-
1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ତାଙ୍କ ସରକାର ସବୁ ପ୍ରକାର ଆତଙ୍କବାଦକୁ ବିରୋଧ କରୁଛି।
-
2.ପାକିସ୍ତାନୀ ଯାତ୍ରୀ ବିମାନ ଓ ସାମରିକ ବିମାନ ପାଇଁ ଭାରତର କଟକଣା ବଳବତ୍ତର ରହିବ। ଏନେଇ ପୂର୍ବରୁ ଭାରତ ଜାରି କରିଥିବା ଆକାଶମାର୍ଗ କଟକଣାକୁ ଜୁନ୍ ୨୩, ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
-
3. ବାଂଲାଦେଶରେ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି)ର ବିକ୍ଷୋଭ ଏବଂ ଦିନକ ପୂର୍ବରୁ ସେନା ମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନଙ୍କ କଡ଼ା ଚେତାବନୀ ପରେ ଏହା ଘଟିଛି।
-
4.ଦିଲ୍ଲୀ ସରକାର କରୋନା ମହାମାରୀକୁ ନେଇ ପରାମର୍ଶାବଳି ଜାରି କରିଛନ୍ତି। ଜାତୀୟ ରାଜଧାନୀରେ ହସ୍ପିଟାଲ୍ଗୁଡ଼ିକ ବେଡ୍ ପ୍ରସ୍ତୁତ ରଖିବା ସହ ଅକ୍ସିଜେନ୍, ମେଡିସିନ୍ ଏବଂ ଟିକାର୍ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ କୁହାଯାଇଛି।
-
5.ମାତୃତ୍ବ ଛୁଟି ହେଉଛି ମାତୃତ୍ବ ସୁବିଧାର ଏକ ଅଭିନ୍ନ ଅଙ୍ଗ ଏବଂ ମହିଳାଙ୍କ ପ୍ରଜନନ ଅଧିକାରର ଏକ ପ୍ରମୁଖ ଅଂଶ। ଜଣେ ମହିଳାଙ୍କୁ ମାତୃତ୍ବ ଛୁଟି ଅଧିକାରରୁ କୌଣସି ସଂସ୍ଥା ବଞ୍ଚିତ କରିପାରିବେନି ବୋଲି ଆଜି ସୁପ୍ରିମ୍କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି।
-
6.ଚଳିତ ବର୍ଷ ଏଯାବତ କୋଟାରେ ୧୪ ଛାତ୍ର ଆତ୍ମହତ୍ୟା କରିଥିବା ଶୁଣିବା ପରେ ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଆର୍ ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି, ଏହା ଅତ୍ୟନ୍ତ ସାଂଘାତିକ ପ୍ରସଙ୍ଗ। ଏହି ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଦ୍ବାରା କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି, ସେ ସଂକ୍ରାନ୍ତରେ କୋର୍ଟ ସରକାରଙ୍କଠାରୁ ବିସ୍ତୃତ ବିବରଣୀ ମାଗିଛନ୍ତି।
-
7.ସୁପ୍ରିମକୋର୍ଟର ବିଚାରପତି ଅଭୟ ଏସ. ଓକା ତାଙ୍କ ବିଦାୟୀ ଭାଷଣରେ କହିଥିଲେ ଯେ ଜଷ୍ଟିସ୍ (ପୂର୍ବତନ ସିଜେଆଇ) ସଞ୍ଜିବ ଖାନ୍ନା ଆମକୁ ସ୍ୱଚ୍ଛତାର ପଥରେ ଆଗକୁ ନେଇଯାଇଥିଲେ। ବର୍ତ୍ତମାନର ସିଜେଆଇ ବି.ଆର. ଗଭାଇଙ୍କ ରକ୍ତରେ ଗଣତାନ୍ତ୍ରିକ ମୂଲ୍ୟବୋଧ ରହିଛି।
-
8.ଲକ୍ଷ୍ନୌର ଏଡିଜେ କୋର୍ଟ କୁଖ୍ୟାତ ସିରିଆଲ କିଲର ରାମ ନିରଞ୍ଜନ ଓରଫ ରାଜା କୋଲନ୍ଦରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
-
9.ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଗୁଳିମାଡ଼ରେ ୪ ଜଣ ମାଓବାଦୀ ନିପାତ ହୋଇଛନ୍ତି। ମହାରାଷ୍ଟ୍ର-ଛତିଶଗଡ଼ର ସୀମାନ୍ତ ଗଡ଼ଚିରୋଲି ଥାନା ଅଧୀନ ଏକ ଜଙ୍ଗଲରେ ହୋଇଥିବା ଏନ୍କାଉଣ୍ଟରରେ ମାଓବାଦୀମାନେ ପୁଣି ଥରେ ପରାଜିତ ହୋଇଛନ୍ତି।
