-
1.ଆନ୍ତଃସେବା ସଂଗଠନ (ଆଇଏସ୍ଓ)ର ପ୍ରଭାବଶାଳୀ କମାଣ୍ଡ, ନିୟନ୍ତ୍ରଣ ଓ ଦକ୍ଷ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ତିନି ସେନା- ସ୍ଥଳସେନା, ନୌସେନା ଓ ବାୟୁସେନାରେ ୟୁନିଫାଇଡ୍ (ଏକୀକୃତ) କମାଣ୍ଡ ପାଇଁ ନୂତନ ବିଜ୍ଞପ୍ତି ଜାରି କରିଛନ୍ତି।
-
2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ବିବାଦ ଏବେ ସାର୍ବଜନୀନ ଧମକ ସ୍ତରରେ ପହଞ୍ଚିଛି। ଏପରି ଦେଖାଯାଉଛି ଯେ ଚୁକ୍ତି ପ୍ରସ୍ତୁତକାରୀ ଟ୍ରମ୍ପ ଏବଂ ପୁଟିନଙ୍କ ମଧ୍ୟରେ ବନ୍ଧୁତା ଭାଙ୍ଗିବାକୁ ଯାଉଛି।
-
3.ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଖରିଫ ଋତୁ ୨୦୨୫-୨୬ ପାଇଁ ୧୪ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି।
-
4.କେନ୍ଦ୍ର କ୍ୟାବିନେଟ ୨୦୨୫-୨୬ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) କୁ ୬୯ ଟଙ୍କା ବୃଦ୍ଧି କରି ୨,୩୬୯ ଟଙ୍କା କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ୨ ଲକ୍ଷ ୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।
-
5.ରାଜ୍ୟରେ ୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ସେଥିମଧ୍ୟରୁ ୪ ଜଣ ରାଜଧାନୀ ଭୁବନେଶ୍ବର ଓ ଜଣେ ଜଟଣୀ ଅଞ୍ଚଳରୁ ରହିଛନ୍ତି।
-
6.ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ରାୟ ୭ ବର୍ଷ ପରେ ଆସିଛି। ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଆଜୀବନ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ।
-
7. ପୂର୍ବ ରେଳବାଇ ସମସ୍ତ ବ୍ଲଗର ଏବଂ ୟୁଟ୍ୟୁବରଙ୍କୁ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହାର ଅଧିକାର କ୍ଷେତ୍ର ଅନ୍ତର୍ଗତ ଷ୍ଟେଶନଗୁଡ଼ିକର ବିସ୍ତୃତ ଫଟୋଗ୍ରାଫ କିମ୍ବା ଭିଡିଓ ନ କରିବାକୁ ଅନୁରୋଧ କରିଛି।
-
8.‘ଅପରେଶନ ସିନ୍ଦୂର’ ପରେ ବିଶ୍ୱ ସ୍ତରରେ ଭାରତର ପକ୍ଷ ଉପସ୍ଥାପନ କରିଥିବା ପ୍ରତିନିଧି ଦଳରେ ଶଶି ଥରୁରଙ୍କ ନାମ ମଧ୍ୟ ସାମିଲ ଅଛି। ନ୍ୟୁୟର୍କରେ ସେ ଆତଙ୍କବାଦ ଉପରେ ଭାରତର ନୀତିକୁ ସ୍ପଷ୍ଟ ଭାବରେ ଦେଖାଇଛନ୍ତି। ଶଶି ଥରୁର ୨୦୦୯ ମସିହାରୁ କେରଳର ତିରୁଭାନନ୍ତପୁରମରୁ ଏମପି ଅଛନ୍ତି ଏବଂ କଂଗ୍ରେସ ଦଳର ଜଣେ ବରିଷ୍ଠ ନେତା।
-
9.ଅପରେସନ ସିନ୍ଦୂରର ଏକ ଲୋଗୋ । ମିଳିଥିବା ସୂଚନା ମୁତାବକ ଏହି ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନର ଲୋଗୋ ଲେଫ୍ଟନାଣ୍ଟ କର୍ଣ୍ଣେଲ ହର୍ଷ ଗୁପ୍ତା ଏବଂ ହାବିଲଦାର ସୁରିନ୍ଦର ସିଂହ ଡିଜାଇନ୍ କରିଥିଲେ।
-
10.ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ ରାଜ୍ୟସଭା ଯାଇପାରନ୍ତି |
-
11.ଦେଶରେ ପୁଣି ଥରେ ମକ ଡ୍ରିଲ ପାଇଁ ପ୍ରସ୍ତୁତି ଚାଲିଛି। ରାଜସ୍ଥାନ, ଗୁଜରାଟ, ପଞ୍ଜାବ ଏବଂ ପାକିସ୍ତାନ ସୀମାବର୍ତ୍ତୀ ଜମ୍ମୁ କଶ୍ମୀରରେ ମକ ଡ୍ରିଲ କରାଯିବ।
-
12.ବୁଧବାର ଅପରାହ୍ନରେ ଆନ୍ଧ୍ରର ଚିମିଡ଼ିପାଲି ରେଳ ଷ୍ଟେଶନ ନିକଟରେ ଏକ ଟନେଲ ଭିତରେ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏଥିରେ ମାଲବାହୀର ୨୫ରୁ ଊଦ୍ଧର୍ବ ବଗି ଲାଇନଚ୍ୟୁତ ହୋଇଛି।
-
13.କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ ଅନାସ୍ଥା ଭୋଟ୍ରେ ହାରିଯାଇଛନ୍ତି। ବୁଧବାର ଆୟୋଜିତ ବୈଠକରେ ୪୯ ଜଣ ସଭ୍ୟାସଭ୍ୟ ଉପସ୍ଥିତ ରହି ଅନାସ୍ଥାକୁ ସମର୍ଥନ କରିଥିଲେ।
-
14.ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍)ର ଉତ୍ପାଦନ ୟୁନିଟ୍ଗୁଡ଼ିକ ଆନ୍ଧ୍ରପ୍ରଦେଶକୁ ସମ୍ପ୍ରସାରିତ ହେବ ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଦାବି କରିବା ପରେ କର୍ଣ୍ଣାଟକ ସରକାର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
-
15.ଓଡିଶା ରାଜ୍ୟର ସୁଦୀର୍ଘ ବେଳାଭୂମିକୁ ଅର୍ଥନୈତିକ ବିକାଶ ସହ ଯୋଡ଼ିବା ଲାଗି ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ବେଳାଭୂମି ପାର୍ଶ୍ବରେ ବୃହତ୍ ବନ୍ଦରଠାରୁ ଆରମ୍ଭ କରି କ୍ରୁଜ୍ ଟର୍ମିନାଲ୍ ପର୍ଯ୍ୟନ୍ତ ଅନେକ ଅତ୍ୟାଧୁନିକ ଭିତ୍ତିଭୂମି ବିକାଶ କରିବାକୁ ସରକାର ଚାହୁଛନ୍ତି। ସେଥିପାଇଁ ବିଶ୍ବସ୍ତରୀୟ ପୁଞ୍ଜିନିବେଶକମାନଙ୍କ ପାଖରେ ପହଞ୍ଚିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି।
-
16.ଓଡ଼ିଶାର ଏକ କୋଇଲା ଖଣିର ଆବଣ୍ଟନ ବାତିଲ ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି। ଟାଟା ଷ୍ଟିଲ୍ ଏନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ସହ ସୁଧ ସହିତ ୭୫୭.୧୪ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛି।
-
17.ଓଡ଼ିଶାରେ ମୋବାଇଲ୍ ଗେମିଂର ଗ୍ରହଣୀୟତା ଦୃତ ଗତିରେ ବଢ଼ୁଛି। ଏକ ତଥ୍ୟ ଅନୁସାରେ ୨୦୨୩ ଓ ୨୦୨୪ରେ ଗେମିଂ ପାଇଁ ଉପଭୋକ୍ତା ପଞ୍ଜୀକରଣରେ ବାର୍ଷିକ ୧୮ ପ୍ରତିଶତ ବୃଦ୍ଧି ଘଟିଥିଲା। କିନ୍ତୁ ୨୦୨୪-୨୫ ଆର୍ଥିକ ବର୍ଷରେ ସେଥିରେ ୧୦୦ ପ୍ରତିଶତ ବୃଦ୍ଧି ଘଟିଛି।
-
18.ଫ୍ରାନ୍ସର ନିମ୍ନ ସଦନ ନ୍ୟାସନାଲ ଆସେମ୍ବଲୀ ମଙ୍ଗଳବାର ଏକ ଐତିହାସିକ ବିଲ୍କୁ ଅନୁମୋଦନ କରିଛି। ଏହି ବିଲ୍ ଅନୁଯାୟୀ ଫ୍ରାନ୍ସର ଦୁରାରୋଗ୍ୟ ରୋଗରେ ପୀଡ଼ିତ ବୟସ୍କ ଲୋକମାନଙ୍କୁ ମୃତ୍ୟୁ ବାଛିବାର ଅଧିକାର ମିଳିବ।
-
19.ଆଉଜଣେ ଆଇଏଏସ୍ ଅଧିକାରୀ କେନ୍ଦ୍ରକୁ ଯିବେ। ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ବିନୀଲ କ୍ରିଷ୍ଣା କେନ୍ଦ୍ରୀୟ ଡେପୁଟେସନରେ ଯିବେ। କେନ୍ଦ୍ରରେ ତାଙ୍କୁ କ୍ରୀଡ଼ା ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି।
-
20.ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)-୨୦୨୫ ଅନ୍ତିମ ଚରଣରେ ପହଞ୍ଚିଛି। ଲିଗ୍ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ଟେବୁଲର ପ୍ରଥମ ଦୁଇ ସ୍ଥାନରେ ଥିବା ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ କ୍ବାଲିଫାୟର-୧ ଗୁରୁବାର ଖେଳାଯିବ।