-
1.ବିହାରରେ ଏସ୍ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ପ୍ରସଙ୍ଗରେ ଆଲୋଚନା ଦାବିକରି ବିରୋଧୀ ସଦସ୍ୟମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପ୍ରବଳ ହୋହଲ୍ଲା କରିବାରୁ ଗୃହକାର୍ଯ୍ୟ ହୋଇପାରିନାହିଁ।
-
2.ରାଜଧାନୀର ହାଇସିକ୍ୟୁରିଟି ଚାଣକ୍ୟପୁରୀ ଅଞ୍ଚଳରେ ଜଣେ ଦୁର୍ବୃତ୍ତ କଂଗ୍ରେସ ସାଂସଦ ଆର୍ ସୁଧାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛି। ଏଥିରେ ସୁଧାଙ୍କ ବେକରେ ଆଘାତ ଲାଗିଛି।
-
3.ଶିକ୍ଷା ମନ୍ତ୍ରାଳୟର ପଦକ୍ଷେପ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଚାଲିଥିବା ବାର୍ଷିକ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛି।
-
4.ଭାରତ ଉପରେ ଲଗାଯାଇଥିବା ଶୁଳ୍କ ଆହୁରି ବଢ଼ାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଏଥି ସହିତ ରୁଷ୍ ତେଲ କିଣାରୁ ଭାରତ ବିପୁଳ ଲାଭ କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।
-
5.୨୦୦୦ ବର୍ଗକିଲୋମିଟରରୁ ଅଧିକ ଭାରତୀୟ ଅଞ୍ଚଳକୁ ଚୀନ୍ ଦଖଲ କରି ନେଇଛି ବୋଲି କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କରିଥିବା ଦାବିକୁ ନେଇ ସୁପ୍ରିମ୍କୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି।
-
6.ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ପ୍ରତିଷ୍ଠାତା ତଥା ରାଜ୍ୟସଭା ସଦସ୍ୟ ଶିବୁ ସୋରେନଙ୍କର ସୋମବାର ୮୧ ବର୍ଷ ବୟସରେ ଦିଲ୍ଲୀର ସାର୍ ଗଙ୍ଗାରାମ୍ ହସ୍ପିଟାଲରେ ପରଲୋକ ଘଟିଛି।
-
7.ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଆପ ନେତା ଏବଂ ପୂର୍ବତନ ପୂର୍ତ୍ତ (ପିଡବ୍ଲୁଡି) ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ପୂର୍ତ୍ତବିଭାଗରେ ଅନିୟମିତ ନିଯୁକ୍ତି ଏବଂ ଅସମ୍ପର୍କିତ ପ୍ରକଳ୍ପରୁ ଦେୟ ସହିତ ଜଡିତ ମାମଲାରେ କୋର୍ଟ ସିବିଆଇର କ୍ଲୋଜର ରିପୋର୍ଟକୁ ମଞ୍ଜୁରୀ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଦୀର୍ଘ ତଦନ୍ତ ସତ୍ତ୍ୱେ, ଦୁର୍ନୀତି କିମ୍ବା ଅପରାଧିକ ଷଡ଼ଯନ୍ତ୍ରର କୌଣସି ପ୍ରମାଣ ମିଳିନାହିଁ।
-
8.ଉତ୍ତରାଖଣ୍ଡ ହାଇକୋର୍ଟ ଜଣେ ଟୀକା ବୈଜ୍ଞାନିକ ଆକାଶ ଯାଦବଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି, ଯିଏ ତାଙ୍କ ପତ୍ନୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ବୃହତ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ବୈଜ୍ଞାନିକଙ୍କ ଦୋଷୀ ସାବ୍ୟସ୍ତକୁ ସ୍ଥଗିତ ରଖାଯାଇଛି।
-
9.୨୦୨୦ରେ କଟକରୁ ନିଷିଦ୍ଧ କଫ୍ ସିରପ୍ ‘ଏସ୍କଫ୍’ ଧରାପଡ଼ିବା ଘଟଣାରେ ହଇଚଇ ସୃଷ୍ଟି କରିଥିବା ଚର୍ଚ୍ଚିତ ଚେହେରା କୁଳମଣି ମିଶ୍ର ପୁଣି ଥରେ ବନ୍ଧାହୋଇଛି।
-
10.ତ୍ରିଶୂଳିଆରେ ଥିବା ‘ରୁଫ୍ ଟପ୍ ଲଣ୍ଡନ’ ହୋଟେଲ୍ ମାଲିକ ଏହି ମହିଳାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ସହିତ ୪୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଟଙ୍କା ମାଗିବାରୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଭଳି ସଙ୍ଗିନ୍ ଅଭିଯୋଗ ଆଧାରରେ ହୋଟେଲ୍ ମାଲିକ ଦୀପକ ବାରିକଙ୍କୁ ମଧୁପାଟଣା ଥାନା ପୁଲିସ ବାନ୍ଧିଛି।
-
11.ଇଲେକ୍ଟ୍ରିକ୍ ଯାନ (ଇଭି) ଚଳାଚଳ ଓ ଗ୍ରହଣୀୟତାରେ ଓଡ଼ିଶାର ପ୍ରଦର୍ଶନ ସାରା ଦେଶରେ ଏତେଟା ଉତ୍ସାହଜନକ ନାହିଁ। ନିତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଏକ ସୂଚକାଙ୍କ ଅନୁସାରେ ଓଡ଼ିଶା ସର୍ବମୋଟ ୪୧ ସ୍କୋର୍ ସହ ସପ୍ତମ ସ୍ଥାନରେ ରହିଛି
-
12.ଦେଶର ପ୍ରସିଦ୍ଧ ଫିନ୍ଟେକ୍ କମ୍ପାନୀ ପେଟିଏମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି | ବାସ୍ତବରେ ଚୀନର ଆଣ୍ଟ ଗ୍ରୁପ ପେଟିଏମରେ ଥିବା ଏହାର ଅଂଶଧନ ବିକ୍ରି କରିବାକୁ ଯାଉଛି।
-
13.ଅଗଷ୍ଟ ୧୫ରୁ ଘରୋଇ କାର ମାଲିକ ୩,୦୦୦ ଟଙ୍କା ମୂଲ୍ୟର ବାର୍ଷିକ ଫାସ୍ଟ୍ୟାଗ୍ ପାସ୍ କରିପାରିବେ। ଏହାଦ୍ବାରା ସେମାନେ ଜାତୀୟ ରାଜପଥରେ ୨୦୦ ଥର ପର୍ଯ୍ୟନ୍ତ ଟୋଲ୍-ଫ୍ରି ଯାତ୍ରା କରିପାରିବେ।
-
14.ବିଶ୍ୱରେ ପୂର୍ବରୁ କେବେ ଦେଖାଯାଇ ନ ଥିବା ଏକ ବିରଳ ରକ୍ତ ଗ୍ରୁପ୍ ଚିହ୍ନଟ କରିଛନ୍ତି ଭାରତୀୟ ଚିକିତ୍ସକ। କର୍ଣ୍ଣାଟକ କୋଲାରର ଜଣେ ମହିଳାଙ୍କ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି ସମୟରେ ଏହି ନୂଆ ରକ୍ତ ଗ୍ରୁପ୍ (ସିଆର୍ଆଇବି) ଆବିଷ୍କୃତ ହୋଇଛି।
-
15.ଓଭାଲରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟରେ ବିଜୟୀ ହୋଇଛି ଭାରତ। ଘରୋଇ ଦଳକୁ ଟିମ ଇଣ୍ଡିଆ ୬ ରନରେ ପରାଜିତ କରିଛି।