- 1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦ୍ଘାଟନ କରିଛନ୍ତି। ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦ୍ଘାଟିତ: ଗଡ଼ିଲା ଦୁଇଟି ‘ବନ୍ଦେ ଭାରତ’।
-
2.ଆସନ୍ତା ଅଗଷ୍ଟ ୩ ତାରିଖରେ ନିଟ୍ ପିଜି ୨୦୨୫ ପରୀକ୍ଷା ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବ। ଏଥିଲାଗି ସୁପ୍ରିମକୋର୍ଟ ଏନବିଇର ଆବେଦନକୁ ମଞ୍ଜୁରୀ ଦେଇଛନ୍ତି।
-
3.ଷ୍ଟାରଲିଙ୍କକୁ ଲାଇସେନ୍ସ ମିଳିବା ପରେ, ଏବେ କୁହାଯାଇପାରେ ଯେ ସାଟେଲାଇଟ୍ ଇଣ୍ଟରନେଟ୍ ପାଇଁ ଅପେକ୍ଷା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମସ୍କଙ୍କ କମ୍ପାନୀ ଗତ ମାସରେ ଲେଟର ଅଫ୍ ଇଣ୍ଟେଣ୍ଟ ପାଇଥିଲା।
-
4.ଅଯୋଧ୍ୟା ରାମମନ୍ଦିରରେ ଏଯାବତ ୪୫କିଲୋଗ୍ରାମ ସୁଦ୍ଧ ସୁନାର ବ୍ୟବହାର କରାଯାଇଥିବା ନେଇ ମନ୍ଦିର ସମିତର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ପ୍ରତିକ୍ରିୟା ଦେଇ କହିଛନ୍ତି।
-
5.ଭାରତରେ ୫ ଟଙ୍କାର ବିସ୍କୁଟ ଲୋକଙ୍କ ସାମାନ୍ୟ ଭୋକକୁ ମେଣ୍ଟାଇଥାଏ। ସେହି ସମୟରେ, ଏହି ଦୁନିଆରେ ଏକ ସ୍ଥାନ ଅଛି ଯେଉଁଠାରେ ୫ ଟଙ୍କାର ବିସ୍କୁଟର ମୂଲ୍ୟ ୨୪୦୦ ଟଙ୍କାରେ ପହଞ୍ଚିଛି। ଗାଜାର ବାସିନ୍ଦା ମହମ୍ମଦ ଜୱାଦ ସୋସିଆଲ ମିଡିଆରେ ଏପରି ଦାବି କରିଛନ୍ତି।
-
6.ଋଣ ଗ୍ରହୀତାମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବଡ଼ ଉପହାର ଦେଇଛି। ଆରବିଆଇ ଏହାର ମନିଟାରି ପଲିସି କମିଟି(ଏମପିସି) ବୈଠକରେ ରେପୋ ରେଟ୍ ୦.୫% ଅର୍ଥାତ ୫୦ ବେସିସ ପଏଣ୍ଟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଯାହାଫଳରେ ରେପୋ ରେଟ୍ ୬ ପ୍ରତିଶତରୁ ଖସି ୫.୫%ରେ ପହଞ୍ଚିଛି।
-
7.ରୁଷ୍ ପ୍ରାୟ ୫ ଘଣ୍ଟା ଧରି ସ୍ଥଳଭାଗ, ଆକାଶ ଓ ସମୁଦ୍ରରୁ ୟୁକ୍ରେନର ସହରକୁ ଟାର୍ଗେଟ୍ କରି ୪୦୭ଟି ଡ୍ରୋନ୍ ଏବଂ ୪୬ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲେ। ଏଥିରେ ୪୦ଟି କ୍ରୁଜ୍ ମିସାଇଲ୍ ଏବଂ ୬ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି।
-
8. ବାଂଲାଦେଶରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ୨୦୨୬ ଅପ୍ରେଲ ପ୍ରଥମ ସପ୍ତାହରେ ବାଂଲାଦେଶରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର କାର୍ଯ୍ୟ କରୁଛି।
-
9.କାନାଡାରେ ଅନୁଷ୍ଠିତ ହେଉଥିବା ଜି-୭ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଜି-୭ ଶିଖର ସମ୍ମିଳନୀ ପାଇଁ ଭାରତକୁ ନିମନ୍ତ୍ରଣ ପଠାଇଛନ୍ତି।
-
