-
1. ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ପାଲଜୋର ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ସମୟରେ, ମୁଖ୍ୟମନ୍ତ୍ରୀ ଶ୍ରବଣ କୁମାର ପୁରସ୍କାର ଅଧୀନରେ ମୋଟ ୧୯୯ ଜଣଙ୍କ ମଧ୍ୟରୁ ୨୨ ଜଣଙ୍କୁ ସେମାନଙ୍କର ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ପାଇଁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।
-
2.ଲାଲକିଲାର ପ୍ରାଚୀରରୁ ସବୁଠାରୁ ଲମ୍ବା ଭାଷଣ ଦେଇଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ୧୦୩ ମିନିଟ୍ ପାଇଁ ଦେଶକୁ ସମ୍ବୋଧିତ କରିଥିଲେ।
-
3.ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଧୀନତା ଦିବସ ଅବସରରେ କହିଛନ୍ତି ଯେ ଆରଏସଏସ ୧୦୦ ବର୍ଷ ଧରି ଅତ୍ୟନ୍ତ ଗର୍ବର ସହିତ ଦେଶ ସେବା କରିଛି।
-
4.ପୂର୍ବରୁ ଭାତରକୁ ଏକ ବହୁତ ବଡ଼ ସାର୍ଟିଫିକେଟ୍ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ‘ମୃତ ଅର୍ଥନୀତି’ କହି ତାଚ୍ଛଲ୍ୟ କରିଥିବା ବେଳେ ବିଶ୍ବର ଅଗ୍ରଣୀ କ୍ରେଡିଟ୍ ରେଟିଂ ଏଜେନ୍ସି ଏସ୍ଆଣ୍ଡ୍ପି ଗ୍ଲୋବାଲ୍ ଭାରତର ସୋଭରେନ୍ ରେଟିଂକୁ ବିବିବି ମାଇନ୍ସରୁ ଆହୁରି ଉନ୍ନତ କରି ‘ବିବିବି’ କରିଛି। ଏଥି ସହିତ ଆଉଟ୍ଲୁକ୍କୁ ଏହା ‘ସ୍ଥିର’ ବର୍ଗକୁ ବଢ଼ାଇଛି।
-
5.ଆଲାସ୍କାର ଆଙ୍କୋରେଜରେ ବିଶ୍ବର ଦୁଇ ମହାଶକ୍ତିଙ୍କ ବୈଠକ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ବୈଠକରେ ୟୁକ୍ରେନ ଯୁଦ୍ଧ, ପାରସ୍ପରିକ ସମ୍ପର୍କ ଏବଂ ସହଯୋଗ ଆଦି ପ୍ରସଙ୍ଗ ଉପରେ ଆଲୋଚନା ଆଲୋଚନା ସକାରାତ୍ମକ ଥିବା ବୋଲି କୁହାଗଲେ ବି ଏଥିରେ ଯୁଦ୍ଧବିରତି ପାଇଁ ସହମତି ହୋଇପାରିନାହିଁ।
-
6. ନାଗାଲାଣ୍ଡ ରାଜ୍ୟପାଳ ଏଲ୍. ଗଣେଶନଙ୍କର ୮୦ ବର୍ଷ ବୟସରେ ପରଲୋକ ହୋଇଛି।
-
7. ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଅଞ୍ଚଳରେ ଥିବା ହୁମାୟୁନଙ୍କ ସମାଧି ପରିସରରେ ଥିବା ଦରଘା ସରିଫ ପତେ ଶାହର ଛାତ ଶୁକ୍ରବାର (ଅଗଷ୍ଟ ୧୫) ଭୁଶୁଡ଼ି ପଡ଼ିଛି। ଏଥିରେ ପ୍ରାୟ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି ।
-
