-
1.ମଧ୍ୟପ୍ରଦେଶ କ୍ୟାଡରର ୧୯୯୩ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ସୋନାଲି ମିଶ୍ରାଙ୍କୁ ରେଳ ସୁରକ୍ଷା ବଳର ମହାନିର୍ଦ୍ଦେଶକ (DG) ଭାବରେ ନିଯୁକ୍ତ କରାଯାଇଛି।
-
2.କର୍ଣ୍ଣାଟକର ଗୋକର୍ନରେ ରାମତୀର୍ଥ ପର୍ବତ ଉପରେ ଏକ ନିର୍ଜନ ତଥା ବିପଜ୍ଜନକ ଗୁମ୍ଫାରୁ ପୁଲିସ ଜଣେ ରୁଷୀୟ ମହିଳା ଏବଂ ତାଙ୍କର ୨ ଝିଅଙ୍କୁ ପାଇଛି।
-
3.ଆମେରିକାର କାଲିଫର୍ଣ୍ଣିଆରେ ଏଫବିଆଇକୁ ବଡ଼ ସଫଳତା ମିଳିଛି । ଏଫବିଆଇ ଓ ଅନ୍ୟ ସୁରକ୍ଷା ଏଜେନ୍ସିଙ୍କ ମିଳିତ ଅପରେସନ ଫଳରେ ୮ ଜଣ କୁଖ୍ୟାତ ଖଲିସ୍ଥାନୀ ସମର୍ଥକ ଗିରଫ ହୋଇଛନ୍ତି ।
-
4.ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ଏବେ ଆଧାର କାର୍ଡରେ ଠିକଣା ଅପଡେଟ୍ କରିବାର ପ୍ରକ୍ରିୟାକୁ ଏତେ ସହଜ କରିଛି ଯେ ଆପଣ ଘରେ ବସି କିଛି ମିନିଟ୍ ମଧ୍ୟରେ ଏହି କାମ ଅନଲାଇନରେ କରିପାରିବେ।
-
5.ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁସାରେ , ଦାରିଦ୍ର୍ୟ ସୀମାରେଖା ତଳେ ପାକିସ୍ତାନର ୪୪.୭% ଜନସଂଖ୍ୟା ।
-
6.ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼, ୧୦ ବୋମାବର୍ଷୀ ଯୁଦ୍ଧବିମାନ ପଠାଇଲା ।
-
7.ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହୃତ ବୋଲି ରେଢ଼ାଖୋଲରେ ମହାସଂଘର ସହ ସମ୍ପାଦକ ଘୋଷଣା କଲେ ।
-
8.ନବୀନ ପଟ୍ଟନାୟକ ସୁସ୍ଥ ହୋଇ ଫେରିଲେ। ନବୀନଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ବିଜେଡି କର୍ମୀଙ୍କ ଭିଡ ।
-
9.ଭୁବନେଶ୍ୱର ଏକାମ୍ର ଉଦ୍ୟାନରେ ଗୋଲାପ ବାଟିକା ହେବ। ୨୦୦ ପ୍ରକାରର ଚାରା ଲାଗିଚି,ସେଲ୍ଫି ପଏଣ୍ଟ କାମ ଚାଲିଛି ।
-
10.ପୁରୀ ଡେଲାଙ୍ଗରେ ବାର୍ଡ ଫ୍ଲୁ ପରେ ବଢ଼ିଲା ଭୟ ; କୁକୁଡ଼ାମରା ଅଭିଯାନ ଆରମ୍ଭ ହେଲା ।
-
11.ବାଲେଶ୍ଵର ଫକୀର ମୋହନ ସ୍ଵଂୟଶାସିତ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଗିରଫ ହୋଇଛନ୍ତି ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁ,କଲେଜ ଅଧ୍ୟକ୍ଷ ଦିଲୀପ କୁମାର ଘୋଷ ବି ନିଲମ୍ବିତ ।
-
12.ଭାରତ ସାର ଉତ୍ପାଦନରେ ଆତ୍ମନିର୍ଭର ହେବ । ତାଳଚେର ରେ ପ୍ରଥମ କୋଇଲା ଚାଳିତ ସାରକାରଖାନା ହେବ ।
-
13.କଟକ ଓସିଏ କନଫରେନ୍ସ ହଲ୍ରେ ଲାଗିଲା ନିଆଁ, ଅନେକ ଆସବାବପତ୍ର ପୋଡି ନଷ୍ଟ ହୋଇଗଲା ।
-
14.ଶିମିଳିପାଳରେ ବଢୁଛି ବାଘ ସଂଖ୍ୟା, ପୁଣି କଳା ବାଘୁଣୀ ୩ ଟି ଛୁଆ ଜନ୍ମ ଦେଲା ।
-
15.ଇଟାଲୀ ପ୍ରଥମ ଥର ICC ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ।