-
1.ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚଳିତ ଡିସେମ୍ବରରେ ନିଜର ପ୍ରଥମ ଗଗନଯାନ ପରୀକ୍ଷଣ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ବୋଲି ମହାକାଶ ଏଜେନ୍ସି ମୁଖ୍ୟ ଭି ନାରାୟଣନ ସୂଚନା ଦେଇଛନ୍ତି।
-
2.ମହାକାଶ ଯାତ୍ରାରୁ ଫେରିଥିବା ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ତାଙ୍କର ଏହି ସଫଳତାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।
-
3.ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ଆଧାର କାର୍ଡ଼ ହାତେଇ ନିଜକୁ ଭାରତୀୟ ନାଗରିକ ଭାବେ ପରିଚୟ ଦେଉଥିବାରୁ ଆସନ୍ତା ବର୍ଷେ ପର୍ଯ୍ୟନ୍ତ ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ନୂଆ ଆଧାର କାର୍ଡ ଜାରି କରିବେନି ଆସାମ ସରକାର।
-
4.ଆର୍ଥିକ ଲାଭ ଉପରେ ନିର୍ଭର କରି ଯେଉଁ ବିଦ୍ୟୁତ୍ ଉତ୍ପାଦକମାନେ ‘ଶକ୍ତି କ୍ରୟ ରାଜିନାମା’ କରିଛନ୍ତି ସେମାନେ ପରବର୍ତ୍ତୀ ସମୟରେ ଆଇନ ପ୍ରତ୍ୟାହାର ହୋଇଥିବା ଦର୍ଶାଇ କ୍ଷତିପୂରଣ ଦାବି କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
-
5.ଆସନ୍ତା ୨୦୨୬ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପାଇଁ ବିଜେପି କିମ୍ବା ଡିଏମ୍କେ ସହ ମେଣ୍ଟ କରିବା ଚର୍ଚ୍ଚାକୁ ଖାରଜ କରିଛନ୍ତି ଅଭିନେତା ବିଜୟ।
-
6.ସୁପ୍ରିମ୍କୋର୍ଟ ଗୁରୁବାର ମୌଖିକ ଭାବେ ମନ୍ତବ୍ୟ ଦେଇଥିଲେ ଯେ ଯଦି ରାଜ୍ୟପାଳମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଲ୍କୁ ଅଟକାଇ ରଖନ୍ତି, ତେବେ ଏହା ବିଧାନସଭାକୁ ଅଚଳ କରିଦେବ। ଏଭଳି ପରିସ୍ଥିତିରେ ହସ୍ତକ୍ଷେପ କରିବାର ଅଧିକାର କ’ଣ ଅଦାଲତଙ୍କର ନାହିଁ ବୋଲି ସୁପ୍ରିମ୍କୋର୍ଟ ପ୍ରଶ୍ନ କରିଛନ୍ତି।
-
7. ଅନ୍ଲାଇନ୍ ମନି ଗେମ୍ ବା ଟଙ୍କା ଲଗାଯାଉଥିବା ଗେମ୍ଗୁଡ଼ିକୁ ନିଷିଦ୍ଧ କରିବା ଲାଗି ଆଗତ କରାଯାଇଥିବା ‘ଅନ୍ଲାଇନ୍ ଗେମିଂର ପ୍ରସାର ଓ ନିୟନ୍ତ୍ରଣ ବିଲ୍ ୨୦୨୫’ ସଂସଦର ଉଭୟ ଗୃହରେ ପାସ୍ ହୋଇଥିବାରୁ ତାହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ।
-
8.ରାଜ୍ୟ ପରିବହନ ବିଭାଗକୁ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (ଏମଓଆରଟିଏଚ) ପକ୍ଷରୁ ସୁନ୍ଦରଗଡ଼ ଏବଂ ଗଞ୍ଜାମକୁ ଦେଶର ୧୦୦ଟି ଦୁର୍ଘଟଣାପ୍ରବଣ ଜିଲ୍ଲା ମଧ୍ୟରୁ ଚିହ୍ନଟ କରାଯାଇଛି। ସୁନ୍ଦରଗଡ଼କୁ ୮୪ତମ ସ୍ଥାନରେ ଏବଂ ଗଞ୍ଜାମକୁ ୯୦ତମ ସ୍ଥାନରେ ରଖିଛି।
-
9.ଚର୍ଚ୍ଚିତ ୟୁଟ୍ୟୁବର ତଥା ଶିକ୍ଷକ ଖାନ ସାର ଏବେ ସାଧାରଣ ଲୋକଙ୍କ ପାଇଁ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି | ବାସ୍ତବରେ ଏଣିକି ଲୋକମାନେ ମାତ୍ର ୨୫ ଟଙ୍କାରେ ଇସିଜି ପରୀକ୍ଷା କରିପାରିବେ। ଖାନ ସାରଙ୍କ ଏହି ପଦକ୍ଷେପ ଗରିବ ଲୋକଙ୍କ ପାଇଁ ବହୁତ ଲାଭଦାୟକ ହେବ।
-
10.ରାଜ୍ୟର ୨୭ ଜିଲ୍ଲାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ (ଡିଏଫ୍ଓ) ପଦବି ଖାଲି ପଡ଼ିଛି। କେବଳ ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ ଭାରପ୍ରାପ୍ତ ଏଡିଏଫ୍ଓଙ୍କ ଦ୍ବାରା ଏହା ପରିଚାଳିତ ହେଉଛି।
-
11.ୟୁକ୍ରେନ-ରୁଷ୍ ଯୁଦ୍ଧବିରତି ପାଇଁ ଗୋଟିଏ ପଟେ ଅହରହ ପ୍ରୟାସ ଚାଲିଥିବା ବେଳେ ଅନ୍ୟପଟେ ଉଭୟ ରାଷ୍ଟ୍ର ସପ୍ତାହେ ହେଲା ପରସ୍ପର ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛନ୍ତି। ଗତ ୪ ଦିନ ଧରି କିବ୍କୁ ଟାର୍ଗେଟ୍ କରି ରୁଷ୍ ଭୀଷଣ ଆକ୍ରମଣ ଜାରି ରଖିଛି।
-
12.ରୁଷ-ୟୁକ୍ରେନ ଯୁଦ୍ଧର ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି । ଏହି ଯୁଦ୍ଧରେ ୟୁକ୍ରେନ ନିଜର ୧୭ ଲକ୍ଷ ସୈନିକଙ୍କୁ ହରାଇଥିବା ଏକ ସୂଚନା ମିଳିଛି ।
-
13.ବହୁରାଷ୍ଟ୍ରୀୟ ପେଟ୍ରୋଲିୟମ କମ୍ପାନି ‘ସ୍କ୍ଲମ୍ବର୍ଜର’ର ଉଚ୍ଚ ପଦାଧିକାରୀ ଭାବରେ ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ୍ରେ କାର୍ଯ୍ୟରତ ଥିଲେ। ଡ.ପାଣ୍ଡବ ପାତ୍ର। ଡ.ପାତ୍ର ବର୍ତ୍ତମାନ ଭିସୁଟ୍ର ମେକାନିକାଲ ବିଭାଗର ସହକାରୀ ପ୍ରଫେସର ରହିଛନ୍ତି। ଡ.ପାତ୍ର ବୁର୍ଲା, ମହାନଦୀ କୂଳ ଓ ହୀରାକୁଦ ନଦୀବନ୍ଧ ସଂଲଗ୍ନ ଅଞ୍ଚଳରେ ତାଳ ମଞ୍ଜି ରୋପଣ କରିଆସୁଛନ୍ତି। ଗତ ଦୁଇଟି ତାଳ ଋତୁରେ ମଞ୍ଜି ସଂଗ୍ରହ କରି ୨୦୦୦ରୁ ଅଧିକ ମଞ୍ଜି ପୋତି ସାରିଲେଣି।
-
14.ବିହାରର ରାଜଗିରିରେ ଚଳିତ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଏସିଆ କପ୍ ହକି ଚମ୍ପିଆନସିପ୍-୨୦୨୫ ଖେଳାଯିବ।
-
15.କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ (ସିସିପିଏ) ଯାତ୍ରା ସୁବିଧା ପ୍ରଦାନକାରୀ କମ୍ପାନୀ ରାପିଡୋ ଉପରେ ୧୦ଲକ୍ଷ ଟଙ୍କା ଜୋରିମାନା ଦଣ୍ଡାଦେଶ କରିଛନ୍ତି। ମିଥ୍ୟା ବିଜ୍ଞାପନ ପ୍ରସାରଣ ପାଇଁ ଏହି ଦଣ୍ଡାଦେଶ କରାଯାଇଛି।