Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
2041 20-10-2022 Odia
  1. ଜାତିସଂଘ ମିଶନରେ ଭାରତର ସାମରିକ ଏବଂ ପୁଲିସ୍ ସହାୟତା ସବୁଠାରୁ ଅଧିକ ଯେଉଁଥିରେ ପ୍ରଥମ ମହିଳା ପୁଲିସ୍ ଶାନ୍ତି ରକ୍ଷା ମିଶନ ଅନ୍ତର୍ଭୁକ୍ତ। ସେ କହିଛନ୍ତି, ୧୯୪୮ ପରଠାରୁ ଦୁଇ ଶହ ହଜାରରୁ ଅଧିକ ଭାରତୀୟ ପୁରୁଷ ଓ ମହିଳା ୪୯ଟି ଶାନ୍ତି ରକ୍ଷା ମିଶନରେ କାର୍ଯ୍ୟ କରିଛି।
  2. ଭାରତ ପୁଣି ଥରେ ଆନ୍ତର୍ଜାତିକ ସୌର ମେଣ୍ଟର ଅଧ୍ୟକ୍ଷ ନିର୍ବାଚିତ ହୋଇଛି। ଫ୍ରାନ୍ସ ମଧ୍ୟ ସହ-ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛି। ନୂଆଦିଲ୍ଲୀରେ ଆନ୍ତର୍ଜାତିକ ସୌର ମେଣ୍ଟର ମହାନିର୍ଦ୍ଦେଶକ ଅଜୟ ମାଥୁର କହିଛନ୍ତି, କେନ୍ଦ୍ର ନୂତନ ତଥା ପୁନଃ ବ୍ୟବହାରକ୍ଷମ ଶକ୍ତିମନ୍ତ୍ରୀ ଆର.କେ. ସିଂହ ପୁନର୍ବାର ଆନ୍ତର୍ଜାତିକ ସୌର ମେଣ୍ଟର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।
  3. ଇଂରାଜୀ କେବଳ ଯୋଗାଯୋଗର ଏକ ମାଧ୍ୟମ। ଜ୍ଞାନର ମାପକାଠି ନୁହେଁ। ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
  4. ମଲ୍ଲିକାର୍ଜ୍ଜୁନ ଖଡଗେ ଦଳର ନୂଆ ସଭାପତି ନିର୍ବାଚିତ ହୋଇଛନ୍ତି। ମିର୍ବାଚନରେ ଖଡଗେଙ୍କୁ ସର୍ବାଧିକ ୭ ହଜାର ୮୯୭ଟି ଭୋଟ ମିଳିଥିବା ବେଳେ ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ସାଂସଦ ଶଶି ଥରୁରଙ୍କୁ ମାତ୍ର ୧ ହଜାର ୭୨ଟି ଭୋଟ ମିଳିଛି। 
  5. ଓଡିଶା ଟିଚର ଏଲିଜିବିଲିଟ ଟେଷ୍ଟ ( ଓଟିଇଟି) ୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଧାର୍ଯ୍ଯ ହୋଇଥିବା  ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନର ଶେଷ ତାରିଖ ୧୯ ତାରିଖ ଧାର୍ଯ୍ଯ କରାଯାଇଥିଲା। ବର୍ତ୍ତମାନ ଧାର୍ଯ୍ଯ ତାରିଖରେ ବୃଦ୍ଧା କରାଯାଇ ଅକ୍ଟୋବର ୨୬ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ଯନ୍ତ ରଖାଯାଇଛି।
  6. ଚଳିତ ବର୍ଷ ସାଇବର ଜାଗ୍ରତ ଦିବସରେ ସାଇବର ସୁରକ୍ଷା ପାଠ୍ୟକ୍ରମର ସିଲାବସ୍ ପ୍ରସ୍ତୁତ କରାଯାଇଛି । ଏହା ଜରିଆରେ ସାଇବର ସୁରକ୍ଷା ନେଇ ସାଧାରଣ ଲୋକଙ୍କୁ ସଚେତନ ଓ ଦାୟିତ୍ବବାନ ଡିଜିଟାଲ ନାଗରିକ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ସାଇବର ସ୍ବଚ୍ଛତା ଆଣାଯାଇ ପାରିବ ।
  7. ଦେଶରେ କରୋନା ମହାମାରୀ ପ୍ରଭାବ ଆପାତତଃ ହ୍ରାସ ପାଇଥିଲେ ହେଁ ନିକଟରେ ମିଳିଥିବା କରୋନା ଭୂତାଣୁର ନୂଆ ସବ୍‌ଭାରିଏଣ୍ଟ ( ବିଏଫ.୭)କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସତର୍କତା ଜାରି କରିଛି।
  8. ଫିଲିପାଇନ୍ସକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକିବା ପରେ ଅନ୍ୟ ଦେଶମାନଙ୍କୁ ବି ଏହି କ୍ଷେପଣାସ୍ତ୍ର ବିକିବାକୁ ଭାରତ ଯୋଜନା କରୁଛି । ମିଳିଥିବା ସୂଚନା ଅନୁସାରେ ସାଉଦି ଆରବ, ୟୁଏଇ, ଇଜିପ୍ଟ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ ଆଦି ୧୦ଟି ଦେଶକୁ ବ୍ରହ୍ମସ ବିକିବାକୁ ବ୍ରହ୍ମସ ଏରୋସ୍ପେସ୍ ଲକ୍ଷ୍ୟ ରଖିଛି ।
  9. ଏପର୍ଯ୍ୟନ୍ତ ମୋଟ ୨୨୩ଟି ଇରାନୀ ଡ୍ରୋନକୁ ୟୁକ୍ରେନର ଏୟାର ଡିଫେନ୍ସ, ସିଷ୍ଟମ ରକେଟ୍, ଆଣ୍ଟି-ଏୟାରକ୍ରାଫ୍ଟ ୟୁନିଟ୍, ହେଭି ମେସିନ ଗନ, ବିମାନ ଆଦି ମାଧ୍ୟମରେ  ଖସାଇବାରେ ସଫଳ ହୋଇଛି । ରୁଷର ୮୫ ପ୍ରତିଶତ ସାହେଦ ଡ୍ରୋନକୁ ଖସାଇ ଦିଆଯାଇଛି ବୋଲି ୟୁକ୍ରେନ ଦାବି କରିଛି ।
  10. ହରିୟାଣାରେ ଗୁରୁଗ୍ରାମରେ ଦୁଇଦିନ ତଳେ ଘଟିଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବାକୁ ସକ୍ଷମ ହୋଇଛି ପୁଲିସ । ଗୁରୁଗ୍ରାମର ଇଫକୋ ଛକଠାରେ ଗତ ୧୭ ତାରିଖରେ ଏକ ସୁଟକେସରୁ ଜଣେ ୨୦-୨୫ ବର୍ଷୀୟ ଯୁବତୀଙ୍କ ମୃତଦେହ ମିଳିଥିଲା ।
  11. ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ହ୍ରାସ ପାଇବାରେ ଲାଗିଛି। ବୁଧବାର ଆମେରିକୀୟ ମୁଦ୍ରା ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚିଛି। ୬୧ ପଇସା ହ୍ରାସ ସହ ଗୋଟିଏ ଡଲାରର ବିନିମୟ ମୂଲ୍ୟ ୮୩ ଟଙ୍କା ଅତିକ୍ରମ କରିଛି। ୮୩.୦୧ ସହ ବୁଧବାର କାରବାର ବନ୍ଦ ରହିଛି। ଗତକାଲି ୧୦ ପଇସା ହ୍ରାସ ସହ ଟଙ୍କାର ବିନିମୟ ମୂଲ୍ୟ ପ୍ରତି ଡଲାର ୮୨.୩୯ରେ ବନ୍ଦ ରହିଥିଲା।
  12. ୨୦୨୨ ପ୍ରତିରକ୍ଷା ପ୍ରଦର୍ଶନୀକୁ ଉଦ୍‍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ଭାରତର ପ୍ରତିରକ୍ଷା ରପ୍ତାନୀ ୮ ଗୁଣା ବୃଦ୍ଧି ପାଇଛି।
  13. ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁଧବାର କହିଛନ୍ତି ଯେ ଦିଲ୍ଲୀରେ ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ପାଇଁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ତିନି ବର୍ଷ ଜେଲ ଦଣ୍ଡ ହେବ।
  14. ଧାମନଗର ଉପନିର୍ବାଚନରେ ବିଦ୍ରୋହୀ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ବିଜେଡିରୁ ବିଦା ହୋଇଛନ୍ତି.. ତାଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଦଳରୁ ବହିଷ୍କାର କରାଯାଇଛି।
  15. ଭାରତୀୟ ଶିଳ୍ପପତି ତଥା ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ନିଜର ରେକର୍ଡ ଭାଙ୍ଗିଛନ୍ତି। କିଛି ଦିନ ପୂର୍ବରୁ ରିଲାଏନ୍ସ ଚେୟାରମ୍ୟାନ୍ ଦୁବାଇରେ ୮୦ମିଲିୟନ୍ ଡଲାରରେ ଏକ ଆବାସିକ ସମ୍ପତ୍ତି କିଣିଥିଲେ ଏବଂ ବର୍ତ୍ତମାନ ସେହି ମୂଲ୍ୟଠାରୁ ଦୁଇଗୁଣ ଅଧିକ ଟଙ୍କା ଖର୍ଚ୍ଚ କରି ସେ ଏବେ ବିଳାସପୂର୍ଣ୍ଣ ମହଲ କିଣିଥିବା ଜଣାପଡ଼ିଛି।
  16. ୟୁକ୍ରେନରେ ରହୁଥିବା ଭାରତୀୟମାନଙ୍କୁ ତୁରନ୍ତ ଦେଶ ଛାଡ଼ିବା ଲାଗି ଆଲର୍ଟ କରାଯାଇଛି। ୟୁକ୍ରେନରେ ଭାରତୀୟ ଦୂତାବାସ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ଯେହେତୁ ରୁଷ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜଟିଳ ହେବାରେ ଲାଗିଛି ।
