-
1.ବିରୋଧୀ ଦଳ ତଥା ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି. ସୁଦର୍ଶନ ରେଡ୍ଡୀ।
-
2.ଉପରାଷ୍ଟ୍ରପତି ପଦ ପାଇଁ ଏନ୍ଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ ନିବେଦନ କରିଛନ୍ତି।
-
3.ଭାରତ ଓ ଚୀନ ଦୁଇ ଦେଶ ମଧ୍ୟରେ ସିଧା ବିମାନ ସଂଯୋଗକୁ ଆରମ୍ଭ କରିବା ଏବଂ ନୂଆ ଏୟାର ସର୍ଭିସ ରାଜିନାମାକୁ ଚୂଡ଼ାନ୍ତ କରିବାକୁ କୁହାଯାଇଛି। ୨୦୨୬ରେ କୈଳାସ-ମାନସରୋବର ଯାତ୍ରାକୁ ସଂପ୍ରସାରିତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ୨୦୨୬ରେ ଭାରତରେ ଏବଂ ୨୦୨୭ରେ ଚୀନରେ ବ୍ରିକ୍ସ ସମ୍ମିଳନୀ ଆୟୋଜନ ହେବ।
-
4.ଭାରତୀୟ ବାୟୁସେନାର ଶକ୍ତିକୁ ଆହୁରି ବୃଦ୍ଧି କରିବା ପାଇଁ, କେନ୍ଦ୍ର ସରକାର ୯୭ଟି ଏଲସିଏ ମାର୍କ ୧ଏ ଲଢ଼ୁଆ ବିମାନ କିଣିବା ପାଇଁ ୬୨୦୦୦ କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ସମସ୍ତ ଲଢ଼ୁଆ ବିମାନ 'ମେକ୍ ଇନ୍ ଇଣ୍ଡିଆ' କାର୍ଯ୍ୟକ୍ରମ ଅଧୀନରେ କିଣାଯିବ।
-
5. ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସେସ (ଏନବିଇଏମଏସ) ଆଜି ( ଅଗଷ୍ଟ ୧୯) ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ-ପୋଷ୍ଟଗ୍ରାଜୁଏଟ୍ (ନିଟ୍ ପିଜି ୨୦୨୫)ର ଫଳାଫଳ ଘୋଷଣା କରିଛି।
-
6. ରାଜ୍ୟସଭାରେ ଭାରତୀୟ ବନ୍ଦର ବିଲ୍, ୨୦୨୫ ପାରିତ ହୋଇଛି। ଏହା ଦ୍ବାରା ଏକ ଶତାବ୍ଦୀରୁ ଅଧିକ ବର୍ଷର ଔପନିବେଶିକ ଯୁଗର ୧୯୦୮ ମସିହାର ଭାରତୀୟ ବନ୍ଦର ଆଇନର ଅନ୍ତ ଘଟିବାକୁ ଯାଉଛି। ଲୋକସଭା ଦ୍ୱାରା ପୂର୍ବରୁ ପାରିତ ହୋଇଥିବା ବେଳେ ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ଅପେକ୍ଷାରେ ରହିଛି।
-
7.ଭୁବନେଶ୍ୱର ଓ କଟକ ସହରରେ ଟ୍ରାଫିକ ଭିଡ଼ କମାଇବା ପାଇଁ ପ୍ରସ୍ତାବିତ ୧୧୦.୮୭ କିଲୋମିଟର ଲମ୍ବ ରାମେଶ୍ୱର-ଟାଙ୍ଗି ବାଏପାସ ଗ୍ରୀନଫିଲଡ ରାଜପଥ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଟି ରାଜ୍ୟର ୪ଟି ପ୍ରମୁଖ ସହର ଭୁବନେଶ୍ବର, କଟକ, ଖୋର୍ଦ୍ଧା ଓ ଢେଙ୍କାନାଳକୁ ସଂଯୋଗ କରିବ ।
-
8.ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ୨୦୨୩ ବର୍ଷ ପାଇଁ ତିନିଟି ବର୍ଗରେ ତିନିଜଣ ଲେଖକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲାର ଜନାବ୍ ସେକ୍ ଅନୱର ହୁସେନଙ୍କୁ “ଅମଜଦ ନଜମୀ ପୁରସ୍କାର ୨୦୨୩” ,କଟକ ଜିଲ୍ଲାର ଜନାବ୍ ଅବଦୁଲ ହକ୍ ବେତାବ୍ ଙ୍କୁ “ଡ଼ଃ କରାମତ୍ ଅଲ୍ଲୀ କରାମତ୍ ପୁରସ୍କାର ୨୦୨୩” , କଟକ ଜିଲ୍ଲାର ଜନାବ୍ ସମିଉଲ୍ ହକ୍ ଶାକିରଙ୍କୁ “ଶ୍ରୀଯୁକ୍ତ ରଶ୍ମିକାନ୍ତ ରାହି ପୁରସ୍କାର ୨୦୨୩” ପ୍ରଦାନ କରାଯାଇଛି।
