Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
21 12-10-2025 Odia
  1. 1.କେନ୍ଦ୍ର ସରକାର ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ (ଏନଜିଏଚଏମ) ଅଧୀନରେ ପାରାଦୀପ ସମେତ ତିନୋଟି ପ୍ରମୁଖ ବନ୍ଦରକୁ ସବୁଜ ହାଇଡ୍ରୋଜେନ୍ ହବ୍ (ଜିଏଚଏଚ) ଭାବରେ ଚିହ୍ନଟ କରିଛନ୍ତି। ଅନ୍ୟ ଦୁଇଟି ବନ୍ଦର ଗୁଜରାଟ ଏବଂ ତାମିଲନାଡୁରେ ଅଛି।

  2. 2.ସରକାରଙ୍କ ପିଏମ ୱାଇଫାଇ ଯୋଜନା, ପିଏମ ୱାନି-(ପବ୍ଲିକ୍ Wi-Fi ନେଟୱାର୍କ ଇଣ୍ଟରଫେସ୍) ଅଧୀନରେ, ସାଧାରଣ ଲୋକମାନେ ସାର୍ବଜନୀନ ବ୍ୟବହାର ପାଇଁ ସେମାନଙ୍କର ୱାଇଫାଇ ନେଟୱାର୍କ ସେୟାର କରି ଆୟ କରିପାରିବେ।

  3. 3.ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ୪ର୍ଥ ଅଭିଯୁକ୍ତ ଧରାପଡ଼ିଛି। ତା’ ନାଁ ହେଉଛି ଶେଖ ନାସିରୁଦ୍ଦିନ ଓ ଘର ଦୁର୍ଗାପୁର ଅଞ୍ଚଳରେ। ସ୍ଥାନୀୟ ବିଯଡ଼ା ଗ୍ରାମରୁ ପୁଲିସ ତା’କୁ ଧରିଛି।

  4. 4.ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମଧ୍ୟରେ ଆସନ ବଣ୍ଟନ ଚୂଡ଼ାନ୍ତ ହୋଇଛି। ବିଜେପି ଏବଂ ଜେଡିୟୁ ପ୍ରତ୍ୟେକଙ୍କୁ ୧୦୧ଟି ଲେଖାଏଁ ଆସନ ,ଚିରାଗ ପାସୱାନଙ୍କୁ  ୨୯ ଆସନ ,ଜିତନ ରାମ ମାଞ୍ଝିଙ୍କୁ  ୬ ଆସନ ଦିଆଯାଇଛି।

  5. 5.କର୍ଣ୍ଣାଟକର ମନ୍ତ୍ରୀ ପ୍ରିୟାଙ୍କ ଖଡ଼ଗେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଏକ ଚିଠି ଲେଖି ସରକାରୀ ସ୍କୁଲ ଏବଂ କଲେଜ ପରିସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର କାର୍ଯ୍ୟକ୍ରମଗୁଡ଼ିକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ ବୋଲି ଜଣାଇଛନ୍ତି ।

  6. 6.ଉତ୍ତର-ପୂର୍ବ ଦିଲ୍ଲୀର ଜ୍ୟୋତି ନଗରରେ ଥିବା ଏକ ଜୈନ ମନ୍ଦିରରୁ ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟର ଏକ ସୁନା ଖଚିତ କଳସ ଚୋରି ହୋଇଛି।

  7. 7.ତାତାରସ୍ତାନର ଆଞ୍ଚଳିକ ମୁଖ୍ୟ ରୁସ୍ତମ ମିନିଖାନୋଭ ଏହି ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଏହି ଅଞ୍ଚଳ ସ୍ଥାନୀୟ ବଜାରରେ ପ୍ରବେଶ କରିବା ପାଇଁ ଭାରତ ପାଇଁ ଏକ ପ୍ରବେଶ ପଥ ହୋଇପାରେ।

  8. 8.ଏଆଇ କ୍ଷେତ୍ରରେ ଚୀନ୍ ଏବଂ ଆମେରିକା ମଧ୍ୟରେ ଏକ  ପ୍ରତିଯୋଗିତା ଚାଲିଛି। ଆଗାମୀ ପାଞ୍ଚ ବର୍ଷ ଚୀନ୍ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ସମୟ ମଧ୍ୟରେ ଏହା ଏଆଇ କ୍ଷେତ୍ରରେ ଆମେରିକାକୁ ଡେଇଁବାକୁ ପ୍ରସ୍ତୁତ ହେଉଛି।

  9. 9.ବିହାର ପରେ ୨୦୨୬ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟରୁ ଦେଶରେ ଏସ୍‌ଆଇଆର ଆରମ୍ଭ ହେବ। ଏଭଳି ପରିସ୍ଥିତିରେ ପ୍ରଥମ ପର୍ଯ୍ୟାୟରେ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଭୋଟର ତାଲିକାର ଯାଞ୍ଚ ହେବ। ଏ ବାବଦ ପ୍ରସ୍ତୁତି ପ୍ରକ୍ରିୟାକୁ ଆୟୋଗ ତ୍ବରାନ୍ବିତ କରିଛନ୍ତି।

  10. 10.ଆମେରିକା ଆସନ୍ତା ନଭେମ୍ବର ମାସରୁ ଚୀନରୁ ଆମଦାନୀ ଉପରେ ଅତିରିକ୍ତ ୧୦୦% ଶୁଳ୍କ ଲାଗୁ କରିବ।

  11. 11.ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣି । ଓଡିଶା ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ଟ୍ରିବ୍ୟୁନାଲରେ ପକ୍ଷ ରଖିଛନ୍ତି। ଯୁଗ୍ମ ବୈଷୟିକ କମିଟିର ରିପୋର୍ଟକୁ ଉଭୟ ରାଜ୍ୟର ମୁଖ୍ୟ ସଚିବ ଏବଂଜଳସମ୍ପଦ ସଚିବ ତର୍ଜମାକରିବା ପରେ ଆପୋସ  ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରାଯିବ ବୋଲି ଆଡ଼ଭୋକେଟ ଜେନେରାଲ ଶ୍ରୀ ଆଚାର୍ଯ୍ୟ ଖଣ୍ଡପୀଠଙ୍କୁ ଜଣାଇଥିଲେ ।

  12. 12.ବଲାଙ୍ଗିର ଜିଲା ପାଟଣାଗଡ ଥାନା ଭାଇଁଷା ଗାଁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ପୁରୁଣା ପରିତ୍ୟକ୍ତ କୋଠାରୁ ୨ଟି କଙ୍କାଳ ଠାବ ହୋଇଛି।

  13. 13.ଭାରତୀୟ ସିନେମାର ଶେହେନ୍‌ଶାହ ଅମିତାଭ ବଚ୍ଚନ ୮୩ ବର୍ଷ ବୟସରେ ପାଦ ଥାପିଛନ୍ତି ।

  14. 14.ଆଗାମୀ ଚଳଚ୍ଚିତ୍ର “ବୃଷଭ” ସହିତ ଫେରୁଛନ୍ତି ସୁପରଷ୍ଟାର ମୋହନଲାଲ। ନିର୍ମାତା ଏହି ଫିଲ୍ମଟି ଆସନ୍ତା ନଭେମ୍ବର ୬ରେ ସିନେମା ହଲରେ ରିଲିଜ୍ ହେବ ।

  15. 15.ଦୀପିକା ପାଦୁକୋନଙ୍କୁ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ 'ସ୍ପିରିଟ୍' ଏବଂ ପ୍ରଭାସଙ୍କ 'କଳ୍କୀ ୨୮୯୮ ଏଡି' ସିକ୍ୱେଲ୍ ରୁ ଆଉଟ୍‌ କରାଯାଇଥିଲା। ଏହାର କାରଣ ଥିଲା ତାଙ୍କର ୮ ଘଣ୍ଟାର ସିଫ୍ଟ ଦାବି।

53 Y
22 12-10-2025 English
  1. 1.Prime Minister Narendra Modi Saturday virtually laid the foundation stones for two fi shery projects worth around Rs160 crore in Odisha.

