-
1.୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ଆମର ଏକମାତ୍ର ଲକ୍ଷ୍ୟ ହେବା ଦରକାର। ସବୁ ରାଜ୍ୟ, ସହର, ନଗରପାଳିକା ଓ ଗାଁକୁ ବିକଶିତ କରିବା ହେଉଛି ଆମର ଏକମାତ୍ର ଲକ୍ଷ୍ୟ।
-
2.ରୁଷ-ୟୁକ୍ରେନ ଯୁଦ୍ଧ ପୁନର୍ବାର ଘନେଇବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରି ଯୁଦ୍ଧ ରୋକିବାକୁ ଉଦ୍ୟମ ଚଳାଇଥିବାବେଳେ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ।
-
3.ଦିଲ୍ଲୀରେ ଅନୁଷ୍ଠିତ ନିତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସମସ୍ତ ମୁଖ୍ୟମନ୍ତ୍ରୀ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଏକ ସ୍ବରରେ ନିନ୍ଦା କରିବା ସହ ଆତଙ୍କବାଦ ବିରୋଧରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ୍ ସିନ୍ଦୂର’କୁ ଭୂୟସୀ ପ୍ରଶଂସା କରିଛନ୍ତି।
-
4.ଗତବର୍ଷ ସମ୍ମାନଜନକ ମିସ୍ ଇଂଲଣ୍ଡ ଟାଇଟଲ ଜିତିଥିବା ଏବଂ ଭାରତରେ ମିସ୍ ୱାର୍ଲ୍ଡ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୪ ବର୍ଷୀୟା ମିଲା ମାଗି ବିଶ୍ୱପ୍ରସିଦ୍ଧ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। କାରଣ ସେ ଅନୁଭବ କରିଛନ୍ତି ଯେ ଆୟୋଜକମାନେ ତାଙ୍କୁ ଶୋଷଣ କରୁଛନ୍ତି ଏବଂ ତାଙ୍କୁ ଜଣେ ବେଶ୍ୟା ପରି ଅନୁଭବ କରିବାକୁ ବାଧ୍ୟ କରୁଛନ୍ତି।
-
5.୧୯୬୦ ଜଳ ବଣ୍ଟନ ଚୁକ୍ତିକୁ ଭାରତ ନୁହେଁ, ପାକିସ୍ତାନ ଉଲ୍ଲଂଘନ କରିଛି ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଛି।
-
6. ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦାରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ଝିଅ, ପାକିସ୍ତାନ ରାଷ୍ଟ୍ରପତି ଏବଂ ସାଂସଦ ଆସିଫା ଭୁଟ୍ଟୋ ଜର୍ଦ୍ଦାରୀଙ୍କ ଉପରେ ଆକ୍ରମଣ ହୋଇଛି । ତାଙ୍କ କାରକେଡ୍ କରାଚୀରୁ ନବାବଶାହ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା ।
-
7.କୋଚି ନିକଟସ୍ଥ ସମୁଦ୍ରରେ ବୁଡ଼ିଯାଇଛି ଏକ ବିଦେଶୀ ମାଲବାହୀ ଜାହାଜ । ଖରାପ ପାଗ ଯୋଗୁଁ ଜାହାଜଟି ବୁଡ଼ିଯାଇଥିବା କୁହାଯାଉଛି । ତେବେ ଭାରତୀୟ କୋଷ୍ଟ ଗାର୍ଡ ଜାହାଜରେ ଥିବା ୨୪ ଜଣଙ୍କ ମଧ୍ୟରୁ ୯ ଜଣଙ୍କୁ ଉଦ୍ଧାର କରିଛି ।
-
8.୨୦୨୪-୨୫ ଆର୍ଥିକବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୨.୬୯ ଲକ୍ଷ କୋଟିର ଲାଭାଂଶ ବାବଦ ପାଣ୍ଠି ପ୍ରଦାନ କରିବ। ଏହା ସର୍ବକାଳୀନ ରେକର୍ଡ ଏବଂ ପୂର୍ବବର୍ଷ ତୁଳନାରେ ୨୮ ପ୍ରତିଶତ ଅଧିକ।।
-
9.କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ସଦସ୍ୟମାନେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେମାନଙ୍କ ଜମାରାଶି ଉପରେ ୮.୨୫ ପ୍ରତିଶତ ସୁଧ ପାଇବେ।
-
10.ଭାରତ ମହାସାଗରରେ ଭାରତର ନିକଟ ପଡ଼ୋଶୀ ଶ୍ରୀଲଙ୍କାରେ ଏକ ଗମ୍ଭୀର ଲୁଣ ସଙ୍କଟ ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁ ଦେଶରେ ଲୁଣ ଉତ୍ପାଦନ ବନ୍ଦ ହୋଇଯାଇଛି। ଯାହା ଫଳରେ ପୂର୍ବରୁ ଉତ୍ପାଦିତ ଲୁଣ ପାଣିରେ ମିଶିଯାଇଛି।
-
11.ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ଗିନିଜ ବିଶ୍ଵ ରେକର୍ଡରେ ନିଜ ନାମକୁ ସାମିଲ କରିଛି। ୨୪ ଘଣ୍ଟାରେ ସର୍ବାଧିକ ପଲିସି ବିକ୍ରି କରି ଏହି ଭାରତୀୟ ସଂସ୍ଥା ଗିନିଜ ରେକର୍ଡରେ ସ୍ଥାନ ପାଇଛି।
-
12.ରୁଷ-ୟୁକ୍ରେନ ଯୁଦ୍ଧ ପୁନର୍ବାର ଘନେଇବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରି ଯୁଦ୍ଧ ରୋକିବାକୁ ଉଦ୍ୟମ ଚଳାଇଥିବାବେଳେ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ।
-
13.କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁା ଶନିବାର ପୂର୍ବାହ୍ନରେ କେରଳ ଛୁଇଁଛି ମୌସୁମୀ ବାୟୁ । ସ୍ୱାଭାବିକ ତାରିଖର ୮ ଦିନ ପୂର୍ବରୁ ମୌସୁମୀ ବାୟୁ କେରଳ ଛୁଇଁଛି ।
-
14.୫୪ବର୍ଷ ବୟସରେ ବଲିଉଡ ଅଭିନେତା ମୁକୁଲ ଦେବଙ୍କ ଦେହାନ୍ତ ହୋଇଛି । ସିନେମା ଓ ଟିଭି ଜଗତରେ ବେଶ ପରିଚିତ ଚେହେରା ମୁକୁଲ ଥିଲେ ।
-
15.ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଶୁବମନ ଗିଲ୍ଙ୍କୁ ନୂତନ ଟେଷ୍ଟ ଅଧିନାୟକ ଭାବରେ ମନୋନୀତ କରାଯାଇଛି। ରିଷଭ ପନ୍ତ ଟେଷ୍ଟରେ ନୂତନ ଉପ-ଅଧିନାୟକ ହୋଇଛନ୍ତି।