-
1.ଭବିଷ୍ୟତରେ ଫାର୍ମା ଉପରେ ପର୍ଯ୍ୟାୟକ୍ରମେ ଶୁଳ୍କକୁ ୨୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ଏବଂ ସେମିକଣ୍ଡକ୍ଟର ଉପରେ ଶୁଳ୍କ ଲଗାଇବାର ଯୋଜନା ଥିବା ଟ୍ରମ୍ପ ସୂଚନା ଦେଇଛନ୍ତି।
-
2.ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ଓ ୭୯ ବର୍ଷୀୟ ନେତା ସତ୍ୟପାଲ ମଲ୍ଲିକଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି।
-
3. କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ କହିଥିଲେ, ଇଣ୍ଡିଆନ୍ ସିନେମା ହବ୍ ପୋର୍ଟାଲ୍କୁ ଏକକ ସିଙ୍ଗଲ୍-ୱିଣ୍ଡୋ ସିଷ୍ଟମ ରୂପେ ପୁନଃନିର୍ମାଣ କରାଯାଇଛି । ଏହା ସାରା ଭାରତରେ ଚଳଚ୍ଚିତ୍ର ନିର୍ମାଣ ସହ ଜଡ଼ିତ ମଞ୍ଜୁରି ଏବଂ ସେବାଗୁଡ଼ିକୁ ସୁଗମ ଉପଲବ୍ଧତା ପ୍ରଦାନ କରୁଛି।
-
4.ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ପ୍ରଥମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ଗୁପ୍ତ ଝିଅ ତାଙ୍କର ନୀରବତା ଭାଙ୍ଗିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ, ୨୨ ବର୍ଷୀୟା ଏଲିଜାଭେଟା କ୍ରିଭୋନୋଗିଖ ପୁଟିନର ନାମ ନ ନେଇ ତାଙ୍କ ଜୀବନ ବର୍ବାଦ କରିଥିବା ବ୍ୟକ୍ତିଙ୍କ ବିଷୟରେ ଲେଖିଛନ୍ତି।
-
5.ହିଜବୁଲ୍ଲା ସ୍ପଷ୍ଟ କରିଛି ଯେ ଇସ୍ରାଏଲ ଦକ୍ଷିଣ ଲେବାନନରୁ ପ୍ରତ୍ୟାହାର ନ କରିବା ଏବଂ ବାକି ଥିବା ପାଞ୍ଚଟି ବିବାଦୀୟ ସ୍ଥାନର ସମାଧାନ ନ କରିବା ପର୍ଯ୍ୟନ୍ତ ଏହା ଅସ୍ତ୍ରତ୍ୟାଗ କରିବା ପାଇଁ କୌଣସି ଆଲୋଚନା କରିବ ନାହିଁ କିମ୍ବା କୌଣସି ପଦକ୍ଷେପ ନେବ ନାହିଁ।
-
6.କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ରାଜ୍ୟରେ ୫ଟି ନୂଆ ହସ୍ପିଟାଲ୍ ନିର୍ମାଣ କରିବାକୁ ଯୋଜନା ରଖିଛି। ପ୍ରତି ହସ୍ପିଟାଲ୍ରେ ୧୦୦ଟି ଲେଖାଏଁ ଶଯ୍ୟା ରହିବ ବୋଲି ଇଏସ୍ଆଇସିର ଆଞ୍ଚଳିକ ନିର୍ଦ୍ଦେଶକ ରୁଦ୍ରଦୀପ ଦତ୍ତା ସୂଚନା ଦେଇଛନ୍ତି।
-
7.ମୁମ୍ବାଇର ବାନ୍ଦ୍ରା ପଶ୍ଚିମକୁ ସ୍ଥାନାନ୍ତର ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେଠାରେ ଥିବା ପାଲି ହିଲରେ ୪ଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭଡା ନେଇଛନ୍ତି, ଯାହାର ମାସିକ ଭଡା ୨୪.୫ ଲକ୍ଷ ଟଙ୍କା ହେବ। କୁହାଯାଉଛି ଯେ, ଆମୀର ରହୁଥିବା ଭିର୍ଗୋ ହାଉସିଂ ସୋସାଇଟିରେ ଫ୍ଲାଟରେଗୁଡ଼ିକର ଏବେ ପୁନଃବିକାଶ କାର୍ଯ୍ୟ ଚାଲିଛି।