  2. 2.A student from Odisha, studying at a private medical college in West Bengal’s Paschim Bardhaman district, was gangraped allegedly by three men, prompting the Opposition to slam the TMC government over law and order in the state.

  3. 3.US President Donald Trump said Friday that he’s placing an additional 100 per cent tax on Chinese imports starting on Nov. 1 or sooner, potentially escalating tariff rates close to levels that in April fanned fears of a steep recession and financial market chaos.

  4. 4.In a significant development, the Directorate General of Civil Aviation (DGCA) has marked Srimandir and its periphery on its flight map as a ‘Red Zone’, prohibiting aircrafts like drones from flying in the area, particularly above the 12th century shrine.

  5. 5.Chief Justice of India BR Gavai Saturday said lawyers and judges have a responsibility of strengthening the justice system and they must ensure that the legal discourse does not remain confi ned to metropolises, but is accessible to even those living in the country’s remotest corners.

  6. 6.In a major CSR initiative, the Rourkela Steel Plant (RSP) has launched a project titled ‘Waste to Wealth’ to promote sustainable agriculture and empower women farmers in its peripheral areas.

  7. 7.A herd of 30 wild elephants got stranded for over 10 hours Saturday on Turumunga islet in the tri-junction of the Baitarani river under Patna forest range of Keonjhar district since late Friday night.

  8. 8.The US “values” its relationship with India, US Ambassador-designate Sergio Gor said Saturday after holding talks with Prime Minister Narendra Modi that focused on cooperation in areas of defence, trade and critical minerals.

  9. 9.Prime Minister Narendra Modi Saturday launched two major agricultural schemes with an outlay of Rs35,440 crore to boost pulses production and improve the farm sector growth in 100 low-performing districts, as he exhorted farmers to reduce the country’s import dependence and increase exports.

  10. 10.Radical Islamist party Tehreek-e-Labbaik Pakistan (TLP) Saturday claimed that police shot dead 11 of its supporters as they attempted to march towards Islamabad to stage a demonstration outside the US embassy against Israel's military actions in Gaza.

  11. 11.India’s electronics manufacturing sector has witnessed a spectacular transformation, with production projected to reach an impressive Rs11.3 lakh crore in 2024-25—a six-fold increase over the past decade.

  12. 12.Indian markets recorded the fourth largest fund raise via the initial public offering (IPO) route in CY 2025, accumulating Rs1,26,096 crore ($14.2 billion), according to Bernstein, a joint venture between AllianceBernstein and Societe Generale.

  13. 13.The ITF World Tennis Masters Tour MT100 Bhubaneswar 2025 was formally inaugurated Saturday at the Kalinga Stadium Tennis Centre, Bhubaneswar.

  14. 14.Odisha's sporting community, badminton player Swetaparna Panda has been selected for the 'Ekalabya Puraskar' for 2025, while weightlifter Pritismita Bhoi and tennis player Aahaan will be honoured with citations for their outstanding performances.

  15. 15.Odisha’s Alokika Swain won a bronze medal in the U-18 girls’ Javelin event on the second day of the 40th National Junior Athletics Championships at Kalinga Stadium here Saturday.

9 Y
23 11-10-2025 Odia
  1. 1.ନରୱେର ନୋବେଲ କମିଟି ଶୁକ୍ରବାର ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରିଛି। ଭେନେଜୁଏଲାର ଲୋକଙ୍କ ପାଇଁ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଏକଚ୍ଛତ୍ରବାଦରୁ ଗଣତନ୍ତ୍ରକୁ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ ହାସଲ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ମାରିଆ କୋରିନା ମାଚାଡୋଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

  2. 2.ଅପରେସନ ସିନ୍ଦୂର ସମୟରେ ପାକିସ୍ତାନୀ ଗଣମାଧ୍ୟମ ଦାବି କରିଥିଲା ଯେ ଭାରତୀୟ ମହିଳା ପାଇଲଟ ସ୍କ୍ୱାଡ୍ରନଲିଡର ଶିବାଙ୍ଗୀ ସିଂହ ପାକିସ୍ତାନୀ ସେନାର କବଜାରେ ଅଛନ୍ତି । ପାକିସ୍ତାନ ଯେଉଁ ରାଫେଲ ବିମାନ ଖସାଇଦେଇଥିଲା ତାହାକୁ ଶିବାଙ୍ଗୀ ଚଳାଉଥିଲେ । କିନ୍ତୁ ପାକିସ୍ତାନର ମିଛର ପୁଣି ଥରେ ପର୍ଦାଫାସ ହୋଇଛି।

  3. 3.ପୁଲିସ ପୁରନ କୁମାରଙ୍କ ଘରୁ ଏକ ସୁଇସାଇଡ ନୋଟ୍ ଜବତ କରିଛି। ଉକ୍ତ ସୁଇସାଇଡ ନୋଟରେ ସେ ବର୍ଷ ବର୍ଷ ଧରି ନିର୍ଯାତନା, ଜାତିଗତ ଭେଦଭାବ ଏବଂ ଅପମାନର ସମ୍ମୁଖୀନ ହୋଇଥିବା କଥା ବର୍ଣ୍ଣନା କରିଛନ୍ତି। ଏଥିସହିତ କିଛି ଅଧିକାରୀଙ୍କ ନାମ ଉଲ୍ଲେଖ କରିଛନ୍ତି।

  4. 4.ସୌର ଶକ୍ତି ଓ ପବନ ଶକ୍ତି ଉତ୍ପାଦନ ପାଣିପାଗ ସ୍ଥିତି ଉପରେ ଅତ୍ୟଧିକ ନିର୍ଭରଶୀଳ। ସେହି ଶକ୍ତିକୁ ସଂରକ୍ଷିତ ରଖିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ସେହି ପ୍ରକ୍ରିୟାକୁ ଅକ୍ଷୟ ଶକ୍ତି ବ୍ୟାଙ୍କିଂ କୁହାଯାଇଛି। ବଳକା ସଂରକ୍ଷିତ ଶକ୍ତି ଦରକାର ସମୟରେ ବ୍ୟବହାର କରିହେବ ଗ୍ରିଡ୍‌କୋ ସହ ‘ରିନ୍ୟୁ ଇ-ଫୁଏଲ୍‌ସ’ ଓ ଅଲ୍‌ଟ୍ରାଟେକ୍ ସିମେଣ୍ଟ୍‌ର ଚୁକ୍ତି।

  5. 5.ଭୁବନେଶ୍ବର ରାଜଭବନର ଅଧିକାଂଶ ଗାଡ଼ିକୁ ଇଲେକ୍ଟ୍ରିକ୍ ଯାନ (ଇଭି)ରେ ପରିବର୍ତ୍ତନ କରିବା ଅଭିଯାନକୁ ଦେଶର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ରଶଂସା କରିଛନ୍ତି।

  6. 6.ଗହଣା ଭାବେ ହେଉ କିମ୍ବା କଏନ୍ ହେଉ, ସୁନାକୁ ସେମାନେ ବିଭିନ୍ନ ରୂପରେ କିଣି ଘରେ ରଖିଛନ୍ତି। ଲୋକଙ୍କ ଘରେ ଏବେ ୩୪,୬୦୦ ଟନ୍ ସୁନା ରହିଥିବା ଆକଳନ କରାଯାଇଛି। ଏହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୮୮.୮ ପ୍ରତିଶତ।

  7. 7. ଦେଶରେ ୧୦୦ ବଡ଼ ଧନୀଙ୍କ ସମ୍ପତ୍ତି ଗୋଟିଏ ବର୍ଷ ଭିତରେ ୯ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ୨୦୨୪ରେ ସେମାନଙ୍କ ମୋଟ୍ ସମ୍ପତ୍ତି ୯୭ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୫ରେ ତାହା ୯ ପ୍ରତିଶତ ହ୍ରାସ ପାଇ ୮୮ ଲକ୍ଷ କୋଟି ଟଙ୍କା ରହିଯାଇଛି ବୋଲି ଫୋର୍ବସ୍‌ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି। ଆଦାନୀ ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନୀ ୮.୧୭ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

  8. 8.ଓଡ଼ିଶା ଜନ ବିଶ୍ଵାସ ଅଧ୍ୟାଦେଶ, ୨୦୨୫ ରାଜ୍ୟରେ ଏକ ବିଶ୍ଵାସଭିତ୍ତିକ ଓ ସୁଗମ ଶାସନ ବ୍ୟବସ୍ଥା ପ୍ରତିଷ୍ଠା କରିବ।  ଏହି ଅଧ୍ୟାଦେଶ ଭାରତ ସରକାରଙ୍କ ଜନ ବିଶ୍ଵାସ (ସଂଶୋଧନ ବ୍ୟବସ୍ଥା) ଆଇନ, ୨୦୨୩ ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନଏସ), ୨୦୨୩ ସହିତ ସମନ୍ବୟ ରକ୍ଷା କରୁଛି। ଏହା ଅଣ-ଗୁରୁତର ନିୟାମକ ଓ ପ୍ରଶାସନିକ ଅପରାଧଗୁଡ଼ିକୁ ଫୌଜଦାରୀ ଦଣ୍ଡରୁ ମୁକ୍ତ କରି ଦେୟ ଦଣ୍ଡ ବ୍ୟବସ୍ଥା ପ୍ରଚଳନ କରିବା ସହ ଅନୁପାଳନ ବୋଝକୁ ହ୍ରାସ କରିବ।

  9. 9.ଔଷଧ ଉପରେ ଟାରିଫ (ଶୁଳ୍କ) ଲଗାଯିବାକୁ ନେଇ ଟ୍ରମ୍ପ ପ୍ରଶାସନ ନିଜ ଆଭିମୁଖ୍ୟ କିଛିଟା ନରମ କରିଛି। ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଜେନେରିକ୍ ଔଷଧ ଉପରେ ଟାରିଫ ଲଗାଯିବ ନାହିଁ ।

  10. 10. ଦକ୍ଷିଣ ଇସ୍ରାଏଲରେ  ୨୦୨୩ ଅକ୍ଟୋବର ୭ରେ ହମାସର ଭୟାନକ ଆକ୍ରମଣ ପରଠାରୁ  ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟିବା ପୂରା ବିଶ୍ବକୁ ଆଶ୍ବସ୍ତ କରିଛି।

  11. 11.କାବୁଲରେ ଥିବା ତେହେରିକ୍-ଏ-ତାଲିବାନ ପାକିସ୍ତାନ (ଟିଟିପି) ଶିବିରକୁ ଟାର୍ଗେଟ୍ କରି ପାକିସ୍ତାନ ସୀମାପାର ଅଭିଯାନ ଚଳାଇଥିବା ବେଳେ ଗତରାତିରେ କାବୁଲର କେତେକ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା।

  12. 12.୧୯୯୨ରେ ଓଡ଼ିଶା ପୁଲିସରେ ସବ୍‌ଇନ୍ସପେକ୍ଟର ପଦ ଲାଗି ଅନୁଷ୍ଠିତ ନିଯୁକ୍ତି ପରୀକ୍ଷା ଅନିୟମିତତା ଯୋଗୁଁ କ୍ଷତିଗ୍ରସ୍ତ ତିନି ପରୀକ୍ଷାର୍ଥୀଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୪୫ ଲକ୍ଷ ଟଙ୍କା କ୍ଷତିପୂରଣ ଦୁଇ ମାସ ମଧ୍ୟରେ ଦେବାକୁ ଓଡ଼ିଶା ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଜାରି କରିଛନ୍ତି।

  13. 13.ଅସୁଛି ବାଲିଯାତ୍ରା। ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଯୋରଦାର ପ୍ରସ୍ତୁତି। ବ୍ୟବସାୟୀମାନେ ନିଜର ପ୍ରଚାର ପ୍ରସାର ଓ ବ୍ୟାବସାୟ ପାଇଁ ଉତ୍ସାହିତ ରହିଛନ୍ତି।

  14. 14.ଓଡ଼ିଶାରେ କାର୍ଯ୍ୟରତ ୩ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଛି। ଏ ନେଇ ଶୁକ୍ରମାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସେମାନେ ହେଲେ ଆଇଏଏସ ଅଧିକାରୀ ଶାଳିନୀ ପଣ୍ଡିତ, ସମର୍ଥ ବର୍ମା ଏବଂ ସ୍ଵଧାଦେବ ସିଂହ।

  15. 15.ଭାରତ-ଓ୍ବେଷ୍ଟଇଣ୍ଡିଜ ୨ୟ ଟେଷ୍ଟର ପ୍ରଥମ ଦିବସରେ ଭାରତ ବ୍ୟାଟିଂ କରି ୨ ଉଇକେଟ ହରାଇ ୩୧୮ ରନ ସଂଗ୍ରହ କରିଛି। ଯଶସ୍ଵୀ ଜୟସଓ୍ବାଲଙ୍କ ଚିତ୍ତାକର୍ଷକ ଅପରାଜିତ ୧୭୩ ରନ ବଳରେ ଟିମ ଇଣ୍ଡିଆ ଏକ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଛି। ଜୟସଓ୍ବାଲ ଏବଂ ଶୁବମନ ଗିଲ(୨୦) ଅପରାଜିତ ରହିଛନ୍ତି।

42 Y
24 11-10-2025 English
  1. 1.The Supreme Court Friday gave the Centre four weeks to file its response on a batch of pleas seeking restoration of statehood to the Union Territory of Jammu and Kashmir.

  2. 2.A new urban sanitation scheme, Swachha Odisha, with an outlay of Rs1,600 crore over five years, was approved to support waste management in urban local bodies.

  3. 3. The Odisha  Cabinet extended the In-Stream Storage Structures (ISS-2.0) scheme with a Rs19,941-crore outlay for 2025–30. It also approved a new Intra-State River Linking Scheme with Rs1,790-crore allocation to connect water-surplus and deficit regions.

  4. 4.The Cabinet also approved the Odisha Jan Vishwas Ordinance, 2025, which seeks to amend 16 state laws by replacing criminal penalties for minor violations with civil fines.

  5. 5.GRIDCO has signed renewable energy (RE) banking agreements for 50 MW with M/s ReNew E-Fuels Private Limited and 6.25 MW with M/s UltraTech Cement Ltd to advance Odisha's renewable energy and green hydrogen initiatives.

  6. 6.Panic gripped the outskirts of Angul town Friday after a herd of about 45 elephants entered Kangula, Bentapur and nearby areas, damaged houses and destroyed crops on farm lands.

  7. 7.Chief Minister Pinarayi Vijayan has said that Kerala has become the first state to pass a Bill amending the Central Wildlife Protection Act, 1972.

  8. 8.The Supreme Court Friday said a complete ban on bursting of fire crackers in Delhi-NCR is “neither practical nor ideal” as such restrictions were often violated and balancing of equities is needed.

  9. 9.The Supreme Court Friday sought responses of the Centre and the Election Commission on a PIL seeking recognition of voting rights for nearly 4.5 lakh undertrial prisoners lodged in jails across India.

  10. 10.A press conference addressed by Afghan Foreign Minister Amir Khan Muttaqi saw participation restricted to a handful of reporters while women journalists were conspicuous by their absence.

  11. 11.Thousands of displaced Palestinians trekked over the wastelands of Gaza to return to the ruins of their abandoned homes Friday, after a ceasefire took effect and Israeli troops began pulling back under the agreement to end the war.

  12. 12.President Vladimir Putin said Friday that Russia was developing new strategic weapons and it would not be critical for Moscow if the United States declined to extend the warhead limits set out in a nuclear arms treaty that expires next year

  13. 13.NATO’s annual nuclear deterrence exercise, Steadfast Noon, will be hosted by the Netherlands and start next week, with 71 aircraft from 14 nations taking part.

  14. 14.United Forum of Bank Unions (UFBU), an umbrella organisation of nine unions, Friday registered a strong protest against the government decision to open top positions in PSU banks to candidates from the private sector.

  15. 15.The rupee appreciated 7 paise to close at 88.72 against the US dollar Friday, on strength in the domestic markets and broad weakness in crude oil prices.

29 Y
25 10-10-2025 Odia
  1. 1.ହଙ୍ଗେରୀର ପ୍ରଖ୍ୟାତ ଔପନ୍ୟାସିକ ଲାସ୍‌ଲୋ କ୍ରାସ୍‌ନାହୋର୍କାଇ ସାହିତ୍ୟରେ ୨୦୨୫ ମସିହାର ନୋବେଲ୍‌ ପୁରସ୍କାର ଜିତିଛନ୍ତି। ମୂଲ୍ୟବୋଧଯୁକ୍ତ କାଳଜୟୀ ସାହିତ୍ୟକୃତି ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି।
  2. 2. ଇସ୍ରାଏଲ ଓ ହମାସ ମଧ୍ୟରେ ଦୀର୍ଘ ଦୁଇ ବର୍ଷ ଧରି ଚାଲିଥିବା ସଂଘର୍ଷ ଶେଷ କରିବା ପାଇଁ ଏକ ଐତିହାସିକ ଶାନ୍ତି ଚୁକ୍ତିର ପ୍ରଥମ ପର୍ଯ୍ୟାୟକୁ ନେଇ ସହମତି ପ୍ରକାଶ ପାଇଛି ବୋଲି ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି।

  3. 3.ସିଆଲକୋଟ ସେକ୍ଟର ନିକଟ ନିୟନ୍ତ୍ରଣ ରେଖା(ଏଲ୍‌ଓସି)  ଅଞ୍ଚଳରେ ପାକିସ୍ତାନ ସେନାର ଅସାଧାରଣ ଗତିବିଧି ଚିହ୍ନଟ ହେବାପରେ  ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ପାକ୍‌ ସେନାର ସଶସ୍ତ୍ର ୟୁନିଟ୍‌, କନ୍‌ଭୟ ଏବଂ ଲଜିଷ୍ଟିକ୍‌ ଉପାଦାନଗୁଡ଼ିକ ଆଗୁଆ ଅଞ୍ଚଳରେ ମୁତୟନ କରାଯାଇଛି।

  4. 4.ବ୍ରିଟେନ୍‌ ଭାରତକୁ ହାଲୁକା ବହୁମୁଖୀ କ୍ଷେପଣାସ୍ତ୍ର (ଏଲ୍‌ଏମ୍‌ଏମ୍‌) ଯୋଗାଇବ। ଏଥିପାଇଁ ଉଭୟ ଦେଶ ମଧ୍ୟରେ ୩୫୦ ନିୟୁତ ପାଉଣ୍ଡ (୪୬୮ ନିୟୁତ ଡଲାର)ର ଚୁକ୍ତି ସ୍ବାକ୍ଷର ହୋଇଛି।

  5. 5.ଅପରେସନ୍ ସିନ୍ଦୂରରେ ପରାଜୟର ସାମ୍ନା କରିବା ପରେ, ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବେ ଏକ ସ୍ୱତନ୍ତ୍ର ମହିଳା ବ୍ରିଗେଡ୍ ଗଠନ କରୁଛି। ଜୈଶ ଏହାର ପ୍ରଥମ ମହିଳା ଶାଖାର ନାମ "ଜମାତ ଅଲ-ମୁମିନାତ" ରଖିଛି।

  6. 6.ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଅମୀର ଖାନ୍‌ ମୁତ୍ତାକି   ଗୋଟିଏ ସପ୍ତାହ ପାଇଁ ଭାରତ ଗସ୍ତରେ ଆସି ଦିଲ୍ଲୀ ପହଞ୍ଚିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ତାଙ୍କ ଉପରେ ଲାଗିଥିବା ଯାତ୍ରା କଟକଣା କୋହଳ କରିବାପରେ ସେ ଏହି ଯାତ୍ରା କରିଛନ୍ତି।

  7. 7.ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର୍‌)ରେ ବାଦ ପଡ଼ିଥିବା ଭୋଟରଙ୍କୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମତଦାତା ତାଲିକାରୁ ଅନ୍ତର କରାଯାଇଥିବା ୩.୭ ଲକ୍ଷ ବ୍ୟକ୍ତିଙ୍କ ଆବେଦନ ପ୍ରକ୍ରିୟାକୁ ସହଜ କରିବା ପାଇଁ ବିହାର ରାଜ୍ୟ ଆଇନ ସେବା ପ୍ରାଧିକରଣ (ଏସ୍‌ଏଲ୍‌ଏସ୍‌ଏ)କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

  8. 8.ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା  ସୁନିଶ୍ଚିତ କରିବାରେ ଆମକୁ ସାହାଯ୍ୟ କରିବା ବଦଳରେ କିଛି ଦଳ ଓ ଗୋଷ୍ଠୀ ଯେଉଁ ମନଗଢ଼ା କାହାଣୀ ସୃଷ୍ଟି କରୁଛନ୍ତି ତାହାକୁ ନେଇ ସମସ୍ୟା ଉପୁଜୁଛି’ ବୋଲି ନିର୍ବାଚନ କମିସନ କହିଛନ୍ତି।

  9. 9.କର୍ଣ୍ଣାଟକ ସରକାର ମାସିକ ଋତୁସ୍ରାବ ଛୁଟି ନୀତି-୨୦୨୫କୁ ଅନୁମୋଦନ କରିଛନ୍ତି। ଏହା ଅଧୀନରେ, ସରକାରୀ କାର୍ଯ୍ୟାଳୟ, ଘରୋଇ କମ୍ପାନୀ ଏବଂ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ମହିଳା କର୍ମଚାରୀମାନେ ପ୍ରତି ମାସରେ ଗୋଟିଏ ଦିନ ଦରମା ଋତୁସ୍ରାବ ଛୁଟି ପାଇବେ, ଯାହାକି ବର୍ଷରେ ମୋଟ ୧୨ ଦିନ ହେବ।

  10. 10.ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର କହିଛନ୍ତି ଯେ ଭାରତ ୨୦୨୮ ସୁଦ୍ଧା ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ଦିଗରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି।

  11. 11.ଚୀନ୍‌ର ଦକ୍ଷିଣ- ପଶ୍ଚିମ ଚୀନ୍‌ର ସିଚୁଆନ୍‌ ଅଞ୍ଚଳରେ ୫.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ତିବ୍ଦତର ସ୍ୱାୟତ ଶାସିତ ବା ସ୍ୱଂୟ ଶାସିତ ଅଞ୍ଚଳରେ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି ।

  12. 12.ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ ହେବ। ଏହା ସହ ଭୁବନେଶ୍ବରରେ ଷ୍ଟେଟ୍‌ ଅଫ ଦ ଆର୍ଟ ହୋଲସେଲ ମାଛ ମାର୍କେଟ ଏବଂ ହୀରାକୁଦରେ ସମନ୍ବିତ ଆକ୍ବା ପାର୍କର ଶିଳାନ୍ୟାସ ହେବ।

  13. 13.ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୨ଜଣ ଛାତ୍ରୀ ୪୦ତମ ଜାତୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଚୟନ ହୋଇଛନ୍ତି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ୪୦ତମ ଜାତୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତାରେ ଜୁନିୟର ବିଭାଗରେ ଓଡ଼ିଶାରୁ ମୋଟ ୭୨ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ।

  14. 14.ଦକ୍ଷିଣ ବାଲାଂଦେଶ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଏହା ପ୍ରଭାବରେ ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଏବଂ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

  15. 15.ମହିଳା କ୍ରିକେଟ ବିଶ୍ଵକପର ଗୁରୁବାର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୫୨ ରନର ଟାର୍ଗେଟ ଦେଇଛି ଭାରତୀୟ ଦଳ। ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୫୧ ରନ ସଂଗ୍ରହ କରିଛି।

47 Y
26 10-10-2025 English
  1. 1.Hungarian writer László Krasznahorkai, whose philosophical, bleakly funny novels often unfold in single sentences, won the Nobel Prize in Literature Thursday for his ‘compelling and visionary oeuvre that, in the midst of apocalyptic terror, reaffirms the power of art’.

  2. 2.The Karnataka cabinet Thursday approved one day of menstrual leave for women working in various sectors, including garments and Information Technology, the government said.

  3. 3.Silver prices surged by Rs 6,000 to hit a fresh record of Rs 1,63,000 per kg in the national capital Thursday as the white metal touched the $50 per ounce level for the fi rst time in the overseas markets.

  4. 4.Putin admits that Russian air defences downed an Azerbaijani jet in December, killing 38.

  5. 5.Prime Minister Narendra Modi is scheduled to lay foundation stone for a wholesale fish market in Bhubaneswar and an integrated aqua park in Hirakud in the eastern state through video conference October 11.

  6. 6. Israel and Hamas have agreed to a pause in their devastating two-year war and the release of the remaining hostages in exchange for Palestinian prisoners, a breakthrough greeted with joy and relief Thursday but also caution.

  7. 7.A total of 2,53,624 voters are eligible to exercise their franchise in the Nuapada bypoll scheduled to be held November 11 this year, Chief Electoral Offi cer (CEO) RS Gopalan said Thursday.

  8. 8.The Union environment ministry has asked the Odisha government to take action against officials responsible for allowing construction of an Ekalavya Model Residential School (EMRS) in Keonjhar without forest clearance.

  9. 9.The Orissa High Court Thursday approved the Cuttack district administration’s proposal to hold the historic Bali Yatra festival on the upper ground near Barabati fort this year, putting an end to the long-standing debate over the venue.

  10. 10.Forest, Environment and Climate Change Minister Ganesh Ram Singkhuntia announced a substantial allocation of `50 crore under the ‘Ama Similipal Yojana’ at the concluding ceremony of state-level Wildlife Week celebrations here Thursday.

  11. 11.Union minister and BJP MP Shantanu Thakur Thursday claimed that around 1.2 crore "illegal voters" could be removed from West Bengal's electoral rolls.

  12. 12.Chief Justice of India B R Gavai Thursday said he and Justice K Vinod Chandran were shocked when a lawyer attempted to hurl a shoe at him on October 6, but the issue is a "forgotten chapter."

  13. 13.Sex education should be provided to children from a younger age, and not Class IX onwards, the Supreme Court has said.

  14. 14.The Supreme Court, in a significant verdict Thursday, held that judicial officers who have completed seven years of practice as advocates prior to joining the bench can be considered for appointment as district judges against vacancies reserved for members of the Bar.

  15. 15.Kerala Chief Minister Pinarayi Vijayan Thursday held discussions with Union Home Minister Amit Shah in New Delhi and submitted a memorandum outlining key proposals to strengthen the state’s internal security and development

32 Y
27 09-10-2025 Odia
  1. 1.ରସାୟନ ବିଜ୍ଞାନରେ ୨୦୨୫ ମସିହାର ନୋବେଲ୍‌ ପୁରସ୍କାର ଜାପାନର କ୍ୟୋତୋ ବିଶ୍ୱବିଦ୍ୟାଳୟର ସୁସୁମୁ କିତାଗାୱା, ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟର ରିଚାର୍ଡ ରୋବସନ୍ ଓ  ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଓମାର ଏମ୍ ୟାଘିଙ୍କୁ ମିଳିତ ଭାବରେ ପ୍ରଦାନ କରାଯାଇଛି। ମେଟାଲ୍‌-ଅର୍ଗାନିକ୍ ଫ୍ରେମ୍‌ୱାର୍କସ (ଏମ୍‌ଓଏଫ୍‌) ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

  2. 2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଇସ୍ରାଏଲ ଏବଂ ହମାସ ଆମେରିକା ଦ୍ୱାରା ମଧ୍ୟସ୍ଥତା କରାଯାଇଥିବା ଏକ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ସହମତ ହୋଇଛନ୍ତି।   

  3. 3.ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ବି ଆର୍‌ ଗୱାଇଙ୍କ ଉପରକୁ ଜୋତା ଫିଙ୍ଗିବା ଉଦ୍ୟମ ପରେ ଏବେ ପୁଣି ତାଙ୍କ ବିରୋଧରେ ସୋସିଆଲ ମିଡିଆରେ ଜାତିବାଦ ଆକ୍ରମଣ ଜାରି ରହିଛି।  ବୁଧବାର ବିଳମ୍ବିତ ସନ୍ଧ୍ୟାରେ ପଞ୍ଜାବ ପୁଲିସ କିଛି ସୋସିଆଲ ମିଡିଆ ପୋଷ୍ଟ୍‌କୁ  ନେଇ ଏକାଧିକ ଏତଲା ରୁଜୁ କରିଛି। 

  4. 4.କାନାଡା ଦୀର୍ଘ ଦିନ ଧରି ଉଚ୍ଚଶିକ୍ଷା ଲାଗି ସବୁଠାରୁ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳ ମଧ୍ୟରୁ ଅନ୍ୟତମ । ଚଳିତବର୍ଷ ୧୯,୫୮୨ ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ‘ଅଣ-ଅନୁପାଳନକାରୀ’ ବା କ୍ଲାସରେ ଯୋଗ ଦେଉ ନ ଥିବା ‘ନିଖୋଜ’ ଛାତ୍ର ଭାବରେ ଚିହ୍ନଟ କରାଯାଇଛି।

  5. 5.ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର୍‌ ଷ୍ଟାର୍ମର ଦୁଇ ଦିନିଆ ଭାରତ ଗସ୍ତରେ ଆସି ମୁମ୍ବାଇ ପହଞ୍ଚିଛନ୍ତି। ଭାରତ-ବ୍ରିଟେନ ମଧ୍ୟରେ ଏକ ବିସ୍ତୃତ ରଣନୀତିକ ଓ ବାଣିଜ୍ୟିକ ସହଭାଗୀତାକୁ ନୂଆ ଉଚ୍ଚତାକୁ ନେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଷ୍ଟାର୍ମର କହିଛନ୍ତି।

  6. 6.ଉତ୍ତରପ୍ରଦେଶର କାନପୁରସ୍ଥିତ ମିଶ୍ରି ବଜାର ଅଞ୍ଚଳରେ ଏକ ସଂଦିଗ୍ଧ ବିସ୍ଫୋରଣ ହୋଇଛି ।  ଏହି ବିସ୍ଫୋରଣରେ ଜଣେ ମହିଳାଙ୍କ ସହ ଆଠ ଜଣ ଲୋକ ଆହତ ହୋଇଛନ୍ତି।

  7. 7.ରୁପା ଦର ନିଆଁ ଲାଗିବା ଭଳି ବଢ଼ିଚାଲିଛି। ବୁଧବାର ଭୁବନେଶ୍ବରରେ ରୁପା କେଜି ୨୯୦୦ ଟଙ୍କା ବୃଦ୍ଧି ପାଇ ୧,୭୦,୦୦୦ ଟଙ୍କା ହୋଇଛି। ଖୁବ୍‌ କମ୍ ସମୟ ଭିତରେ ରୁପାରେ ଏଭଳି ବଡ଼ ଧରଣର ବୃଦ୍ଧି ଘଟିଛି।

  8. 8.ଭାରତର ପ୍ରତିଟି ଜିଲ୍ଲାରେ ୫ଜି ପହଞ୍ଚିପାରିଛି। ଭାରତରେ ଏବେ ୧ଜିବି ଡାଟାର ଦାମ୍ ଚା’ କପ୍‌ ଦରଠାରୁ କମ୍ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

  9. 9.ଛତିଶଗଡରେ ଏକ ବଡ ଅଘଟଣ ଘଟିଛି । ଶକ୍ତି ଜିଲାରେ ଥିବା ଏକ ଘରୋଇ ବିଦ୍ୟୁତ ପ୍ଲାଣ୍ଟରେ ଲିଫ୍ଟ ଖସିପଡିବାରୁ ୪ଜଣଙ୍କ ମୃତ୍ୟୁ ହୋଇଛି ।

  10. 10.ଇସ୍ରାଏଲ ଓ ପାଲେଷ୍ଟାଇନର ଗାଜାସ୍ଥିତ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୨ବର୍ଷ ପୂରଣ ହୋଇଛି। ୨୦୨୩ ଅକ୍ଟୋବର ୭ରେ ଦକ୍ଷିଣ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା। ହମାସ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ଇସ୍ରାଏଲର ୧୨୦୦ରୁ ଅଧିକ ନାଗରିକ ପ୍ରାଣ ହରାଇଥିଲେ।

  11. 11.କୋଲ୍‌ଡରିଫ୍‌ ପରେ ମଧ୍ୟପ୍ରଦେଶ ସରକାର ରାଜ୍ୟରେ ଆଉ ଦୁଇଟି କଫ୍ ସିରପ୍‌ ବିକ୍ରିକୁ ନିଷିଦ୍ଧ କରିଛନ୍ତି। ଏଗୁଡିକ ହେଲା ‘ରିଲିଫ୍‌’ ଓ ‘ରେସ୍‌ପିଫ୍ରେସ ଟିଆର’।

  12. 12.ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ମା’ ସମଲେଶ୍ବରୀ ପୀଠର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମା’ ସମଲେଶ୍ବରୀ ମନ୍ଦିର ବିକାଶ କାମ ୩୧୬ କୋଟି ଟଙ୍କା ବିନିଯୋଗରେ ୮୨ ଏକର ପରିମିତ ଅଞ୍ଚଳରେ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଛି ।

  13. 13.ଐତିହାସିକ ବାଲିଯାତ୍ରା କଟକ ୨୦୨୫ରେ ଷ୍ଟଲ ବା ଦୋକାନ ଖୋଲିବା ପାଇଁ ପ୍ଲଟ ପଞ୍ଜୀକରଣ ତାରିଖ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । କର୍ଫ୍ୟୁ ପରିସ୍ଥିତି ଏବଂ ଇଣ୍ଟରନେଟ ବନ୍ଦ ରହିଥିବା ଅନେକ ବ୍ୟବସାୟୀ ପଞ୍ଜୀକରଣରୁ ବଞ୍ଚିତ ହୋଇଥିଲେ ।

  14. 14.ଏସ୍‌ଆଇ ପରୀକ୍ଷା ମହାଘୋଟାଲା ମାମଲା। ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି।

  15. 15.ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ମାସର ପ୍ରଥମ ୮ଦିନରେ ରାଜ୍ୟରେ ହାରାହାରି ୮୬.୩ ମିମି ବର୍ଷା ରେକର୍ଡ ହୋଇଛି।

45 Y
28 09-10-2025 English
  1. 1.Bangalore Police Wednesday registered a zero FIR against lawyer Rakesh Kishore, who allegedly attempted to hurl a shoe towards CJI BR Gavai in his courtroom in the Supreme Court.

  2. 2.Gold prices rallied for the third straight day and gained Rs2,600 to hit a fresh lifetime high of Rs1,26,600 per 10 grams.

  3. 3. Gurudev Rabindranath Tagore’s residence, ‘Pather Puri’— once used as a boys’ hostel for students of SCS College before falling into disuse—is set to undergo a significant transformation. The state government has announced plans to convert this historic building into a museum.

  4. 4.Maa Samaleswari temple in Sambalpur be done as per global standards. The temple is being carried out in two phases over an area of 82 acres with an investment of Rs 316 crore.

  5. 5.The state government has decided to invite Indonesia as a partner country for this year’s Bali Yatra, Odia Language, Literature and Culture Minister Suryabanshi Suraj said Wednesday.

  6. 6.ECoR carried 48.21 million passengers during April to September this year, compared to 45.56 million during the same period of the previous financial year—an increase of 5.81 percent.

  7. 7.The Khurda Road Division under East Coast Railway (ECoR) has recorded significant growth in digital ticketing during the first six months of the current financial year.

  8. 8.Vigilance sleuths Wednesday apprehended Banamali Satapathy, Executive Offi cer of Bellaguntha NAC, while accepting Rs25,000 bribe.

  9. 9.Karnataka Chief Minister Siddaramaiah Wednesday warned that strict action will be taken against those who kill wildlife.

  10. 10.The Supreme Court Wednesday deferred to October 10 the hearing on issues related to manufacturing and sale of ‘green’ crackers’ in Delhi and the national capital region

  11. 11.Punjabi actorsinger the 35-year old Rajvir Jawanda died, 11 days after he was seriously injured in a road accident.

  12. 12.The Delhi High Court Wednesday issued summons to actor Shah Rukh Khan-owned Red Chillies Entertainment and OTT platform Netflix on a defamation suit filed by IRS officer Sameer Wankhede for allegedly maligning his reputation in their series 'The Ba***ds of Bollywood.

  13. 13.Russia's lower house of parliament Wednesday approved a move to withdraw from a landmark agreement with the United States aimed at reducing vast stockpiles of weapons-grade plutonium left over from thousands of Cold War nuclear warheads.

  14. 14.Britain's Conservatives used to boast they were the world's most successful political party. Not anymore.

  15. 15.State Bank of India (SBI) Chairman CS Setty said Wednesday that the bank is working on simplifying the Know Your Customer (KYC) and re-KYC processes to make them more user-friendly.

26 Y
29 08-10-2025 Odia
  1. 1.ରୟାଲ ସ୍ୱିଡିସ୍‌ ଏକାଡେମୀ ଅଫ୍ ସାଇନ୍ସେସ୍ ଷ୍ଟକ୍‌ହୋମ୍‌ଠାରେ ଘୋଷଣା କରିଛି ଯେ ଜନ୍ କ୍ଲାର୍କ, ମାଇକେଲ୍ ଏଚ୍ ଡେଭୋରେଟ୍ ଓ ଜନ୍ ଏମ୍ ମାର୍ଟିନିସ୍‌ଙ୍କୁ ପଦାର୍ଥବିଜ୍ଞାନ ପାଇଁ ଚଳିତବର୍ଷର ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ।

  2. 2.ବିଶ୍ଵ ବ୍ୟାଙ୍କ ନିଜର ସଦ୍ୟତମ ରିପୋର୍ଟରେ ଆକଳନ କରିଛି ଯେ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୬.୫ ପ୍ରତିଶତ ରହିବ। ଏହା ନିଜର ପୂର୍ବ ଆକଳନ ୬.୩ ପ୍ରତିଶତକୁ ବଦଳାଇ ଅଧିକ କରିଛି।

  3. 3.ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟରଫେସ୍‌ (ୟୁପିଆଇ) ଜରିଆରେ ପେମେଣ୍ଟ୍‌ କରିବା ଲାଗି ପିନ୍ ଦେବା ନିହାତି ଜରୁରି ହେବନାହିଁ। ବାୟୋମେଟ୍ରିକ୍ ଜରିଆରେ ପେମେଣ୍ଟ୍‌ କରିହେବ। ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା ଆଣିବାକୁ ଯାଉଛି।

  4. 4.ଜିଏସ୍‌ଟି ସଂସ୍କାର ପ୍ରଭାବରେ ଗତ ମାସରେ ରାଜ୍ୟରେ ବିପୁଳ ସଂଖ୍ୟାରେ ଗାଡ଼ି ବିକ୍ରି ହୋଇଛି। ସେପ୍ଟେମ୍ବର ମାସରେ ସାରା ରାଜ୍ୟରେ ୬୯,୯୫୨ଟି ଗାଡ଼ି ବିକ୍ରି ହୋଇଛି। ଏହା ୨୦୨୪ ସେପ୍ଟେମ୍ବରରେ ହୋଇଥିବା ୪୭,୧୪୨ଟି ଗାଡ଼ି ତୁଳନାରେ ୪୮.୩୯ ପ୍ରତିଶତ ଅଧିକ।

  5. 5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ଅକ୍ଟୋବର ୭ ତାରିଖରେ ତାଙ୍କ ରାଜନୈତିକ ଯାତ୍ରାରେ ସରକାରର ମୁଖ୍ୟ ଭାବେ ୨୫ ବର୍ଷରେ ପଦାର୍ପଣ କରିଛନ୍ତି।

  6. 6.ହରିଆଣାର ବରିଷ୍ଠ ଆଇପିଏସ୍ ଅଧିକାରୀ ୱାଇ.ଏସ୍. ପୁରନ୍ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଚଣ୍ଡିଗଡ଼ ପୋଲିସ ପ୍ରଥମେ ଏହାକୁ ଆତ୍ମହତ୍ୟା ମାମଲା ବୋଲି ସନ୍ଦେହ କରୁଛି।

  7. 7.ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଛାଡିବାର ପ୍ରାୟ ଗୋଟିଏ ବର୍ଷ ପରେ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀରେ ଏକ ସରକାରୀ ବଙ୍ଗଳା ଦିଆଯାଇଛି। ଦିଲ୍ଲୀ ହାଇକୋର୍ଟ ତାଙ୍କ ଅନୁରୋଧକୁ ରକ୍ଷା କରି ୯୫ ଲୋଧି ଇଷ୍ଟେଟରେ ଏକ ଟାଇପ୍ ୭ ବା ସାତ ବଖରା ବିଶିଷ୍ଟ ବଳଙ୍ଗା ପ୍ରଦାନ କରିଛନ୍ତି।

  8. 8.ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଛି। ଜଲପାଇଗୁଡ଼ି ଜିଲ୍ଲାରେ ଗତକାଲି ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ସିଲିଗୁଡ଼ି ବିଧାୟକ ଶଙ୍କର ଘୋଷଙ୍କ ଉପରେ ଆକ୍ରମଣର ଦିନକ ପରେ ଆଜି ପୁଣି ବିଜେପି ବିଧାୟକ ମନୋଜ କୁମାର ଓରାଓଁଙ୍କ ଉପରେ ଆକ୍ରମଣ ହୋଇଛି।

  9. 9.ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଅତି କ୍ଷୀପ୍ର ଗତିରେ ପରିବର୍ତ୍ତନଶୀଳ ବିଶ୍ବରେ ବୈଶ୍ବିକ ଶକ୍ତିଗୁଡ଼ିକ ଏକାକୀ ରହିପାରିବେନି। ମହାଶକ୍ତିମାନଙ୍କର ବି ସହଯୋଗୀ ଆବଶ୍ୟକ ବୋଲି ନେତାନ୍ୟାହୁ ଗୁରୁତ୍ବାରୋପ କରି କହିଛନ୍ତି।

  10. 10.ହିମାଚଳ ପ୍ରଦେଶର ବିଳାସପୁର ଜିଲାରେ ମଙ୍ଗଳବାର ଭୂସ୍ଖଳନ ଯୋଗୁଁ ୧୮ ବସ୍‌ ଯାତ୍ରୀ ପ୍ରାଣ ହରାଇଥିବା ଜଣାପଡିଛି।

  11. 11. ରେଲଓ୍ବେ ଆଣିଥିବା ନୂଆ ନିୟମରେ ଟିକେଟ ବୁକ୍‌ କରିଥିବା ଯାତ୍ରୀ ଯାତ୍ରା ତାରିଖ ବଦଳାଇବା ପାଇଁ ସୁଯୋଗ ପାଇବେ। ଏହା ସହଜ ହେବା ସହ ଯାତ୍ରୀ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ ନାହିଁ। ଆସନ୍ତା ଜାନୁଆରୀରୁ ଏହି ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତିି।

  12. 12.ଆରଜେଡି ତେଜସ୍ୱୀ ଯାଦବଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ପ୍ରୋଜେକ୍ଟ କରିବାକୁ ଚାହୁଁଛି, କିନ୍ତୁ କଂଗ୍ରେସ ଏହାକୁ ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ଅନିଚ୍ଛୁକ। କଂଗ୍ରେସ ବିଭିନ୍ନ ସମୟରେ ତେଜସ୍ୱୀ ଯାଦବଙ୍କ ମୁଖ୍ୟମନ୍ତ୍ରୀ ଚେହେରା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାକୁ ଚେଷ୍ଟା କରିଛି। କଂଗ୍ରେସ ନେତା ଉଦିତ ରାଜ ପୁଣି ଥରେ ସମାନ ମନ୍ତବ୍ୟ ଦେଇଛନ୍ତି।

  13. 13.ଗଞ୍ଜାମ ଜିଲାର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାକୁ ରାଜ୍ୟ ବାର୍‌ କାଉନସିଲ ତୀବ୍ର ନିନ୍ଦା କରିଛି। ପୀତବାସଙ୍କ ହତ୍ୟା ପ୍ରତିବାଦରେ ୮ ତାରିଖ ତଥା ବୁଧବାର ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ କରିବାକୁ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି।

  14. 14.କଂଗ୍ରେସ ନେତା ଘାସିରାମ ମାଝୀଙ୍କୁ ନୂଆପଡ଼ା ଉପନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ କରାଯାଇଛି।

  15. 15.ଭାରତରେ ସୁନା ମୂଲ୍ୟ ମଙ୍ଗଳବାର ନୂତନ ରେକର୍ଡ ସ୍ତର ଛୁଇଁଛି। ଅଲ ଇଣ୍ଡିଆ ସରଫା ଆସୋସିଏସନ୍‌ର ତଥ୍ୟ ଅନୁଯାୟୀ, ୧୦ ଗ୍ରାମ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧.୨୪ ଲକ୍ଷ ଟଙ୍କାରୁ ଅଧିକ ପହଞ୍ଚିଛି।

  16. 16.ଓଡିଶାରେ ମଧ୍ୟ ଜଣେ ଅବିବାହିତ ବ୍ୟକ୍ତି ନିଜ ହିସାବରେ ଜମି କିଣିପାରିବ ନାହିଁ । ନିୟମ ଅନୁସାରେ ଜଣେ ଅବିବାହିତ ବ୍ୟକ୍ତି ୭.୫ ଏକରଠୁ ଅଧିକ ଜମି କିଣିପାରିବ ନାହିଁ । ସେହିଭଳି ଯେଉଁ ପରିବାରରେ ୫ ଜଣ ସଦସ୍ୟ ଅଛନ୍ତି ସେମାନେ ୧୦ ଏକରରୁ ଅଧିକ ଜଣି କିଣିପାରିବେ ନାହିଁ । ପରିବାରର ପାଞ୍ଚରୁ ଅଧିକ ସଦସ୍ୟ ଥିବା କ୍ଷେତ୍ରରେ, ପ୍ରତ୍ୟେକ ଅତିରିକ୍ତ ସଦସ୍ୟଙ୍କ ପାଇଁ ୨ ଏକର ଓ ପାଞ୍ଚ ଏକରରୁ ଅଧିକ ଓ ସର୍ବାଧିକ ୧୮ ଏକର ସୀମା ଅନୁଯାୟୀ ।

  17. 17.ମଧ୍ୟପ୍ରଦେଶ ଷ୍ଟାଫ ସିଲେକ୍ସନ ବୋର୍ଡ ଅନୁଯାୟୀ, ମାତ୍ର ୭,୫୦୦ କନେଷ୍ଟେବଳ ପଦ ପାଇଁ ୯.୭୬ ଲକ୍ଷ ଆବେଦନ ପ୍ରାପ୍ତ ହୋଇଛି, ଅର୍ଥାତ୍ ଗୋଟିଏ ପଦ ପାଇଁ ପ୍ରାୟ ୧୩,୦୦୦ ପ୍ରାର୍ଥୀ ପ୍ରତିଯୋଗିତା କରୁଛନ୍ତି। ଏହି ପଦ ପାଇଁ ନ୍ୟୂନତମ ଯୋଗ୍ୟତା ହେଉଛି ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ, କିନ୍ତୁ ଆବେଦନକାରୀଙ୍କ ମଧ୍ୟରେ ୪୨ ଜଣ ପିଏଚଡି ହୋଲଡର, ୧୨,୦୦୦ରୁ ଅଧିକ ଇଞ୍ଜିନିୟର, ପୋଷ୍ଟଗ୍ରାଜୁଏଟ ଓ ଡିପ୍ଲୋମା ଇଞ୍ଜିନିୟର ଅଛନ୍ତି। ଏ

  18. 18.ମାଲକାନଗିରି/ଖଇରପୁଟ  । ଜୀବନ କ’ଣ ଭଲ ଭାବେ ଜାଣିନାହାନ୍ତି। ଢେପସାହି ବାସିନ୍ଦା ଅର୍ଜୁନ କିର୍ସାନୀଙ୍କ ୧୦ ବର୍ଷ ବୟସ ଝିଅ ରୂପାଲୀ ମୋବାଇଲ ଦେଖିବାକୁ ଜିଦ୍‌ କଲା । ବାପା ମନା କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲା ।

  19. 19.ଓଡ଼ିଶା ସରକାର ରାଜ୍ୟର ପ୍ରମୁଖ ଶିକ୍ଷା ଯୋଜନା ”ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନା ଓ ଅନ୍ୱେଷା ଯୋଜନା” ଅଧୀନରେ ପ୍ରି-ମେଟ୍ରିକ ଓ ପୋଷ୍ଟ-ମେଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ବୃତ୍ତି ରାଶି ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନାରେ ପ୍ରି-ମେଟ୍ରିକ ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶି ବାର୍ଷିକ ୧୦,୫୦୦ ଟଙ୍କାରୁ ୧୬,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।

  20. 20.ବିହାରରେ ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଏବଂ ସୁରକ୍ଷିତ ବିଧାନସଭା ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ପ୍ରାୟ ୧୦୦,୦୦୦ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) କର୍ମଚାରୀଙ୍କୁ ନିୟୋଜିତ କରାଯାଇପାରେ।

62 Y
30 08-10-2025 English
  1. 1.Normalcy returned to the city, which was affected by violence during immersion of Durga idols last week, as the Odisha government withdrew curfew and restored internet services Tuesday.

  2. 2.Chief Minister Mohan Charan Majhi has expressed deep grief over the brutal murder of senior advocate and BJP leader Pitabas Panda in Berhampur Monday.

  3. 3.The Supreme Court Tuesday asked the Election Commission to provide it with the details of 3.66 lakh excluded voters from the final electoral roll prepared after Bihar’s Special Intensive Revision (SIR) exercise.

  4. 4.The All India Congress Committee (AICC) Tuesday,has selected Ghasiram Majhi as its party candidate for the upcoming by-election for the Nuapada Assembly constituency.

  5. 5.At least 15 passengers were killed as a private bus they were travelling in was struck by a massive landslide in Himachal Pradesh’s Bilaspur district.

  6. 6.Chief Minister Mohan Charan Majhi Tuesday announced Rs 1 crore for construction of an auditorium at Barendra Krushna Vidyapitha in Banki and assured that all infrastructure needs of the institution will be fulfilled.

  7. 7.The Centre is likely to extend the deadline for the Pradhan Mantri-Kisan Urja Suraksha evam Utthaan Mahabhiyan (PM-KUSUM) once again, as two of its major components have failed to achieve even 50 per cent of their targets.

  8. 8.Balasore district administration has imposed restrictions on timing of shops remaining open in the municipality area till Diwali, an official said.

  9. 9.A woman was allegedly raped near the railway tracks under Raghunathpali police station Monday evening. Police have arrested one person and detained other two in connection with the incident.

  10. 10.The long-shuttered cancer hospital in Bargarh is set to resume operations in public private partnership (PPP) mode, local MLA Ashwini Kumar Sarangi announced Sunday.

  11. 11.The 13th Annual Festival of Odisha Shilpi Mahasangh was celebrated with grandeur at Koraput Cultural Council, showcasing Odisha’s vibrant heritage of handicrafts and art.

  12. 12.The Delhi government is set to transform 15 scattered patches of vacant land across the national capital into dense urban forests, called ‘Namo Vans,’ to enhance the city’s green cover and combat air pollution.

  13. 13.Actor-politician Vijay began reaching out to the families of the Karur stampede victims through WhatsApp video calls and assured them of his support.

  14. 14.Cutting across party lines and for the second consecutive day, leaders from west to east and south to north Tuesday strongly condemned the bid to attack Chief Justice of India B R Gavai during court proceedings, calling it an “assault” on democracy and the Constitution.

  15. 15.A controversy erupted in Uttar Pradesh’s Jaunpur after a Muslim woman alleged that a doctor at the district hospital refused to treat her on religious grounds, an accusation denied by hospital authorities, officials said.

30 Y