-
1.ଆମେରିକା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଚନ୍ଦ୍ରରେ ଏକ ପରମାଣୁ ରିଆକ୍ଟର ନିର୍ମାଣ କରିବାକୁ ଯୋଜନା କରୁଛି।
-
2.ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କ ମସ୍କୋ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି ।
-
3.ଜମ୍ମୁ-କାଶ୍ମୀରର ଉଧମପୁରରେ ଏକ ବଡ ଦୁର୍ଘଟଣା ଘଟିଛି । ଉଧମପୁର ଜିଲାର କାଣ୍ଡୱା-ବସନ୍ତଗଡ ଅଞ୍ଚଳରେ ଏକ ସିଆରପିଏଫ୍ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୧୨ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।
-
4.ନ୍ୟାସନାଲ ରିମୋଟ୍ ସେନ୍ସିଂ ସେଣ୍ଟର ସ୍ୟାଟେଲାଇଟ୍ ଚିତ୍ରରେ ଦେଖିବାକୁ ମିଳିଛି ଯେ ଉତ୍ତରାଖଣ୍ଡର ଉପର ମୁଣ୍ଡର ବନ୍ୟା ଯୋଗୁଁ ଆବର୍ଜନାର ବିଶାଳ ପାହାଡ଼ ସୃଷ୍ଟି ହୋଇଛି ଏବଂ ଏକ ବିରାଟ ଅଂଚଳ ଆବର୍ଜନାରେ ଭରିଯାଇଛି।
-
5.ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିବା ବେଳେ ବିନା ଆଲୋଚନାରେ ଲୋକସଭାରେ ମଣିପୁର ଜିଏସ୍ସି ସଂଶୋଧନ ବିଲ୍, ୨୦୨୫ ଗୃହୀତ ହୋଇଛି। ଅନ୍ୟପକ୍ଷେ ରାଜ୍ୟସଭାରେ କୋଷ୍ଟାଲ୍ ସିପିଂ ବିଲ୍, ୨୦୨୫ ଗୃହୀତ ହୋଇଛି।
-
6.ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ପରେ ତାଙ୍କୁ ହଟାଇବାକୁ ସୁପାରିସ କରିଥିବା ଆଭ୍ୟନ୍ତରୀଣ ତଦନ୍ତ ରିପୋର୍ଟକୁ ଚ୍ୟାଲେଞ୍ଜ କରି ଜଷ୍ଟିସ୍ ବର୍ମା ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।
-
7.ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଭୋଟର ତାଲିକାରେ ନକଲି ଭୋଟରଙ୍କୁ ଯୋଡ଼ାଯାଉଛି। ରାହୁଲ ତାଙ୍କର ଏହି ମତକୁ ପ୍ରମାଣ କରିବାକୁ ଉଦ୍ୟମ କରି କର୍ଣ୍ଣାଟକର ଭୋଟର ତାଲିକା ଦେଖାଇଛନ୍ତି।
-
8.ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଗୁରୁବାର (୭ ଅଗଷ୍ଟ, ୨୦୨୫) ମସ୍କୋରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଭାରତ ଏବଂ ରୁଷ ମଧ୍ୟରେ ଶକ୍ତି ଏବଂ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
-
9.ଜମ୍ମୁ ଓ କଶ୍ମୀର ପ୍ରଶାସନ ୨୫ଟି ପୁସ୍ତକର ପ୍ରକାଶନ ଏବଂ ବିକ୍ରି ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏ ପ୍ରସଙ୍ଗକୁ ନେଇ ସରକାର କହିଛନ୍ତି, ‘ଏହି ପୁସ୍ତକଗୁଡ଼ିକ ମିଥ୍ୟା ଆଲୋଚନାକୁ ପ୍ରୋତ୍ସାହିତ କରିବା ନେଇ ଅଭିଯୋଗ ହୋଇଥିଲା। ଏଥିସହିତ କିଛି ପୁସ୍ତକ ଯୁବପିଢ଼ିଙ୍କୁ ହିଂସା ଦିଗରେ ଉସୁକାଇବା ଏବଂ ଆତଙ୍କବାଦକୁ ସମର୍ଥନ କରିବା ଭଳି ଥିଲା।’
