-
1.ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ଏକ ଶକ୍ତି ପ୍ରଦର୍ଶନ କରି ଆଜି ରାଧାକ୍ରିଷ୍ଣନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
-
2. ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ଏବଂ ଦୁଇ କ୍ଷମତା କେନ୍ଦ୍ର ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ବିଚାରବିମର୍ଶ ନେଇ ସମ୍ବିଧାନ ରଚନାକାରୀଙ୍କ ଆଶା ପୂରଣ ହୋଇଛି କି ବୋଲି ବୁଧବାର ସୁପ୍ରିମ୍କୋର୍ଟ ପ୍ରଶ୍ନ କରିଛନ୍ତି।
-
3.କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ପ୍ରବଳ ହଟ୍ଟଗୋଳ ଭିତରେ ୩ଟି ବିଲ୍ ଆଗତ କରିଛନ୍ତି। ଏହି ବିଲ୍ ଅଧୀନରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଯଦି କୌଣସି ଗୁରୁତର ଅପରାଧରେ ଗିରଫ ହୋଇ ଲଗାତାର ୩୦ ଦିନ ଜେଲ୍ରେ ରହିବେ କିମ୍ବା ହାଜତରେ ଅଟକ ରହିବେ, ତା’ହେଲେ ସେମାନଙ୍କୁ ପଦରୁ ହଟାଇ ଦିଆଯିବ।
-
4.ଓଡ଼ିଶାର ଚାନ୍ଦିପୁରରେ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଥିଲା। ଦେଶର ପ୍ରଥମ ଏବଂ ଏକମାତ୍ର ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ICBM)। ଅଗ୍ନି-୫ ର ରେଞ୍ଜ ୫୦୦୦ କିଲୋମିଟରରୁ ଅଧିକ ରହିଛି।
-
5.ଭାରତ ଆମେରିକାର ଆମଦାନି ଉପରେ ଉଚ୍ଚା ଶୁଳ୍କ ଆଦାୟ କରୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ରପ୍ତାନି ଉପରେ ୨୫ ପ୍ରତିଶତର ପାଲଟା ଶୁଳ୍କ ଲଗାଇଛନ୍ତି।
-
6.ପ୍ରଧାନ ବିଚାରପତି ଜଷ୍ଟିସ ବିଆର୍ ଗୱାଇଙ୍କ ନେତୃତ୍ୱରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ରାଷ୍ଟ୍ରପତିଙ୍କ ରେଫରେନ୍ସର ଶୁଣାଣି ସମୟରେ କହିଛନ୍ତି ଯେ, ଏପ୍ରିଲ ୧୨ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ରାଜ୍ୟପାଳଙ୍କୁ ରାଜ୍ୟମାନଙ୍କ ଦ୍ୱାରା ପାରିତ ବିଲ୍କୁ ମଞ୍ଜୁରି ଦେବା ପାଇଁ ସମୟସୀମା ଧାର୍ଯ୍ୟ କରିଥିବା ଆଦେଶକୁ ସୁପ୍ରିମ୍କୋର୍ଟ ରଦ୍ଦ କରିବେ ନାହିଁ।
-
7.‘ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ’, ‘ଏ ନନୀ ସୁଲୋଚନା...’ ଭଳି ଲୋକପ୍ରିୟ ସମ୍ବଲପୁରୀ ଗୀତର ଗୀତିକାର ପଦ୍ମଶ୍ରୀ ବିନୋଦ ପଶାୟତ (୯୦)। ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ସେନ୍ପାର୍କସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି।
-
8.ଓଡିଶାର ଅଧ୍ୟାପକ ଓ ଶିକ୍ଷକ ଏନ୍ସିସି(ଏଏନ୍ଓ),ଏନ୍ଏସ୍ଏସ୍ ପ୍ରୋଗାମ୍ ଅଫିସର୍, ଯୁବ ରେଡ୍କ୍ରସ୍ର କାଉନ୍ସିଲର୍, ସ୍କାଉଟ୍ ଗାଇଡ୍ ରେଞ୍ଜର୍, ରୋଭର୍ ଶିକ୍ଷକ, ସମାଜସେବୀଙ୍କ ସମେତ ୬୦ଜଣଙ୍କୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା।
-
9.ସମୁଦ୍ର ଅବକ୍ଷୟ ରୋକିବା ସହ ଓଡ଼ିଶାକୁ ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧକ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ହେବ। ତେଣୁ ବାତ୍ୟା, ବନ୍ୟା ପ୍ରବଣ ଓଡ଼ିଶାକୁ ବିପର୍ଯ୍ୟୟ ପରିଚାଳନା କରିବାରେ କେନ୍ଦ୍ର ସରକାରଙ୍କ ସହାୟତା ଦରକାର। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅମିତ ଶାହଙ୍କୁ ଭେଟି ଏହିଭଳି ଦାବି କରିଛନ୍ତି। ଏହାସହ ୧୦୩୬୩କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ ଦାବି କରିଛନ୍ତି।
-
10.ଓଡ଼ିଶାରୁ ପ୍ରଥମଥର ଲାଗି ଏଫ୍ସିଆଇ(ଭାରତୀୟ ଖାଦ୍ୟ ନିଗମ) ମାଣ୍ଡିଆ ଉଠାଇଛି। ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ଉତ୍ପାଦିତ ଉଚ୍ଚ ପୁଷ୍ଟି ଓ ଗୁଣଯୁକ୍ତ ମାଣ୍ଡିଆ ଉଠାଇବା ପାଇଁ ଏଫ୍ସିଆଇ ଇଚ୍ଛା ଜାହିର କରିଥିଲା।
-
11.ରାଜ୍ୟର ୨୧ଟି ଜିଲ୍ଲା ଜାତୀୟ ସିକିଲସେଲ ରକ୍ତହୀନତା ନିରାକରଣ ମିସନ୍ ଅଧୀନରେ ସାମିଲ ହୋଇଛି। ୨୦୨୩ ମସିହା ଜୁଲାଇରୁ ୨୦୨୫-୨୬ ଅବଧିରେ ରାଜ୍ୟରେ ୪୬.୬୫ଲକ୍ଷ ପରୀକ୍ଷା ହୋଇଛି। ଏଥିରେ ୯୭ହଜାର ୫୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
-
12.ସନକ୍ ଅଟୋ କର୍ପ ପକ୍ଷରୁ ଖୋର୍ଦ୍ଧାରେ ଏକ ଇଲେକ୍ଟ୍ରିକ୍ ଯାନ (ଇଭି) ନିର୍ମାଣ କାରଖାନା ସ୍ଥାପନ କରାଯିବ। କମ୍ପାନି ଏହି ପ୍ରକଳ୍ପରେ ୩୦୦ କୋଟି ଟଙ୍କା ନିବେଶ କରିବ।
-
13.ବାରଙ୍ଗର ଗଙ୍ଗେଶ୍ବର ମୌଜାରେ ନିର୍ମାଣ ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ। ଏଥିପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିଲା ବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ (ଏସ୍ଏସ୍ଇପିଡି)ର ଚୂଡ଼ାନ୍ତ ଅନୁମୋଦନ ଅପେକ୍ଷାରେ ରହିଛି।
-
14.ନୂଆ ସାମଗ୍ରୀ ଓ ସେବାକର ବ୍ୟବସ୍ଥାରେ ଶସ୍ତା ହେବାକୁ ଥିବା ପ୍ରମୁଖ ସାମଗ୍ରୀଗୁଡ଼ିକ ହେଉଛି ଛୋଟ କାର ୨୮% ରୁ ୧୮%, ବୀମା ପ୍ରିମିୟମ୍ ୧୮% ରୁ ୫% କିମ୍ବା ଶୂନ୍ୟ, ଦୈନନ୍ଦିନ ବ୍ୟବହାର ସାମଗ୍ରୀ ୫% ରୁ ଶୂନ୍ୟ, ଏୟାର କଣ୍ଡିସନର ୨୮% ରୁ ୧୮% ଓ ଟେଲିଭିଜନ ଉପରେ ୨୮% ରୁ ୧୮% ପର୍ଯ୍ୟନ୍ତ ଜିଏସଟି ହ୍ରାସ ପାଇବା ସମ୍ଭାବନା ରହିଛି।
-
15.ରାଜ୍ୟ ସରକାର ବୁଧବାର ୪୫୧୫ କୋଟି ଟଙ୍କାର ୧୯ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁର ପ୍ରଦାନ କରିଛନ୍ତି।