- 1.ଭାରତର ସବୁଠାରୁ ଗରିବ ୩ ଜଣ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (ମୁଖ୍ୟମନ୍ତ୍ରୀ, ପଶ୍ଚିମବଙ୍ଗ), ଓମର ଅବଦୁଲ୍ଲା (ମୁଖ୍ୟମନ୍ତ୍ରୀ, ଜମ୍ମୁ ଏବଂ କଶ୍ମୀର), ପିନାରାୟୀ ବିଜୟନ (ମୁଖ୍ୟମନ୍ତ୍ରୀ, କେରଳ)
-
2.ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ। ଏନ ଚନ୍ଦ୍ରବାବୁ ନାଇଡୁଙ୍କ ସମ୍ପତ୍ତି ସମ୍ପତ୍ତି 931 କୋଟି ଟଙ୍କା।
-
3.ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ପତ୍ତି କଥା କହିବା ତେବେ ୨୦୨୪ ନିର୍ବାଚନ ପାଇଁ ଦାଖଲ କରାଯାଇଥିବା ସତ୍ୟପାଠରୁ ଉପଲବ୍ଧ ସୂଚନା ଅନୁସାରେ ତାଙ୍କର ମୋଟ ସ୍ଥାବର ସମ୍ପତ୍ତି ୧.୯୭ କୋଟି ଓ ଅସ୍ଥାବର ସମ୍ପତ୍ତି ୯୫ ଲକ୍ଷ।
-
4.ଗୁଗଲ୍ 'ଫ୍ଲାଇଟ୍ ଡିଲ୍ସ' ନାମକ ଏକ ନୂତନ ଏଆଇ ଆଧାରିତ ସର୍ଚ୍ଚ ବୈଶିଷ୍ଟ୍ୟ ପ୍ରଚଳନ କରିଛି ଯାହା ଆଗାମୀ ସପ୍ତାହରେ ଆମେରିକା, କାନାଡା ଏବଂ ଭାରତରେ ଉପଲବ୍ଧ ହେବ।
-
5. ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦସ୍ୟ ରାମ ମାଧବ ଓଡ଼ିଶାରେ ପହଞ୍ଚିଛନ୍ତି। ସେ ନିିକିଆ ଦିନିକିଆ ଗସ୍ତରେ ଓଡ଼ିଶା ଆସିଛନ୍ତି। ଭୁବନେଶ୍ୱର ପ୍ରେସକ୍ଲବରେ ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦି ୱାର୍ଲ୍ଡ ଟ୍ବେଣ୍ଟି ଫାର୍ଷ୍ଟ ସେଞ୍ଚୁରି ଗ୍ଲୋବାଲ୍ ଅର୍ଡର ଆଣ୍ଡ ଇଣ୍ଡିଆନ୍’ ପୁସ୍ତକ ଉପରେ ଏକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
-
6. ରାଜ୍ୟର ୭ଟି ଜିଲ୍ଲାରେ ୧୨ଟି ନୂଆ ଏନ୍ଏସି ଗଠନ ହେବ। ସେଗୁଡ଼ିକ ହେଲା ଅନୁଗୁଳର ପାଳଲହଡ଼ା, ସୁବର୍ଣ୍ଣପୁରର ବୀରମହାରାଜପୁର, ବାଲେଶ୍ବରର ସିମୁଳିଆ ଓ ବସ୍ତା, ମୟୂରଭଞ୍ଜର ବେତନଟୀ, ବାଙ୍ଗରିପୋଷି ଓ ଚିତ୍ରଡ଼ା, ରାୟଗଡ଼ାର ବିଷମକଟକ, ସମ୍ବଲପୁରର ବାମରା ଓ ରେଙ୍ଗାଳି, ଭଦ୍ରକର ତିହିଡ଼ି ଓ ଧୂଷୁରି।
-
7.ଝାରସୁଗୁଡ଼ାକୁ ଭୁବନେଶ୍ବରରୁ ବିମାନ ଉଡ଼ିବ। ଏଥି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ବାଣିଜ୍ୟ ଏବଂ ପରିବହନ ବିଭାଗ ସହ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ଏହାର ଆରମ୍ଭ ହୋଇଛି ‘ଆମ ବିମାନ ସେବା ଯୋଜନା’।
-