-
8.ଅଭିନେତ୍ରୀ ପ୍ରକୃତି ମିଶ୍ର ୭୧ତମ ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ରେ ସର୍ବକନିଷ୍ଠ ବିଚାରକ ଭାବେ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି। ଫିଚର ଚଳଚ୍ଚିତ୍ର ବର୍ଗରେ ସେ ଜୁରି ରହିଥିଲେ।
-
9.ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ଦୁଇ ବର୍ଷ ବଢ଼଼ାଇଦେଇଛନ୍ତି। ଆସନ୍ତା ଅଗଷ୍ଟ ୩୧ରେ ଶ୍ରୀ ମହାପାତ୍ର ଅବସର ଗ୍ରହଣ କରିଥାନ୍ତେ। କେନ୍ଦ୍ର କ୍ୟାବିନେଟ ନିଯୁକ୍ତି କମିଟିର ନିଷ୍ପତି ଅନୁଯାୟୀ ତାଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ବୃଦ୍ଧି କରାଯାଇଛି।
-
10.ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଟେଷ୍ଟ ଶୃଙ୍ଖଳା ୨-୨ ଡ୍ରରେ ଶେଷ ହୋଇଛି।
-
11.ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତିଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଲମ୍ବିତ କରିଛି । କ୍ରାଇମ୍ ବ୍ରାଞ୍ଚ ଦ୍ବାରା ଗିରଫ ହେବା ପରେ ଏହି ବଡ଼ ପହକ୍ଷେପ ନେଇଛି ବିଭାଗ ।
-
12.ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରତ୍ୟେକ ରାଜସ୍ବ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ କରିଛି।
-
13.ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟ୍ରାଗ୍ରାମରେ ଦୀପିକାଙ୍କ ରିଲ୍ସ ଭିଡ଼ିଓ ସବୁଠାରୁ ଅଧିକ ଲୋକପ୍ରିୟ। ଦୈନିକ ନିଜର ବିଭିନ୍ନ ପ୍ରୋଜେକ୍ଟ ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଅପଡେଟ୍ ଦେଇଥାନ୍ତି । ଦୀପିକାଙ୍କର ଇନଷ୍ଟାଗ୍ରାମରେ ୮୦ମିଲିୟନ୍ ଫଲୋଅର୍ସ ରହିଛନ୍ତି ଏହା ସହିତ ତାଙ୍କର ଗୋଟିଏ ରିଲ୍ସ ୧.୯ବିଲିୟନ ଭ୍ୟୁ ଅତିକ୍ରମ କରିଛି।
-
14.ନୂଆ ଓଡ଼ିଆ ସିନେମା ‘ଛି ରେ ନନୀ ‘ମୁକ୍ତିଲାଭ କଲା । ଏକ ଭାଇରାଲ ଗୀତର ଟାଇଟେଲକୁ ଆଧାର କରି ‘ଛି ରେ ନନୀ’ ଓଡ଼ିଆ ସିନେମା ପୂର୍ଣ୍ଣ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି।
-
15.ସୁନାମି ବିପଦ ମୁଖ୍ୟତଃ ଭୂମିକମ୍ପ, ସାମୁଦ୍ରିକ ଜ୍ୱାଳାମୁଖୀ କିମ୍ବା ଭୂସ୍ଖଳନ ଦ୍ୱାରା ସୃଷ୍ଟି ହୁଏ। ଋଷିଆରେ ଏକ ବଡ଼ ଭୂମିକମ୍ପ ହେବା ପରେ, ଜାପାନ ଓ ଆମେରିକୀୟ ଏଜେନ୍ସିଗୁଡ଼ିକ ମଧ୍ୟ ସୁନାମି ସତର୍କତା ଜାରି କରିଥିଲେ।