  17. ଦୁଷ୍କର୍ମ ମାମଲାର ଦୋଷୀ ରାମ ରହୀମଙ୍କ ଅନଲାଇନ୍ ସତସଙ୍ଗରେ ସାମିଲ୍ ହୋଇ ବିବାଦରେ ବିଜେପି ନେତା। ହରିୟାଣାର କରନାଲ ନଗର ନିଗମର ମେୟର ରେଣୁ ବାଳା ଗୁପ୍ତା ସମେତ ଅନ୍ୟ ନେତା ଉକ୍ତ ସତସଙ୍ଗରେ ଯୋଗ ଦେବା ନେଇ ସୃଷ୍ଟି ହୋଇଛି ବିବାଦ।
  18. ଉତ୍ତର ପ୍ରଦେଶର ନିର୍ବାଚନ ପାଇଁ ଏଥର ୧୨୦୦ ମୁସ୍ଲିମ ପ୍ରାର୍ଥୀ ଦେବ ବିଜେପି। ଆସନ୍ତା ପୌର ନିର୍ବାଚନରେ ୧୨୦୦ ପାସ୍‌ମାଣ୍ଡା ମୁସ୍ଲିମଙ୍କୁ ବିଜେପି ଟିକେଟ୍ ଦେବ ବୋଲି ସୂଚନା ମିଳିଛି। ମୁସ୍ଲିମ ସମ୍ପ୍ରଦାୟର ପଛୁଆ ବର୍ଗ ହେଉଛନ୍ତି ପାସମାଣ୍ଡା ମୁସ୍ଲିମ।
  19. ଦୀପାବଳିରେ ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ଦେଶର ୭୫,୦୦୦ ଯୁବାଙ୍କୁ ଚାକିରି ‘ଉପହାର’ ଦେବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଦୀପାବଳିର ଦୁଇ ଦିନ ଆଗରୁ ଅର୍ଥାତ୍‌ ଶନିବାର ଦିନ ଏଥିପାଇଁ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ଯୁବବର୍ଗଙ୍କ ସହିତ ଭାବ ବିନିମୟ କରିବେ।
  20. ଚଳିତ ବର୍ଷ ଭଲ ନମ୍ବର ରଖି ଦ୍ବାଦଶ ପରୀକ୍ଷା ପାସ୍‌ କରିଥିବା ୩୫,୮୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍କୁଟର୍‌ ଯୋଗାଇ ଦେବା ପାଇଁ ଆସାମ ସରକାର ସ୍ଥିର କରିଛନ୍ତି ବୋଲି ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ କହିଛନ୍ତି।
510 Y
2042 19-10-2022 Odia

 

  1. ଶ୍ରୀଲଙ୍କା ଉପନ୍ୟାସକାର ଶେହାନ୍‍ କରୁଣାତିଳକାଙ୍କୁ ତାଙ୍କର ଦ୍ୱିତୀୟ ଉପନ୍ୟାସ ‘ଦ ସେଭେନ ମୂନସ ଅଫ ମାଲୀ ଅଲମିଡା’ (The Seven Moons of Maali Almeida) ପାଇଁ ୨୦୨୨ ବୁକର ପୁରସ୍କାରରେ ସମ୍ମାନିତ କରାଯାଇଛି।
  2. ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି । ଆଜି ବସିଥିବା ଆଜି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ରୋଜର୍ ବିନ୍ନିଙ୍କ ନାଁରେ ସମସ୍ତ ବୋର୍ଡର ସଦସ୍ୟ ମୋହର ମାରିଛନ୍ତି। ନିର୍ଦ୍ୱନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବିନ୍ନି।
  3. ଭାରତରେ ମେଡିସିନ୍, ନର୍ସିଂ ଏବଂ ଫାର୍ମାସୀର ପୁସ୍ତକଗୁଡ଼ିକ ମୁଖ୍ୟ ଭାରତୀୟ ଭାଷାରେ ପ୍ରକାଶିତ ହେବ। ଆାଗାମୀ ତିନି ବର୍ଷ ମଧ୍ୟରେ ଏହି ସବୁ ପୁସ୍ତକ ଗୁଡ଼ିକ ପ୍ରକାଶ ପାଇବ । ଏନେଇ ଭାରତୀୟ ଭାଷାର ପ୍ରଚାର କମିଟିର ଅଧ୍ୟକ୍ଷ ଛାମୁ ଶାସ୍ତ୍ରୀ ସୂଚନା ଦେଇଛନ୍ତି ।
  4. ବଲିଉଡ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନଙ୍କ ସହ ଜଡିତ ଡ୍ରଗ୍‌ସ-ଅନ୍‌-କ୍ରୁଜ୍‌ ମାମଲାର ଅନୁସନ୍ଧାନରେ ଅନେକ ଅନିୟମିତତା ହୋଇଥିଲା ବୋଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଏକ ଆଭ୍ୟନ୍ତରୀଣ ରିପୋର୍ଟରୁ ଜଣାପଡିଛି। 
  5. ୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କ ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ଖଲାସ ମାମଲା ଦିନକୁ ଦିନ ଏକ ବଡ଼ ବିବାଦରେ ପରିଣତ ହୋଇଛି । ଦୋଷୀମାନଙ୍କୁ ଖଲାସ କରିବାକୁ ଉଭୟ ଗୁଜୁରାଟ ସରକାର ଓ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ
  6. କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଅନୁରୋଧ ପରେ କର୍ଣ୍ଣାଟକର ନାଗରହୋଲ ଟାଇଗର ରିଜର୍ଭରେ ଗୁରୁତର ଆହତ ଅବସ୍ଥାରେ ଥିବା ହାତୀ ଏବଂ ଏହାର ଶାବକକୁ ଚିକିତ୍ସା ପରେ ଜଙ୍ଗଲରେ ଛାଡି ଦିଆଯାଇଛି।
  7. ଆଇଆଇଟି ରୁକରିର ପ୍ରଫେସରମାନଙ୍କର ଏକ ଦଳ ନିଶ୍ୱାସ-ଆଧାରିତ କର୍କଟ ଚିହ୍ନଟକାରୀ ଫୁଙ୍କିବା ଯନ୍ତ୍ର ବିକଶିତ କରିଛନ୍ତି ଯାହା ସ୍ତନ, ଫୁସଫୁସ ଏବଂ ମୁଖ କର୍କଟ ରୋଗର ଉପସ୍ଥିତି ଚିହ୍ନଟ କରିପାରିବ। ଏହି ପ୍ରସ୍ତାବିତ ଯନ୍ତ୍ରଟି ବିଓଏଲଇ ଡିଟେକ୍ଟର କଲରିମେଟ୍ରିର ନୀତି ଉପରେ କାମ କରିବ।
  8. ଚଳିତ ବର୍ଷର କ୍ରିକେଟ୍‌‌ର ସବୁଠାରୁ ବଡ଼ ଇଭେଣ୍ଟ ଆଇସିସି ଟି-୨୦ ବିଶ୍ୱକପ୍‌‌ର ୮ମ ସଂସ୍କରଣ ଗତ ରବିବାରଠାରୁ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି। ବିଶ୍ୱକପ୍‌‌ର ଚଳିତ ସଂସ୍କରଣରେ ମୋଟ୍‌‌ ୧୬ ଦଳ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମ ଦୁଇ ଦିନରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳୁଛି।
  9. ସୁପ୍ରିମ୍‌‌ କୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ସୁପାରିଶ ଅନୁସାରେ ୨୧ ତାରିଖ ପର୍ଯ୍ୟନ୍ତ ଓଡିଶା ରାଜ୍ୟବ୍ୟାପୀ ମୋଟର ଯାନ ଯାଞ୍ଚ ଅଭିଯାନ ଆରମ୍ଭ ହେବ। ଏହି ସମୟରେ ସିଟ ବେଲ୍ଟ ଓ ହେଲମେଟ, ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌‌ ଫୋନ୍‌‌ ବ୍ୟବହାର, ଅଧିକ ବେଗରେ ଗାଡ଼ି ଚଳାଉଥିବା ଲୋଙ୍କୁ ଧରାଯିବ।
  10. ଶୀ-ତ୍ରାଙ୍ଗ (SI-TRANG) ବାତ୍ୟାର ନାଁ ଦେଇଛି ଥାଇଲାଣ୍ଡ। ଏହି  ବାତ୍ୟା ନେଇ ଚିତ୍ର ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ, ଏହାପରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବ। ୨୨ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଅବପାତର ରୂପ ନେବ। ୨୩ କିମ୍ବା ୨୪ ତାରିଖ ବେଳକୁ ନେବ ବାତ୍ୟାର ରୂପ।
  11. ବାଙ୍ଗାଲୋର ସ୍ଥିତ ଟାଟା ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ଲିମିଟେଡ଼ ରେ ନିଯୁକ୍ତି ପାଇଲେ ୪୦୦ ଓଡ଼ିଆ ଯୁବତୀ। ସମସ୍ତଙ୍କ ବୟସ ୧୮ ରୁ ୨୧ ବର୍ଷ ମଧ୍ୟରେ ହୋଇଥିବା ବେଳେ ଯୋଗ୍ୟତା ରହିଛି ଯୁକ୍ତ ଦୁଇ। ସମସ୍ତେ ଟାଟା ଇଲେକ୍ଟ୍ରୋନିକ୍ସରେ ଜୁନିୟର ଟେକ୍ନିସିଆନ ଭାବରେ କାମ କରିବେ। ସମସ୍ତଙ୍କ ଖାଇବା ରହିବା କମ୍ପାନୀ ପକ୍ଷରୁ ବ୍ୟବସ୍ଥା କରାଯାଇଛି।
