-
1.ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବିରୋଧରେ ଲୋକସଭାରେ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ପକ୍ଷରୁ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବକୁ ବାଚସ୍ପତି ଓମ୍ ବିର୍ଲା କରିବା ସହିତ ଦୁର୍ନୀତି ଅଭିଯୋଗର ତଦନ୍ତ କରିବାପାଇଁ ୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଛନ୍ତି ।
-
2.ଆଧାରକୁ ନାଗରିକତାର ନିର୍ଣ୍ଣାୟକ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ନିର୍ବାଚନ କମିସନ କହିବା ଠିକ୍। ଏହାକୁ ଯାଞ୍ଚ କରିବାକୁ ପଡ଼ିବ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କୁ କହିଛନ୍ତି।
-
3.ଜେଲ୍ ଦଣ୍ଡାଦେଶ ସମାପ୍ତ କରିଥିବା ଦୋଷୀମାନଙ୍କୁ ତୁରନ୍ତ ମୁକ୍ତ କରାଯିବା ଦରକାର ବୋଲି ସୁପ୍ରିମ୍କୋର୍ଟ ମଙ୍ଗଳବାର ଏକ ବଡ଼ ରାୟରେ କହିଛନ୍ତି।
-
4.ସେମିକଣ୍ଡକ୍ଟର ଶିଳ୍ପରେ ଓଡ଼ିଶା ଦୁଇ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ହାସଲ କରିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଓଡ଼ିଶାରେ ଦୁଇଟି ପ୍ରକଳ୍ପ ସମେତ ମୋଟ୍ ଚାରିଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି।
-
5.ଗାଜିଆବାଦରୁ ଏକ ଦୁଃଖଦ ଖବର ଆସିଛି। ଜିଲ୍ଲା ଏବଂ ସେସନ୍ସ ଜଜଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମୃତ ଜଜଙ୍କ ନାମ ଆଶିଷ ଗର୍ଗ।
-
6.କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଜୁଲାଇରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ବିଯୁକ୍ତ ୦.୩୦ ପ୍ରତିଶତ ରହିଛି। ଗ୍ରାମାଞ୍ଚଳରେ ଏହି ହାର ବିଯୁକ୍ତ ୦.୬୦ ପ୍ରତିଶତ ଥିବା ବେଳେ ସହରାଞ୍ଚଳରେ ୦.୫୩ ପ୍ରତିଶତ ରହିଛି।
-
7.ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଓଡ଼ିଶାର ୪୮୦ କିଲୋମିଟର ଦୀର୍ଘ ଉପକୂଳ ସହିତ ଜଡିତ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ବୋର୍ଡର ରଣନୈତିକ ଯୋଜନାଗୁଡ଼ିକର ସମୀକ୍ଷା କରିଥିଲେ।
-
8.ଦକ୍ଷିଣ କୋରିଆର ରାଜନୈତିକ ଇତିହାସରେ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ଆସିଛି। ପ୍ରଥମ ଥର ପାଇଁ, ଦେଶର ଜଣେ ପୂର୍ବତନ ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ଅର୍ଥାତ୍ ଦେଶର ପୂର୍ବତନ ପ୍ରଥମ ମହିଳା କିମ୍ କି-ୟୋନ୍ ହିଙ୍କୁ ଜେଲ ପଠାଯାଇଛି।
-
9.ଦିଲ୍ଲୀ-ଏନସିଆରରେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ୍ ଯାନ ଏବଂ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ୍ ଯାନ ମାଲିକଙ୍କ ବିରୋଧରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସୋମବାର ଦିନ ସୁପ୍ରିମକୋର୍ଟ କହିଛନ୍ତି।
-
10.ରାଉରକେଲାରୁ ସମ୍ବଲପୁରକୁ ଗୋ ମାଂସ ଚାଲାଣ ହେଉଥିଲା। ଭାରସାମ୍ୟ ହରାଇ ବଡ଼ଗାଁ ଥାନା ବିଜୁ ଏକ୍ସପ୍ରେସ ୱେର ଜାମବାହାଲ ନିକଟରେ ଟ୍ରଲରକୁ ପିଟିଥିଲା କାର୍। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
-
11.ଶେଷ ହେଲା ପ୍ରଶଂସକଙ୍କ ଅପେକ୍ଷା। ସିଦ୍ଧାର୍ଥ ମଲହୋତ୍ରା ଓ ଜାହ୍ନବୀ କପୁରଙ୍କ ରୋମଣ୍ଟିକ୍ କମେଡି ଫିଲ୍ମ ‘ପରମ ସୁନ୍ଦରୀ’ର ଟ୍ରେଲର୍ ରିଲିଜ୍ ହୋଇଛି।
-
12.ମଧ୍ୟପ୍ରଦେଶର ଜବଲପୁରରେ ହେଲମେଟ୍ ପିନ୍ଧି ୫ ଜଣ ଲୁଟେରା ଏକ ଫାଇନାସ୍ ବ୍ୟାଙ୍କରୁ ୨୦ ମିନିଟରୁ କମ୍ ସମୟରେ ୧୪ କୋଟିରୁ ଅଧିକ ଟଙ୍କାର ୧୪.୮ କିଲୋଗ୍ରାମ୍ ସୁନା ଓ ୫ ଲକ୍ଷ ନଗଦ ଟଙ୍କା ଲୁଟ୍ କରିଛନ୍ତି ।
-
13.ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ଛାତ୍ରୀ ଜଣକ ଯୁକ୍ତ ୩ରେ ପାଠ ପଢୁଥିବା ବେଳେ ଏକ ଘରୋଇ ମେସ୍ର ବାଥ୍ରୁମ୍ରୁ ତାଙ୍କର ମୃତଦେହ ଜବତ ହୋଇଛି ।
-
14.ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶ ଉପରେ ଏକ ଘୂର୍ଣ୍ଣିବଳୟ ସଞ୍ଚାଳନ ସକ୍ରିୟ ରହିଛି।
-
15.ସୋମବାର ଏକ ସ୍ଵତନ୍ତ୍ର ଉତ୍ସବରେ ୨୦୨୫ ମହିଳା ଦିନିକିଆ ବିଶ୍ବକପ୍ର ଟ୍ରଫି ଉନ୍ମୋଚନ ହୋଇଛି। ଏହି ବିଶ୍ବକପ୍କୁ ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ଭାବେ ଆୟୋଜନ କରୁଛନ୍ତି।