-
1.ସିଂହ ଜନସଂଖ୍ୟା ଆକଳନ ରିପୋର୍ଟ ଅନୁଯାୟୀ, ଭାରତର ଏସୀୟ ସିଂହ ସଂଖ୍ୟା ୨୦୨୦ରେ ୬୭୪ଥିବା ବେଳେ ୨୦୨୫ରେ ଏହା ୮୯୧କୁ ବୃଦ୍ଧି ପାଇ ୮୯୧ରେ ପହଞ୍ଚିଛି।
-
2.ଆମେରିକା ଗସ୍ତରେ ଥିବା ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନିର ଭାରତକୁ ପରମାଣୁ ଅସ୍ତ୍ର ପ୍ରୟୋଗ ଧମକ ଦେଇଛନ୍ତି। ମୁନିର ଚେତାବନୀ ଦେଇ କହିଛନ୍ତି, ଯଦି ପାକିସ୍ତାନ କୌଣସି ବଡ଼ ବିପଦର ସମ୍ମୁଖୀନ ହୁଏ, ତେବେ ତାଙ୍କ ଦେଶ ପରମାଣୁ ଯୁଦ୍ଧରେ ଅବତୀର୍ଣ୍ଣ ହେବ।
-
3.ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ସମ୍ପର୍କରେ ନିର୍ବାଚନ ଆୟୋଗ ସୁପ୍ରିମ୍କୋର୍ଟରେ ଏକ ନୂଆ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ କମିସନ କହିଛନ୍ତି ବିନା ଆଗୁଆ ନୋଟିସ୍ ଏବଂ ଶୁଣାଣି ସୁଯୋଗ ବିନା କୌଣସି ଭୋଟରଙ୍କ ନାମ ତାଲିକାରୁ ହଟାଯିବ ନାହିଁ।
-
4.ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ରବିବାର (୧୦ ଅଗଷ୍ଟ) ଦଳର ବୈଦେଶିକ ବ୍ୟାପାର ବିଭାଗ (ଡିଏଫଏ)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।
-
5.ବ୍ୟବସାୟୀ ରବର୍ଟ ଭାଡ୍ରାଙ୍କ ଅଡ଼ୁଆ । ଏକ ମନି ଲଣ୍ଡରିଂ ମାମଲାରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରକାଶ କରିଛି ଯେ ଗୁରୁଗ୍ରାମରେ ଏକ ଜାଲ ଜମି ଚୁକ୍ତିନାମା ମାଧ୍ୟମରେ ସେ ୫୮ କୋଟି ଟଙ୍କା ଆୟ କରିଥିଲେ।
-
6. କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରୀକ୍ଷା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ସିବିଏସଇ ଏବେ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାର ଉତ୍ତର ଖାତା ଡିଜିଟାଲ ଭାବରେ ମୂଲ୍ୟାଙ୍କନ କରିବ। ଏଥିପାଇଁ ଗୋଟିଏ କିମ୍ବା ଅଧିକ ଏଜେନ୍ସି ଚୟନ କରାଯିବ।
-
7.ଗୁଜୁରାଟରେ ଅରବିନ୍ଦ କେଜରିୱାଲଙ୍କ ବର୍ଦ୍ଧିତ କାର୍ଯ୍ୟକଳାପକୁ କଂଗ୍ରେସ ହଜମ କରିପାରୁନାହିଁ। ପଞ୍ଜାବରେ ଆମ ଆଦମୀ ପାର୍ଟିର ମଧ୍ୟ ସମାନ ଅବସ୍ଥା। ଲୋକସଭା ନିର୍ବାଚନରେ କଂଗ୍ରେସର ଭଲ ପ୍ରଦର୍ଶନକୁ ନିଜ ପାଇଁ ଆପ୍ ବିପଦ ବୋଲି ଭାବୁଛି।
-
8.କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି,ଆମକୁ ଭାରତର ରପ୍ତାନି ବୃଦ୍ଧି ଏବଂ ଆମଦାନୀ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରିବା ଉଚିତ୍ । ସେ କହିଛନ୍ତି, ଆର୍ଥିକ ଏବଂ ବୈଷୟିକ ଭାବରେ ସକ୍ଷମ ଦେଶମାନେ ଦାଦାଗିରି କରୁଛନ୍ତି, କିନ୍ତୁ ଆମେ ଏପରି କରିବୁ ନାହିଁ କାରଣ ଆମର ସଂସ୍କୃତି ଆମକୁ ଶିଖାଏ ଯେ,ବିଶ୍ୱ କଲ୍ୟାଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
-
9.ଇସ୍ରାଏଲ ଏବଂ ଆମେରିକା ଲେବାନନ୍ ସରକାରଙ୍କ ଉପରେ ହିଜବୋଲାକୁ ଅସ୍ତ୍ର ତ୍ୟାଗ କରିବା ପାଇଁ ଚାପ ପକାଉଛନ୍ତି।ଚାପ ଯୋଗୁ ଲେବାନନ୍ ସଂସଦ ହେଜବୁଲ୍ଲାର ନିରସ୍ତ୍ରୀକରଣ ସମ୍ପର୍କିତ ଏକ ଆଇନକୁ ମଞ୍ଜୁର କରିଛି।
-
10.ଆସାମର ଦିବ୍ରୁଗଡ଼ ଜିଲାସ୍ଥିତ କଚାରିପଠାରଠାରେ ଥିବା ଏକ ଚା’ ବଗିଚାରେ ଜଣେ ୮ ବର୍ଷୀୟା ବାଳିକାଙ୍କୁ ବଳାତ୍କାର ଓ ପରେ ହତ୍ୟା କରାଯାଇଛି।
-
11.କୋରାପୁଟସ୍ଥିତ ସରକାରୀ ଡିଏଭି ମହାବିଦ୍ୟାଳୟ ପଡିଆଠାରେ ଆୟୋଜିତ ସାଧାରଣ ସଭାରେ ଶହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ବିଲ୍ଡିଂ ଉଦ୍ଘାଟନ କରିଛନ୍ତି । ୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ଏହି ବିଲ୍ଡିଂକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କରିଛନ୍ତି।
-
12.ଲୋକ ସଭା ନିର୍ବାଚନରେ ଭୋଟର ଜାଲିଆତି ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କରିଥିବା ଅଭିଯୋଗ ଉପରେ କର୍ନାଟକ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ରବିବାର ତାଙ୍କୁ ନୋଟିସ୍ ପଠାଇ ଏହାର ପ୍ରମାଣ ପାଇଁ ଆବଶ୍ୟକ ଦସ୍ତାବିଜ୍ ମାଗିଛନ୍ତି।
-
13.ଭାରତ ଓ ପାକିସ୍ତାନ ଅଗଷ୍ଟ ୧୧ ଓ ୧୨ ତାରିଖରେ ଆରବ ସାଗରରେ ପୃଥକ ନୌସେନା ଅଭ୍ୟାସ କରିବେ, ଯାହା ପରସ୍ପରର ସାମୁଦ୍ରିକ ଅଞ୍ଚଳ ନିକଟରେ ହେବ। ଏହି ଅଭ୍ୟାସ ପରସ୍ପରଠାରୁ ପ୍ରାୟ ୬୦ ନଟିକାଲ ମାଇଲ ଦୂରରେ ହେବ, ଯାହା ଉଭୟ ଦେଶର ମଧ୍ୟରେ ବୃଦ୍ଧି ପାଉଥିବା ନୌସେନା ଉପସ୍ଥିତି ଓ ରଣନୈତିକ ସଙ୍କେତକୁ ସୂଚାଇଛି।
-
14.ଭାରତୀୟ ରପ୍ତାନିକାରୀମାନେ ଆଗାମୀ ୫୦% ଟାରିଫ୍ ବୃଦ୍ଧିର ସମ୍ଭାବନା ପୂର୍ବରୁ ଜରୁରୀ ଅର୍ଡର ପଠାଇବା ପାଇଁ ତତ୍ପର ହେଉଛନ୍ତି, ଯାହା ଫଳରେ ସାମୁଦ୍ରିକ ଭଡ଼ା ୫-୧୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି ବୋଲି ଫେଡେରେସନ ଅଫ୍ ଫ୍ରେଟ୍ ଫରୱାର୍ଡର୍ସ ଆସୋସିଏସନ୍ର ଅଧ୍ୟକ୍ଷ ଦୁଷ୍ୟନ୍ତ ମୁଲାନୀ କହିଛନ୍ତି।
-
15.କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ୱାଲର୍ଡ କଣ୍ଟିନେଣ୍ଟାଲ ଟୁର୍ (ବ୍ରୋଞ୍ଜ) ଲେଭଲ ପ୍ରତିଯୋଗିିତାରେ ଚମତ୍କାର ପ୍ରଦର୍ଶନ କରି ରାଜ୍ୟ ଓ ଦେଶକୁ ଗର୍ବିତ କରିଛନ୍ତି ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତି ସାହୁ।