-
1.ମହାରାଷ୍ଟ୍ରର ରାଜ୍ୟପାଳ ଥିବା ଚନ୍ଦ୍ରପୁରମ ପନ୍ନୁସାମି ରାଧାକୃଷ୍ଣନଙ୍କୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ( ଏନଡିଏ) ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।
-
2.ଜନ ବିଶ୍ୱାସ (ସଂଶୋଧନ) ବିଲ, ୨୦୨୫ (୨.୦), ଯାହା ଜୀବନ ଏବଂ ବ୍ୟବସାୟକୁ ସହଜ କରିବା ଲକ୍ଷ୍ୟରେ କିଛି ଛୋଟ ଅପରାଧରେ ଦଣ୍ଡ ବ୍ୟବସ୍ଥାକୁ ଉଚ୍ଛେଦ କରିଥାଏ, ଏହାକୁ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ସୋମବାର ଲୋକ ସଭାରେ ଆଗତ କରିବେ। ଏହି ବିଲ ମାଧ୍ୟମରେ, ୩୫୦ରୁ ଅଧିକ ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବ ଦିଆଯାଇଛି।
-
3.ଭାରତୀୟ ନିର୍ବାଚନ କମିଶନ୍ (ଇସିଆଇ) ବିହାରରରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ମତଦାତା ତାଲିକାରୁ କାଟାଯାଇଥିବା ୬୫ ଲକ୍ଷ ମତଦାତାଙ୍କର ନାମର ତାଲିକା ପ୍ରକାଶ କରିଛି।
-
4.ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ର ଠିକଣା ପରିବର୍ତ୍ତନ ହେବାକୁ ଯାଉଛି। ବର୍ତ୍ତମାନ, ପିଏମଓ ସାଉଥ୍ ବ୍ଲକରେ ଅବସ୍ଥିତ, ଯାହା ଆସନ୍ତା ମାସରେ ଏକଜିକ୍ୟୁଟିଭ୍ ଏନକ୍ଲେଭ୍ କୁ ସ୍ଥାନାନ୍ତରିତ ହେବ।
-
5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ବାଧୀନତା ପାଳନ ଉତ୍ସବରେ ଦେଶର ଯୁବବର୍ଗଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ସ୍କିମ୍ ଘୋଷଣା କରିଛନ୍ତି। ଘରୋଇ କ୍ଷେତ୍ରରେ ଚାକିରି ଆରମ୍ଭ କରୁଥିବା ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ଏହି ଯୋଜନା ଆରମ୍ଭ ହୋଇଛି।
-
6. ଦେଶରେ ଡିଜିଟାଲ ବିପ୍ଳବ ଏବଂ ୟୁପିଆଇ କାରବାରରେ ବୃଦ୍ଧି କେବଳ ନଗଦ କାରବାରକୁ ହ୍ରାସ କରିନାହିଁ ବରଂ ନଷ୍ଟ ନୋଟ ସଂଖ୍ୟାକୁ ମଧ୍ୟ ହ୍ରାସ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ସଦ୍ୟତମ ରିପୋର୍ଟ ଦର୍ଶାଉଛି ଯେ ଗତ ଗୋଟିଏ ବର୍ଷରେ, ଏପରି ନୋଟ ସଂଖ୍ୟା ପ୍ରାୟ ୪୧ ପ୍ରତିଶତ ହ୍ରାସ ପାଇଛି।
-
7.ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ପୁଟିନଙ୍କୁ ଲେଖିଥିବା ହୃଦୟସ୍ପର୍ଶୀ ଚିଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ମେଲାନିଆ ଚିଠିରେ ଶିଶୁମାନଙ୍କ ନିରାପତ୍ତା ତଥା କଲ୍ୟାଣ କଥା ଚିନ୍ତା କରିବାକୁ ଲେଖିଛନ୍ତି।
-
8.ଆନ୍ଧ୍ରକୁ ଲାଗି ରହିଥିବା ଗଜପତି ଜିଲାର ବଂଶଧାରା ଓ ମହେନ୍ଦ୍ରତନୟା ନଦୀ ଜଳରେ ଆନ୍ଧ୍ରର ଲକ୍ଷଲକ୍ଷ ଏକର ଚାଷଜମି ଶସ୍ୟଶ୍ୟାମଳା ହେଉଛି। ଆନ୍ଧ୍ର ସରକାର ବର୍ଷକୁ ତିନିଥର ପନିପରିବା, ଧାନ, ମୀନ ଓ ଅର୍ଥକରୀ ଫସଲ ଚାଷ କରୁଛି। ୨୦୨୨ ମସିହା ସୁଦ୍ଧା ଓଡ଼ିଶାକୁ ୪ କୋଟିରୁ ଅଧିକ ଜଳକର ବାବଦ ଟଙ୍କା ଆନ୍ଧ୍ର ପୈଠ କରିନି।
-