  12. ମାଇକ୍ରୋସଫ୍ଟ ଲାଗିରହିଥିବା ଆର୍ଥିକ ମାନ୍ଦାବସ୍ଥା କାରଣରୁ କମ୍ପାନି ପ୍ରାୟ ୧୦୦୦ ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି।
  13. ଅନଲାଇନ ଶିକ୍ଷା ପ୍ରଦାନ କରୁଥିବା କମ୍ପାନି ବାଇଜୁସ୍ ଏହାର ୨୫୦୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ସୂଚନା ଦେଇଥିଲା। ଯାହାକୁ ନେଇ ବାଇଜୁସ୍‌କୁ ସମାଲୋଚନାର ମଧ୍ୟ ଶିକାର ହେବାକୁ ପଡ଼ିଛି।
  14. ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ) ଖରାପ ରାସ୍ତା ଯୋଗୁଁ ଘଟୁଥିବା ଦୁର୍ଘଟଣା ପାଇଁ ଅଧିକାରୀଙ୍କୁ ଦାୟୀ କରିବ । ପ୍ରମାଣପତ୍ର ଜାରି କରିବା ପ୍ରକ୍ରିୟାରେ ସାମିଲ ଏନଏଚଏଆଇ ପ୍ରତିନିଧିଙ୍କ ଅବହେଳା ଉପରେ ପ୍ରାଧିକରଣ ଗୁରୁତ୍ୱ ସହ ବିଚାର କରୁଛି ।
  15. ମହାରାଷ୍ଟ୍ର ପଞ୍ଚାୟତ ନିର୍ବାଚନରେ ​​ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଆଗାଡି (MVA)ର ଚମତ୍କାର ପ୍ରଦର୍ଶନ କରିଛି । ୧୦୭୯ ଟି ସିଟ୍ ମଧ୍ୟରୁ ୪୬୪ ଟି ସିଟ୍ MVA ଖାତାକୁ ଯାଇଛି ।
  16. ସୋନି ବିବିସି ଆର୍ଥ ଫଟୋଗ୍ରାଫି ପ୍ରତିଯୋଗିତା-୨୦୨୨ ପାଇଁ ବିଶ୍ବର ଖ୍ୟାତନାମା ହୃଦ୍‌ରୋଗ ବି‌ଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ପ୍ରତିଯୋଗିତାର ବିଷୟବସ୍ତୁ ଥିଲା, ‘ଥ୍ରିଲ୍‌ ଅଫ୍‌ ଲାଇଫ୍‌’- ଅର୍ଥାତ୍‌ ଜୀବନର ରୋମାଞ୍ଚ।
  17. ଧ୍ୟପ୍ରଦେଶର ଜଣେ ୧୨ ବର୍ଷୀୟ ବାଳକକୁ ରାମନବମୀ ସମୟରେ ଖାରଗୋନ ଅଞ୍ଚଳରେ ଭଙ୍ଗାରୁଜା ଓ ହିଂସାକାଣ୍ଡ ପାଇଁ ୨.୯ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନୋଟିସ ପଠାଯାଇଛି। ବାଳକର ବାପା କାଲୁ ଖାନ୍, ଯେ କି ଜଣେ ଶ୍ରମିକ ତାଙ୍କୁ ୪.୮ ଲକ୍ଷ ଟଙ୍କା ଦେବାକୁ କ୍ଲେମ୍ସ ଟ୍ରିବ୍ୟୁନାଲ ପକ୍ଷରୁ କୁହାଯାଇଛି।
  18. ‌ଦ୍ରୁତବେଗରେ ବ୍ୟାପୁଥିବା ଓମିକ୍ରନ ଷ୍ଟ୍ରେନର ସବ୍‌ ଭାରିଆଣ୍ଟ୍ ଏକ୍ସବିବି ଏବଂ ବି.୫ ଭାର‌ତରେ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତା ବଢ଼ିଛି। ଆଗାମୀ ଦିନରେ ଏହା ଯେଭଳି ଅଧିକ ମାତ୍ରାରେ ନ ବ୍ୟାପିବ ସେଥିପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି।
  19. ପ୍ରାୟ ୨୪ ବର୍ଷ ପରେ କଂଗ୍ରେସକୁ ଗାନ୍ଧି ପରିବାର ବାହାରୁ ସଭାପତି ମିଳିବାକୁ ଯାଉଛି । ସଭାପତି ନିର୍ବାଚନର ଭୋଟ୍‌ ଗଣତି ଆସନ୍ତାକାଲି ହେବ ଏବଂ ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି
  20. ରୁଷ୍‌ର ଏକ ଯୁଦ୍ଧ ବିମାନ ଗତକାଲି ପଶ୍ଚିମ ସହର ୟେସ୍କରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଆପାର୍ଟମେଣ୍ଟରେ ପିଟି ହେବାରୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଯୁଦ୍ଧ ବିମାନ ଏସ୍‌ୟୁ-୩୪ ଏକ ୯ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ପିଟି ହୋଇ ଜଳି ଯାଇଥିଲା
506 Y
2043 19-10-2022 English
  1. The Orissa High Court Tuesday directed the Shree Jagannath Temple Administration (SJTA) to submit a report on how long the Ratnabhandar of Srimandir in Puri has not been opened and why.
  2. The India Meteorological Department (IMD) Tuesday said that a tropical cyclone is likely to form over west-central Bay of Bengal (BoB) around October 23 or 24, 2022.
  3. The Economic Offences Wing (EOW) of Odisha Crime Branch has arrested the managing director of a chit fund company from Kolkata for his alleged involvement in a cheating case of Rs 2.62 crore in Odisha. The accused was identified as Jaydeep Raha, managing director (MD) of Jetex Ocenair Pvt Ltd
  4. The Odisha Lokayukta Tuesday informed the Supreme Court that the filing of the final report in a corruption case against MLA Pradeep Panigrahy has been held up due to the pendency of the case in the top court.
  5. The Commissionerate Police Tuesday arrested a doctor at AIIMS, Bhubaneswar for allegedly betraying a woman after keeping sexual relationship with her on the pretext of marriage. The accused identified as Jaydeep Das Gupta, 33, is a resident of Haridevpur area in South 24 Pargana in West Bengal. Jaydeep was working at the Cardiology department of the AIIMS.
  6. The State Transport Authority (STA) Tuesday began a special drive against violation of traffic rules as per the direction of a Supreme Court committee on road safety.
  7. Brown sugar weighing 1.6 kg valued at over Rs 1 crore in the international market was seized in Odisha's Balasore district, police said Tuesday
  8. The special CBI court here Tuesday granted bail to Saroj Kumar Das, the chief mechanical engineer of Paradip Port Authority and prime accused in Rs 25 lakh Paradip Port Trust (PPT) bribery case.
  9. A panel that probed the circumstances leading to former Chief Minister J Jayalalithaa's death in 2016 indicted V K Sasikala, the confidante of the late leader, and the Tamil Nadu government on Tuesday said it would initiate action after getting legal opinion.
  10. Punjab Governor Banwarilal Purohit Tuesday asked Chief Minister Bhagwant Mann to remove Satbir Singh Gosal from the post of Punjab Agriculture University (PAU) ViceChancellor. In a letter to the Chief Minister, the Governor termed Gosal's appointment as "totally illegal", saying he was appointed by the state government "without following UGC norms and approval of the Chancellor."
  11.  Despite losing power nearly four months ago, the Opposition Congress, Nationalist Congress Party and Shiv Sena (Uddhav Balasaheb Thackeray) claim to have made huge gains while the ruling ally Bharatiya Janata Party emerged as the single-largest entity in the recent Gram Panchayat elections held in 18 districts.
  12. Two hundred electric buses will soon ply on the roads in J&K’s Jammu and Srinagar cities as part of the government’s initiative to establish an environmentally, socially, and financially sustainable network of public transport.
  13.  The Supreme Court Tuesday remarked the Gujarat government's reply to pleas challenging the remission granted to 11 convicts in the Bilkis Bano gangrape case is very bulky wherein a series of judgments have been quoted but factual statements are missing.
  14. The Archeological Survey of India (ASI) has asked the Bihar government to quickly submit its plan to conserve Nalanda Mahavihara in order to keep the World Heritage site status for the remains of the ancient centre of learning.
  15. Around 40,000 dogs have been sterilised in Noida since 2017, an official said on Tuesday, as debate intensified over checking the canine menance after an infant was mauled to death by a stray.
  16. Prime Minister Narendra Modi will visit Uttarakhand on October 21 during which he will perform 'puja' at Kedarnath and Badrinath temples.
  17. Punjab chief minister Bhagwant Mann along with Union petroleum minister Hardeep Singh Puri on Tuesday inaugurated the country's largest bio energy plant constructed at a cost of ₹ 230 crore here.
  18. The Booker Prize 2022, one of the most prestigious literary awards in the world, has gone to The Seven Moons of Maali Almeida by Shehan Karunatilaka, a Sri Lankan writer also known for his rock songs, screenplays and travel stories.
  19. The former India all-rounder Roger Binny on Tuesday was elected as the new president of the Board of Control for Cricket in India (BCCI) during its 91st Annual General Meeting. Binny, a member of the 1983 World Cup-winning team, replaced former India skipper Sourav Ganguly in the post.
