during a public grievance hearing at Sambalpur in Western Odisha.

  9. 9.The STF of West Bengal Police, with assistance of Jharsuguda police, Monday arrested eight persons, including two prime suspects, from Jharsuguda in connection with the violence in the neighbouring state’s Murshidabad district, official sources said.

  10. 10.An 11-yearold boy, who had been missing since April 15 evening, was found dead in a septic tank just 200 metre from his home at Ratanpur under this police limits in Puri district, police said Monday.

  11. 11. Financial Services Secretary M Nagaraju has asked bankers to improve performance in terms of education and housing loans.

  12. 12.Addressing high blood pressure (BP) could lower one's risk of developing cognitive impairment by 16 per cent and dementia by 15 per cent over the following four years, according to clinical trial results published in the journal ‘Nature Medicine’.

  13. 13.Fighting in Ukraine has resumed after the Easter ceasefi re, Russia's President Vladimir Putin said Monday, adding that Moscow was open to any peace initiatives and expected similar attitude from Kyiv.

  14. 14.Gold prices inched closer to the psychological mark of Rs1 lakh per 10 grams as the bullion rates surged Rs1,650 in the national capital Monday on weak dollar and uncertainties over US-China trade war driving demand.

  15. 15.India Monday imposed a 12 per cent provisional safeguard duty for 200 days on fi ve steel product categories, including hot rolled coils, sheets and plates, to protect domestic players from surge in imports.

111 Y
275 21-04-2025 Odia
  1. 1.ବିନା ଚେତାବନୀରେ ୧୦୦୦ରୁ ଅଧିକ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ଭିସା ହଠାତ୍ ରଦ୍ଦ କରାଯାଇଥିବାରୁ ସମଗ୍ର ଆମେରିକାର କ୍ୟାମ୍ପସରେ ଅନିଶ୍ଚିତତା ବଢିବାରେ ଲାଗିଛି। ବିଶ୍ୱବିଦ୍ୟାଳୟ ବିବରଣୀ, ସରକାରୀ ଚିଠିପତ୍ର ଓ ଅଦାଲତ ଫାଇଲିଂ ଆଧାରରେ ୧୬୦ଟି କଲେଜର ଅତି କମ୍‌ରେ ୧୦୨୪ ଜଣ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି।

  2. 2.ଚୀନ ଦିନକୁ ଦିନ ନିଜର ଶକ୍ତି ବୃଦ୍ଧି କରିଚାଲିଛି । ଚୀନ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଅଣ-ପରମାଣୁ ବୋମା ପରୀକ୍ଷଣ କରିଛି । ଏହି ବୋମା ବିସ୍ଫୋରଣ ହେବା ପରେ ପ୍ରଚଣ୍ଡ ତାପମାତ୍ରା ସୃଷ୍ଟି କରିଥାଏ ।

  3. 3.ଓପନ୍‌ ଏଆଇ ଏକ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଉପରେ କାମ କରୁଥିବାର ସୂଚନା ରହିଛି। ଯାହାଫଳରେ ମେଟା ଓ ଏକ୍ସ ପରି ସୋସିଆଲ୍‌ ମିଡିଆକୁ ଏକ କଡ଼ା ପ୍ରତିଦ୍ବନ୍ଦ୍ବୀ ମିଳିବାକୁ ଯାଉଛି ବୋଲି ଚର୍ଚ୍ଚା ହେବା ଆରମ୍ଭ ହୋଇଗଲାଣି।

  4. 4.ରାଜ୍ୟରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର। ୩୦ଟି ଜିଲାର ୩୦ ବିଦ୍ୟାଳୟରେ ଖେଲୋ ଇଣ୍ଡିଆ ସେଣ୍ଟର ଉଦ୍‌ଘାଟିତ ହୋଇଛି। ରବିବାର ଏନେଇ ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ।

  5. 5.ବନ୍ଦେ ଭାରତ ଟ୍ରେନ ଯାତ୍ରା। ରେଲୱେ ପକ୍ଷରୁ ବନ୍ଦେ ଭାରତ ସ୍ଲିପର ଟ୍ରେନ ଲଞ୍ଚ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏହା ଦିଲ୍ଲୀ ଓ ହାୱଡା ଟ୍ରାକରେ ଗଡ଼଼ିବ ବୋଲି ସୂଚନା ମିଳିଛି।

  6. 6.ଭାରତ କିଣୁଥିବା ‌ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୬୮ ଡଲାର ସ୍ତରକୁ ଖସିଆସିଛି। ଗତ ଚାରି ବର୍ଷ (୪୭ ମାସ) ଭିତରେ ଏହା ତୈଳ ଦରର ସର୍ବନିମ୍ନ ସ୍ତର। ଏତେ ଅନୁକୂଳ ସ୍ଥିତି ସତ୍ତ୍ବେ ଦେଶବାସୀଙ୍କୁ ଚଢ଼ା ଦରରେ ପେଟ୍ରୋଲ ଓ ଡିଜେଲ କିଣିବାକୁ ପଡ଼ୁଛି।

  7. 7.ଜମ୍ମୁ-କାଶ୍ମୀରର ରାମବନ, ଧରମକୁଣ୍ଡ ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ଆକସ୍ମିକ ବନ୍ୟା ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି। ଭୂସ୍ଖଳନ ଓ ବନ୍ୟା ଯୋଗୁଁ ୩୦ରୁ ଅଧିକ ଘର ଭୁଶୁଡ଼ି ପଡ଼ିଛି। ଏଥିରେ ୨ ଜଣ ଶିଶୁଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି।

  8. 8.ଦୀର୍ଘ ଦୁଇ ଦଶନ୍ଧି ପରେ ମହାରାଷ୍ଟ୍ରରେ ଠାକରେ ପରିବାରର ପୁନର୍ମିଳନ ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ କରିଛି। ୨୦୦୫ରେ ଶିବସେନା ଛାଡି ନିଜର ଦଳ ଗଠନ କରିଥିବା ରାଜ ଠାକରେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବେ ମରାଠୀ ସଂସ୍କୃତି ଓ ପରିଚୟ ପ୍ରତି ବିପଦ ଥିବା ଦର୍ଶାଇ ଏକାଠି ହେବାର ସଙ୍କେତ ଦେଇଛନ୍ତି ।

  9. 9.କର୍ଣ୍ଣାଟକର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଓମ୍‌ପ୍ରକାଶଙ୍କ କ୍ଷତବିକ୍ଷତ ମୃତଦେହ ରବିବାର ବେଙ୍ଗାଲୁରୁ ଏଚ୍ଏସ୍ଆର୍ ଲେଆଉଟ୍‌ସ୍ଥିତ ବାସଭବନରୁ ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଓମ୍‌ପ୍ରକାଶଙ୍କୁ ହତ୍ୟା କରାଯାଇଥିବାବେଳେ ପତ୍ନୀ ପଲ୍ଲବୀଙ୍କୁ ପୁଲିସ ଅଟକ ରଖିଛି।

  10. 10.ଆମେରିକାର ଉପରାଷ୍ଟ୍ରପତି ଜେମ୍ସ ଡେଭିଡ ଭାନ୍ସ ସୋମବାର(ଏପ୍ରିଲ ୨୧) ରାଜସ୍ଥାନର ରାଜଧାନୀ ଜୟପୁରରେ ପହଞ୍ଚିଛନ୍ତି।

  11. 11.କରଣୀ ସେନାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ଝାଡ଼ଖଣ୍ଡ ରାଜ୍ୟ ସଭାପତି ବିନୟ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

  12. 12.ଭାରତୀୟ ନୌସେନା ପାଇଁ ନୂଆଦିଲ୍ଲୀ ଫ୍ରାନ୍ସରୁ ୨୬ଟି ରାଫାଲ ମେରାଇନ୍‌ ଏୟାରକ୍ରାଫ୍ଟ କିଣିବାକୁ ଯାଉଛି। ଏଥିପାଇଁ ଆସନ୍ତା ୨୮ ତାରିଖରେ ଉଭୟ ଦେଶ ୬୩,୦୦୦ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର କରିପାରନ୍ତି। ଏହା ଦୁଇଦେଶ ମଧ୍ୟରେ ସବୁଠୁ ବଡ଼ ଡିଲ୍‌ ହେବାକୁ ଯାଉଛି।

  13. 13.ଆମେରିକାର ମେରି ପର୍ଲ ଜେଲମର୍‌ ରବିନ୍‌ସନ୍‌ ବିଶ୍ୱର ସବୁଠାରୁ ବଡ଼ ପାଟି ଥିବା ମହିଳା ଭାବେ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ନାମ ଗିନିଜ୍‌ ୱାଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌)ରେ ସ୍ଥାନିତ ହୋଇଛି। ସମ୍ପ୍ରତି ମେରି ନିଜ ପାଟି ଖୋଲା କରିବା ସମୟରେ ତାଙ୍କ ୨ ଓଠ ମଧ୍ୟରେ ଥିବା ଲମ୍ବ ୭.୬୨ ସେ.ମି. ରହୁଛି, ଯାହା ସମଗ୍ର ବିଶ୍ୱରେ ମହିଳାଙ୍କ କ୍ଷେତ୍ରରେ ସର୍ବାଧିକ ହୋଇଥିବା ଜିଡବ୍ଲ୍ୟୁଆର୍‌ କହିଛି।

  14. 14.କିଛିଦିନ ବ୍ୟବଧାନ ପରେ ରାଜ୍ୟକୁ ଫେରିଛି ତାତି। ୪୦ ଡ଼ିଗ୍ରୀ ଉପରେ ୧୧ ସହରର ତାପମାତ୍ରା। ୪୩.୫ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି।

  15. 15.ରାଜସ୍ଥାନ ରୟାଲ୍‌ସର କିଶୋର କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ ଗତକାଲି ନୂଆ ଇତିହାସ ରଚିଥିଲେ। ୧୪ ବର୍ଷ ୨୩ ଦିନ ବୟସରେ ଲକ୍ଷ୍ନୌ ବିପକ୍ଷରେ ପଦାର୍ପଣ କରି ଆଇପିଏଲ୍‌ ଖେଳିବାରେ ସର୍ବକନିଷ୍ଠ ଖେଳାଳି ହୋଇଥିଲେ ।