-
10.ଓଲା ଇଲେକ୍ଟ୍ରିକ ଏହାର ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ରୋଡଷ୍ଟର ଏକ୍ସର ଡେଲିଭରି ଆରମ୍ଭ କରିଛି।
-
11.ଅନୁଜ ପଟ୍ଟନାୟକ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ହେଲେ । କାମଚଳା ନିର୍ଦ୍ଦେଶକ ଦେବପ୍ରସାଦ ଦାଶ ବଦଳିଲେ।
-
12.ଶ୍ରୀକ୍ଷେତ୍ରର ଗୋଟିଏ ସ୍ଥାନରେ ହେବ ସମସ୍ତ ମଠର ବିଜେସ୍ଥଳି, ଭାଙ୍ଗିଥିବା ମଠର ହେବ ପୁନଃ ନିର୍ମାଣ କରାଯିବ।
-
13.ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଯୁବକଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ୍ ଦିଆଯିବ। ମାସିକ ୧ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ । ଆବେଦନର ଶେଷ ତାରିଖ ଜୁନ୍ ୧୬।
-
14.ଗୋଟିଏ ମତଦାନ କେନ୍ଦ୍ରରେ ସର୍ବାଧିକ ଭୋଟରଙ୍କ ସଂଖ୍ୟାକୁ ୧୫୦୦ ରୁ ୧୨୦୦କୁ ଯାଏ ହ୍ରାସ କରାଯିବ। ଏହି ପଦକ୍ଷେପ ମତଦାନ କେନ୍ଦ୍ରରେ ଭିଡ଼ ଏବଂ ମତଦାନ ପାଇଁ ଅପେକ୍ଷା ସମୟକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିବ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ଗ୍ୟାନେଶ କୁମାର ପ୍ରକାଶ କରିଛନ୍ତି।
-
15.ଫାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନିକଟରେ ଏପରି ଦାବି କରିଛନ୍ତି ସାଂସଦ ସୟେଦ ଅଲ୍ଲୀ ଜାଫର। ଭାରତର ‘ପାଣି ବୋମା’କୁ ନିଷ୍କ୍ରିୟ କର। ନଚେତ ଭୋକଉପାସରେ ଦେଶବାସୀ ମରିବେ।
-
16.କମ୍ପାନୀ ଲାଭା ଶାର୍କ ୫ଜି ନାମକ ଏକ ନୂତନ ଏବଂ ଶସ୍ତା ୫ଜି ଫୋନ୍ ଲଞ୍ଚ କରିଛି। ଯେଉଁ ଲୋକମାନେ ଏବେ ୪ଜି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ସେମାନଙ୍କ ପାଖରେ ୫ଜି ବ୍ୟବହାର କରିବା ପାଇଁ ଏକ ଶସ୍ତା ବିକଳ୍ପ ଅଛି।
-
17.ହାର୍ବାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ପ୍ରବେଶ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୋକ ଲଗାଇଛନ୍ତି । ଏବେ ବିଦେଶୀ ଛାତ୍ରଛାତ୍ରୀମାନେ ଏହି ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ପାରିବେନି ।
-
18.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ଆସନ୍ତା ୨୭ ପରିବର୍ତ୍ତେ ୨୬ ତାରିଖରେ କରିବାକୁ ନିଷ୍ପତ୍ତି ନେଇଛନ୍ତି।
-
19.ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ଇନ୍ଷ୍ଟାଣ୍ଟ ପରୀକ୍ଷା ଜୁନ୍ ୨୫ ଓ ୨୬ ତାରିଖରେ ଅନୁଷ୍ଠିତ ହେବ।
-
20.ପାଣିପାଗ ବିଭାଗ ସୂଚନା ଅନୁଯାଇ ଆସନ୍ତା ୨୭ରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।