-
9.ପ୍ରଥମ ଥର ପାଇଁ ରେଳ ଟ୍ରାକରେ ସୋଲାର ପ୍ୟାନେଲ୍ ଲାଗିଲା । ରେଳଧାରଣାରେ ସୋଲାର ପ୍ୟାନେଲ୍ ଲଗାଇ ରେଳଧାରଣାକୁ ବିଜୁଳିର ଗନ୍ତାଘର କରିଛି ଭାରତୀୟ ରେଳ ବିଭାଗ । ଏବେ ଟ୍ରାକରେ ବିନା ବିଜୁଳି ଖର୍ଚ୍ଚରେ ଟ୍ରେନ୍ ଧାଇଁବ ।
-
10.ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ବେଳକୁ ଓଡ଼ିଶାକୁ ୧.୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କୃଷି ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।
-
11.ନବରତ୍ନ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍ (ନାଲ୍କୋ) ସମ୍ପ୍ରସାରଣରେ ପ୍ରାୟ ୩୭ ହଜାର କୋଟି ଟଙ୍କା ନିବେଶ କରିବ। କମ୍ପାନିର ସିଏମ୍ଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ ଅନୁଗୁଳରେ ଆଲୁମିନିୟମ ସ୍ମେଲଟର କ୍ଷମତାକୁ ୦.୫ ନିୟୁତ ଟନ୍ ବଢ଼ାଇବାରେ କମ୍ପାନି ୧୭,୧୬୩ କୋଟି ଟଙ୍କା ନିବେଶ କରିବ।
-
12.ରାଜସ୍ଥାନର ମନିକା ବିଶ୍ୱକର୍ମା ମିସ୍ ୟୁନିଭର୍ସ ଇଣ୍ଡିଆ ହେଲେ । ସାରା ଦେଶରୁ ୪୮ଜଣ ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିଥିଲେ ।
-
13.ପରଲୋକରେ ବହୁଚର୍ଚ୍ଚିତ ଫିଲ୍ମ ୩ ଇଡିୟଟ୍ସର ପ୍ରଫେସର ଅଚ୍ୟୁତ୍ ପୋତଦାର୍। ମୃତ୍ୟୁ ବେଳକୁ ତାଙ୍କୁ ୯୧ବର୍ଷ ବୟସ ହୋଇଥିଲା।
-
14.ସଂସଦରେ ଗୁରୁତ୍ଵପୂର୍ଣ୍ଣ ବିଲ୍ ଆସିବ । ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ମୁଖ୍ୟମନ୍ତ୍ରୀ , ଯଦି ଏହି ପଦରେ ଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି ସାଂଘାତିକ ଅଭିଯୋଗ ଆସେ ଓ ଗିରଫ ହୁଅନ୍ତି ତେବେ ଏ ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାମଲାରେ ଯଦି ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ଥାଏ, ତେବେ ଗିରଫ ହେବାର ୩୦ ଦିନ ପରେ ତାଙ୍କ ପଦ ରଦ୍ଦ ହୋଇଯିବ।
-
15.ସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ଵରେ ଭାରତ ମ୍ୟାଚ୍ ଖେଳିବ। ଟେଷ୍ଟ ଅଧିନାୟକ ଶୁବମନ୍ ଗିଲ୍ଙ୍କୁ ଉପଅଧିନାୟକ ଦାୟିତ୍ଵ ଦିଆଯାଇଛି।