8.ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଗଞ୍ଜାମ ଏବଂ ଖୋର୍ଦ୍ଧା ଆଦି ଜିଲ୍ଲାରେ ଦୁର୍ଘଟଣାର ହାର ବୃଦ୍ଧି ପାଉଛି। ବିଶେଷକରି ଦୁଇ ଚକିଆ ଯାନ ଆରୋହୀମାନେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉପରୋକ୍ତ ୫ଟି ଜିଲ୍ଲାରେ ଖୁବଶୀଘ୍ର ୫୦୦ ଟ୍ରାଫିକ ୱାର୍ଡେନ ମୁତୟନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
-
9.ନାଗପୁରରେ ଜଣେ ଅଜଣା ବ୍ୟକ୍ତି ଫୋନ୍ ଯୋଗେ କଂଗ୍ରେସ ଦଳର ଜାତୀୟ ମୁଖପାତ୍ର ଅତୁଲ ଲୋଣ୍ଡେଙ୍କୁ ହତ୍ୟା ଧମକ ଦେଇଛନ୍ତି। ଅଜଣା ବ୍ୟକ୍ତି ଫୋନ୍ ଯୋଗେ ମୁଖପାତ୍ର ଅତୁଲ ଲୋଣ୍ଡେଙ୍କଠାରୁ ୫୦ ଲକ୍ଷ ଟଙ୍କା ଦାବି କରିଛନ୍ତି।
-
10.କର୍ଣ୍ଣାଟକର କଂଗ୍ରେସ ବିଧାୟକ ବାସଭାରାଜୁ ଭି ଶିବଗଙ୍ଗା ଦାବି କରିଛନ୍ତି ଯେ, ଡିସେମ୍ବର ପରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ।
-
11.ହରିୟାଣାର ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରେ ଗୁଳିଚାଳନା ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ଗୁରୁଗ୍ରାମରେ ଥିବା ଏଲଭିଶଙ୍କ ଘର ଉପରକୁ ୨୫ ରୁ ୩୦ ରାଉଣ୍ଡ ଗୁଳିଚାଳନା କରାଯାଇଛି।
-
12.କମିସନ କହିଛନ୍ତି ଯେ ଡ୍ରାଫ୍ଟ ଭୋଟର ତାଲିକାର ହାର୍ଡ କପି ଏବଂ ଡିଜିଟାଲ୍ କପି ସମସ୍ତ ରାଜନୈତିକ ଦଳ ମାନଙ୍କୁ ପ୍ରଦାନ କରାଯାଇଥାଏ। ଆହୁରି ମଧ୍ୟ ଏଗୁଡ଼ିକୁ ନିର୍ବାଚନ କମିସନଙ୍କ ୱେବସାଇଟରେ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇଥାଏ।
-
13.ବଲିଉଡର ଲୋକପ୍ରିୟ ଦମ୍ପତି ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ନିକଟରେ ବୃନ୍ଦାବନ ଗସ୍ତ କରିଥିଲେ। ସେଠାରେ ସେମାନେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଥିଲେ। ଏହି ସମୟରେ ରାଜ୍, ମହାରାଜଜୀଙ୍କୁ ତାଙ୍କର ଏକ କିଡନୀ ଦାନ କରିବା ବିଷୟରେ ମଧ୍ୟ କହିଥିଲେ।
-
14.ଆନିମେଟେଡ୍ ଫିଲ୍ମ 'ମହାବତାର ନରସିଂହ' ରିଲିଜ୍ ହେବାର ତିନି ସପ୍ତାହ ବିତିଗଲାଣି। କିନ୍ତୁ ଫିଲ୍ମଟି ଏବେ ବି ବକ୍ସ ଅଫିସରେ ଧମାକା କରୁଛି। ଫିଲ୍ମର ରୋଜଗାର ଏବେ ୨୦୦କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଚତୁର୍ଥ ଶୁକ୍ରବାର ଫିଲ୍ମର ଆୟ 'ସୈୟାରା'କୁ ପଛରେ ପକାଇ ଦେଇଛି।
-
15.ଲୋକପ୍ରିୟ ଗାୟିକା ଆଶା ଭୋଁସ୍ଲେଙ୍କ ନାତୁଣୀ ଜାନାଇ ଏବେ ଏ.ଆର୍. ରହମାନ୍ଙ୍କ ବଡ଼ ପ୍ରଶଂସିକା। ସୁଗାୟିକା ଜାନାଇ ରହମାନ୍ଙ୍କ ‘ଦି ୱଣ୍ଡର୍ମେଣ୍ଟ୍ ଟୁର୍’ରେ ସାମିଲ୍ ହୋଇଛନ୍ତି।