- 1.ଭାରତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍(ହାଲ୍) ସହିତ ୧୨୦ଟି ତେଜସ୍ ଏମକେ-୨ ଲଢ଼ୁଆ ବିମାନ କିଣିବା ପାଇଁ ଏକ ମେଗା ଡିଲ୍ କରିଛି। ଏହି ବିମାନଗୁଡ଼ିକୁ ସାମିଲ କରିବା ଦ୍ୱାରା ଭାରତୀୟ ବାୟୁସେନା (ଆଇଏଏଫ)ର କ୍ଷମତା ଅଧିକ ଶକ୍ତିଶାଳୀ ହେବ।
-
2.ଆମେରିକାର ବର୍ଦ୍ଧିତ ଟାରିଫ କାରଣରୁ ଭାରତୀୟ ଚିଙ୍ଗୁଡ଼ି ଚାଷୀ ବରବାଦ ହୋଇ ବ୍ୟବସାୟ ବଦଳାଇବା ପାଇଁ ଚେଷ୍ଟା କଲେଣି।
-
3.ଟେକନଲୋଜିର ଉପଯୋଗ ବହୁଗୁଣିତ ହୋଇଛି । ଏହା ଆମ ଜୀବନକୁ ଉନ୍ନତ କରିବା ସହ ଏକ ସମସ୍ୟା ମଧ୍ୟ ଆଣିଦେଇଛି । ତାହା ହେଉଛି ଇଲେକ୍ଟ୍ରୋନିକ୍ସ ବର୍ଜ୍ୟ ବା ଇ-ଓ୍ବେଷ୍ଟ । ଦିନକୁ ଦିନ ଇ-ବର୍ଜ୍ୟ ଉତ୍ପାଦନ ବଢିଚାଲିଛି ଓ ଓଡ଼ିଶା ଏ କ୍ଷେତ୍ରରେ ଦେଶର ପ୍ରମୁଖ ୫ଟି ରାଜ୍ୟରେ ପରିଣତ ହୋଇଛି।
-
4.ଭାରତ ଓ ଚୀନ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ, ସୀମା ବିବାଦ ସମାଧାନ ପାଇଁ ଆଲୋଚନା କରିବେ।
-
5.ୟେମେନର ରାଜଧାନୀ ସାନାରେ ଶକ୍ତି କେନ୍ଦ୍ର ଉପରେ ବିମାନ ଆକ୍ରମଣ କରିଛି ଇସ୍ରାଏଲ। ଇସ୍ରାଏଲୀ ସେନା ଏକ ବିଦ୍ୟୁତ୍ ପ୍ଲାଣ୍ଟ ଏବଂ ଏକ ପେଟ୍ରୋଲ୍ ଷ୍ଟେସନକୁ ଟାର୍ଗେଟ କରିଛି।
-
6.ନିତି ଆୟୋଗ ପକ୍ଷରୁ ଚଳିତମାସରେ ‘ଇଣ୍ଡିଆ ଇଲେକ୍ଟ୍ରିକ ମୋବିଲିଟି ଇଣ୍ଡେକ୍ସ (ଆଇଇଏମଆଇ)-୨୦୨୪’ ପ୍ରକାଶ କରାଯାଇଛି। ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ ଯାନ (ଇଭି) ଚଳାଚଳ ସଂଖ୍ୟା ଏବଂ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମିକୁ ନେଇ ସ୍ଥାନାଙ୍କ ପ୍ରସ୍ତୁତ କରାଯାଇଛି। ଏହି ସ୍ଥାନାଙ୍କ ରେ ଓଡ଼ିଶା ସପ୍ତମ ସ୍ଥାନରେ ରହିଛି।
-
7.ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍) ଅଭିଯାନ ଅଧୀନରେ ୯୮.୨% ନିର୍ବାଚକଙ୍କ ଠାରୁ ଆବଶ୍ୟକ ଦସ୍ତାବିଜ ଗ୍ରହଣ କରାଯାଇଛି।
-
8.୨୦୨୬ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପୂର୍ବରୁ ସମର୍ଥକଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଥିବା ବିଜୟ ଗୁରୁବାର ତାଙ୍କ ଦଳ ତାମିଲଗା ଭେଟ୍ରି କାଜଗମ (ଟିଭିକେ)ର ଦ୍ୱିତୀୟ ରାଜ୍ୟସ୍ତରୀୟ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରତୀକାତ୍ମକତା ଓ ରାଜନୈତିକ ଉଦ୍ଦେଶ୍ୟରେ ଭରପୂର ଭାଷଣ ଦେଇଥିଲେ।
-
9.ହରିୟାଣାରେ ଆୟୁଷ୍ମାନ ଭାରତ ଯୋଜନା ଚିକିତ୍ସା ସେବା ବନ୍ଦ। ୬୫୦ଟି ଘରୋଇ ହସ୍ପିଟାଲର ୪୯୦ କୋଟି ଟଙ୍କା ବାକି ପଡିଛି।
-
10.ବାର୍ଷିକ ୧୨ ଲକ୍ଷରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଟିକସଦାତାଙ୍କ ହାର ଝାଡ଼ଖଣ୍ଡରେ ୨୦ ପ୍ରତିଶତ ରହିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଧନୀ ରାଜ୍ୟ ଗୁଜରାଟ ଏହି ତାଲିକାର ଶୀର୍ଷ ୧୦ରେ ସ୍ଥାନ ପାଇନାହିଁ। ଓଡ଼ିଶାର ୧୭ ପ୍ରତିଶତ ଟିକସଦାତା ଏହି ଆୟ ବର୍ଗରେ ରହିଛନ୍ତି।
-
11.ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ସେପ୍ଟେମ୍ବର ୫ ରୁ ୭ ପର୍ଯ୍ୟନ୍ତ ରାଜସ୍ଥାନର ଯୋଧପୁରରେ ଏକ ତିନି ଦିନିଆ ସମନ୍ୱୟ ବୈଠକ କରିବ। ବୈଠକରେ ନୂତନ ବିଜେପି ଦଳର ସଭାପତିଙ୍କ ବିଷୟରେ ଆଲୋଚନା ହେବାର ସମ୍ଭାବନା ଅଛି।
-
12.ଯାତ୍ରା ମାଲିକଙ୍କ ଆଲୋଚନା। ଯାତ୍ରା ଟିକେଟ ଦର ୧୦୦ରୁ ୨୦୦ ମଧ୍ୟରେ ସୀମିତ ରହିବ।
-
13.ଜାପାନର ସୁମିତୋମୋ ମିତ୍ସୁଇ ବ୍ୟାଙ୍କିଂ କର୍ପୋରେସନ (ଏସଏମବିସି)କୁ ୟେସ୍ ବ୍ୟାଙ୍କର ୨୪.୯୯ ପ୍ରତିଶତ ଅଂଶଧନ କିଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଠାରୁ ଅନୁମୋଦନ ମିଳିଛି।
-
14.ଭୁବନେଶ୍ୱର ର ବିଭିନ୍ନ ଥାନାରେ ଜବତ ହୋଇ ପଡିପଡି ନଷ୍ଟ ହେଉଥିବା ଅବ୍ୟହୃତ ଓ ଅଚଳ ଗାଡ଼ି ଗୁଡିକ ହଟାଇବ ବିଏମସି
-
15.ଇଥାନଲ୍ ମିଶାଯାଉଥିବା ପେଟ୍ରୋଲ୍ ଗାଡ଼ିର ମାଇଲେଜ୍ ହ୍ରାସ କରୁଥିବା ଦାବି କରାଯାଉଛି। ଅଟୋମୋବାଇଲ୍ ଶିଳ୍ପର ବିଶେଷଜ୍ଞ କହିଛନ୍ତି ଯେ ‘ଇ୨୦’ (୨୦% ଇଥାନଲ ମିଶିଥିବା ପେଟ୍ରୋଲ୍) ପକାଇଲେ ଗାଡ଼ିର ମାଇଲେଜ୍ ୨-୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଉଛି।