-
1.ପାଟଣା ଏୟାରପୋର୍ଟରୁ ବିଜେପି ପାର୍ଟି ଅଫିସ୍ ଯାଏଁ ପ୍ରାୟ ସାଢେ ୫ କିଲୋମିଟର ବିଶାଳ ରୋଡ୍ ସୋ’ କରି ବିହାର ରାଜନୀତିରେ ହଠାତ୍ ହଟଚମଟ ସୃଷ୍ଟି କରିଦେଲେ ପ୍ରଧାନମନ୍ତ୍ରୀ ମୋଦୀ ।
-
2.ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଲଗାଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ଏକ କୋର୍ଟ ଶକ୍ତ ଝଟ୍କା ଦେଇଛନ୍ତି। ସେହି ଶୁଳ୍କକୁ କୋର୍ଟ ଅସାମ୍ବିଧାନିକ ବୋଲି କହିବା ସହ ତାହା ଉପରେ ରୋକ ଲଗାଇଛନ୍ତି।
-
3.ପ୍ରତିମାସ ଶେଷରେ ପାକିସ୍ତାନକୁ ଲାଗି ଥିବା ସୀମାବର୍ତ୍ତୀ ରାଜ୍ୟ ଗୁଡ଼ିକରେ ମକ୍ଡ୍ରିଲ୍ କରାଯିବ । ଶତ୍ରୁ ପକ୍ଷରୁ ଆକ୍ରମଣ ହେଲେ ସାଧାରଣ ନାଗରିକମାନେ କ’ଣ କରିବେ ଏବଂ କିପରି ସତର୍କ ରହିବେ ।
-
4.ଭାରତର ବାୟୁସେନା ମୁଖ୍ୟ ଅମରପ୍ରୀତ ସିଂହ ପ୍ରମୁଖ ପ୍ରତିରକ୍ଷା କ୍ରୟ ପ୍ରକଳ୍ପରେ ବିଳମ୍ବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଅନେକ ସମୟରେ ଆମେ ଚୁକ୍ତି ସ୍ୱାକ୍ଷର କରିବା ସମୟରେ ଜାଣିଥାଉ ଯେ ସେହି ସିଷ୍ଟମ୍ କେବେ ଆସିବ ନାହିଁ। ସମୟସୀମା ଏକ ବଡ଼ ସମସ୍ୟା। ଗୋଟିଏ ବି ପ୍ରୋଜେକ୍ଟ ଠିକ୍ ସମୟରେ ସମ୍ପୂର୍ଣ୍ଣ ହୋଇନାହିଁ।
-
5.ବାଂଲାଦେଶରେ ନିର୍ବାଚନ ପାଇଁ ଦାବି ବଢ଼ୁଥିବା ବେଳେ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ କହିଛନ୍ତି ଯେ ଦେଶର ପରବର୍ତ୍ତୀ ସାଧାରଣ ନିର୍ବାଚନ ଚଳିତ ବର୍ଷ ଡିସେମ୍ବରରୁ ଜୁନ୍ ୨୦୨୬ ମଧ୍ୟରେ ଯେକୌଣସି ସମୟରେ ହୋଇପାରେ।
-
6.ସୁପ୍ରିମ୍କୋର୍ଟରେ ୩ ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେବା ନେଇ କଲେଜିୟମର ସୁପାରିସକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଏନ୍ଭି ଅଞ୍ଜାରିଆ, ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ବିଜୟ ବିଷ୍ଣୋଇ ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଏଏସ୍ ଚାନ୍ଦୁରକରଙ୍କ ନାମ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରଯାଇଥିଲା ।
-
7.ସିରିଆର ରାଜଧାନୀ ଡାମାସ୍କସ୍ରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଦେଖିବାକୁ ମିଳିଥିଲା, ଯେତେବେଳେ ବର୍ଷ ବର୍ଷ ଧରି ବନ୍ଦ ଥିବା ଆମେରିକାର ରାଷ୍ଟ୍ରଦୂତଙ୍କ ବାସଭବନ ପୁଣି ଥରେ ଆମେରିକାର ପତାକା ଉଡ଼ିଛି ।
-
8.୨୦୦ କୋଟିର ଓଡ଼ିଆ ଅସ୍ମିତା କର୍ପସ ପାଣ୍ଠି ଗଠିତ ହୋଇ ଅସ୍ମିତା ଭବନ,ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ହେବ ।
-
9.ଓଡିଶାରେ ୮ ହଜାର ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଗଣିତ ଓ ବିଜ୍ଞାନ ଶିକ୍ଷା ଦିଆଯିବ।
