-
1.ନାଇଟ୍ ଫ୍ରାଙ୍କ ଗ୍ଲୋବାଲ୍ ୱେଲଥ୍ ରିପୋର୍ଟ ୨୦୨୫ ଅନୁଯାୟୀ, ଭାରତ ବିଶ୍ୱରେ ଚତୁର୍ଥ ବୃହତ୍ତମ କୋଟିପତି ବ୍ୟକ୍ତିଙ୍କ (HNWIs) କେନ୍ଦ୍ର ଭାବେ ଉଭା ହୋଇଛି। ଯେଉଁଠାରେ ୮୫,୬୯୮ ଜଣ ଲୋକଙ୍କର ମୋଟ ସମ୍ପତ୍ତି ୧୦ ମିଲିୟନ ଡଲାରରୁ ଅଧିକ।
-
2.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲାର ସିଇଓ ଏଲନ ମସ୍କ ଗତ କିଛି ଦିନ ଧରି ପରସ୍ପର ବିରୋଧରେ ଖୋଲାଖୋଲି କଥା କହୁଛନ୍ତି। ମସ୍କ ଏକ ପୋଷ୍ଟରେ ଟ୍ରମ୍ପଙ୍କୁ ସମାଲୋଚନା କରି କହିଥିଲେ, ସେ ମୋ ବିନା ନିର୍ବାଚନ ହାରି ଯାଇଥାନ୍ତେ। ମସ୍କ ଏକ୍ସ ପୋଷ୍ଟ ମାଧ୍ୟମରେ ତାଙ୍କ ପୋଷ୍ଟ ପାଇଁ ଦୁଃଖ ପ୍ରକାଶ କରିଥିଲେ।
-
3.ଡ଼ିଶା ସରକାର ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ପେନସନ୍ ଗ୍ରହଣ କରିବାକୁ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କୁ ଘରେ ପେନସନ୍ ପହଞ୍ଚାଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରନ୍ତୁ।
-
4.ବିହାରର ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଚଳିତ ବର୍ଷ ହେବାକୁ ଥିବା ବିହାର ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଛି ଆମ୍ ଆଦମୀ ପାର୍ଟି। ତେବେ ପାର୍ଟି ସଭିଙ୍କୁ ଚକିତ କରି ସମସ୍ତ ସିଟ୍ରେ ଲଢିବାକୁ ଘୋଷଣା କରିଛି।
-
5.କ୍ୟାବିନେଟ ବୈଠକରେ ରେଳ ମନ୍ତ୍ରଣାଳୟର ଦୁଇଟି ମହତ୍ବପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପରେ ସମୁଦାୟ ୬,୪୦୫ କୋଟି ଟଙ୍କା ଖର୍ଚ୍ଚ ହେବ। ଝାଡ଼ଖଣ୍ଡ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶର ସାତ ଜିଲ୍ଲାକୁ ସାମିଲ କରି ଭାରତୀୟ ରେଲଓ୍ଵେର ଦୁଇଟି ମଲଟିଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି।
-
6.ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ରଥଯାତ୍ରା ପରଦିନ ଅର୍ଥାତ୍ ୨୮ ତାରିଖରୁ ପୁଣି ଆରମ୍ଭ ହେବ।
-
7.ପୁରୀ ସ୍ନାନ ପୂର୍ଣ୍ଣିମାରେ ମହାସୁଆର ସାହିର ଜଗନ୍ନାଥ ଦୀକ୍ଷିତ ବରିଷ୍ଠ ସେବାୟତଙ୍କୁ ହତ୍ୟା । ପୁରୀ ଗୁଡିଆ ସାହିରେ ଘଟିଛି ଏଭଳି ହତ୍ୟାକାଣ୍ଡ ।
-
8.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏକ ବାଣିଜ୍ୟ ଚୁକ୍ତିର ଅଂଶ ଭାବେ, ଚାଇନା ଆମେରିକାକୁ ଦୁର୍ଲଭ ପୃଥିବୀ ଖଣିଜ ପୂର୍ବରୁ ଯୋଗାଇବ ଏବଂ ଚାଇନା ଛାତ୍ରମାନଙ୍କ ପାଇଁ ଭିସା ମଞ୍ଜୁର କରିବ।
-
9.୨୦୨୦ ସୁଦ୍ଧା ସମଗ୍ର ବିଶ୍ୱରେ ମୁସଲମାନଙ୍କ ସଂଖ୍ୟା ୨ ବିଲିୟନ ଥିବା ବେଳେ ୨୦୧୦ରେ ଏହା ୧.୭ ବିଲିୟନ ଥିଲା, ଯାହା କି ୨୧% ବୃଦ୍ଧିକୁ ଦର୍ଶାଉଛି। ଏହି ସମୟ ମଧ୍ୟରେ ସମଗ୍ର ବିଶ୍ୱର ଜନସଂଖ୍ୟା ମାତ୍ର ୧୦% ବୃଦ୍ଧି ପାଇଛି। ଫଳରେ ଦଶନ୍ଧି ମଧ୍ୟରେ ବିଶ୍ୱ ଜନସଂଖ୍ୟାରେ ମୁସଲମାନ ଭାଗ ୨୪%ରୁ ୨୬%କୁ ବୃଦ୍ଧି ପାଇଛି।
-
10.ଲଗାତାର ପଞ୍ଚମ ଦିନ ପାଇଁ ଆମେରିକାର ଦ୍ବିତୀୟ ବୃହତ୍ତମ ସହର ଲସ୍ ଏଞ୍ଜେଲସ୍ରେ ବିକ୍ଷୋଭ ଜାରି ରହିଥିବାରୁ ଜରୁରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ଶନିବାରଠାରୁ ୪ ଦିନରେ ୨୦୦ରୁ ଅଧିକ ଦଙ୍ଗାକାରୀଙ୍କୁ ଗିରଫ କରାଯାଇଛି।
-
11. କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ପକ୍ଷରୁ ଏକ ‘ହତ୍ୟା ତାଲିକା’ ଜାରି କରାଯାଇଛି। ଏହି ତାଲିକାରେ, ଇସ୍ରାଏଲ୍କୁ ସମର୍ଥନ କରୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ଟେକ୍ ବିଲିୟନେୟାର ଏଲନ୍ ମସ୍କଙ୍କ ସମେତ କେତେକ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି।
-
12. ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ନାଲ୍କୋର ନୂଆ ନିର୍ଦ୍ଦେଶକ (ଅର୍ଥ) ଭାବେ ଅଭୟ କୁମାର ବେହୁରିଆ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଅର୍ଥ ଓ ଆକାଉଣ୍ଟସ୍) ଭାବେ କାର୍ଯ୍ୟ କରୁଥିଲେ।
-
13. ଭାରତରେ କରୋନା ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ପୁଣି ୩୦୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।
-
14.ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସତର୍କମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଜାଣିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଥିବା ମନ୍ତ୍ରୀ, ନେତା ଓ ଅଧିକାରୀମାନେ ନିଜର ଆର୍ଟି ପିସିଆର୍ ଟେଷ୍ଟ୍ କରାଇବା ବାଧ୍ୟତାମୂଳକ।
-
15.ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ନୂଆ ଏମ୍ଡି ଓ ସିଇଓ ଭାବେ ଆର୍ ଦୋରାଇସ୍ବାମୀଙ୍କ ନାମକୁ ଆର୍ଥିକ ସେବା ପ୍ରତିଷ୍ଠାନ ବୋର୍ଡ (ଏଫ୍ଏସ୍ଆଇବି) ସୁପାରିସ କରିଛି।
-
16.ମୋହନ ମାଝୀ ସରକାର ଏକ ନୂଆ ଘୋଷଣା କରିଛନ୍ତି। ‘ନମୋ ଏକ୍ସପ୍ରେସୱେ’ ନିର୍ମାଣ କରି ଓଡ଼ିଶାର ପଶ୍ଚିମ ଓ ଦକ୍ଷିଣ ଅଞ୍ଚଳକୁ ସଂଯୋଗ କରିବାକୁ ସରକାର ଯୋଜନା କରୁଛନ୍ତି।
-
17.ପାକିସ୍ତାନ ସେନା ମୁଖ୍ୟ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଜୁନ ୧୨ ତାରିଖରେ ଆମେରିକାରେ ପହଞ୍ଚିବେ। ମୁନିରଙ୍କୁ ଆମେରିକୀୟ ସେନାର ୨୫୦ତମ ବାର୍ଷିକୀ ପାଳନରେ ଯୋଗଦେବା ପାଇଁ ନିମନ୍ତ୍ରଣ ମିଳିଛି।
-
18. ଚାଇନା ସରକାର ଏବେ ଖୋଲାଖୋଲି ଭାବରେ ଏହାର ନାଗରିକମାନଙ୍କୁ କାମ ଛାଡି ପିଲା ଜନ୍ମ କରିବାକୁ କହୁଛନ୍ତି।
-
19.ଚଳିତ ବର୍ଷରୁ ଓଡିଶାରେ ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଥିଲା। କିନ୍ତୁ ଏବେ ସେଥିରେ କୋହଳ କରାଯାଇଛି। ଯେଉଁ ପିଲାଙ୍କର ଆଧାର କାର୍ଡ ନାହିଁ, ସେମାନେ ମଧ୍ୟ ଆଡ୍ମିଶନ କରିପାରିବେ।
-
20.ଦକ୍ଷିଣ ପୂର୍ବ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୋମବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଆସନ୍ତା ୧୪ରୁ ୧୬ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି।