-
1.ନିର୍ବାଚନ କମିସନଙ୍କ ନୋଟିସ ଉପରେ ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ନିର୍ବାଚନ କମିସନଙ୍କ ତଥ୍ୟ। ଏହା ମୋର ତଥ୍ୟ ନୁହେଁ ଯାହା ଉପରେ ମୁଁ ଦସ୍ତଖତ କରିବି।
-
2.ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଦିଲ୍ଲୀ-ଏନସିଆରର ସମସ୍ତ ବୁଲା କୁକୁରଙ୍କୁ ୮ ସପ୍ତାହ ମଧ୍ୟରେ ଡଗ୍ ସେଲଟରକୁ ପଠାଯାଉ।
-
3.ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭେଟି। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ସୋମବାର ସାଂସଦଙ୍କୁ ପ୍ରଦାନ କରିବାକୁ ଥିବା ଫ୍ଲାଟ୍ର ଉଦଘାଟନ କରିଛନ୍ତି।
-
4. ପାକିସ୍ତାନରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚଳାଇ ଆସୁଥିବା ବାଲୋଚ ଲିବରେସନ ଆର୍ମି(ବିଏଲଏ)କୁ ଆମେରିକା ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି
-
5.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଆସନ୍ତା ୧୫ ତାରିଖରେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହ ତାଙ୍କର ଆଲୋଚନା ଆଲାସ୍କାରେ ନୁହେଁ, ବରଂ ରୁଷରେ ହେବ।
-
6.ମହାରାଷ୍ଟ୍ରର ନାଗପୁର ଜିଲ୍ଲାରୁ ଏକ ଦୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ପତ୍ନୀଙ୍କ ମୃତଦେହ ନେବା ପାଇଁ କୌଣସି ପ୍ରକାର ସୁବିଧା ନମିଳିବାରୁ ସ୍ବାମୀ ବାଇକରେ ବାନ୍ଧି ଘର ଅଭିମୁଖେ ବାହାରିଥିଲେ।
-
7.ବିହାରରେ ବନ୍ୟା ପୀଡିତଙ୍କ ଗସ୍ତ ଏବଂ ସାକ୍ଷାତ ସମୟରେ ପପ୍ପୁ ଯାଦବଙ୍କୁ ୧୦୦ ଟଙ୍କିଆ ନୋଟ ବାଣ୍ଟୁଥିବାର ଦେଖାଯାଇଥିଲା। ଏହାକୁ ନେଇ ବିବାଦ ଦେଖାଦେଇଛି । ବହୁ ବର୍ଷ ଧରି, ସେ ତାଙ୍କ ଦିଲ୍ଲୀ ବାସଭବନ ସହିତ ତାଙ୍କ ପାଟନା ଏବଂ ପୂର୍ଣ୍ଣିଆ ବାସଭବନରେ ସାଧାରଣ ଲୋକଙ୍କ ପାଇଁ ମାଗଣା ଖାଦ୍ୟ, ପାନୀୟ ଏବଂ ରହିବାର ବ୍ୟବସ୍ଥା କରିଆସୁଛନ୍ତି।
-
8.ଓଡ଼ିଶାରେ ଶିଳ୍ପାୟନରେ ପଛୁଆ ଥିବା ୧୧ଟି ଜିଲ୍ଲାରେ ୪,୨୩,୭୬୦ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ରହିଛି ଓ ସେହି ଶିଳ୍ପଗୁଡ଼ିକରେ ୨୦ ଲକ୍ଷ ୭ ହଜାର ୯୮୯ କର୍ମଚାରୀ ନିୟୋଜିତ ହୋଇଛନ୍ତି।
-
9.ଭରତ ରପ୍ତାନିରେ ସୁଧାର ଆଣିବା ଲାଗି ସରକାର ଏକ ରଣନୀତି ଉପରେ କାମ କରୁଛନ୍ତି। ୫୦ଟି ଦେଶକୁ ଚିହ୍ନଟ କରାଯାଇଛି ଯାହାଙ୍କ ସହ ଦ୍ବିପାକ୍ଷିକ କାରବାର ବଢ଼ାଇବାକୁ ଉଦ୍ୟମ କରାଯିବ।
-
10.ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ ଲାଗି ଭାରତୀୟ ରେଳ ଫାଇନାନ୍ସ କର୍ପୋରେସନ୍ (ଆଇଆର୍ଏଫ୍ସି) ସହିତ ୨୫୩୯ କୋଟି ଟଙ୍କାର ରିଫାଇନାନ୍ସ ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ରକଳ୍ପର ପରିଚାଳନା ନିର୍ଦେଶକ ଦିଲ୍ଲୀପ କୁମାର ସାମନ୍ତରାୟ ଓ ଆଇଆର୍ଏଫ୍ସିର ଇଡି ଦୀପା କୋଟ୍ନିସ୍ ଋଣ ରାଜିନାମାରେ ସ୍ବାକ୍ଷର କରିଛନ୍ତି।
-
11. ସରକାରୀ ଟେଲିକମ୍ କମ୍ପାନି ବିଏସଏନଏଲ ଗ୍ରାହକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ଲାନ୍ ଲଞ୍ଚ କରିଛି। ଯାହାର ମୂଲ୍ୟ ମାତ୍ର ୧୪୯୯ ଟଙ୍କା ରହିଛି। ଏହି ପ୍ଲାନରେ ଉପଭୋକ୍ତାମାନେ ଅସୀମିତ ଭଏସ୍ କଲିଂ, ମୋଟ ୨୪ଜିବି ଡାଟା ଏବଂ ପ୍ରତିଦିନ ୧୦୦ଟି ମାଗଣା ଏସଏମଏସ ସୁବିଧା ପାଇ ପାରିବେ।
-
12.ରାଜଧାନୀ ଭୁବନେଶ୍ବର ଏକ ପ୍ରମୁଖ ସୂଚନା ପ୍ରଯୁକ୍ତି ଓ ଡିଜିଟାଲ୍ ହବ୍ରେ ପରିଣତ ହୋଇଛି। ରାଜ୍ୟ ସରକାର ଭୁବନେଶ୍ବର ବାହାରେ କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ସହରକୁ ପରବର୍ତ୍ତୀ ଡିଜିଟାଲ୍ ହବ୍ କରିବାକୁ ଯାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
-
13.ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଉପସ୍ଥାପନ କରିଥିବା ଆୟକର ବିଲ୍ (ସଂଖ୍ୟା.୨) ଲୋକସଭାରେ ବାଚନିକ ଭୋଟ୍ରେ ଗୃହୀତ ହୋଇଛି। ପୂର୍ବରୁ ରହିଥିବା ସମସ୍ତ ଦ୍ବନ୍ଦ୍ବକୁ ଦୂର କରାଯାଇଛି। ବିଳମ୍ବିତ ରିଟର୍ଣ୍ଣ ପାଇଁ ରିଫଣ୍ଡ୍, ଘର ସମ୍ପତ୍ତିରୁ ହେଉଥିବା ଆୟ ଉପରେ ଟିକସ, ପେନ୍ସନ୍ ଛାଡ଼, କର୍ପୋରେଟ୍ ଲାଭାଂଶ କାଟ ଆଦିକୁ ଅତି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।
-
14.କିଲର ଥାର୍ ଧକ୍କାରେ ମା-ଝିଅଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
-
15.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଘୋଷଣା କରିଛନ୍ତି ଯେ, ୱାଶିଂଟନ ଡିସିର ପୋଲିସକୁ ଫେଡେରାଲ ନିୟନ୍ତ୍ରଣରେ ନିଆଯିବ ଏବଂ ଅପରାଧ ବୃଦ୍ଧି ରୋକିବା ପାଇଁ ନ୍ୟାସନାଲ ଗାର୍ଡ ମୁତୟନ କରାଯିବ।
-
16.ଗତ ୫ ବର୍ଷ ମଧ୍ୟରେ ୪୦୫ ହାତୀ ସରକାରୀ ଭାବେ ମୃତ ଘୋଷିତ ହୋଇଥିବାବେଳେ ୬୨୪ ଲୋକଙ୍କ ମୃତ୍ୟୁ ହୋଇଛି । ନିକଟରେ ବିଧାନସଭାରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୧୦୩ ହାତୀ ରହିଛନ୍ତି।
-
17.ଗତ ସପ୍ତାହରେ ଭାରତୀୟ ଶେୟାର ବଜାରରେ ହ୍ରାସ ପରିଲକ୍ଷିତ ହୋଇଥିଲା। ଫଳରେ ଶୀର୍ଷ ୧୦ଟି ଶୀର୍ଷ କମ୍ପାନୀ ମଧ୍ୟରୁ ୬ଟିର ମାର୍କେଟ କ୍ୟାପ୍ରେ ୧.୩୬ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି।
-
18.ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓଡ଼ିଶାର ବଲାଙ୍ଗିର ଜିଲାର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ରାଣୀପୁର ଝରିଆଲରେ ଅବସ୍ଥିତ ଐତିହାସିକ ଚଉଷଠି ଯୋଗିନୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ତଥା ବିକାଶ ପାଇଁ ୮୭ କୋଟି ୯୩ ଲକ୍ଷ ୨୮ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।
-
19.ଭାରତ ଓ ବାଂଲାଦେଶ ମଧ୍ୟରେ ତିକ୍ତ ସମ୍ପର୍କ ମଧ୍ୟରେ ଭାରତ ସୋମବାର ବାଂଲାଦେଶରୁ ଝୋଟ ଜାତୀୟ ଦ୍ରବ୍ୟ ଓ ଦଉଡ଼ି ଆମଦାନୀ ଉପରେ ସମସ୍ତ ସ୍ଥଳପଥ ମାର୍ଗରେ ତୁରନ୍ତ ନିଷେଧାଜ୍ଞା ଜାରି କରିଛି।
-
20.ଏସିଆ କପ ୨୦୨୫ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଏହି ଟୁର୍ନାମେଣ୍ଟ ୯ ସେପ୍ଟେମ୍ବରରୁ UAEରେ ଆରମ୍ଭ ହେବ।