-
1.ଦକ୍ଷିଣ କୋରିଆର ଗୁମିରେ ଚାଲିଥିବା ୨୬ତମ ଏସୀୟ ଦୌଡ଼କୁଦ ଚମ୍ପିଆନସିପ ଉଦଯାପିତ ହୋଇ ଯାଇଛି। ଏଥିରେ ଭାରତ ୮ ସ୍ବର୍ଣ୍ଣ, ୧୦ ରୌପ୍ୟ ଓ ୬ଟି କାଂସ୍ୟ ସହ ୨୪ଟି ପଦକ ଜିତି ଦ୍ବିତୀୟ ସ୍ଥାନ ହାସଲ କରିଛି।
-
2.ଜୁନ୍ ୧୨ରେ ମୋହନ ସରକାରଙ୍କ ଏକବର୍ଷ ପୂର୍ତ୍ତି ଅବସରରେ ସେହିଦିନ ଠାରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସଂଯୁକ୍ତ ଆରବ ଏମିରାତ୍(ୟୁଏଇ) ରାଜଧାନୀ ଆବୁଧାବିକୁ ବିମାନ ଉଡ଼ିବ।
-
3.ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସଂସ୍କରଣ ଫାଇନାଲ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ପ୍ରବେଶ କରିଥିବାରୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି। ଏହାର ପ୍ରଭାବରେ ଫାଇନାଲ୍ ମ୍ୟାଚ୍ ପାଇଁ ବିଜ୍ଞାପନ ଦରରେ ମଧ୍ୟ ବୃଦ୍ଧି ଘଟିଛି। ଆଇପିଏଲ୍ ଫାଇନାଲ୍ର ୧୦ ସେକେଣ୍ଡ୍ର ଟିଭି ବିଜ୍ଞାପନ ଦାମ୍ ୧୮ ଲକ୍ଷ ଟଙ୍କା ହୋଇଛି।
-
4.ଶନିବାର ସୁଦ୍ଧା, ଭାରତରେ କୋଭିଡ୍-୧୯ର ୩୩୯୫ ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୮୫ଟି ନୂଆ ମାମଲା ଚିହ୍ନଟ ହୋଇଛି ।
-
5.୨୦୨୨ ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍ ପରୀକ୍ଷାରେ ଜଣେ ବିଚାର ବିଭାଗୀୟ ସେବା ଆଶାୟୀଙ୍କ ଉତ୍ତର ଖାତା ମୂଲ୍ୟାୟନରେ ଭୁଲ୍ ସ୍ୱୀକାର କରିବାକୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ମନା କରିଥିବାରୁ ସୁପ୍ରିମ୍କୋର୍ଟ କଡ଼ା ସମାଲୋଚନା କରିଛନ୍ତି।
-
6.ସରକାରୀ ଓକିଲଙ୍କ ପାଇଁ ନୂଆ ଏସ୍ଓପି। ଫୌଜଦାରୀ ମାମଲାରେ ଅଯଥା ତାରିଖ ଗଡ଼ାଇବେନି, ମାସିକିଆ ରିପୋର୍ଟ ଦେବାକୁ ହେବ ।
-
7.କଟକ ମେଡ଼ିକାଲରେ ବନ୍ଦ ହୋଇଗଲା ଅସ୍ଥିମଜ୍ଜା ପ୍ରତିରୋପଣ ବ୍ୟବସ୍ଥା। ବିଶେଷଜ୍ଞ ଡାକ୍ତର ନାହାନ୍ତି ।
-
8.ବ୍ରହ୍ମପୁର ରାସ୍ତା ଓ କୋଠାବାଡ଼ି ଡିଭିଜନ ୧ର ଲାଞ୍ଚୁଆ ସରକାରୀ ଇଞ୍ଜିନିୟରଙ୍କର ମିଳିଲା ୧୧ ପ୍ଲଟ, ୨ ଫ୍ଲାଟ୍, ବହୁମହଲା କୋଠା। ଚଢ଼ାଉ ବେଳେ ବାହାରକୁ ଟଙ୍କା ଫିଙ୍ଗିଲେ।
-
9.ନୟାଗଡରେ ପଞ୍ଚରିଡ଼ା ବନପାଳଙ୍କୁ ନିଜ ପତ୍ନୀ, ପୁଅ ଜିଅନ୍ତା ଜାଳିଦେଲେ ।
-
10.ଲଗାଣ ବର୍ଷାରେ ଆସାମ, ଅରୁନାଚଳ, ମେଘାଳୟରେ ୧୯ ମୃତ୍ୟୁ । ଉତ୍ତର ଭାରତରେ ବନ୍ୟା ଓ ଭୂସ୍ଖଳନ ସ୍ଥିତି।
-
11.କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୨୪ ଟଙ୍କା କମିଲା, ଆଜିଠୁ ଦର ଲାଗୁ ହେବ ।
-
12.ଭାରତୀୟ ସେନା ମୁଖ୍ୟ ଅପରେସନ୍ ସିନ୍ଦୂରରେ ଲଢ଼ୁଆ ବିମାନ ହରାଇଥିବା ସ୍ଵୀକାର କଲେ।
-
13.ଥାଇଲାଣ୍ଡର ଓପଲ ସୁଚାତା ଚୁଆଙ୍ଗ୍ସରି ୨୦୨୫ର ବିଶ୍ଵ ସୁନ୍ଦରୀ ହେଲେ
-
ଭାରତ-ଚୀନ୍-ରୁଷିଆ ପୁଣି ଏକାଠି ହେବେ ବୋଲି ସଙ୍କେତ ପାଇବା ପରେ ୫୦୦ ପ୍ରତିଶତ ଶୁଳ୍କ ଲାଗୁ ପାଇଁ ଆମେରିକାର ଧମକ ଦେଲା ।
-
15.ଉତ୍ତର ପ୍ରଦେଶ ପୁଲିସର ଆତଙ୍କବାଦ ନିରୋଧୀ ବାହିନୀ (ଏଟିଏସ୍) ଦ୍ବାରା ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ବାରାଣସୀରୁ ଗିରଫ ଟୁଫେଲ୍ ମକ୍ସୁଦ୍(୩୪)କୁ ଜେରାରୁ ଅତି ଭୟାନକ ତଥ୍ୟ ମିଳିଛି। ତା’ ସଂସ୍ପର୍ଶରେ ୮୦୦ ଯୁବକ ଯୁବତୀ ରହିଥିଲେ