Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
211 24-05-2025 Odia
  1. 1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ତାଙ୍କ ସରକାର ସବୁ ପ୍ରକାର ଆତଙ୍କବାଦକୁ ବିରୋଧ କରୁଛି।

  2. 2.ପାକିସ୍ତାନୀ ଯାତ୍ରୀ ବିମାନ ଓ ସାମରିକ ବିମାନ ପାଇଁ ଭାରତର କଟକଣା ବଳବତ୍ତର ରହିବ।  ଏନେଇ ପୂର୍ବରୁ ଭାରତ ଜାରି କରିଥିବା ଆକାଶମାର୍ଗ କଟକଣାକୁ ଜୁନ୍ ୨୩, ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

  3. 3. ବାଂଲାଦେଶରେ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି)ର ବିକ୍ଷୋଭ ଏବଂ ଦିନକ ପୂର୍ବରୁ ସେନା ମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନଙ୍କ କଡ଼ା ଚେତାବନୀ ପରେ ଏହା ଘଟିଛି।

  4. 4.ଦିଲ୍ଲୀ ସରକାର କରୋନା ମହାମାରୀକୁ ନେଇ  ପରାମର୍ଶାବଳି ଜାରି କରିଛନ୍ତି। ଜାତୀୟ ରାଜଧାନୀରେ ହସ୍ପିଟାଲ୍‌ଗୁଡ଼ିକ ବେଡ୍‌ ପ୍ରସ୍ତୁତ ରଖିବା ସହ  ଅକ୍ସିଜେନ୍‌, ମେଡିସିନ୍‌ ଏବଂ ଟିକାର୍‌ ଉପଲବ୍ଧତା ସୁନିଶ୍ଚିତ କରିବା  ପାଇଁ କୁହାଯାଇଛି। 

  5. 5.ମାତୃତ୍ବ ଛୁଟି ହେଉଛି ମାତୃତ୍ବ ସୁବିଧାର ଏକ ଅଭିନ୍ନ ଅଙ୍ଗ ଏବଂ  ମହିଳାଙ୍କ ପ୍ରଜନନ ଅଧିକାରର ଏକ ପ୍ରମୁଖ ଅଂଶ। ଜଣେ ମହିଳାଙ୍କୁ ମାତୃତ୍ବ ଛୁଟି ଅଧିକାରରୁ କୌଣସି ସଂସ୍ଥା ବଞ୍ଚିତ କରିପାରିବେନି ବୋଲି ଆଜି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି।

  6. 6.ଚଳିତ ବର୍ଷ ଏଯାବତ କୋଟାରେ ୧୪ ଛାତ୍ର ଆତ୍ମହତ୍ୟା କରିଥିବା ଶୁଣିବା ପରେ ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଆର୍‌ ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି, ଏହା ଅତ୍ୟନ୍ତ ସାଂଘାତିକ ପ୍ରସଙ୍ଗ। ଏହି ମାମଲାର ତଦନ୍ତ କରୁଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଦ୍ବାରା କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି, ସେ ସଂକ୍ରାନ୍ତରେ କୋର୍ଟ ସରକାରଙ୍କଠାରୁ ବିସ୍ତୃତ ବିବରଣୀ ମାଗିଛନ୍ତି। 

  7.  7.ସୁପ୍ରିମକୋର୍ଟର ବିଚାରପତି ଅଭୟ ଏସ. ଓକା ତାଙ୍କ ବିଦାୟୀ ଭାଷଣରେ କହିଥିଲେ ଯେ ଜଷ୍ଟିସ୍ (ପୂର୍ବତନ ସିଜେଆଇ) ସଞ୍ଜିବ ଖାନ୍ନା ଆମକୁ ସ୍ୱଚ୍ଛତାର ପଥରେ ଆଗକୁ ନେଇଯାଇଥିଲେ। ବର୍ତ୍ତମାନର ସିଜେଆଇ ବି.ଆର. ଗଭାଇଙ୍କ ରକ୍ତରେ ଗଣତାନ୍ତ୍ରିକ ମୂଲ୍ୟବୋଧ ରହିଛି। 

  8. 8.ଲକ୍ଷ୍ନୌର ଏଡିଜେ କୋର୍ଟ କୁଖ୍ୟାତ ସିରିଆଲ କିଲର ରାମ ନିରଞ୍ଜନ ଓରଫ ରାଜା କୋଲନ୍ଦରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

  9. 9.ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଗୁଳିମାଡ଼ରେ ୪ ଜଣ ମାଓବାଦୀ ନିପାତ ହୋଇଛନ୍ତି। ମହାରାଷ୍ଟ୍ର-ଛତିଶଗଡ଼ର ସୀମାନ୍ତ ଗଡ଼ଚିରୋଲି ଥାନା ଅଧୀନ ଏକ ଜଙ୍ଗଲରେ ହୋଇଥିବା ଏନ୍‌କାଉଣ୍ଟରରେ ମାଓବାଦୀମାନେ ପୁଣି ଥରେ ପରାଜିତ ହୋଇଛନ୍ତି। 

  10. 10.ଓଲା ଇଲେକ୍ଟ୍ରିକ ଏହାର ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ରୋଡଷ୍ଟର ଏକ୍ସର ଡେଲିଭରି ଆରମ୍ଭ କରିଛି। 

  11. 11.ଅନୁଜ ପଟ୍ଟନାୟକ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ହେଲେ ।  କାମଚଳା ନିର୍ଦ୍ଦେଶକ ଦେବପ୍ରସାଦ ଦାଶ ବଦଳିଲେ।

  12. 12.ଶ୍ରୀକ୍ଷେତ୍ରର ଗୋଟିଏ ସ୍ଥାନରେ ହେବ ସମସ୍ତ ମଠର ବିଜେସ୍ଥଳି, ଭାଙ୍ଗିଥିବା ମଠର ହେବ ପୁନଃ ନିର୍ମାଣ କରାଯିବ।

  13. 13.ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଯୁବକଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ୍‌ ଦିଆଯିବ। ମାସିକ ୧ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ । ଆବେଦନର ଶେଷ ତାରିଖ ଜୁନ୍‌ ୧୬।

  14. 14.ଗୋଟିଏ ମତଦାନ କେନ୍ଦ୍ରରେ ସର୍ବାଧିକ ଭୋଟରଙ୍କ ସଂଖ୍ୟାକୁ ୧୫୦୦ ରୁ ୧୨୦୦କୁ ଯାଏ ହ୍ରାସ କରାଯିବ। ଏହି ପଦକ୍ଷେପ ମତଦାନ କେନ୍ଦ୍ରରେ ଭିଡ଼ ଏବଂ ମତଦାନ ପାଇଁ ଅପେକ୍ଷା ସମୟକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିବ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ଗ୍ୟାନେଶ କୁମାର ପ୍ରକାଶ କରିଛନ୍ତି।

  15. 15.ଫାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନିକଟରେ ଏପରି ଦାବି କରିଛନ୍ତି ସାଂସଦ ସୟେଦ ଅଲ୍ଲୀ ଜାଫର। ଭାରତର ‘ପାଣି​ ବୋମା’କୁ ନିଷ୍କ୍ରିୟ କର। ନଚେତ ଭୋକଉପାସରେ ଦେଶବାସୀ ମରିବେ।

  16. 16.କମ୍ପାନୀ ଲାଭା ଶାର୍କ ୫ଜି ନାମକ ଏକ ନୂତନ ଏବଂ ଶସ୍ତା ୫ଜି ଫୋନ୍ ଲଞ୍ଚ କରିଛି। ଯେଉଁ ଲୋକମାନେ ଏବେ ୪ଜି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ସେମାନଙ୍କ ପାଖରେ ୫ଜି ବ୍ୟବହାର କରିବା ପାଇଁ ଏକ ଶସ୍ତା ବିକଳ୍ପ ଅଛି।

  17. 17.ହାର୍ବାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ପ୍ରବେଶ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୋକ ଲଗାଇଛନ୍ତି । ଏବେ ବିଦେଶୀ ଛାତ୍ରଛାତ୍ରୀମାନେ ଏହି ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ପାରିବେନି ।

  18. 18.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ଆସନ୍ତା ୨୭ ପରିବର୍ତ୍ତେ ୨୬ ତାରିଖରେ କରିବାକୁ ନିଷ୍ପତ୍ତି ନେଇଛନ୍ତି।

  19. 19.ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଜୁନ୍‌ ୨୫ ଓ ୨୬ ତାରିଖରେ ଅନୁଷ୍ଠିତ ହେବ।

  20. 20.ପାଣିପାଗ ବିଭାଗ  ସୂଚନା ଅନୁଯାଇ ଆସନ୍ତା ୨୭ରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର  ସମ୍ଭାବନା ଅଛି ।

159 Y
212 24-05-2025 English
  1. 1.US President Donald Trump threatens a 50% tariff on all imports from EU from June 1.

  2. 2.President Donald Trump Friday threatened to put a 25 per cent tariff on Apple products unless iPhones are manufactured in the United States

  3. 3.Researchers at National Institute of Technology (NIT), Rourkela have developed a novel semiconductor device-based biosensor that can identify breast cancer cells without the need for complicated or expensive laboratory procedures, according to officials.

  4. 4.The state government’s new Excise policy will be announced by June 20, Excise Minister Prithiviraj Harichandan said Friday.

  5. 5.The state government Friday said it was contemplating installing an anti-drone system to bolster the security at the Shree Jagannath Temple in Puri.

  6. 6.Thirty students from across Odisha, selected as winners of the prestigious Tata Steel Young Astronomer Talent Search (YATS) 2025, began their educational tour to ISRO’s Telemetry, Tracking and Command Network and UR Rao Satellite Centre at Bengaluru Friday.

  7. 7.The Supreme Court Friday grilled the Rajasthan government over the surge in student suicides in the city of Kota calling the situation "serious".

  8. 8.As many as 33 Naxalites, among them 24 carrying a cumulative bounty of `91 lakh, surrendered before security forces in Chhattisgarh’s Bastar region Friday, police said.

  9. 9.The Delhi government Friday issued an advisory on Covid-19, asking hospitals to prepare for the availability of beds, oxygen, medicines and vaccine.

  10. 10. Justice Abhay S Oka Friday called the Supreme Court a “chief justice centric court” while advocating for a change in light of its composition of 34 judges coming from different regions of the country.

  11. 11.A US judge Friday blocked the Trump administration from revoking Harvard University’s ability to enroll foreign students, a move that ratcheted up White House efforts to conform practices in academia to President Donald Trump’s policies.

  12. 12.Russia and Ukraine each released 390 prisoners Friday and said they would free more in the coming days, in what is expected to be the biggest prisoner swap of the war so far.

  13. 13.India has urged member nations of BRICS group to dismantle export controls within the bloc to boost trade, an official statement said Friday. Representing India at the 15th BRICS trade ministers' meeting in Brazil, Economic Adviser in Department of Commerce Yashvir Singh emphasised the need to eliminate restrictive trade measures that disrupt critical supply chains.

  14. 14.The Reserve Bank of India (RBI) Friday announced a record Rs2.69 lakh crore dividend to the government for FY25, 27.4 per cent higher than 2023-24, helping the exchequer to tide over challenges posed by US tariffs and increased spending on defence due to the conflict with Pakistan

  15. 15.The domestic air passenger traffi c reached 16.54 crore in FY25, yearly growth of 7.6 per cent and 16.8 per cent higher than the pre-Covid level of around 14.15 crore (FY20), a report showed Friday.

109 Y
213 23-05-2025 Odia
  1. 1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ରାଷ୍ଟ୍ରପତି ଭବନରେ ପ୍ରତିରକ୍ଷା ଅନୁସନ୍ଧାନ ସମାରୋହର ପ୍ରଥମ ପର୍ଯ୍ୟାୟରେ ସଶସ୍ତ୍ର ବାହିନୀ, କେନ୍ଦ୍ରୀଯ଼ ସଶସ୍ତ୍ର ପୁଲିସ ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ କର୍ମଚାରୀଙ୍କୁ ୪ଟି ମରଣୋତ୍ତର ସମେତ ୬ଟି କୀର୍ତ୍ତି ଚକ୍ର ଏବଂ ୭ଟି ମରଣୋତ୍ତର ସମେତ ୩୩ଟି ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି।

  2. 2.ଭାରତୀୟ ଲେଖକ, ଓକିଲ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ବାନୁ ମୁସ୍ତାକ ତାଙ୍କ କ୍ଷୁଦ୍ର ଗଳ୍ପ ସଂଗ୍ରହ ‘ହାର୍ଟ ଲ୍ୟାମ୍ପ’ ପାଇଁ ଅନ୍ତର୍ଜାତୀୟ ବୁକର୍ ପୁରସ୍କାର ଜିତିଛନ୍ତି। ଏହି ସମ୍ମାନଜନକ ପୁରସ୍କାର ପାଇବାରେ କନ୍ନଡ ଭାଷାରେ ଲିଖିତ ଏହା ହେଉଛି ପ୍ରଥମ ପୁସ୍ତକ। ‘ହାର୍ଟ ଲ୍ୟାମ୍ପ’ର କାହାଣୀଗୁଡ଼ିକୁ ଦୀପା ଭସ୍ତି ଇଂରାଜୀରେ ଅନୁବାଦ କରିଛନ୍ତି।

  3. 3.ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ୍‌ (ଏସ୍‌ସିବିଏ) ନିର୍ବାଚନ-୨୦୨୫ରେ ବରିଷ୍ଠ କାର୍ଯ୍ୟନିର୍ବାହୀ ସଦସ୍ୟ  ପଦକୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ହୋଇଥିବା ଦୁଇ ଓଡ଼ିଆ ଆଇନଜୀବୀ ହେଲେ ଡ. ଅନିନ୍ଦିତା ପୂଜାରୀ ଓ ଅଶୋକ ପାଣିଗ୍ରାହୀ

  4. 4. ସାନ୍‌ ଡିଏଗୋରେ ଆଜି ଏକ ଜନବସତି ଅଞ୍ଚଳରେ ଏକ ଘରୋଇ ବିମାନ ଖସି ପଡ଼ିବା ଫଳରେ ୧୫ ଘର ଜଳିଯାଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି।  

  5. 5.କେରଳରେ କରୋନା ସଂକ୍ରମଣ ବଢ଼ୁଛି। ମେ’ ମାସରେ ଏଯାବତ ରାଜ୍ୟରେ ୧୮୨ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହେଲାଣି। ଏଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ  ଚିନ୍ତା ପ୍ରକଟ କରିଛନ୍ତି ଏବଂ ମାତ୍ରାଧିକ ସତର୍କତା ଅବଲମ୍ବନ କରିବାପାଇଁ ନାଗରିକଙ୍କୁ ଅନୁରୋଧ କରିଛନ୍ତି।

  6. 6.ଜମ୍ମୁ କାଶ୍ମୀରର କିସ୍ତୱାଡ଼ରେ ଆଜି ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅନ୍ୟପକ୍ଷେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ଯବାନ ସହିଦ ହୋଇଯାଇଛନ୍ତି। 

  7. 7.ରୁଷର ପ୍ରତିରକ୍ଷା ମନ୍ତ୍ରଣାଳଯ଼ ଦାବି କରିଛି ଯେ ରୁଷର ବାଯ଼ୁ ପ୍ରତିରକ୍ଷା ପ୍ରଣାଳୀ ମେ’ ୨୨ରେ ୟୁକ୍ରେନର ୧୦୫ଟି ଡ୍ରୋନକୁ ଗୁଳି କରି ଖସାଇ ଦେଇଛି। ଯେଉଁଥିରୁ ୩୫ଟିକୁ ମସ୍କୋ ଉପରେ ଅଟକାଯାଇଥିଲା

  8. 8.ଜାଲିଆତି କରି ବ୍ୟାଙ୍କରୁ ଋଣ ନେବା ଓ ବେଆଇନ ଭାବେ ବନ୍ଧକ ସଂପତ୍ତି ବିକ୍ରି ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଜଣେ ମହିଳାଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିବା ସହିତ ନିଆରା ସର୍ତ୍ତ କରିଛନ୍ତି। ଜାମିନରେ ଛାଡ଼ ପାଇବା ପରେ ଆବେଦନକାରୀ ମହିଳା କଟକ ଲିଙ୍କ୍‌ରୋଡ୍‌ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଶାଖା ପରିସରକୁ ଦୁଇ ମାସ ସଫେଇ କରିବେ। 

  9. 9.ପାରାଦୀପର ଜଣେ ବ୍ୟକ୍ତିଙ୍କୁ ଡିଜିଟାଲ୍‌ ଆରେଷ୍ଟ୍‌ କରି ପଶ୍ଚିମବଙ୍ଗର ସାଇବର୍ ଅପରାଧୀ ଗୋଷ୍ଠୀ ତାଙ୍କ ନିକଟରୁ ୭୩ ଲକ୍ଷ ୬୨ ହଜାର ଟଙ୍କା ଠକି ନେଇଛନ୍ତି। 

  10. 10.ଉପକୂଳ ରାଜପଥ ନିର୍ମାଣରେ ପୁଣି କେଁ ପଶିଛି। ଦଶନ୍ଧିରୁ ଅଧିକ ସମୟ ବିତି ଯାଇଥିଲେ ହେଁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଜାତୀୟ ରାଜପଥ କତ୍ତୃର୍ପକ୍ଷ (ଏନ୍‌ଏଚ୍‌ଏଆଇ) ଡାକିଥିବା ୪ଟି ପ୍ୟାକେଜ୍‌ର ଟେଣ୍ଡର ଖୋଲିବା ତାରିଖ ମେ ୨୩ ଥିବା ବେଳେ ଗୋଟିଏ ଦିନ ପୂର୍ବରୁ ସମସ୍ତ ଟେଣ୍ଡରକୁ ପ୍ରଶାସନିକ କାରଣ ଦର୍ଶାଇ ବାତିଲ କରି ଦିଆଯାଇଛି। 

  11. 11.ଆଇଏଏସ ସୁଧାକର ବୁର୍ଗୀ ହେଲେ ଓଡିଶା କର୍ମଚାରୀ ଚୟନ ଆୟୋଗ (ossc)ର ଅଧ୍ୟକ୍ଷ । – ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଅବସରପ୍ରାପ୍ତ ଆଇପିଏସ ଅଭୟଙ୍କ ଇସ୍ତଫା ଗୃହୀତ ।

  12. 12.ଯାଜପୁରରେ ଟାଟା ଷ୍ଟିଲ କଳିଙ୍ଗନଗରର ଦ୍ଵିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଉଦ୍‌ଘାଟନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  କଲେ ।  ୩ରୁ ୮ ମିଲିଅନ ଟନ୍‌କୁ ସମ୍ପ୍ରସାରଣ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ।

  13. 13.ସାଉଥ୍‌ ସିନେମାର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ । ଦୁହେଁ ବହୁତ ଦିନ ଧରି ଏକାଠି ଅଛନ୍ତି ଏବଂ ଏବେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।

  14. 14.ମେ’ ୨୦ ତାରିଖରେ ଜଣେ ବ୍ୟକ୍ତି ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ, ଯାହାକୁ ସୁରକ୍ଷାକର୍ମୀମାନେ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ।

  15. 15.ଏବେ ଆମାଜନ୍‌ ଡ୍ରୋନ ମାଧ୍ୟମରେ ସ୍ମାର୍ଟଫୋନ ବିତରଣ କରିବା ଆରମ୍ଭ କରିଛି। ୬୦ ମିନିଟ୍ କିମ୍ବା ତା’ଠାରୁ କମ୍ ସମୟରେ ଡେଲିଭରି କରାଯିବ ବୋଲି କମ୍ପାନୀ ଦାବି କରିଛି । କମ୍ପାନୀ ଏବେ ଡ୍ରୋନ୍ ମାଧ୍ୟମରେ ଘରେ ଘରେ ଆଇଫୋନ୍‌, ସାମ୍‌ସଙ୍ଗ ଗାଲାକ୍ସି ସ୍ମାର୍ଟଫୋନ୍, ଆପେଲ୍‌ ଏୟାର ଟ୍ୟାଗ୍‌, ଏୟାର ପୋଡସ୍‌,ରିଙ୍ଗ ଡୋର୍‌ ବେଲ୍‌ ଭଳି ଗ୍ୟାଜେଟ୍ ପହଞ୍ଚାଉଛି।

232 Y
214 23-05-2025 English
  1. 1.CBI files chargesheet against former J&K governor Satyapal Malik and others over alleged corruption in Kiru hydropower project.

  2. 2.Chief Minister Mohan Charan Majhi Thursday inaugurated and laid foundation stones for 24 industrial projects in this district with a total investment of Rs1.15 lakh crore which are expected to generate employment opportunities for 36,000 people.

  3. 3.The Supreme Court Thursday rapped the Enforcement Directorate (ED) and stayed its money laundering probe against Tamil Nadu’s state-run liquor retailer TASMAC over alleged corruption in grant of wine shop licences, observing the Central agency is ‘crossing all limits’ and violating the federal concept of governance.

  4. 4.The state government is planning to purchase land directly from people belonging to SC and ST communities to prevent them from being exploited during financial emergencies, Revenue and Disaster Management (R&DM) Minister Suresh Pujari said Thursday.

  5. 5.The state government Thursday formed a 16-member committee, with Revenue and Disaster Management (R&DM) Minister Suresh Pujari as chairman, to look into the issues concerning the Kotia group of villages under Pottangi block in Koraput.

  6. 6.Two staff members of the Israeli Embassy in Washington were shot and killed Wednesday evening while leaving an event at a Jewish museum, and the suspect yelled, “Free, free Palestine” after he was arrested, police said.

  7.  7.The state government’s renewed focus on attracting foreign direct investment (FDI) seems to have paid off with Chief Minister Mohan Charan Majhi Thursday conducting the groundbreaking ceremonies for FDI projects worth over Rs231 crore in Jajpur district.

  8. 8.A fresh Covid-19 case has been detected in the state after a gap of two-and-a-half years, and the condition of the patient is stable.

  9. 9.In an unusual order, the Orissa High Court has granted bail to a bank loan defaulter on the condition that she cleans the premises of a bank branch for two hours daily over two months.

  10. 10.A 26-year-old man from West Bengal has been arrested for allegedly duping an Odisha man of more than Rs73 lakh in a ‘digital arrest’ fraud, police said Thursday.

  11. 11.The latest monthly assessment of the Yamuna river at most places in the national capital fails to meet basic water quality standards, the Delhi Pollution Control Committee (DPCC) said in a report.

  12. 12.Reiterating its observation on the presumption of constitutionality in favour of the law, the Supreme Court Thursday reserved interim orders on three key issues after hearing both sides in the waqf case.

  13. 13.UK for the first time has agreed to accord non-discriminatory treatment to Indian companies in its public procurement system under the free trade agreement (FTA) between the two countries, an official said.

  14. 14.Consumer protection watchdog CCPA is investigating ride-hailing platforms like Ola Cabs and Rapido to ascertain if they are indulging in the unfair trade practice of 'advance tipping'.

  15. 15.Mumbai's Ayush Mhatre was Thursday appointed captain of the India U-19 team for next month's tour of England, while 14-year-old batting sensation Vaibhav Suryavanshi is also included in the squad.

286 Y
215 22-05-2025 Odia
  1. 1.ଟେସଲା ମାଲିକ ତଥା ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ନିଜ ପାଠପଢା ସମ୍ପୂର୍ଣ୍ଣ କରିଥିବା ବୈଭବ ତନେଜା ଙ୍କୁ ସବୁଠାରୁ ଅଧିକ ଦରମାରେ ନିଯୁକ୍ତି ଦେଇଛନ୍ତି ।
  2. 2.ପାକିସ୍ତାନର ଲାହୋରରେ ଆତତାୟୀଙ୍କ ଗୁଳିରେ ଲଶ୍କର-ଏ-ତୋଇବା(ଏଲଇଟି) ଆତଙ୍କବାଦୀ ସଂଗଠନର ସହପ୍ରତିଷ୍ଠାତା ଆମିର ହାମଜା ଗୁରୁତର ଆହତ ହୋଇଛି। ଅଜଣା ଆତତାୟୀ ଆମିରକୁ ଗୁଳି କରିଛନ୍ତି।

  3. 3.ଆଧୁନିକ ଯୁଦ୍ଧରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ଗୁରୁତ୍ଵ ବହୁ ଅଧିକ। ଅପରେସନ ସିନ୍ଦୂର ପରେ ଏସ-୪୦୦ର ଚାହିଦା ବେଶ୍‌ ବୃଦ୍ଧି ପାଇଛି। ରାଡାର, ସାଟେଲାଇଟ ଏବଂ ଏଆଇ(କୃତ୍ରିମ ବୁଦ୍ଧିମତ୍ତା) ଉପରେ ଆଧାରିତ ସେନ୍‌ସର ଉପରେ କାମ କରୁଥିବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ବିପଦକୁ ଆଗୁଆ ଚିହ୍ନଟ କରି କ୍ଷେପଣାସ୍ତ୍ରଗୁଡ଼ିକୁ ଆକାଶରେ ହିଁ ନଷ୍ଟ କରିଦେଇଥାଏ।

  4. 4.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ଏକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ତିଆରି କରିବାକୁ ଯାଉଛି, ଯାହା ଏୟାରସ୍ପେଶ୍‌କୁ ଅଭେଦ୍ୟ, ଅଜେୟ ଏବଂ ଅଖଣ୍ଡନୀୟ କରିଦେବ। ଟ୍ରମ୍ପ ଏହି କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାକୁ ଗୋଲ୍‌ଡେନ ଡୋମ ବା ସ୍ଵର୍ଣ୍ଣିମ ଡୋମ ନାମରେ ନାମିତ କରିଛି।

  5. 5.ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ୱକଫ୍ ଏକ ଇସଲାମିକ ଧାରଣା। କିନ୍ତୁ ଏହା ଇସଲାମର ଏକ ଅତ୍ୟାବଶ୍ୟକ ଅଙ୍ଗ କଦାପି ନୁହେଁ। ଇସଲାମ ଧର୍ମରେ ୱକଫ୍ କେବଳ ଦାନ ବ୍ୟତୀତ ଆଉ କିଛି ନୁହେଁ। ଦାନ ପ୍ରତ୍ୟେକ ଧର୍ମର ଅଂଶ ଏବଂ ଖ୍ରୀଷ୍ଟିଆନ ଧର୍ମ ପାଇଁ ମଧ୍ୟ ହୋଇପାରେ। ହିନ୍ଦୁମାନଙ୍କର ବି ଦାନ ବ୍ୟବସ୍ଥା ରହିଛି।

  6. 6.ସୁପ୍ରିମକୋର୍ଟରେ ଅଶୋକା ବିଶ୍ବବିଦ୍ୟାଳୟ ପ୍ରଫେସର ଅଲୀ ଖାନ୍‌ ମହମୁଦାବାଦଙ୍କୁ ଅନ୍ତରୀଣ ଜାମିନ ମଂଜୁର ହୋଇଛି।   କୋର୍ଟ ପ୍ରଫେସର  ଖାନ୍‌ଙ୍କୁ  ଅପରେସନ୍‌ ସିନ୍ଦୂର ସଂକ୍ରାନ୍ତରେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ୍‌କୁ ନେଇ କଡ଼ା ସମାଲୋଚନା କରିଛନ୍ତି।

  7. 7.ନ୍ୟାସନାଲ ହେରାଲ୍ଡ ମାମଲାରେ ଅଭିଯୁକ୍ତ ସୋନିଆ ଓ ରାହୁଲ ଗାନ୍ଧୀ ୧୪୨ କୋଟି ଟଙ୍କା ଆୟ କରିଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଦିଲ୍ଲୀର ଏକ ଅଦାଲତକୁ କହିଛି।

  8. 8.ଜଷ୍ଟିସ ବିଭି ନାଗରତ୍ନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠରେ  ପୂଜା ଖେଦକରଙ୍କ ଜାମିନ ଆବେଦନର ଶୁଣାଣି ଥିଲା। କୋର୍ଟ ଖେଦକରଙ୍କୁ ଜାମିନ ମଂଜୁର କରିବା ସହ ତାଙ୍କୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ କହିଛନ୍ତି।

  9. 9. ସୁରକ୍ଷାକର୍ମୀଙ୍କ ବଡ଼ ପ୍ରହାର। ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅବୁଝମଡ଼ ଜଙ୍ଗଲରେ ୨୭ ଜଣ ନକ୍ସଲ ନିପାତ ହୋଇଛନ୍ତି। ସଂଗଠନର ମହାସଚିବ ନାମ୍ବଲା କେଶବ ରାଓ ଓରଫ୍‌ ବାସବରାଜୁ ଓରଫ୍‌ ଗଗନ୍ନା ନିହତ ହୋଇଥିବା ସୂଚନା ମିଳିଛି। 

  10. 10.ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଫଳ ଗୋଟିଏ ସମୟରେ ବାହାରିଛି ଏବଂ ପାସ୍‌ହାର ୮୨.୭୭% ହୋଇଛି।

  11. 11.ସରକାରୀ ମହିଳା କର୍ମଚାରୀଙ୍କ ମାତୃତ୍ବ ଛୁଟିକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବର ଅବସାନ ଘଟିଛି। ମାତୃତ୍ବ ଛୁଟି ସମ୍ପର୍କିତ ସମସ୍ତ ନିୟମକୁ ସରକାର ସ୍ପଷ୍ଟ କରିଛନ୍ତି।ମହିଳା କର୍ମଚାରୀ ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି, ତିନି ମାସ ପୂର୍ବରୁ ଓ ପ୍ରସବର ଛଅ ମାସ ମଧ୍ୟରେ ଛୁଟି ନେଇପାରିବେ ମହିଳା।

  12. 12.ବସ୍ତି ବାସିନ୍ଦାଙ୍କ ଉନ୍ନତ ଜୀବନଶୈଳୀ ପାଇଁ ମୋହନ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନଙ୍କୁ ବାସଗୃହ ସହ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ବ ଆରୋପ କରିଛନ୍ତି। ଓଡ଼ିଶାର ସହରାଞ୍ଚଳରେ ପ୍ରାୟ ୮୦ ଲକ୍ଷ ଲୋକ ରହୁଛନ୍ତି।

  13. 13.ଭୁବନେଶ୍ୱରରେ ଜବଦଖଲକାରୀଙ୍କ କବଳରୁ ସରକାରୀ ଘର ଉଛେଦ ପ୍ରକ୍ରିୟା – ୯୦ଟି କ୍ୱାର୍ଟର୍ସ ୧୮ଟି କ୍ବାର୍ଟର୍ସ ସିଲ୍ ହୋଇଛି ।

  14. 14.୧୧୩୧ଟି ଖାଲି ପଦ ପାଇଁ ଜୁନ୍‌ ୨୩ ତାରିଖରେ ଉପନିର୍ବାଚନ ନେଇ ଆଜି ହୋଇଥିଲା ଘୋଷଣା – ମୌସୁମୀ ଋତୁ ପାଇଁ ରାଜ୍ୟ ନିର୍ବାଚନ କମିଶନ ସ୍ଥଗିତ ରଖିଲେ।  ମୌସୁମୀ ଋତୁ ପରେ ପୁଣି ବିଜ୍ଞପ୍ତି ପ୍ରକାଶ ପାଇବ।

  15. 15.ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା  ବଢ଼ିଲା – ଜୁନରୁ ୩୫୦୦ ଟଙ୍କା ମାସିକ ପାଇବେ।

  16. 16.ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଓପନ୍ ହାର୍ଟ ସର୍ଜରି କାର୍ଯ୍ୟକ୍ଷମ ହେବାକୁ ଯାଉଛି। ବହୁବର୍ଷ‌ ଧରି ଆନୁଷଙ୍ଗିକ ସମସ୍ୟା ସହ ଦକ୍ଷ ପର୍‌ଫ୍ୟୁଜନିଷ୍ଟ୍‌ (ହୃଦ୍‌ରୋଗୀଙ୍କ ପାଇଁ ନିୟୋଜିତ ସ୍ବତନ୍ତ୍ର ଅପରେଟର୍)ଙ୍କ ଅଭାବ ଏ ଦିଗରେ ବାଧକ ସାଜିଥିଲା। 

189 Y
216 22-05-2025 English
  1. 1.Kannada writer, lawyer, and activist Banu Mushtaq and translator Deepa Bhasthi Wednesday scripted history by winning the International Booker Prize for ‘Heart Lamp’, the fi rst Kannada title and the fi rst-ever collection of short stories to be awarded the GBP 50,000 prize.

  2. 2.The odisha state government has decided to provide an enhanced pension of Rs 3,500 per month to benefi ciaries aged 80 years and above and persons with more than 80 per cent disability from June this year.

  3. 3.The Supreme Court Wednesday refused to hear a plea seeking an FIR against high court judge Yashwant Varma in connection with the discovery of cash from this official residence in the capital.

  4. 4.The Supreme Court Wednesday granted interim bail to Ashoka University professor Ali Khan Mahmudabad, arrested for his contentious social media posts on Operation Sindoor, but refused to stay the investigation against him.

  5. 5.Topmost leader and the backbone of the Naxal movement, Nambala Keshav Rao alias Basavaraju, and 26 other dreaded Maoists were killed by security forces in a f erce encounter in the dense forests of Abhujmad in Bastar region of Chhattisgarh Wednesday.

  6. 6.About 82.77 per cent of students cleared the examinations conducted by the Council of Higher Secondary Education (CHSE), School and Mass Education Minister Nityananda Gond said.

  7. 7.Chief Minister Mohan Charan Majhi Wednesday directed department secretaries to visit remote areas in 14 districts of the state where PM Janman Yojana is being implemented and assess the situation there.

  8. 8.The state government is planning to hold elections to students’ unions in colleges and universities this year, after a gap of seven years.

  9. 9.Chief Minister Mohan Charan Majhi Wednesday directed officials to include widowed girls under the Mukhyamantri Kanya Vivah Yojana (MKVY), which will soon be implemented in the state.

  10. 10.A few hours after announcing dates, the State Election Commission (SEC) Wednesday deferred the bypolls to a few three-tier panchayat institutions from May 22 as the early onset of monsoon is expected in the region, an official said.

  11. 11.India’s largest aluminium producer Vedanta’s ‘Sangam Watershed Project’ is creating sustainable water-based assets across 41 villages around Lanjigarh in Kalahandi district, along with ensuring year-round water availability for both drinking and agricultural purposes.

  12. 12. Prime Minister Narendra Modi will unveil India’s first 9,000 horsepower locomotive engine, take part in a roadshow and multiple events during his two-day visit to Gujarat starting from May 26.

  13. 13.The Centre Wednesday defended the Waqf (Amendment) Act, 2025 in the Supreme Court and said though waqf was an Islamic concept, it was not an essential part of Islam.

  14. 14.India lost 18,200 hectares of primary forest in 2024 compared to 17,700 hectares in 2023, according to new data from Global Forest Watch (GFW), a global collaboration of over 100 organisations.

  15. 15.President Donald Trump has announced the concept he wants for his future Golden Dome missile defence program — a multilayered, $175 billion system that for the fi rst time will put US weapons in space.

127 Y
217 21-05-2025 Odia
  1. 1.ମେ’ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନ ଗସ୍ତ କରି ଅମୃତ ଷ୍ଟେସନ ଅଧୀନରେ ଦେଶରେ ୧୦୩ଟି ରେଳ ଷ୍ଟେସନର ପୁନର୍ବିକାଶକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି।

  2. 2.ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି) ମୁଖ୍ୟ ତପନ କୁମାର ଡେକାଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରାଯାଇଛି। ଆଇବି ମୁଖ୍ୟ ତପନ କୁମାର ଡେକାଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧିକୁ କ୍ୟାବିନେଟ୍‌‌ ମଞ୍ଜୁରୀ ପ୍ରଦାନ କରିଛି।

  3. 3.ପ୍ରଧାନ ବିଚାରପତି ଗୱାଇ ୱକଫ୍‌ ଆଇନ ସଂକ୍ରାନ୍ତରେ ଶୁଣାଣି ବେଳେ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ପ୍ରଧାନ ବିଚାରପତି ଗୱାଇ କହିଛନ୍ତି,  ସଂସଦ ଦ୍ବାରା ଗୃହୀତ ଆଇନକୁ ସାମ୍ବିଧାନିକ ବି‌ବେଚନା କରାଯାଏ। ସ୍ପଷ୍ଟ ଏବଂ ଅତି ଗୁରୁତର ସମସ୍ୟା ନଥିଲେ କୋର୍ଟ ଆଇନରେ ହସ୍ତକ୍ଷେପ କରନ୍ତି ନାହିଁ।

  4. 4. ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ଉପୁଜିଛି। କର୍ଣ୍ଣାଟକର ବେଙ୍ଗାଲୁରୁ ସମେତ ଦକ୍ଷିଣ ଭାରତର ଅନେକ ସ୍ଥାନରେ ଦୈନନ୍ଦିନ ଜୀବନଯାତ୍ରା ବିଗିଡ଼ି ଯାଇଛି। କର୍ଣ୍ଣାଟକରେ  ମୋଟ୍‌ ୫ ଜଣଙ୍କ ମୃତ୍ୟୁ ‌ହୋଇଛି। ବେଙ୍ଗାଲୁରୁ ସହରରେ କେବଳ ବର୍ଷାଜନିତ କାରଣ ପାଇଁ ୩୬ ଘଣ୍ଟା ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ‌ହୋଇଛି।

  5. 5.ସିଙ୍ଗାପୁର ଏବଂ ହଂକଂରେ ଏବେ କରୋନାର ଓମିକ୍ରନ୍‌ ଉପପ୍ରଜାତି ଜେଏନ୍‌.୧ର ସବ୍‌ ଲିନିଏଜ୍‌ ଏଲ୍‌ଏଫ୍‌-୭ ଏବଂ ଏନ୍‌ବି.୧.୮ ଆତଙ୍କ ଖେଳାଇଛି। ଏହି ସମୟରେ ଭାରତରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପରିଲକ୍ଷିତ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ ମେ’ ୧୯, ୨୦୨୫ ସୁଦ୍ଧା ଦେଶରେ ସକ୍ରିୟ ମାମଲା ୨୫୭ ଥିବା ରିପୋର୍ଟ କରାଯାଇଛି।

  6. 6.ଜ୍ୟୋତିର୍ପଦାର୍ଥବିଜ୍ଞାନୀ ପଦ୍ମବିଭୂଷଣ ଡ. ଜୟନ୍ତ ବିଷ୍ଣୁ ନାର୍ଲିକରଙ୍କର ମଙ୍ଗଳବାର ପୁଣେଠାରେ ପରଲୋକ ହୋଇଛି। ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା।

  7. 7.ନୂଆ ଆଇନ ସ୍ନାତକମାନେ ନ୍ୟାୟିକ ସେବା ପରୀକ୍ଷା ଦେଇପାରିବେ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ମଙ୍ଗଳବାର କହିଛନ୍ତି। ପ୍ରବେଶସ୍ତରୀୟ ପଦବି ଲାଗି ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଏଣିକି ସର୍ବନିମ୍ନ ତିନିବର୍ଷର ଆଇନଗତ ଅଭ୍ୟାସକୁ ବାଧ୍ୟତାମୂଳକ କରାଯାଇଛି।

  8. 8.ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲାର ପୁଲିସ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଜଣେ ଲୁଟେରୀ ଦୁଲ୍‌ହନ୍‌ଙ୍କୁ ଗିରଫ କରିଛି। ବଡ଼ କଥା ହେଉଛି ଅଭିଯୁକ୍ତ ଲୁଟେରୀ ଦୁଲ୍‌ହନ୍ ଏପର୍ଯ୍ୟନ୍ତ ୨୫ଟି ବିବାହ କରିସାରିଛନ୍ତି।

  9. 9.କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଦ୍ୱାରା କରାଯାଇଥିବା ଏକ ତଦନ୍ତରେ, ଏପ୍ରିଲ ମାସରେ ୧୯୬ଟି ଔଷଧ ନମୁନା ମାନକ ଗୁଣବତ୍ତା ଯୋଗ୍ୟ ନୁହେଁ ବୋଲି ଜଣାପଡିଥିଲା। ଏଥିରେ କେନ୍ଦ୍ରୀୟ ପରୀକ୍ଷାଗାରରେ ୬୦ଟି ଏବଂ ରାଜ୍ୟ ପରୀକ୍ଷାଗାରରେ ୧୩୬ଟି ଔଷଧର ନମୁନା ମିଳିଥିଲା।

  10. 10.ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଘୋଷଣା ଅନୁଯାୟୀ ଖୁବ୍ ଶୀଘ୍ର ନୂତନ ୨୦ ଟଙ୍କିଆ ନୋଟ୍ ଜାରି ହେବାକୁ ଯାଉଛି। ତେବେ ଏବେ ପ୍ରଚଳିତ ୨୦ ଟଙ୍କିଆ ନୋଟଗୁଡ଼ିକ ବୈଧ ରହିବ ।

  11. 11.ଉତ୍ତରାଖଣ୍ଡ ସରକାରଙ୍କ ବଡ଼ ନିଷ୍ପତ୍ତି.. ମଦ୍ରାସା ପାଠ୍ୟକ୍ରମରେ ସାମିଲ ହେବ ଅପରେସନ ‘ସିନ୍ଦୂର’।

  12. 12.ଓଡିଶାରେ ଆସନ୍ତା ଜୁନ୍ ୨୩ ତାରିଖରେ ୪୩ଟି ସରପଞ୍ଚ ଏବଂ ୨୭୨ ୱାର୍ଡ ମେମ୍ବର ପଦବୀ ପାଇଁ ରାଜ୍ୟରେ ଉପ-ନିର୍ବାଚନ ହେବ। ୨୪ ତାରିଖରେ ଭୋଟ ଗଣତି ସହ ଫଳ ଘୋଷଣା କରାଯିବ।

  13. 13.ଭଦ୍ରକରେ ପ୍ରତିଷ୍ଠା ହେବଓଡିଶା  ରାଜ୍ୟର ପ୍ରଥମ ଏଗ୍ରୋ-ଇକୋ ଟୁରିଜମ୍‌ ପାର୍କ। ରାଣୀତାଲ ନିକଟ ଜାତୀୟ ରାଜପଥ ପାର୍ଶ୍ବ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏହି ପାର୍କ ପ୍ରତିଷ୍ଠା ହେବ।

  14. 14.ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ପକ୍ଷରୁ ମାଟ୍ରିକ ସପ୍ଲିମେଣ୍ଟାରୀ ଏବଂ ଓଡ଼ିଶା ଷ୍ଟେଟ୍‌‌ ସ୍କୁଲ ସାର୍ଟିଫିକେଟ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଜୁଲାଇ ୧ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧ରୁ ଆରମ୍ଭ ହୋଇ ୧୦ ତାରିଖ ଯାଏଁ ଚାଲିବ।

  15. 15.ମେ’ ୨୧ ଅପରାହ୍ଣ ୪ରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ସୂଚନା ଦିଆଯାଇଛି।

  16. 16. ଜଳ ଜୀବନ ମିସନ୍ ଲାଗି ଓଡ଼ିଶାକୁ କେନ୍ଦ୍ର ସରକାର ୮୩୦.୮୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟର ପ୍ରତିଟି ଗ୍ରାମୀଣ ପରିବାରରେ ଟ୍ୟାପ୍‌ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ଲାଗି ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି।

  17. 17.ପାକିସ୍ତାନ ସରକାର ମଙ୍ଗଳବାର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ଦେଶର ସର୍ବୋ‌ଚ୍ଚ ସାମରିକ ପଦବିକୁ ପଦୋନ୍ନତି କରିଛନ୍ତି। ମୁନିର ଫିଲ୍ଡ ମାର୍ସାଲ ଭାବେ ନିଯୁକ୍ତି ପାଇଛନ୍ତି। ଡ. ନାର୍ଲିକରଙ୍କ ସବୁଠାରୁ ପ୍ରସିଦ୍ଧ ଅବଦାନ ହେଉଛି ହୋଏଲ-ନାର୍ଲିକର ସିଦ୍ଧାନ୍ତ, ଯାହା ୧୯୬୦ ଦଶକରେ ବ୍ରିଟିସ ଜ୍ୟୋତିଃପଦାର୍ଥବିଜ୍ଞାନୀ ସାର୍ ଫ୍ରେଡ୍ ହୋଏଲଙ୍କ ସହଯୋଗରେ ବିକଶିତ ହୋଇଥିଲା।

  18. 18.ଇସ୍ରାଏଲୀ ସେନା ଗାଜାରେ ଏକ ନୂତନ ବଡ଼ ଧରଣର ସ୍ଥଳ ସାମରିକ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଜାତିସଂଘ ଚେତାବନୀ ଦେଇଛି ଯେ, ଯଦି ଗାଜାର ଯୁଦ୍ଧ ପ୍ରଭାବିତ ଅଞ୍ଚଳକୁ ଅଧିକ ସହାୟତା ପହଞ୍ଚା ନ ଯାଏ, ତେବେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରାୟ ୧୪,୦୦୦ ଶିଶୁଙ୍କ ମୃତ୍ୟୁ ହୋଇପାରେ।

  19. 19.ବସରପ୍ରାପ୍ତ ୨ଜଣ ସରକାରୀ କର୍ମଚାରୀଙ୍କ ଜେଲ ଦଣ୍ଡାଦେଶ ହୋଇଛି। ଜଣେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଏବଂ ଅନ୍ୟ ଜଣେ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୁନ୍ଦରଗଡ଼ ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ସୁବାସ ଚନ୍ଦ୍ର ମିଶ୍ରଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

  20. 20.ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତ ୩ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଅବଧି ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

190 Y
218 21-05-2025 English
  1. 1.The Supreme Court Tuesday barred fresh law graduates from appearing in entry level judicial services examination, fi xing a minimum three-year law practice criteria.

  2. 2.Chief Minister Lalduhoma Tuesday declared Mizoram as the country’s first fully literate state.

  3. 3.Tapan Kumar Deka was Tuesday given an additional one-year term till June 2026 as the chief of the Intelligence Bureau (IB), the second such extension for him.

  4. 4.Dr Jayant Vishnu Narlikar, one of the most distinguished astrophysicists who was globally acclaimed for co-developing the Hoyle–Narlikar theory of gravity- an alternative to Einstein’s general relativity- and popularising science among common people, passed away in Pune Tuesday. He was 86.

  5. 5. Pakistan government Tuesday decided to promote Army Chief General Asim Munir to the rank of Field Marshal for his role in the recent conflict with India.

  6. 6.The Council of Higher Secondary Education (CHSE), Odisha, will announce the Plus II (Class XII) examination results at 4 pm Wednesday.

  7. 7.The Odisha government Tuesday extended the online admission deadline for undergraduate (UG) courses in state-run colleges to June 1.

  8. 8.A new report released by the Council on Energy, Environment and Water (CEEW) has raised serious concerns about Odisha’s vulnerability to extreme heat.

  9. 9.Amid reports of the death of two Covid-infected patients in Maharashtra, the state Health department Tuesday said no fresh coronavirus case was reported in Odisha.

  10. 10.The Odisha government has curbed the powers of senior bureaucrats, particularly secretaries, in the functioning of Cabinet meetings.

  11. 11.The Supreme Court Tuesday directed all the states and Union Territories (UTs) to identify officers in the Department of Women and Child Development at the district and taluka levels and designate them as protection officers.

  12. 12.A new report released by the Council on Energy, Environment and Water (CEEW) has raised serious concerns about Odisha’s vulnerability to extreme heat.

  13. 13.The district administration of Bhadrak has initiated steps to secure a Geographical Indication (GI) tag for ‘Palua Ladu’, a traditional sweetmeat known for its distinct flavour and artisanal preparation.

  14. 14. With the launch of a 40 metre-long girder near Surat in Gujarat, 300 km of viaducts for the Mumbai-Ahmedabad bullet train project has been completed, the National High Speed Rail Corporation (NHSRCL) said Tuesday.

  15. 15.Over 50 people from Haryana were arrested in Arunachal Pradesh for allegedly cheating in a recruitment examination conducted by the Navodaya Vidyalaya Samiti (NVS), police said Tuesday.

156 Y
219 20-05-2025 Odia
  1. 1.ଶରଣାର୍ଥୀଙ୍କ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ ଭାରତ ଧର୍ମଶାଳା ନୁହେଁ। ସାରା ବିଶ୍ୱରୁ ଆସୁଥିବା ଲୋକଙ୍କୁ ଆଶ୍ରୟ ଦେବାର କୌଣସି ଯଥାର୍ଥତା ନାହିଁ।

  2. 2.ହାଇକୋର୍ଟର ସମସ୍ତ ଅବସରପ୍ରାପ୍ତ ବିଚାରପତିଙ୍କୁ ସ୍ଥାୟୀ କିମ୍ବା ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି କିମ୍ବା ମାନ୍ୟତା ନିର୍ବିଶେଷରେ ସମ୍ପୂର୍ଣ୍ଣ ଓ ସମାନ ପେନ୍‌ସନ୍‌ ଦେବାକୁ ସୁପ୍ରିମ୍‌କୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି।

  3. 3.ୟୁକୋ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ସୁବୋଧ କୁମାର ଗୋୟଲଙ୍କୁ ଗିରଫ କରାଯାଇଛି। ସୁବୋଧଙ୍କ ବିରୋଧରେ ଏକ କମ୍ପାନୀକୁ ହଜାର ହଜାର କୋଟି ଟଙ୍କାର ଋଣ ହେରଫେର ଏବଂ ତା ବଦଳରେ ଲାଞ୍ଚ ଓ ଅନ୍ୟାନ୍ୟ ଅନୁଗ୍ରହ ଗ୍ରହଣ କରିବାର ଅଭିଯୋଗ ରହିଛି।

  4. 4.ଭାରତ-ପାକ୍‌ ଅସ୍ତ୍ରବିରତି  ପ୍ରସଙ୍ଗରେ ବିଦେଶ ସଚିବ ବିକ୍ରମ ମିସ୍ରି କହିଛନ୍ତି ଯେ ଅସ୍ତ୍ରବିରତିରେ ଆମେରିକାର କୌଣସି ଭୂମିକା ନାହିଁ। 

  5. 5.ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ପ୍ରୋଷ୍ଟେଟ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡିଛି ଯାହା ତାଙ୍କ ହାଡ଼କୁ ବ୍ୟାପିଯାଇଛି। ବାଇଡେନ ମୂତ୍ରଜନିତ ସମସ୍ୟା ଅନୁଭବ କରିବା ପରେ ଶୁକ୍ରବାର ଏହି ରୋଗ ଚିହ୍ନଟ ହୋଇଥିଲା।

  6. 6.ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଉପରେ ପ୍ରାୟ  ୧୫ ମିନିଟ୍ ଧରି ଏକ ସନ୍ଦିଗ୍ଧ ଡ୍ରୋନ୍ ଉଡୁଥିବାର ଦେଖାଯାଇଥିବା ଜଣାପଡ଼ିଛି। ଏହା ପରେ ମନ୍ଦିରରେ ସୁରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଛି।

  7. 7.ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଆଇଆରସିଟିସି (ଇଣ୍ଡିଆନ ରେଳବାଇ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ) ନୂତନ ସ୍ଵରେଲ ଆପ୍ ଲଞ୍ଚ କରିଛି। ତଥାପି, ଏହି ମୋବାଇଲ୍ ଆପ୍ ବର୍ତ୍ତମାନ ଆଣ୍ଡ୍ରଏଡ୍‌ରେ ପରୀକ୍ଷଣ ମୋଡ୍‌ରେ ଅଛି ଏବଂ ଖୁବ୍‌ଶୀଘ୍ର ସମସ୍ତ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ।

  8. 8.ସୂତ୍ର ଅନୁସାରେ, ସରକାର ସଂସଦୀୟ ବୈଦେଶିକ ବ୍ୟାପାର କମିଟିକୁ ସ୍ପଷ୍ଟ ଭାବରେ କହିଥିଲେ ଯେ ଭାରତ ପାକିସ୍ତାନର କୌଣସି ପରମାଣୁ ପ୍ରତିଷ୍ଠାନ ଉପର ଆକ୍ରମଣ କରିନାହିଁ।

  9. 9.ଓଡ଼ିଶାର ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ଫାଲକନ୍‌ ଗ୍ରୁପ୍‌ ଅଧୀନ ଫାଲକନ୍‌ ଏଗ୍ରିଫ୍ରିଜ୍‌ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍‌ ପକ୍ଷରୁ ଗୁଜରାଟର ମେହସାଣାରେ ନୂଆ ଫ୍ରୋଜେନ୍‌ ପଟାଟୋ କାରଖାନା ସ୍ଥାପନ କରାଯାଇଛି। ଏହା ହେଉଛି ଦେଶର ସର୍ବବୃହତ୍‌ ଫ୍ରେଞ୍ଚ୍‌ ଫ୍ରାଇଜ୍‌ କାରଖାନା, ଯେଉଁଥିରେ ୩୫୦ ମିଟରର ବୃହତ୍ ଉତ୍ପାଦନ ଲାଇନ୍ ରହିଛି।

  10. 10.ଗୋଦାବରୀ ନଦୀରେ ବିବାଦୀୟ ପୋଲାଭରମ୍‌ ପ୍ରକଳ୍ପ ଉପରେ ଚଳିତମାସ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ଟି ରାଜ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବେ।

  11. 11.ଏଜିଆର୍‌ରେ ରିହାତି ପାଇବା ପାଇଁ ଭୋଡାଫୋନ ଆଇଡିଆ ଓ ଏୟାରେଟଲ କରିଥିବା ଆବେଦନ ଏବଂ ଏଥିରେ ପକ୍ଷଭୁକ୍ତ ହେବାପାଇଁ ଟାଟା ଟେଲିସର୍ଭିସେସ୍‌ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

  12. 12.ସରକାରଙ୍କ ଏକାଧିକ ଅନୁକୂଳ ନୀତି ସହିତ ବଜାରରେ ଚାହିଦା ବୃଦ୍ଧି କାରଣରୁ ଭାରତର ସ୍ମାର୍ଟଫୋନ ରପ୍ତାନି ୨୦୨୪-୨୫ ଆର୍ଥିକବର୍ଷରେ ୫୫ ପ୍ରତିଶତ ବୃଦ୍ଧି ଘଟି ୨୪.୧୪ ବିଲିଅନ ଡଲାରରେ ପହଞ୍ଚିଛି। ୨୦୨୩-୨୪ରେ ଏହା ୧୫.୫୭ ବିଲିଅନ ଡଲାର ଏବଂ ୨୦୨୨-୨୩ରେ ୧୦.୯୬ ବିଲିଅନ ଡଲାରରେ ରହିଥିଲା।

  13. 13.ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ଭାରତ ବିଶ୍ବରେ ଚତୁର୍ଥ ସ୍ଥାନରେ ରହିଛି। ୨୦୧୪-୧୪ରେ ଭାରତରୁ ବିଶ୍ବର ୧୦୫ଟି ଦେଶ ସାମୁଦ୍ରିକ ଖାଦ୍ୟ ଓ ଉତ୍ପାଦ ଆମଦାନୀ କରୁଥିବାବେଳେ ୨୦୨୪-୨୫ରେ ଏହି ସଂଖ୍ୟା ୧୩୦ରେ ପହଞ୍ଚିଛି।

  14. 14.ଓଡ଼ିଶାର ଭଦ୍ରକ ଜିଲ୍ଲାର ଏକ ପାରମ୍ପରିକ ମିଠା ସ୍ୱାଦିଷ୍ଟ ଖାଦ୍ୟ, ପ୍ରତୀକାତ୍ମକ ପାଳୁଆ ଲଡୁ, ପ୍ରତିଷ୍ଠିତ ଭୌଗୋଳିକ ସୂଚକ (ଜିଆଇ) ଟ୍ୟାଗ୍ ପାଇବାକୁ ଯାଉଛି। ଯାହା ଏହାର ସାଂସ୍କୃତିକ ଏବଂ ବାଣିଜ୍ୟିକ ଗୁରୁତ୍ୱକୁ ବୃଦ୍ଧି କରିବ।

  15. 15.ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟିର ପ୍ରଥମ ରାଷ୍ଟ୍ରୀୟ ସଭାପତି ହୋଇଛନ୍ତି ଉଦୟ ସିଂହ। ସେ ପୂର୍ବରୁ ବିଜେପିର ସାଂସଦ ଥିଲେ।

  16. 16.ସୁପ୍ରିମକୋର୍ଟ ବିଜୟ ଶାହଙ୍କ କ୍ଷମା ପ୍ରାର୍ଥନାକୁ ଖାରଜ କରିଛନ୍ତି କିନ୍ତୁ ତାଙ୍କ ତୁରନ୍ତ ଗିରଫଦାରୀ ଉପରେ ମଧ୍ୟ ସ୍ଥଗିତାଦେଶ ଲଗାଇଛନ୍ତି।

  17. 17.ଜାପାନରେ ମିଳୁଥିବା ଦୁନିଆର ସବୁଠାରୁ ମହଙ୍ଗା ଆମ୍ବର ନାମ ତଇୟୋ ନୋ ତମାଙ୍ଗୋ।ସାଧାରଣତଃ ଏହି ଆମ୍ବର ଆନ୍ତର୍ଜାତୀୟ ବଜାରରେ ଦାମ୍‌ ୨.୭ ଲକ୍ଷ ଟଙ୍କା ପ୍ରତି କିଲୋଗ୍ରାମ୍‌କୁ । ଭାରତରେ ତାଇୟୋ ନୋ ତମାଙ୍ଗୋ ପ୍ରଜାତିର ଗୋଟିଏ ଆମ୍ବର ମୂଲ୍ୟ ୨୧ ହଜାର ଟଙ୍କା । ପୂର୍ଣ୍ଣିଆରେ ଏହି ପ୍ରଜାତିର ଏକ ଗଛ ରହିଛି ପ୍ରାୟ ୨୫ ବର୍ଷ ହେବ ରହିଛି।

  18. 18.ମହାରାଷ୍ଟ୍ରର ଥାନେ ଜିଲାରେ ବିନା ଅନୁମତିରେ ମାନବ ଶୃଙ୍ଖଳ କରି ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଥିବା ଅଭିଯୋଗରେ ୧୦୦ଜଣରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି ବୋଲି ପୁଲିସ ସୂଚନା ଦେଇଛି।

  19. 19.ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା.. ୨୩ ତାରିଖ ଯାଏଁ ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା।

  20. 20.ସବୁଠାରୁ ବ୍ୟୟବହୁଳ ଓଡିଆ ସିନେମା ହେବ ‘ଲ୍ୟାଣ୍ଡଫଲ’ । ଆମେ କୌଣସି ବାତ୍ୟା କଥା ନୁହେଁ, ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଯୋଡି  ଵିଶାଲ ମୋର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କାଙ୍କ ଆଗାମୀ ସିନେମା ‘ଲ୍ୟାଣ୍ଡଫଲ’  କଥା।

165 Y
220 20-05-2025 English
  1. 1.The Supreme Court Monday observed the country was not a “dharamshala” or a public shelter to accommodate foreign nationals from across the globe.

  2. 2.The Supreme Court Monday directed uniform pension benefits for all retired high court judges, irrespective of their mode of appointment or tenure, saying “one rank one pension has to be the norm in respect of a constitutional office”.

  3. 3.Schools near the India-Pakistan border in Jammu reopened Monday after nearly 12 days of closure due to recent hostilities. Institutions in 30 locations across Poonch, Rajouri, Jammu, Samba, and Kathua districts resumed as normalcy returns.

  4. 4.Former US President Joe Biden has been diagnosed with aggressive prostate cancer, his office says.

  5. 5.Mutual Fund assets surge 23 per cent or over Rs12 lakh crore year-on-year to reach a record of Rs 65.74 lakh crore in FY25.

  6. 6.Chief Minister Mohan Charan Majhi Monday claimed that around 85 per cent of the grievances he has received so far have been resolved, and the process of addressing citizens’ concerns will continue.

  7. 7.State Law minister Prithiviraj Harichandan Monday said the government has already started the process of identifying Bangladeshis staying illegally in different districts of the state.

  8. 8.The Supreme Court Monday pulled up Madhya Pradesh minister Vijay Shah for his remarks on Colonel Sofi ya Qureshi and constituted a three-member special investigation team to probe the FIR lodged against him.

  9. 9.Foreign Secretary Vikram Misri told a parliamentary committee Monday that the conflict between India and Pakistan was always in the conventional domain, and there was no nuclear signalling by the latter, sources said.

  10. 10. Uttar Pradesh government has launched a comprehensive state-wide campaign aimed at eradicating child labour by 2027, an official statement said Monday.

  11. 11.The Enforcement Directorate (ED) Monday said it has arrested former UCO Bank CMD Subodh Kumar Goel on money laundering charges in an alleged bank loan fraud case of more than Rs 6,200 crore linked to a Kolkata-based company.

  12. 12.China has announced plans to accelerate work on a “fl agship” dam in Pakistan to ease pressure on its all-weather ally, weeks after India placed the 1960 Indus Waters Treaty (IWT) in abeyance following the Pahalgam terror attack.

  13. 13.Falcon Agrifriz Foods Private Limited inaugurated its state-of-the-art, fully automated frozen potato products manufacturing facility in Mehsana, Gujarat.

  14. 14.The BCCI Monday termed as "speculative and imaginary" the report which claimed that it has decided to pull out of men's Asia Cup and women's Emerging Teams Asia Cup.

  15. 15.Abhishek Sharma smashed half a dozen sixes in his 20-ball 59 to ensure a convincing six-wicket win for Sunrisers Hyderabad and knock Lucknow Super Giants out of the IPL play-offs race here Monday.

158 Y