8.ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଶୁକ୍ରବାର ସେ ରାଜ୍ୟର ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରାରମ୍ଭିକ ପରୀକ୍ଷା ପାଇଁ ସମାନ ଶୁଳ୍କ ୧୦୦ ଟଙ୍କା ଘୋଷଣା କରିଛନ୍ତି।
-
9.ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ରୋଜଗାର ଯୋଜନା ନାମରେ ଆରମ୍ଭ କରାଯାଇଛି। ଏହି ଯୋଜନା ଅଧୀନରେ ପ୍ରାୟ ୩.୫ କୋଟି ଯୁବପିଢ଼ିଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହିତ, ଘରୋଇ କ୍ଷେତ୍ରରେ ପ୍ରଥମ ଚାକିରି କରୁଥିବା ଯୁବପିଢ଼ିଙ୍କୁ ସରକାର ୧୫,୦୦୦ ଟଙ୍କା ପ୍ରଦାନ କରିବେ।
-
10.ଖୋର୍ଦ୍ଧା ପୌରପାଳିକାରେ ମୁକ୍ତା ଯୋଜନାଠାରୁ ପେଭରରୋଡ୍ ଏଭଳି ସଂଖ୍ୟାଧିକ ଯୋଜନାରେ ପାଣ୍ଠି ଖର୍ଚ୍ଚ ହୋଇପାରୁନାହିଁ। ମିଳିଥିବା ତଥ୍ୟାନୁସାରେ ଚଳିତ ବର୍ଷ ଜୁଲାଇ ୨୮ତାରିଖ ସୁଦ୍ଧା ପୌରପାଳିକାର ପ୍ରାୟ ୧୬କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରିନାହିଁ।
-
11.ମେଗା ପାଇପ୍ ଜଳଯୋଗାଣରେ ଅବହେଳା ପାଇଁ ୩ଜଣ ବରିଷ୍ଠ ଅଧିକାରୀଙ୍କୁ ଜବାବ ତଲବ କରାଯାଇଛି। ବାଲିପାଟଣା ସହକାରୀ ନିର୍ବାହୀ ଯନ୍ତ୍ରୀ, ବେଗୁନିଆ ସହକାରୀ ଯନ୍ତ୍ରୀ ଏବଂ ଢେଙ୍କାନାଳ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଜବାବ ତଲବ ହୋଇଛି। କାହିଁକି କାମ ଧିମେଇଛି, ସେନେଇ ଉତ୍ତର ଦେବାକୁ କଡ଼ା ଚିଠି କରିଛନ୍ତି ବିଭାଗୀୟ ଅଧିକାରୀ।
-
12.ସ୍ବାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଲାଲକିଲ୍ଲା ଅଭିଭାଷଣରେ ଜିଏସଟି ବ୍ୟବସ୍ଥାର ସରଳୀକରଣ ବିଷୟରେ ଘୋଷଣା କରିଥିଲେ । ଆସନ୍ତା ଦୀପାବଳି ଅବସରରେ ଏହି ନୂଆ ସ୍ଲାବ ଲାଗୁ ହେବ ବୋଲି ସେ କହିଥିଲେ .
-
13.ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରାଗରେ ଜର୍ଜରିତ ହୋଇ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇ ଦେଇଛନ୍ତି। ଯାହାକି ଭାରତୀୟ ସେୟାର୍ ବଜାର ଉପରେ ଗଭୀର ପ୍ରଭାବ ପକାଇଛି।
-
14.ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍ଏଲ୍ଏ ଲ୍ୟାଡ୍) ପାଇଁ ଏକ ସ୍ବତନ୍ତ୍ର ୱେବ୍ ପୋର୍ଟାଲ ଆଜି ଆରମ୍ଭ ହୋଇଛି।
-
15.ଇଣ୍ଟରନେଟ୍ ବ୍ୟାଙ୍କିଂ କିମ୍ବା YONO ଆପ୍ ମାଧ୍ୟମରେ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର ଉପରେ କୌଣସି ଶୁଳ୍କ ଲାଗିବ ନାହିଁ। ୨୫୦୦୦ ଟଙ୍କାରୁ ଅଧିକ ଟ୍ରାନ୍ସଫର ପାଇଁ ଆପଣଙ୍କୁ ଏକ ନାମମାତ୍ର ଶୁଳ୍କ ଦେବାକୁ ପଡିବ।୨୫,୦୦୦ ରୁ ୧ ଲକ୍ଷ ଟଙ୍କା - ୨ ଟଙ୍କା + ଜିଏସଟି,୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କା - ୬ ଟଙ୍କା + ଜିଏସଟି, ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା - ୧୦ ଟଙ୍କା + ଜିଏସଟି ଦେବାକୁ ପଡିବ ।
-
16.ଉତ୍ତର ପାକିସ୍ତାନରେ ବର୍ଷା ପ୍ରଭାବିତ ଉଦ୍ଧାର କାର୍ଯ୍ୟ କରୁଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ ୫ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି।
-
17.ଓଡ଼ିଶାକୁ ଭାରତର ଫାର୍ମାସିଉଟିକାଲ ରାଜଧାନୀ ଭାବେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ହାଇ-ପ୍ରୋଫାଇଲ ଫାର୍ମା କନକ୍ଲେଭ ଆୟୋଜନ କରିବାକୁ ଯୋଜନା କରୁଛନ୍ତି। ଏହି କନକ୍ଲେଭରେ ଜାତୀୟ ଓ ଆନ୍ତର୍ଜାତୀୟ ଔଷଧ ନିର୍ମାତା ସଂସ୍ଥାମାନେ ଅଂଶଗ୍ରହଣ କରିବେ।
-
18.ସାହସିକତା ପାଇଁ ୬ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପଦକ ପ୍ରଦାନ କରିଛନ୍ତି। ଆର୍ମଡ ପୋଲିସ ଏସ୍ଆଇ ଗିରୀଶ ମାଝୀ, ଏସ୍ଓଜି ହାବିଲଦାର ପବିତ୍ର ସାହୁ, ହାବିଲଦାର ଉମେଶ ମୁଣ୍ଡା, ଏସ୍ଓଜି କମାଣ୍ଡୋ ପୀତାମ୍ବର ସତନାମ, ଓଏସ୍ଏପି କମାଣ୍ଡୋ କବି ରାଉତ, ଏସ୍ଓଜି କମାଣ୍ଡୋ ସୁଶାନ୍ତ ସାଗର, ବଲାଙ୍ଗୀର ଖପ୍ରାଖୋଲରେ ମାଓବାଦୀ ବିରୋଧୀ ଅପରେଶନରେ ସଂପୃକ୍ତ ଥିଲେ।
-
19.ଭାରତୀୟ ନାଗରିକଙ୍କ ପାଇଁ ଭୋଟର ଆଇଡି କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ସେମାନଙ୍କୁ ଗଣତାନ୍ତ୍ରିକ ନିର୍ବାଚନରେ ଭୋଟ ଦେଇ ନିଜର ମୌଳିକ କର୍ତ୍ତବ୍ୟ ପାଳନ କରିବାର ଅଧିକାର ଦେଇଥାଏ। ଏହା ପରିଚୟ ଓ ଠିକଣାର ପ୍ରମାଣ ଭାବେ ମଧ୍ୟ କାମ କରେ।ଏକାଧିକ ଭୋଟର ତାଲିକାରେ ଭୋଟର ଭାବେ ପଞ୍ଜୀକୃତ ହେବା ମଧ୍ୟ ଅବୈଧ।
-
20. ICCର ଦୁର୍ନୀତି ନିବାରଣ ଟ୍ରିବ୍ୟୁନାଲ ଦ୍ୱାରା ପୂର୍ବତନ ଶ୍ରୀଲଙ୍କା ଘରୋଇ କ୍ରିକେଟର ସାଲିଆ ସମନଙ୍କୁ ସମସ୍ତ ଫର୍ମାଟ କ୍ରିକେଟରୁ ୫ ବର୍ଷ ପାଇଁ ନିଷିଦ୍ଧ କରାଯାଇଛି। ୨୦୨୧ ଆବୁଧାବି ଟି୧୦ ଲିଗରେ ମ୍ୟାଚ ଫିକ୍ସିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଏହି ଦଣ୍ଡ ଦିଆଯାଇଛି।