10 କନ୍ଧମାଳ ଜିଲ୍ଲାର ସ୍ବତନ୍ତ୍ର ପ୍ରଜାତିର ଦେଶୀ କୁକୁଡ଼ାକୁ ‘ଫୁଲବାଣୀ କୁକୁଡ଼ା’ ନାମକରଣ କରାଯାଇଛି। ଏହି କୁକୁଡ଼ା ମାଂସରେ ଔଷଧୀୟ ଗୁଣ ଏହାର ସ୍ବତନ୍ତ୍ରତାକୁ ଦର୍ଶାଇଥାଏ। ବିପଦ ଆସିଲେ ଏହି କୁକୁଡ଼ା ଭୂମି ଉପରୁ ୩୦ରୁ ୫୦ ଫୁଟ ଉଚ୍ଚ ଓ ଲମ୍ବା ଉଡ଼ିପାରନ୍ତି। କେବଳ ଏତିକି ନୁହେଁ, ଶତ୍ରୁ ମୁକାବିଲାରେ ବି ଏମାନେ ବେଶ୍ ପାରଙ୍ଗମ।
-
11.ଭାରତୀୟ ଗୟଳ। ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ସିଡ୍ୟୁଲ୍-୧ରେ ଅଛି ଏହି ବନ୍ୟଜୀବ। ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍ ଅନ୍ତର୍ଗତ ଡେବ୍ରିଗଡ଼ ଅଭୟାରଣ୍ୟରେ ଚଳିତ ବର୍ଷ ଗଣନାରୁ ୭୮୮ଟି ଗୟଳ ଥିବା ଜଣାପଡ଼ିଛି।
-
12.ପରିବହନ ପ୍ରାଧିକରଣର ତଥ୍ୟ ଅନୁଯାୟୀ, ରାଜ୍ୟରେ ୧ କୋଟି ୬ଲକ୍ଷ ଗାଡ଼ି ପଞ୍ଜୀକୃତ ହୋଇଛି। ସେଥିରୁ ୧୫ ଲକ୍ଷ ଗାଡ଼ି ବର୍ତ୍ତମାନ ରାଜ୍ୟରେ ଚଳାଚଳ କରୁନାହାନ୍ତି। ବାକି ୯୦ ଲକ୍ଷ ଗାଡ଼ିରୁ ୮୦ ପ୍ରତିଶତ ହେଉଛି ଦୁଇଚକିଆ ଗାଡ଼ି। ଚଳାଚଳ କରୁଥିବା ଗାଡ଼ିରୁ ପ୍ରାୟ ୨୦ ଲକ୍ଷ ଗାଡ଼ିର ପିୟୁସି (ପଲ୍ୟୁସନ୍ ଅଣ୍ଡର୍ କଣ୍ଟ୍ରୋଲ୍) ସାର୍ଟିଫିକେଟ୍ ରହିଛି। ଅବଶିଷ୍ଟ ପ୍ରାୟ ୭୦ ଲକ୍ଷ ଗାଡ଼ିର ଏହି ସାର୍ଟିଫିକେଟ୍ ନାହିଁ।
-
13.ଭାରତ ସଞ୍ଚାର ନିଗମ ଲିମିଟେଡ୍ ମଧ୍ୟ ଖୁବ୍ ଶୀଘ୍ର ୫ଜି ସେବା ଆରମ୍ଭ କରିବାକୁ ଯାଉଛି। ଭଲ ସଂଯୋଗ ପାଇଁ ୧ ଲକ୍ଷ ନୂତନ ୪ଜି ମୋବାଇଲ୍ ଟାୱାର ସ୍ଥାପନ କରିବାର କାମ ମଧ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। କମ୍ପାନୀ ୯୩ ହଜାରରୁ ଅଧିକ ଟାୱାରକୁ ଲାଇଭ୍ କରିଛି। କମ୍ପାନୀର ୨୨୯ ଟଙ୍କାର ଏକ ଶସ୍ତା ପ୍ଲାନ୍ ଆଣିଛି। ଉପଭୋକ୍ତାମାନେ ପ୍ରତିଦିନ ୨ଜିବି ଡାଟାର ସୁବିଧା ଏଥିରେ ପାଇବେ।
-
14. ଇଣ୍ଡୋନେସିଆ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ-୨୦୨୫ର କ୍ବାଟର ଫାଇନାଲରୁ ଭାରତର ଏକ ନମ୍ବର ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି-ଚିରାଗ ସେଟ୍ଟି ବିଦାୟ ନେଇଛନ୍ତି। ଏଥି ସହିତ ପ୍ରତିଯୋଗିତାରୁ ଭାରତୀୟଙ୍କ ଅଭିଯାନ ଶେଷ ହୋଇଛି।
-
15.ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ), ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ଚାଲିଥିବା ୧୫ ବର୍ଷରୁ କମ୍ ଆନ୍ତଃଜିଲା ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭୁବନେଶ୍ବର ଏଫ୍ସି ଓ ବରଗଡ଼ ଏଫ୍ସି ପ୍ରବେଶ କରିଛନ୍ତି। ଟୁର୍ଣ୍ଣାମେଣ୍ଟର ଫାଇନାଲ ରବିବାର ରାଉରକେଲାର ବିର୍ସା ମୁଣ୍ଡା ଆଥ୍ଲେଟିକ୍ ଷ୍ଟାଡ଼ିୟମରେ ଖେଳାଯିବ।