9.ତେଜସ୍ୱୀ ଯାଦବ କହିଥିଲେ, "ବିହାରୀଙ୍କ ନାମ କାଟିବା ପାଇଁ କାହାର ସାହସ ନାହିଁ। ବିହାରୀଙ୍କୁ ଚୂନ ଲଗାନ୍ତୁ (ଠକନ୍ତୁ) ନାହିଁ, ବିହାରୀ ତମାଖୁରେ ଚୂନ ଲଗାନ୍ତି। ଗୋଟିଏ ବିହାରୀ ସମସ୍ତଙ୍କ ଉପରେ ଭାରି (ଏକ ବିହାରୀ ସବପେ ଭାରି)।"
-
10.ରାଜ୍ୟର ପ୍ରତିରକ୍ଷା ଓ ଏରୋସ୍ପେସ୍ କ୍ଷେତ୍ରରେ ବର୍ଷକୁ ୨୦୦୦ କୋଟି ଟଙ୍କାର ବ୍ୟବସାୟ କରିବା ସୁଯୋଗ ରହିଛି। ଏହା ଉପରେ ମାନସମନ୍ଥନ କରିବା ଲାଗି ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ସହଯୋଗରେ ଓସ୍ମି ପକ୍ଷରୁ ଏକ ସେମିନାର ଆୟୋଜନ କରାଯାଇଥିଲା।
-
11.ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଟେନସନ, ଟଙ୍କାର ମୂଲ୍ୟହ୍ରାସ ଓ କମ୍ପାନୀମାନଙ୍କର ପ୍ରଥମ ତ୍ରୈମାସିକରେ ଦୁର୍ବଳ ଫଳାଫଳ ଯୋଗୁଁ ବିଦେଶୀ ସାଂସ୍ଥାନିକ ନିବେଶକ (ଏଫଆଇଆଇ) ଭାରତୀୟ ସେୟାର ବଜାରରୁ ଲଗାତାର ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି।
-
12.ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ୫୦ ବର୍ଷ ମଧ୍ୟରେ ଆମେରିକାରେ ବନ୍ଧୁକ ସଂସ୍କୃତି ଯୋଗୁ ୧୫ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।
-
13.ଆଦିମ ଡିଡ଼ାୟୀ ଜନଜାତିର ପ୍ରଥମ ମହିଳା ଭାବେ ଚମ୍ପା ରାସପେଦା ଇତିହାସ ରଚିଛନ୍ତି। ପ୍ରଥମ ଡିଡ଼ାୟୀ ଯୁବତୀ ଭାବେ ସେ ଏବେ ଡାକ୍ତର ହେବାକୁ ଯାଉଛନ୍ତି। ମାଲକାନଗିରି ଜିଲା କୋରକୁଣ୍ଡା ବ୍ଳକ୍ ଆମ୍ଲିବେଡ଼ା ଗ୍ରାମର ଆଦିମ ଡିଡ଼ାୟୀ ଜନଜାତି ଯୁବତୀ ଚମ୍ପା ରାସପେଦା ନିଟ୍ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି।
-
14.କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ଗ୍ରାମର ୩ଜଣ ଚାଷୀଙ୍କ ଏକକାଳୀନ ୩୦ଟି ମଇଁଷିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪୨ଟିଙ୍କର ପତ୍ତା ମିଳୁନାହିଁ।
-
15.ଏଥର ଓଡିଶାର ବଡଗଡରେ ସର୍ବବୃହତ ଗଣେଶ ମୂର୍ତ୍ତି ୬୧ ଫୁଟର ଗଣେଷ ମୂର୍ତ୍ତି ପୂଜା ପାଇବେ । ଏହା ଓଡିଶାର ସର୍ବବୃହତ ଗଣେଶ ମୂର୍ତ୍ତି ହେବ ।
-
16.ଜମ୍ମୁ-କାଶ୍ମୀରର କାଠୁଆରେ ରବିବାର ସକାଳେ ବାଦଲଫଟା ବର୍ଷାରେ ୭ ଜଣଙ୍କ ମୃତ୍ୟୁ।
-
17.ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ର, ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତ ସମ୍ଭାବନା ଅଛି ।
-
18.ଇଂଲଣ୍ଡ ପୁରୁଷ କ୍ରିକେଟ ଦଳ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ଓ ଆୟରଲାଣ୍ଡ ବିପକ୍ଷରେ ସୀମିତ ଓଭର କ୍ରିକେଟ ଶୃଙ୍ଖଳା ଖେଳିବ।
-
19.ନେଦରଲାଣ୍ଡ୍ସ ଓ ବେଲଜିୟମରେ ଆୟୋଜିତ ହେବାକୁ ଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ-୨୦୨୬ ଲାଗି ୩ ଥର ଚମ୍ପିଆନ ଜର୍ମାନୀ ଯୋଗ୍ୟତା ହାସଲ କରିଛି।
-
20.ଏଆଇଏଫଏଫ ପକ୍ଷରୁ ଶିବିର ଲାଗି ୨୨ ଜଣିଆ ଖେଳାଳି ମନୋନୟନ କରାଯାଇଛି। ତେବେ ତାରକା ଫରୱାର୍ଡ ସୁନୀଲ ଛେତ୍ରୀଙ୍କୁ ମନୋନୟନ କରାଯାଇନାହିଁ।