123 Y
276 21-04-2025 English
  1. 1.Amaravati, the planned capital of Andhra Pradesh, is set to create history as it targets to become the world’s first city to be powered entirely by renewable energy as town planners look to build an ultra-modern yet environmentally sustainable ‘people’s capital’.
  2. 2.In a significant step towards strengthening sports infrastructure at grassroots level, Sports Minister Suryabanshi Suraj Sunday inaugurated 30 Khelo India centres in all the districts of the state.
  3. 3.Legal experts Sunday denounced Vice President Jagdeep Dhankhar and BJP MP Nishikant Dubey’s disparaging remarks against the judiciary, terming those irresponsible and asserting that the dignity and decorum of the top court should be maintained.
  4. 4.Law and Works Minister Prithiviraj Harichandan Sunday raised an alarm about the safety of Srimandir’s Ratna Bhandar saying that it is at risk of collapse due to “years of neglect and deterioration”.
  5. 5.Only 60 per cent of countries have legislations and standards governing food and beverages in schools, according to Global Education Monitoring Report by UNESCO.
  6. 6.Chief Minister Mohan Charan Majhi has approved a proposal for the creation of another battalion of Odisha Industrial Security Force (OISF) in the state, an official said.
  7. 7.Chief Minister Mohan Charan Majhi will conduct a public grievance hearing at the Mahanagar Nigam Offi ce in Durgapali in Sambalpur, Monday, beginning at 8am.
  8. 8.Veteran Communist leader and former CPI Odisha secretary Dibakar Nayak died here Sunday, party sources said. He was 72.
  9. 9.When people across the globe were celebrating the ‘World Heritage Day’ Friday, residents of Kecha village under this block of the district found a revered ancient Jain statue stolen from the village temple.
  10. 10.The Andhra Pradesh government Sunday released a notifi cation for conducting a ‘Mega District Selection Committee’ to fi ll 16,347 teacher posts across the state.
  11. 11.Andhra Pradesh Chief Minister and Telugu Desam Party’s national president N Chandrababu Naidu turned 75 Sunday.
  12. 12.After causing an uproar with his remarks against the Chief Justice of India, BJP MP Nishikant Dubey Sunday fi red a salvo at SY Quraishi, saying he was not an election commissioner but a “Muslim commissioner”, after the latter criticised the Waqf (Amendment) Act as a “sinister and evil plan of the government to grab Muslim lands”
  13. 13.Climate experts have proposed urgent measures, including paid heat leave, free water ATMs at labour hubs and legal recognition for the ‘right to cool’, to protect India’s informal workforce during the extreme summer months.
  14. 14.Automobile exports from India rose by 19 per cent to over 53 lakh units in the last 2024-25 fi scal year driven by robust demand for passenger vehicles, two wheelers and commercial vehicles in the overseas markets.
  15. 15.An Israeli probe into the killings of 15 Palestinian medics last month in Gaza by Israeli forces said Sunday it has found “professional failures” and a deputy commander will be fired.
109 Y
277 20-04-2025 Odia

1.ଅନ୍‌ଲାଇନ୍‌ ଗେମ୍‌ ଖେଳି ୫ ଲକ୍ଷ ଟଙ୍କା ହରାଇବାରୁ ଜଣେ ସଫ୍ଟୱେର୍‌ ଇଞ୍ଜିନିୟର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଚମାରଗାଁ ପଞ୍ଚାୟତ ତେଘରୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାୟଙ୍କ ପୁଅ ସର୍ବଜିତ(୪୪)।

2.ପୁଲିସ ଏନ୍‌କାଉଣ୍ଟର୍‌ ରାଜ୍ୟରେ ଶୂନ ଥିବା ବେଳେ ହଠାତ ଚେଇଁ ଉଠିବା ଏବଂ ଫେବ୍ରୁଆରି ୧୭ରୁ ଏପ୍ରିଲ ୧୬ ତାରିଖ, ମାତ୍ର ମାସକ ମଧ୍ୟରେ ୧୬ ଜଣ ଅପରାଧୀଙ୍କୁ ଏନ୍‌କାଉଣ୍ଟର୍‌ କରିବା ଘଟଣା ରହସ୍ୟମୟ ହେବାରେ ଲାଗିଛି।

3.ରାଜ୍ୟରେ ଆଗାମୀ ୬ଦିନ ଯାଏଁ ପାଣିପାଗ ସ୍ଥିତି କିଭଳି ରହିବ ସେନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପ୍ରେସରିଲିଜ୍ ଜାରି କରିଛି। ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ରାଜ୍ୟର ଅନେକ ସ୍ଥାନରେ କୁଆପଥର ସହ ବିଜୁଳି ଓ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଏଥିରେ କହିଛିl

4.ଆଇକନିକ୍‌ କଳିଙ୍ଗ ଷ୍ଟାଡିୟମରେ ରବିବାରଠାରୁ ଆରମ୍ଭ ହେବାକୁଯାଉଛି କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ। 

5.ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୟୁନାଇଟେଡ କିଙ୍ଗ୍‌ଡମ୍‌ର ସମ୍ମାନଜନକ ‘ସ୍ୟାଣ୍ଡ୍‌ ମାଷ୍ଟର ଆଓ୍ବାର୍ଡ’ରେ ସମ୍ମାନିତ ହୋଇଛନ୍ତିl

6.ରୋମରେ ପ୍ରଥମଥର ପାଇଁ ମଣିଷ ଡିମ୍ବାଶୟ ଫୋଲିକୁଲାର ତରଳ ପଦାର୍ଥରେ ମାଇକ୍ରୋପ୍ଲାଷ୍ଟିକ୍‌ ମିଳିଛି।ଯାହାକି ଅତ୍ୟନ୍ତ ଚିନ୍ତାଜନକ। ଏହା ମହିଳାଙ୍କ ପ୍ରଜନନ କ୍ଷମତା ଉପରେ ଗଭୀର ପ୍ରଭାବ ପକାଇବ। ଯାହାକୁ ନେଇ ଭୟ ସୃଷ୍ଟି ହୋଇଛି। 

7.କଳାହାଣ୍ଡି ଓ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ଏକ ହାଇସ୍କୁଲରେ ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ ଓ ବଳାତ୍କାର କରିବା ଅଭିଯୋଗରେ ଉକ୍ତ ସ୍କୁଲର ଶିକ୍ଷକଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି ଅମ୍ବାଦଳା ପୋଲିସ। ଅଭିଯୁକ୍ତ ହେଲେ ଶେଷଦେବ ପାତ୍ର। 

8.ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍‌ ହାସିନାଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ ଜାରି କରିବା ଲାଗି ବାଂଲାଦେଶ ପୁଲିସ ଇଣ୍ଟରପୋଲକୁ ଆବେଦନ କରିଛି।

9.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ରେ ସାଉଦି ଆରବ ଗସ୍ତରେ ଯିବେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛିl

10.୨୧ରୁ ୨୪ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛିl

11ଜେଇଇ ମେନ୍ ୨୦୨୫ ରେ ଓମ୍ ପ୍ରକାଶ ବେହେରା ଶତ ପ୍ରତିଶତ ନମ୍ବର ରଖି ଶ୍ରେଷ୍ଠ ୨୪ ତାଲିକାରେ ସାମିଲ। ରାଜ୍ୟସ୍ତରୀୟ ଟପ୍ପର ତାଲିକାରେ ନବନୀତ ପ୍ରିୟଦର୍ଶୀ ଅଛନ୍ତି।

12-ଟ୍ୱିନ ସିଟିରେ ହେବ ନୂଆ ଆଇଟି ପାର୍କ, ୫ ବର୍ଷରେ ସଡ଼କ ନିର୍ମାଣରେ ଖର୍ଚ୍ଚ ହେବ ୨ ଲକ୍ଷ ୩୦ ହଜାର କୋଟି: ଆଇନ ଓ ପୂର୍ତ୍ତମନ୍ତ୍ରୀ ସୂଚନାl

13.ଆସନ୍ତା ୨୪ରେ, ୧ ଲକ୍ଷ ୭୦ ହଜାର ମହିଳା ଏକା ଥରକେ ଦୁଇଟି କିସ୍ତି ସୁଭଦ୍ରା ଯୋଜନା ଟଙ୍କା ପାଇବେ।

14.୨୧ରେ ମହାପ୍ରଭୁଙ୍କ ପଇତା ଲାଗି,ଓ ୨୩ରେ ବନକ ଲାଗି, ଶ୍ରୀମନ୍ଦିରରେ ରହିବ ଦର୍ଶନ କଟକଣା।

15-ଜାମ୍ବୁଗୁଡା ଗାଁକୁ ନଥିଲା ରାସ୍ତା, ବାହାଘର ପାଇଁ ନିଜ ଖର୍ଚ୍ଚରେ ରାସ୍ତା ତିଆରି କଲେ ରାୟଗଡାର ଯୁବକ।

16.ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀର ହେବ ଆଉ ଏକ ବାଟାଲିୟନ, ସୃଷ୍ଟି ହେବ ୧୦୪୦ ନୂଆ ପଦବୀ।

17.ରାୟଗଡ଼ାରେ ଚାଞ୍ଚଲ୍ୟ, ୬ଷ୍ଠ ଶ୍ରେଣୀର ଛାତ୍ରୀ ୬ ମାସର ଗର୍ଭବତୀ,ଘଟଣାର ତଦନ୍ତ ଚାଲିଛି 

18.ଓ୍ୱାଶିଂଟନ:MIT ପାନଥିଅନ ଗ୍ଲୋବାଲ ରାକିଂ, ତାଲିକାରେ ଦ୍ରୈ।ପଦୀ ମୁର୍ମୁ ,ପ୍ରତିଭା ରାୟ ଓ ମାନସୀ ପ୍ରଧାନ।

19.ପୁଟିନଙ୍କ ସାମୟିକ ଯୁଦ୍ଧ ବିରତି ଘୋଷଣା, ସତର୍କ ରହିବାକୁ ସେନାକୁ ନିର୍ଦେଶ।

20.-ଷ୍ଟୁଡେଣ୍ଟସ ଭିସାକୁ ଟ୍ରମ୍ପ ଛାଟ, ଭାରତୀୟ ଛାତ୍ରଛାତ୍ରୀ ଛାନିଆ,୫ ଶହ ଭାରତୀୟଙ୍କ ଷ୍ଟୁଡେଣ୍ଟସ ଭିସା ରଦ୍ଦ।

 

140 Y
278 19-04-2025 Odia
  1. 1.ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରକୁ ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏହା ଉପରେ ଖୁସି ପ୍ରକାଶ କରିଛନ୍ତି।

  2. 2.ଗାଜାରେ ଇସ୍ରାଏଲର ଆକ୍ରମଣରେ ୨ ହାତ ହରାଇଥିବା ପାଲେଷ୍ଟିନୀୟ ବାଳକଙ୍କ ଫଟୋକୁ ୨୦୨୫ ବର୍ଷ ପାଇଁ ଓ୍ବାଲର୍‌ଡ ପ୍ରେସ୍‌ ଫଟୋ ଅଫ୍‌ ଦି ଇୟର ଭାବେ ସମ୍ମାନିତ କରାଯାଇଛି।

  3. 3.ୟେମେନରେ ହୁଥି ବିଦ୍ରୋହୀଙ୍କୁ ଟାର୍ଗେଟ କରି ଆମେରିକା ପୁଣି ଥରେ ଘାତକ ବୋମାମାଡ଼ କରିଛି। ଆମେରିକାର ସଦ୍ୟତମ ଆକ୍ରମଣ ହୁଥିଙ୍କ ଅଧିକୃତ ରାସ ଏସା ତୈଳ ବନ୍ଦର ଉପରେ କରାଯାଇଛି। ଆମେରିକାର ଏହି ବିମାନ ଆକ୍ରମଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ ଜଣ ଆହତ ହୋଇଛନ୍ତି।

  4. 4.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟରୁ ଏକ ଝଟକା ଲାଗିଛି। ଜନ୍ମ ଅନୁସାରେ ନାଗରିକତା ଉପରେ ରୋକ ​​ଲଗାଇବା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବକୁ କୋର୍ଟ ଅବରୋଧ କରିଛନ୍ତି। ତଥାପିକୋର୍ଟ ଏହି ପ୍ରସଙ୍ଗରେ ଯୁକ୍ତି ଶୁଣିବାକୁ ରାଜି ହୋଇଛନ୍ତି ଏବଂ ଏହା ମେ ମାସରେ ଶୁଣାଣି ହେବ।

  5. 5.୧୯୯୩ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ। ସେ ଆସନ୍ତା ଜୁଲାଇ ୧ ତାରିଖରେ ସଂସଦୀୟ ବ୍ୟାପାର ସଚିବ ଦାୟିତ୍ବ ନେବେ। 

  6. 6.ମଧ୍ୟପ୍ରଦେଶର ବୁର୍‌ହାନପୁର ଘଟିଛି ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ୨୫ ବର୍ଷୀୟ ଯୁବକଙ୍କୁ ତାଙ୍କ ୧୭ ବର୍ଷୀୟ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ ମିଶି ରାସ୍ତାରୁ ସଫା କରିଦେଇଛନ୍ତି। ପୀଡିତଙ୍କୁ ୩୬ ଥର ମଦ ବୋତଲ ଭୁସି ହତ୍ୟା କରାଯାଇଛି।

  7. 7.ମୁର୍ଶିଦାବାଦରେ ପହଞ୍ଚିଲେ ପଶ୍ଚିମବଙ୍ଗ ରାଜ୍ୟପାଳ । ହିଂସାସ୍ଥଳ ବୁଲି ଦେଖିବା ସହ ପୀଡିତଙ୍କ ସହ କଥା ହେବେ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସାସ୍ଥଳକୁ ନଯିବାକୁ ଅନୁରୋଧ କରିବା ପରେ ବି ତାଙ୍କ କଥାକୁ ଏଡାଇ ଦେଇ ଶେଷରେ ହିଂସାସ୍ଥଳରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ।

  8. 8.୧୪ ଜଣ କୃଷକଙ୍କ ସମେତ ୧୪ ଜଣ ଅଧିକାରୀଙ୍କୁ ନେଇ ଗଠିତ ଏହି ୨୮ ଜଣିଆ ଟିମ କାଲିଠାରୁ ସପ୍ତାହବ୍ଯାପୀ ମାଲେସିଆ ଗସ୍ତରେ ଯାଇ କୃଷିଭିତ୍ତିକ ପ୍ରଶିକ୍ଷଣ ନେବେ । ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା, ଲକ୍ଷ୍ନୌ ସ୍ଥିତ ବ୍ୟାଙ୍କର୍ସ ଇନଷ୍ଟିଚ୍ୟୁଟ ଅଫ୍ ରୁରାଲ ଡେଭଲପମେଣ୍ଟ (BIRD) ଏବଂ ନାବାର୍ଡର ମିଳିତ ଆୟୋଜନରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହେଉଛି ।

  9. 9.ଓଡ଼ିଶା ସରକାର ଆଗାମୀ ପାଞ୍ଚ ବର୍ଷରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୪,୧୨୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି।

  10. 10.ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ୨୨ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।

  11. 11.ୟୁପିଆଇ ପ୍ରଦାନରେ ଜିଏସଟି ଖବରକୁ ମିଥ୍ୟା ବୋଲି ଅର୍ଥ ମନ୍ତ୍ରାଳୟ କହିବା ସହିତ ଡିିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବାରେ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ସ୍ପଷ୍ଟୀକରଣ ରଖାଯାଇଛି।

  12. 12.ବିଶ୍ୱ ଐତିହ୍ୟ ତାଲିକାରେ ଭାରତର ୪୩ଟି ସ୍ଥାନ ଥିବା ବେଳେ ୟୁନେସ୍କୋର ଅସ୍ଥାୟୀ ତାଲିକାରେ ଆଉ ୬୨ଟି ସ୍ଥାନ ରହିଛି। ୧୯୮୩ ମସିହାରେ ଆଗ୍ରା ଦୁର୍ଗ, ତାଜମହଲ, ଅଜନ୍ତା ଗୁମ୍ଫା ଏବଂ ଏଲୋରା ଗୁମ୍ଫା ତାଲିକାଭୁକ୍ତ ହେବା ପରେ ଦେଶର ଯାତ୍ରା ଆରମ୍ଭ ହୋଇଥିଲା।

  13. 13.ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ନିଜ ମନ ପସନ୍ଦର ସଙ୍ଗୀତ ଶୁଣନ୍ତି ତେବେ ତାଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇପାରେ। ଏପରି ଆକଳନ ଟୋକିଓ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ କରିଛନ୍ତି ।

  14. 14.ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ହାଇଦ୍ରାବାଦ ୟୁନିଟ୍ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ୨୭.୫ କୋଟି ଟଙ୍କାର ସେୟାରକୁ ଅସ୍ଥାୟୀ ଭାବେ ଜବତ କରିଛି।

  15. 15.କେନ୍ଦ୍ର ସରକାର ଫେସ୍ ଆଧାରିତ ପ୍ରମାଣୀକରଣ ମୋବାଇଲ ଆପ୍ ପ୍ରସ୍ତୁତ କରିଛନ୍ତି ଯାହା ପ୍ରତ୍ୟେକ ଡାକ୍ତରଙ୍କ ଫୋନ୍‌ରେ ଇନ୍‌ଷ୍ଟଲ୍‌ କରାଯିବ। ଡାକ୍ତରମାନେ ହସ୍ପିଟାଲ୍‌ରେ ପହଞ୍ଚିବା ପରେ ଆପ୍‌ ଜରିଆରେ ସେଲ୍‌ଫି ଦେବାକୁ ପଡ଼ିବ। ଏଥିସହିତ ଆପ୍‌ରେ ଥିବା ବ୍ୟବସ୍ଥା ଅନ୍ତର୍ଗତ ଜିପିଏସ୍‌ ଲୋକେସନ୍‌ ମଧ୍ୟ ଦେବାକୁ ପଡ଼ିବ।

  16. 16.ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ୍‌ କାର୍ଡ। ୬ଲକ୍ଷରୁ ଅଧିକ ଆବେଦନକାରୀଙ୍କୁ ରାସନ୍‌ କାର୍ଡ ମିଳିବ। ପାରମ୍ପରିକ କାର୍ଡ ବଦଳରେ ଏଥର ରଙ୍ଗିନ କାର୍ଡ ପାଇବେ ହିତାଧିକାରୀ।

  17. 17.ଜଙ୍ଗଲ ମଞ୍ଜୁରି ପାଇବାରେ ହେଉଥିବା ବିଳମ୍ବ ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ରେଳଠାରୁ ଆରମ୍ଭ କରି ଶକ୍ତି, ଶିକ୍ଷା ଓ ଜଳ ସମ୍ପଦ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଯେଭଳି ନିର୍ଧାରିତ ସମୟରେ ଶେଷ ହୋଇପାରିବ।

  18. 18.ଉଚ୍ଚଶିକ୍ଷା ବିଭାଗ ଅଧୀନ ୧୭ଟି ବିଶ୍ବବିଦ୍ୟାଳୟ ମଧ୍ୟରୁ ୧୦ଟିରେ ନିୟମିତ କୁଳପତି ନାହାନ୍ତି। ଉତ୍କଳ ଓ ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୬ ମାସ ଲେଖାଏଁ ବୃଦ୍ଧି ହୋଇଛି।

  19. 19.ଆସନ୍ତା ମେ’ ୧ରୁ ‌‌ଦେଶରେ ଉପଗ୍ରହ ଟୋଲ ବ୍ୟବସ୍ଥା ଲାଗୁ ହେବନାହିଁ। କେନ୍ଦ୍ର ସରକାର ଏହା ସ୍ପଷ୍ଟ କରିଛନ୍ତି। 

  20. 20.ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୫ର ୩୪ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପଂଜାବ କିଙ୍ଗ୍‌ସ ୫ ୱିକେଟ୍‌ରେ ପରାସ୍ତ କରିଛି।

135 Y
279 19-04-2025 English
  1. 1.UNESCO has added 74 new documentary heritage collections to its Memory of the World Register, including manuscripts of the Bhagavad Gita and Bharat Muni’s Natyashastra from India.

  2. 2.The government Friday clarified that it is not mulling to levy GST on UPI transactions above Rs 2,000.

  3. 3.Chief Minister M K Stalin Friday slammed Union Home Minister Amit Shah for accusing the DMK regime of using issues such as NEET and delimitation as diversionary tactic and challenged him to give "clear answers" to prove his point.

  4. 4.US airstrikes targetting an oil port held by Yemen's Houthi rebels killed 74 people and wounded 171 others, the group said Friday, marking the single-deadliest known attack under President Donald Trump's new campaign targetting the rebels.

  5. 5.Senior IAS offi cer Nikunja Bihari Dhal, who is currently serving as Additional Chief Secretary to the Chief Minister of Odisha, has been appointed as Secretary in Ministry of Parliamentary Affairs .

  6. 6. Amidst allegations of illegal coal mining and smuggling in Sundargarh district, the state government Friday dispatched two ministers to conduct an onthe-spot inquiry.

  7. 7.In a bid to ensure expeditious clearance of forest land for various development projects, the state government Friday decided to hold weekly review meetings every Tuesday.

  8. 8.In a move aimed at strengthening Public Distribution System (PDS), the state government is set to issue new ration cards to eligible beneficiaries under National Food Security Act (NFSA) and the State Food Security Scheme (SFSS).

  9. 9.Mahendra Hembram, 48, who spent 25 years in prison for the 1999 killing of Australian missionary Graham Staines and his two sons in Manoharpur village, was released this week and says he will now dedicate his life to social service and the protection of Sanatan Dharma.

  10. 10.Indian astronaut Shubhanshu Shukla is set to travel to the International Space Station next month as part of an Axiom-4 mission, four decades after Rakesh Sharma’s iconic spacefl ight onboard Russia's Soyuz spacecraft, Union Minister Jitendra Singh said Friday.

  11. 11.A rare exposition of the sacred tooth relic of Lord Buddha began Friday in Sri Lanka’s central town of Kandy after a gap of 16 years, according to an offi cial statement.

  12. 12. Israeli airstrikes hit about 40 targets across the Gaza Strip over the past day, the military said Friday, hours after Hamas rejected an Israeli ceasefire offer that it said fell short of its demand to agree a full end to the war.

  13. 13.A portrait of a young Palestinian boy who lost both arms as a result of an Israeli attack in Gaza was honoured Thursday as World Press Photo of the year.

  14. 14.After registering negative growth, the country's gold imports, which impact Current Account Defi cit (CAD), jumped by 192.13 per cent to $4.47 billion in March. Gold imports stood at $1.53 billion in January 2024.

  15. 15. Former West Bengal BJP president Dilip Ghosh tied the knot with party colleague Rinku Majumdar in an intimate ceremony Friday.

102 Y
280 18-04-2025 Odia
  1. 1.ୱକଫ୍‌ ଆଇନର କେତେକ ବ୍ୟବସ୍ଥା ଉପରେ ସୁପ୍ରିମ୍‌କୋର୍ଟ   ୭ ଦିନ ପାଇଁ ରୋକ୍ ଲଗାଇବା ସହ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  2.  2.ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ନିଜ ଚାକିରି ହରାଇଥିବା ୧୩ ହଜାରରୁ  ସଚ୍ଚୋଟ  ଶିକ୍ଷକ ସେମାନଙ୍କ ଚାକିରିରେ ରହିପାରିବେ ବୋଲି ଆଜି ସୁପ୍ରିମ୍‌କୋର୍ଟ କହିଛନ୍ତି।

  3. 3.ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗୁରୁବାର ସୁପ୍ରିମ୍‌କୋର୍ଟର କ୍ଷମତା ଉପରେ କଡ଼ା  ମନ୍ତବ୍ୟ ଦେଇ କହିଛନ୍ତି ଯେ ଗଣତନ୍ତ୍ରରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ଉଚିତ ନୁହେଁ, ଯେଉଁଠାରେ ଅଦାଲତ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦିଅନ୍ତି।

  4. 4.ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଦେଶୀ ମୁଦ୍ରା ପରିଚାଳନା ଆଇନ (FEMA) ଉଲ୍ଲଂଘନ ମାମଲାରେ ବେଙ୍ଗାଲୁରୁର କୁକୁର ବ୍ରିଡ଼ର ସତୀଶଙ୍କ ଘରେ ଚଢାଉ କରିଛି। ସତୀଶ ନାମକ ଏହି ବ୍ୟକ୍ତି ଦାବି କରିଥିଲେ ଯେ ସେ ୫୦ କୋଟି ଟଙ୍କାରେ ବିଶ୍ୱର ସବୁଠାରୁ ମହଙ୍ଗା କୁକୁର କିଣିଛନ୍ତି।

  5. 5.ସୁପ୍ରିମକୋର୍ଟ ୱାକଫ ସଂଶୋଧନ ଆଇନ ଉପରେ ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ସ୍ଥଗିତ ରଖିଛନ୍ତି। ବର୍ତ୍ତମାନ ୱାକଫ ବୋର୍ଡ କିମ୍ବା ୱାକଫ ପରିଷଦରେ କୌଣସି ନିଯୁକ୍ତି ହେବ ନାହିଁ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବା ପରେ କୋର୍ଟ ଏହା କରିଛନ୍ତି । ଏହା ସହିତ, ବ୍ୟବହାରକାରୀଙ୍କ ଦ୍ୱାରା ପଞ୍ଜିକୃତ କିମ୍ବା ଘୋଷିତ ୱାକଫ ସମ୍ପତ୍ତିଗୁଡ଼ିକୁ ବିସୂଚିତ କରାଯିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୫ ତାରିଖରେ ହେବ।

  6. 6.ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ମନ୍ତ୍ରୀ ସଞ୍ଜୀବ ଗୋଣ୍ଡ ଦିବୁଲଗଞ୍ଜ ୟୁନାଇଟେଡ ହସ୍ପିଟାଲର ଜଣେ ଡାକ୍ତରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ଜଙ୍ଗଲରେ ଛାଡ଼ି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟମନ୍ତ୍ରୀ ସଞ୍ଜୀବ ଗୋଣ୍ଡ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ହସ୍ପିଟାଲର ସିଏମଏସ ଡାକ୍ତର ରବି ପ୍ରତାପ ସିଂହ ତାଙ୍କୁ ସ୍ୱାଗତ କରିବାକୁ ଆସି ନଥିଲେ। ଏଥିରେ ମନ୍ତ୍ରୀ ରାଗିଯାଇଥିଲେ।

  7. 7.ଆସନ୍ତା ୩ ବର୍ଷ ମଧ୍ୟରେ ଭାରତ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ହେବ। ଜର୍ମାନୀ ଓ ଜାପାନକୁ ଟପିଯିବ। ଏଥିସହିତ ୨୦୪୭ ମସିହା ସୁଦ୍ଧା ଭାରତ ବିଶ୍ବର ଦ୍ବିତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହେବ ବୋଲି ନିତି ଆୟୋଗ ସିଇଓ ବିଭିଆର୍‌ ସୁବ୍ରମଣ୍ୟମ୍‌ କହିଛନ୍ତି।

  8. 8.ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଓ ତାଙ୍କ ପୂର୍ବତନ ପତ୍ନୀ ମେଲିଣ୍ଡା ଗେଟ୍‌ସଙ୍କ ମଧ୍ୟରେ ୨୦୨୧ରେ ଘଟିଥିବା ବିବାହ ବିଚ୍ଛେଦ ହେଉଛି ବିଶ୍ବର ସବୁଠୁ ମହଙ୍ଗା ବିଚ୍ଛେଦ। ଦୀର୍ଘ ୨୭ ବର୍ଷର ବୈବାହିକ ଜୀବନ ବିତାଇବା ପରେ ବିଲ୍ ଓ ମେଲିଣ୍ଡା ପରସ୍ପରଠାରୁ ଅଲଗା ହୋଇଥିଲେ। ଏହି ବିଚ୍ଛେଦରୁ ମେଲିଣ୍ଡାଙ୍କୁ ୧୩,୦୦୦ କୋଟି ଡଲାର (୧୧,୧୦,୪୬୨ କୋଟି ଟଙ୍କା) ମିଳିଛି।

  9. 9.ଚଳିତମାସ ୧୧ତାରିଖରେ ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ ହୋଇଛି। ହିତାଧିକାରୀଙ୍କୁ ଏବେ କାର୍ଡ ବାଣ୍ଟିବା କାର୍ଯ୍ୟ ଆରମ୍ଭ ହୋଇଛି। ରୋଗୀ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସଫ୍‌ଟୱେରରେ ଗୁରୁତର ସମସ୍ୟା କାରଣରୁ ରୋଗୀମାନେ ତୁରନ୍ତ ଆଡ୍‌ମିସନ ନ ପାଇ ହଟହଟା ହେଉଛନ୍ତି।

  10. 10.ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ। ଏଥିପାଇଁ ଆଜି ସେ ଶଙ୍ଖ ଭବନରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଉ କେହି ନାମାଙ୍କନ କରି ନଥିବାରୁ ନବୀନ ହିଁ ପୁଣି ନିଦ୍ଵନ୍ଦରେ ସଭାପତି ହେ‌ବା ଏକପ୍ରକାର ନିଶ୍ଚିତ ହୋଇଛି।

  11. 11.ଟ୍ରାଫିକ୍ ଓ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ, ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବି ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି।

  12. 12.ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଗଡ଼କରୀ ୪୧୩୭ କୋଟି ଟଙ୍କାର ୧୯ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି।  ଖୁବ୍‌ଶୀଘ୍ର ରାଜ୍ୟରେ ୭୫ହଜାର କୋଟି ଟଙ୍କ‌ା ବ୍ୟୟରେ ୨୨୩୦କିମି ରାସ୍ତା ନିର୍ମାଣ ହେବ। ଏନେଇ ଡିପିଆର୍ ପ୍ରସ୍ତୁତ ହୋଇସାରିଛି, କାର୍ଯ୍ୟାଦେଶ ଦିଆଯିବ। ସେହିପରି ଓଡ଼ିଶାରେ ୫ହଜାର କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ବାଇପାସ୍ ରୋଡ୍ ପ୍ରକଳ୍ପକୁ ମଞ୍ଜୁରି ମିଳିଛି।

  13. 13.ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଭିକମପାଲି ପଞ୍ଚାୟତ ପୂଜାରୀପାଲିରୁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ର ଜରିମୂଳିକୁ ସଂଯୋଗ କରିବାକୁ ଥିବା ୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ସମ୍ପର୍କ ସେତୁର ଶିଳାନ୍ୟାସ ହୋଇଛି।

  14. 14.ମଧ୍ୟପ୍ରଦେଶର ଗ୍ବାଲିୟରସ୍ଥିତ ରାମକୃଷ୍ଣ ମିଶନର ଜଣେ ସାଧୁ ସାଇବର ଅପରାଧୀମାନେ ସ୍ଵାମୀ ସୁପ୍ରଦୀପ୍ତାନନ୍ଦ ମହାରାଜଙ୍କୁ ଦୀର୍ଘ ୨୬ ଦିନ ଧରି ଡିଜିଟାଲ ଆରେଷ୍ଟରେ ରଖିଥିବାବେଳେ ତାଙ୍କଠାରୁ ଅନଲାଇନରେ ୨.୫୨ କୋଟି ଟଙ୍କା ଲୁଟି ନେଇଛନ୍ତି।

  15. 15.ଆଇଏସ୍‌ଏସ୍‌ଏଫ୍‌ ସୁଟିଂ ବା ବନ୍ଧୁକ ଚାଳନା ବିଶ୍ବକପ୍‌ରେ ୨ୟ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ଭାରତର ସୁରୁଚି ସିଂହ। କ୍ରମାଗତ ୨ୟ ଦିନରେ ସୁରୁଚିଙ୍କ ଏହା ୨ୟ ସ୍ଵର୍ଣ୍ଣ।

142 Y