-
10.କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖି ଭୋଟର ତାଲିକାରେ ହେରଫେର ଅଭିଯୋଗ ଉପରେ ଏକ ସତ୍ୟପାଠ ମାଗିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ପ୍ରତିନିଧି ଦଳକୁ ଶୁକ୍ରବାର ଅପରାହ୍ନ ୧ଟାରୁ ୩ଟା ପର୍ଯ୍ୟନ୍ତ ସାକ୍ଷାତ କରିବାକୁ ସମୟ ମଧ୍ୟ ଦେଇଛନ୍ତି।
-
11.ଉତ୍ତର-ପଶ୍ଚିମ ଚୀନର ସିନଜିଆଙ୍ଗର ଇଲି କଜାକ ପ୍ରଦେଶର ଝାଓସୁ କାଉଣ୍ଟି ନିକଟରେ ଏକ ଝୁଲା ପୋଲ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୫ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ଜଣ ଆହତ ହୋଇଛନ୍ତି।
-
12.ସୁପ୍ରିମକୋର୍ଟ ମଧ୍ୟ ନିର୍ବାଚନ କମିସନ୍ (ଇସି)ଙ୍କୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। ଚିଠା ଭୋଟର ତାଲିକାରୁ ୬୫ ଲକ୍ଷ ଭୋଟର ବାଦ୍ ପଡ଼ିବା ପ୍ରସଙ୍ଗରେ କୋର୍ଟ ଇସିଙ୍କୁ ପ୍ରଶ୍ନ କରିଛନ୍ତି। କେଉଁ କାରଣ ପାଇଁ ତାଲିକାରୁ ୬୫ ଲକ୍ଷ ଭୋଟର ବାଦ୍ ପଡ଼ିଲେ ସେନେଇ ବିସ୍ତୃତ ତଥ୍ୟ ଦେବାକୁ କୋର୍ଟ ଇସିଙ୍କୁ କହିଛନ୍ତି।
-
13.ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ଖାଦ୍ୟ ରପ୍ତାନି ରାଜ୍ୟ। ଓଡ଼ିଶାର ମୋଟ ଚିଙ୍ଗୁଡ଼ି ଓ ସାମୁଦ୍ରିକ ଖାଦ୍ୟ ରପ୍ତାନିରୁ ପ୍ରାୟ ୭୦ ପ୍ରତିଶତ ଯୁକ୍ତରାଷ୍ଟ୍ର ଆମେରିକାକୁ ହୋଇଥାଏ। ବର୍ଷକୁ ପ୍ରାୟ ୨୦୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ଓଡ଼ିଶା ଆମେରିକା ବଜାରକୁ ରପ୍ତାନି କରିଥାଏ।
-
14.ଡ୍ରିମ୍ସ ପଲିଟେକ୍ନିକକୁ କ୍ରମାଗତ ଦ୍ବିତୀୟ ଥର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନ ‘ନ୍ୟାସନାଲ ବୋର୍ଡ ଅଫ୍ ଆକ୍ରିଡିସନ୍ (ଏନ୍ବିଏ) ମାନ୍ୟତା ପ୍ରଦାନ କରାଯାଇଛି। ଇଲେକ୍ଟ୍ରିକାଲ, କମ୍ପ୍ୟୁଟର ସାଇନ୍ସ ଏବଂ ମେକାନିକାଲ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଏହି ମାନ୍ୟତା ମିଳିଛି।
-
15.ଦରଦାମ୍ ସ୍ଥିତି ନିୟନ୍ତ୍ରଣ ରହିବା ଭଳି ଅନୁକୂଳ ସ୍ଥିତି ସତ୍ତ୍ବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୃଷ୍ଟି କରିଥିବା ଶୁଳ୍କ ଅନିଶ୍ଚିତତାକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ରେପୋ ହାରକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି।