-
1.ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଆକ୍ସମ୍-୪ ଅଭିଯାନରେ ଯାତ୍ରା କରି ଚର୍ଚ୍ଚିତ ଚେହେରା ପାଲଟିଥିବା ଭାରତୀୟ ବାୟୁସେନାର ପାଇଲଟ୍ ତଥା ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ସଂସଦରେ ଅଭିନନ୍ଦନ ଜ୍ଞାପନ କରାଯାଇଛି।
-
2.ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ତଥ୍ୟ ଅନୁସାରେ ଗତ ଜୁଲାଇରେ ଓଡ଼ିଶାରେ ୟୁପିଆଇରେ ୩୩,୮୯୦ .୨୨ କୋଟି ଟଙ୍କାର କାରବାର ହୋଇଛି। ଜାତୀୟ କାରବାର ପ୍ରତି ରାଜ୍ୟର ଅବଦାନ ମାତ୍ର ୧.୩୫ ପ୍ରତିଶତ ରହିଛି।
-
3.ରାଜ୍ୟରେ ଏବେ ମୋଟ ୮୮ଟି ଜେଲ୍ ରହିଛି। ଏଥିରେ ୬ଟି ସର୍କଲ ଜେଲ୍, ୧୧ଟି ଜିଲ୍ଲା ଜେଲ୍, ଦୁଇଟି ସ୍ବତନ୍ତ୍ର ଜେଲ୍, ସମ୍ବଲପୁରରେ ଗୋଟିଏ ମହିଳା ଜେଲ୍, ୬ଟି ସ୍ବତନ୍ତ୍ର ସବ୍ଜେଲ୍, ୬୨ଟି ସବ୍ଜେଲ୍, ଜାମୁଝରୀରେ ଗୋଟିଏ ମୁକ୍ତାକାଶ ଜେଲ୍ ରହିଛି। ୩ଟି ଉପଜେଲ୍କୁ ବନ୍ଦ କରି ଏହାକୁ ଜିଲ୍ଲା ଜେଲ୍ ସହିତ ମିଶାଇ ଦିଆଯାଇଛି।
-
4.ଡବଲ ଇଂଜିନ ଥିବା ସ୍ଥାନ ଗୁଡ଼ିକରେ କାମ କରୁଥିବା ପ୍ରବାସୀ ବଙ୍ଗାଳି କର୍ମଜୀବୀ ଓ ଶ୍ରମିକମାନଙ୍କୁ ହଇରାଣ ହରକତ କରାଯାଉଛି । ତେବେ ସେସବୁ ଶ୍ରମିକ ମାନଙ୍କୁ ପଶ୍ଚିମବଙ୍ଗ ଫେରିଆସିବାକୁ ସେ ନିବେଦନ କରିଛନ୍ତି । ନିଜ ରାଜ୍ୟକୁ ଫେରିଆସିଲେ ସେମାନଙ୍କୁ ମାସକୁ ୫ ହଜାର ଟଙ୍କା ଦିଆଯିବ ବୋଲି ମମତା କହିଛନ୍ତି ।
-
5.ଲୋକମାନେ ଖାଇବା ତେଲ ବାରମ୍ବାର ବ୍ୟବହାର କରିବା ପରେ ଫିଙ୍ଗି ଦିଅନ୍ତି। କିନ୍ତୁ ଏବେ ଏହି ତେଲକୁ ବିମାନ ଉଡ଼ାଣ ପାଇଁ ବ୍ୟବହାର କରାଯିବ। ଦେଶର ସର୍ବବୃହତ ବିଶୋଧନ ଏବଂ ଇନ୍ଧନ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ (IOC) ଏଥିପାଇଁ ଅନୁମତି ପାଇଛି।
-
6.ଆମେରିକା, ୟୁକେ, ରୁଷିଆ ଏବଂ ୟୁକ୍ରେନ ଭଳି ଦେଶଗୁଡ଼ିକୁ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଅଧ୍ୟୟନର ହଟସ୍ପଟ ଭାବରେ ବିବେଚନା କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଦ୍ରୁତ ଗତିରେ ପରିବର୍ତ୍ତିତ ପରିସ୍ଥିତିରେ, ଜାପାନ ଏହି ଦେଶଗୁଡ଼ିକୁ ପଛରେ ପକାଇ ଏକ ନୂତନ ଆକର୍ଷଣର କେନ୍ଦ୍ର ପାଲଟିଛି।
-
7.କ୍ୱାଣ୍ଟାସ୍ ଆଉଟସୋର୍ସିଂ ମାମଲାରେ ଅଷ୍ଟ୍ରେଲିଆର ଏକ କୋର୍ଟ ଦେଶର ସବୁଠାରୁ ବଡ଼ ବେଆଇନ ଛଟେଇ ମାମଲାରେ ଅଷ୍ଟ୍ରେଲିଆର ସର୍ବବୃହତ ବିମାନ କମ୍ପାନି କ୍ୱାଣ୍ଟାସ୍କୁ ଇତିହାସ ସୃଷ୍ଟି କରି ୯୦ ନିୟୁତ ଡଲାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
8.ୟୁଏଇରେ ହେବାକୁ ଥିବା ଏସିଆ କପ୍ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳର ଘୋଷଣା ଅଗଷ୍ଟ ୧୯ରେ କରାଯିବ। ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ବ ନେବାକୁ ଯାଉଛନ୍ତି। ଅଜିତ ଆଗରକର ନେତୃତ୍ବାଧୀନ ମନୋନୟନ କମିଟି କିଛି ଚକିତକର ନିଷ୍ପତ୍ତି ନେବାକୁ ଯାଉଛନ୍ତି।
-
9.ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମା ‘କୁଲି’ ହଲରେ ଧମାଲ କରୁଛି । ୭୪ବର୍ଷ ବୟସରେ ମଧ୍ୟ ଏହି ସୁପରଷ୍ଟାର ସବୁ ରେକର୍ଡ ଭାଙ୍ଗି ପ୍ରମାଣ କରିଛନ୍ତି ଯେ କେହି ତାଙ୍କ ସହିତ ପ୍ରତିଯୋଗିତା କରିପାରିବେ ନାହିଁ ।
-
10.ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ମାମଲାରେ ଶିଶୁଭବନର ଜଣେ ଡାକ୍ତରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ।
-
11.ଆସନ୍ତା ସେପ୍ଟେମ୍ବର ମାସରୁ ଓଡ଼ିଶାରେ କାର୍ଯ୍ୟକାରୀ ହେବ ଭୋଟର ତାଲିକାର ଏସଆଇଆର ବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ।
-
12.ପିସିସି ସଭାପତି ଭକ୍ତ ଚରଣ ଦାସ ସୋମବାର ନବୀନଙ୍କୁ ଭେଟିବାକୁ ଯାଇଥିବା ସମୟରେ ଭିନ୍ନ ମତ ଦେଇଛନ୍ତି। ତାଙ୍କୁ କେହି ଦୁର୍ବ୍ୟବହାର କରିନାହାନ୍ତି। ପାଣ୍ଡିଆନ ଏବଂ ସୁତାଜା ପାଣ୍ଡିଆନ ତାଙ୍କୁ ଭଲ ବ୍ୟବହାର କରିଛନ୍ତି।
-
13.ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଜଣାଶୁଣା ନେତା ତଥା ସାମାଜିକ କର୍ମୀ ହରିବନ୍ଧୁ ପ୍ରଧାନଙ୍କର (୭୩) ସୋମବାର ପରଲୋକ ଘଟିଛି।
-
14.ଭାରତର ବେକାରୀ ହାର ଜୁଲାଇ ୨୦୨୫ରେ ୫.୬% ରୁ ହ୍ରାସ ପାଇ ୫.୨%ରେ ପହଞ୍ଚିଛି ବୋଲି ପରିସଂଖ୍ୟାନ ମନ୍ତ୍ରଣାଳୟ ଜଣାଇଛି। ଏହି ହ୍ରାସର ମୁଖ୍ୟ କାରଣ ଉତ୍ସବ ଋତୁ ପୂର୍ବରୁ ଗ୍ରାମାଞ୍ଚଳରେ ନିଯୁକ୍ତି ବୃଦ୍ଧି ଓ କୃଷି କ୍ଷେତ୍ରରେ କାର୍ଯ୍ୟକଳାପ ବୃଦ୍ଧି।
-
15.୨୦୨୨-୨୦୨୪ ମଧ୍ୟରେ ଭାରତର ବାସ୍ତବ ଜିଡିପି ବୃଦ୍ଧି ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ବାଧିକ ୮.୮% ହୋଇଥିବା ବେଳେ ଆଗାମୀ ତିନି ବର୍ଷରେ ଏହା ୬.୮% ହାରରେ ବୃଦ୍ଧି ପାଇବ ବୋଲି ଏସଏଣ୍ଡପି ଆକଳନ କରିଛି।
-
16.ପ୍ରଥମ ମହାକାଶ ଦୌଡ଼ ପତାକା ଓ ପାଦଚିହ୍ନ ବିଷୟରେ ଥିଲା। ୨୦୨୫ ଏପ୍ରିଲରେ ଚୀନ୍ ଚନ୍ଦ୍ରରେ ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ କରିବାକୁ ଯୋଜନା ଘୋଷଣା କରିଥିଲା। ଏହାପରେ ଅଗଷ୍ଟ ମାସରେ ନାସାର କାର୍ଯ୍ୟକାରୀ ପ୍ରଶାସକ ସିନ୍ ଡଫି ମଧ୍ୟ ସମାନ ଘୋଷଣା କରି କହିଛନ୍ତି ଯେ, ୨୦୩୦ ସୁଦ୍ଧା ଚନ୍ଦ୍ରରେ ଆମେରିକାର ଏକ ରିଆକ୍ଟର କାର୍ଯ୍ୟକ୍ଷମ ହେବ।
-
17.ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଥିବାବେଳେ ତାମିଲନାଡ଼ୁରେ ଇଣ୍ଡି ମେଣ୍ଟ ତଥା ଡିଏମ୍କେର ସମର୍ଥନ ଲୋଡ଼ିଛି।
-
18.ଚଳିତ ମାସ ୧୫ରେ ଆରମ୍ଭ କରାଯାଇଥିବା ବର୍ଷିକିଆ ଫାସ୍ଟ୍ୟାଗ୍ ପାସ୍ ବେଶ୍ ଗ୍ରହଣୀୟ ହୋଇଛି। ମାତ୍ର ଚାରି ଦିନରେ ୫ ଲକ୍ଷ ପାସ୍ ଜାରି କରାଯାଇଛି।
-
19.ଆସନ୍ତା ନଭେମ୍ବର ମାସରେ ପିଏମ୍ ଆବାସ ଯୋଜନାରେ ଘର ଆବଣ୍ଟନ ହେବ। ପର୍ଯ୍ୟାୟକ୍ରମେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ । ବାପ-ପୁଅ, ଭାଇ-ଭାଇ ଭିନ୍ନ ହୋଇ ଅଲଗା ରହୁଥିଲେ ବି ସମସ୍ତେ ଯଦି ଘର ପାଇବାକୁ ଯୋଗ୍ୟ ହୋଇଥିବେ ତେବେ ସମସ୍ତଙ୍କୁ ଘର ମିଳିବ। ଏହାସହ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବି ଅଗ୍ରାଧିକାର ଭିତ୍ତିରେ ଘର ମିଳିବ।
-
20.ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଆଜି ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଭେଟିଛନ୍ତି। ବୈଠକରେ ଜୟଶଙ୍କର ତାଙ୍କ ପ୍ରତିପକ୍ଷଙ୍କୁ କହିଛନ୍ତି, ‘ ମତଭେଦ କେବେ ବି ଦୁଇ ରାଷ୍ଟ୍ର ମଧ୍ୟରେ ବିବାଦର କାରଣ ନହେବା ଉଚିତ୍’।