-
10.ଜୁନ୍ ପହିଲାରେ ସରିବ ସ୍ନାତକ ଆବେଦନ। ଏବେ SAMS ପୋର୍ଟାଲରେ ଆବେଦନ କରାଯାଉଛି।
-
11.ରାଜଧାନୀରେ ମଧ୍ୟବିତ୍ତଙ୍କୁ ମିଳିବ ଘର, ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ରାଜ୍ୟ ସରକାର। ୧୫ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ MIG, LIG, LIG -1, MIG -2ରେ ଘର ମିଳିବ।
-
12.ଓଡ଼ିଶା ମ୍ୟୁନିସିପାଲ ସର୍ଭିସ୍ ରୁଲ୍ସ କଡ଼ାକଡ଼ି ହେବ । ଜୁନ୍ ୧୫ ଭିତରେ ସାଧାରଣ ବଦଳି । ୩ ବର୍ଷରୁ ଅଧିକ ଗୋଟିଏ ସ୍ଥାନରେ ରହିପାରିବେ ନାହିଁ ଗ୍ରୁପ୍-ବି ଓ ଉପରିସ୍ଥ ଅଧିକାରୀ ।
-
13.ସୁନ୍ଦରଗଡ଼ ବାଙ୍କୋ ପଥର ଖଣି ର କିଏ ଲୁଟିନେଲା ୪ ଟନ ବିସ୍ଫୋରକ, ୪୮ ଘଣ୍ଟା ପରେ ବି ଟେର୍ ପୋଲିସ ପାଉନି ।
-
14.୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ, ମାଡ଼ି ବସିଲା CBI।
-
15.ରାଜନୀତିରେ ମସ୍କଙ୍କ ସମ୍ପୃକ୍ତିକୁ ଟ୍ରମ୍ପଙ୍କ ବିରୋଧ, ଟ୍ରମ୍ପଙ୍କ ହାତ ଛାଡ଼ିଲେ ମସ୍କ୍ ।
-
16.ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ମିଳିଛି। ସାଢ଼େ ଚାରି କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଓଡ଼ିଶାରେ ଚଳିତ ବର୍ଷ ଏପ୍ରିଲ ଶେଷ ସୁଦ୍ଧା ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ପ୍ରଥମ ଥର ପାଇଁ ସାଢ଼େ ତିନି କୋଟିରୁ ଅଧିକ ହୋଇଛି।
-
17.କାମାକ୍ଷାନଗରର ପୂର୍ବତନ ବିଧାୟକ ତଥା ଓଡ଼ିଶା ବିଜେପିର ପ୍ରଥମ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ୭୪ ବର୍ଷ ବୟସରେ ପରଲୋକ।
-
18.ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଖୁବ୍ଶୀଘ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଚାଳିତ ଏକ ଆପ୍ ଲଞ୍ଚ କରାଯିବ। ‘ମୌସମ୍ ଜିପିଟି’ ନାମକ ଏହି ଆପ୍ ଜରିଆରେ ସ୍ଥାନୀୟ ପାଣିପାଗ ସମ୍ପର୍କିତ ସୂଚନା ଆଞ୍ଚଳିକ ଭାଷାରେ ଯୋଗାଇ ଦିଆଯିବ।
-
19.ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ବାର୍ଷିକ ରିପୋର୍ଟରେ ଜଣାଇଛି ଯେ, ୨୦୨୪-୨୫ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇର ପରିମାଣ ୧୯୪% ବୃଦ୍ଧି ପାଇ ପ୍ରାୟ ତିନି ଗୁଣ ହୋଇ ୩୬,୦୧୪ କୋଟି ଟଙ୍କାକୁ ପହଞ୍ଚିଛି।
-
20.ଚଣ୍ଡିଗଡ଼ର ମୁଲ୍ଲାନପୁରରେ ଖେଳାଯାଇଥିବା IPL 2025ର ପ୍ରଥମ କ୍ୱାଲିଫାୟାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପଞ୍ଜାବ କିଙ୍ଗ୍ସ (PBKS) ବିପକ୍ଷରେ ୮ ଉଇକେଟରେ ବିଜୟୀ ହୋଇ ଚତୁର୍ଥ ଥର ପାଇଁ IPL ଫାଇନାଲରେ ପ୍ରବେଶ କରିଛି।