-
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ୧୪ ଦିନିଆ ବିଜ୍ଞାନ ଅଭିଯାନରେ ଆସୁଥିବା ଆକ୍ସମ୍-୪ ମିସନ୍ର ୪ ମହାକାଶଚାରୀଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ରହିଥିବା ବେଳେ ଆକ୍ସମ୍-୪ ମିସନ୍ର ଉତ୍କ୍ଷେପଣକୁ ଏବେ ସ୍ତଗିତ ରଖାଯାଇଛି।
-
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇମିଗ୍ରେସନ ପ୍ରବର୍ତ୍ତନ ନୀତି ବିରୋଧରେ ଲସ୍ ଏଞ୍ଜେଲେସ୍ରେ ଚାଲିଥିବା ହିଂସାତ୍ମକ ବିକ୍ଷୋଭ ଭୟାନକ ରୂପ ନେଇଛି ଏବଂ ଗୃହଯୁଦ୍ଧ ଭଳି ସ୍ଥିତି ଦେଖିବାକୁ ମିଳିଛି। ସହରରେ ସୁରକ୍ଷାକୁ କଡ଼ାକଡ଼ି କରିବା ପାଇଁ ସୋମବାର ଆମେରିକା ସେନା ପ୍ରାୟ ୭୦୦ ନୌସୈନିକଙ୍କୁ ଲସ୍ ଏଞ୍ଜେଲେସ୍ରେ ଅସ୍ଥାୟୀ ଭାବେ ମୁତୟନ କରିଛି।
-
ଏକ ନୂଆ ୟୁଏନ ଜନସଂଖ୍ୟିକ ରିପୋର୍ଟ ଅନୁସାରେ, ୨୦୨୫ରେ ଭାରତର ଜନସଂଖ୍ୟା ୧.୪୬ ବିଲିୟନରେ ପହଞ୍ଚିବା ଆଶା କରାଯାଉଛି, ଯାହା ବିଶ୍ୱର ସର୍ବାଧିକ ଜନସଂଖ୍ୟା ଭାବେ ଆଗରେ ରହିଛି।
-
କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି ଯେ ଏସି ଗୁଡ଼ିକର ମାନକ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ଓ ୨୮ ଡିଗ୍ରୀ ସେଲସିୟସ ମଧ୍ୟରେ ରଖିବାକୁ ବିଚାର କରାଯାଉଛି । ପ୍ରଥମେ ଏହାକୁ ଏକ ପରୀକ୍ଷାମୂଳକ ପ୍ରୟୋଗଭାବେ ଲାଗୁ କରାଯିବ । ଏହା ଏ ଧରଣର ପ୍ରଥମ ପ୍ରୟୋଗ ବୋଲି ସେ କହିଛନ୍ତି।
-
କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (MGNREGS) ପାଇଁ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ବଜେଟର ୬୦% ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି।
-
ମୁଖ୍ୟମନ୍ତ୍ରୀ ବର୍ଷକର ରିପୋର୍ଟ କାର୍ଡ ରଖିଲେ। ୨୧ ପ୍ରତିଶ୍ରୁତିରୁ ୧୧ ପୂରଣ କରିଛୁ।୨୪ ବର୍ଷରେ ଯାହା ହୋଇ ନଥିଲା ୨୪ ମିନିଟ୍ ନିଷ୍ପତ୍ତିରେ ତାହା ହୋଇ ପାରିଲା।
-
ଘୋଷଯାତ୍ରା ଆସନ୍ତା ଜୁନ ୨୭ ତାରିଖରେ,ରଥ ଉପରକୁ ମୋବାଇଲ ନେବା ଓ ଅଣସେବାୟତ ଚଢିବା ମନା।
-
ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା ଫଳ, ୫୫ ହଜାର ୩୬୨ ପରୀକ୍ଷାର୍ଥୀଙ୍କୁ ରାଙ୍କ ମିଳିଲା
-
ଗାଇସିଲେଟ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ୮ ହଜାର ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଗିରଫ।
-
କଟକ ରାସ୍ତାରେ ଅଳିଆ ପକାଇଲେ ଜୋରିମାନା, ଘରୋଇଙ୍କୁ ୧୦୦, ବ୍ୟବସାୟୀଙ୍କୁ ୨୦୦ ଟଙ୍କା ତଣ୍ଡ ଦେବାକୁ ପଡିବ ।
-
ୟୁନୂସ ସରକାରଙ୍କୁ ବାଂଲାଦେଶ ଷ୍ଟୁଡେଣ୍ଟ ଲିଗ ମୁଖ୍ୟଙ୍କ ଟାର୍ଗେଟ, ପାକିସ୍ତାନ ପ୍ରତି ଘନିଷ୍ଠତା ଓ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗ ଉଠାଇ ଘେରିଲେ।
-
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଅନ୍ୟମାନଙ୍କ ସହ ଜଡ଼ିତ ମୁଦା ଦୁର୍ନୀତି ମାମଲାରେ ପିଏମ୍ଏଲଏ ଅଧୀନରେ ଏହି ସମ୍ପତ୍ତି ଜବତ ହୋଇଛି। ଏଥିସହ ମୁଦା ଦୁର୍ନୀତି ମାମଲାରେ ମୋଟ୍ ୪୦୦ କୋଟି ଟଙ୍କାର ସମ୍ପତ୍ତି ଜବତ ହେଲାଣି।
-
ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର, ଜୁନ୍ ୧୨ ତାରିଖରୁ ଆବୁଧାବିକୁ ବହୁ ପ୍ରତୀକ୍ଷିତ ସିଧାସଳଖ ବିମାନ ସେବା ଆରମ୍ଭ ହେବ।
-
ସ୍ଵିଡେନର ପରିବେଶବିତ ଗ୍ରେଟା ଥନବର୍ଗ ଏବଂ ଅନ୍ୟ ୧୧ ଜଣ ଅନ୍ତର୍ଜାତୀୟସ୍ତରର ସ୍ଵେଚ୍ଛାସେବୀଙ୍କୁ ଅଟକ ରଖିଛି ଇସ୍ରାଏଲ।
-
ଗ୍ରୀକ୍-ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ମାଇକେଲ୍ ଜେର୍ଭୋସ ୪୯୯ ଦିନ ମଧ୍ୟରେ ବିଶ୍ୱର ୧୯୫ଟି ଦେଶ ଭ୍ରମଣ କରି ରେକର୍ଡ ସ୍ଥାପନ କରିଛନ୍ତି। ତେବେ ଏହି ଯାତ୍ରାର ଉଦ୍ଦେଶ୍ୟ କେବଳ ରେକର୍ଡ ସ୍ଥାପନ କରିବା ନ ଥିଲା ବୋଲି ଜେର୍ଭୋସ୍ କହିଛନ୍ତି।