  20. Rebel Biju Janata Dal (BJD) leader Rajendra Das, who has filed nomination as an independent candidate for Dhamnagar by-election in Odisha, was allotted ‘boat’ as his electoral symbol

 

520 Y
2044 18-10-2022 Odia
  1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପୁସାସ୍ଥିତ ମେଳା ପଡିଆ, ଆଇଏଆର୍‌ଆଇରେ କିଷାନ ସମ୍ମାନ ସମ୍ମିଳନୀ- ୨୦୨୨ ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। ଏହା ବ୍ୟତୀତ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟର ୬୦୦ ପିଏମ୍ କିଷାନ ସମୃଦ୍ଧି କେନ୍ଦ୍ରଗୁଡିକର ମଧ୍ୟ ଉଦ୍‌ଘାଟିତ ହୋଇଛି। ଏହା ଭାରତ ୟୁରିଆ ବ୍ୟାଗ୍‌, ସାର କ୍ଷେତ୍ରରେ ସବୁଠାରୁ ବଡ ପଦକ୍ଷେପ ା କୃଷକ ମାନଙ୍କ ନିମନ୍ତେ ‘ଏକ ଦେଶ ଏକ ସାର’ ଯୋଜନାର ଶୁଭାରମ୍ଭ ହୋଇଛି।
  2. ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ସାଂସଦ ନାଗେଶ୍ବର ରାଓଙ୍କ ୮୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ଏଥିରେ ୨୮ଟି ଜମି ଓ ବାସଗୃହ ରହିଛି।
  3. ରୁଷ୍ ତିନି ଦିନ ଆକ୍ରମଣ ବନ୍ଦ କରିବା ପରେ ସୋମବାର ପୁନର୍ବାର ୟୁକ୍ରେନର ରାଜଧାନୀ କିଭ୍‌ର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଛି। ଡ୍ରୋନ ମାଧ୍ୟମରେ ବୋମା ବର୍ଷଣ ଦ୍ବାରା ବିଭିନ୍ନ ଆବାସିକ କୋଠା ଧ୍ବଂସ ପାଇଛି।
  4. ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ନଭେମ୍ବର ୯ରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ । ନଭେମ୍ବର ୧୦, ୨୦୨୪ରେ ଜଷ୍ଟିସ ଚନ୍ଦ୍ରଚୂଡ଼ ଅବସର ନେବେ।
  5. ଆଦିବାସୀ ଅଧ୍ୟୁଷିତ କନ୍ଧମାଳର ଝିଅ ଶ୍ରାବଣୀ ନନ୍ଦ ନିକଟରେ ଅନୁଷ୍ଠିତ ୬୧ତମ ନ୍ୟାସନାଲ ଓପନ ଆଥେଲେଟିକ୍ସ ଚାମ୍ପିୟନସିପ ୨୦୨୨ରେ ଶହେ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
  6. ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ପାଠ୍ୟକ୍ରମରେ ନୂଆ ବିଷୟ ଯୋଡ଼ି ହୋଇଛି। ‘ଆସ୍‌ପିରେସନାଲ କମ୍ପୋନେଣ୍ଟ’ ନାମରେ ରହିଛି ଏହି ନୂଆ ବିଷୟ। ନୂଆ ପାଠ୍ୟକ୍ରମ ନେଇ ସୋମବାର ସାମ୍ବାଦିକ ସମ୍ମିଳନୀରେ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚଳିତ ବର୍ଷ ନବମ ଶ୍ରେଣୀରୁ ନୂଆ ବିଷୟ ଆରମ୍ଭ ହେବ।
  7. ଦୁନିଆର ୧୦ ସବୁଠାରୁ ସୁନ୍ଦର ମହିଳାଙ୍କ ଏହି ତାଲିକାରେ ଏକମାତ୍ର ଭାରତୀୟ ମହିଳା ଭାବେ ଦୀପିକା ପାଦୁକୋନଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି।
  8. ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ୩ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ମୁମ୍ବାଇ ତାଜ ହୋ‌ଟେଲରେ ୨୬/୧୧ ଆକ୍ରମଣ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ।
  9. ଗତ ୧୫ ବର୍ଷ ଭିତରେ ଭାରତରେ ଗରିବ ଲୋକଙ୍କ ସଂଖ୍ୟା ୪୧.୫ କୋଟି ହ୍ରାସ ପାଇଛି। ୨୦୦୫-୦୬ରୁ ୨୦୧୯-୨୧ ମଧ୍ୟରେ ଗରିବ ଲୋକଙ୍କ ସଂଖ୍ୟାରେ ଏହି ହ୍ରାସ ଘଟିଛି ବୋଲି ଜାତିସଂଘର ଗ୍ଲୋବାଲ୍ ମଲ୍‌ଟିଡାଇମେନ୍‌ସନାଲ୍‌ ପଭର୍ଟି ଇଣ୍ଡେକ୍ସ ୨୦୨୨ ରିପୋର୍ଟରୁ ଜଣାପଡ଼ିଛି।
  10. କାଲିଫର୍ନିଆ ଷ୍ଟାନଫର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରକାଶିତ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସ୍ଥାନୀୟ ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ବବିଦ୍ୟାଳୟ (ଆଇପିୟୁ)ର ସ୍କୁଲ୍‌ ଅଫ୍‌ ବେସିକ ଆଣ୍ଡ୍‌ ଆପ୍ଲାଏଡ୍‌ ସାଇନ୍‌ସ ବିଭାଗର ସହାୟକ ପ୍ରାଧ୍ୟାପକ ସତ୍ୟବ୍ରତ ମହାପାତ୍ରଙ୍କୁ ଲଗାତାର ତୃତୀୟ ଥର ପାଇଁ ସାମିଲ କରାଯାଇଛି।
  11. ଜୀବନରକ୍ଷାକାରୀ ଦ୍ରବଣ ଓଆର୍‌ଏସ୍ (ଓରାଲ ରିହାଇଡ୍ରେସନ ସଲ୍ୟୁସନ)ର ଜନକ ଡା. ଦିଲୀପ ମହଲାନବିସଙ୍କର ରବିବାର କୋଲକାତାଠାରେ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି।
  12. ଚଳିତ ବର୍ଷ ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟି ରାଙ୍କିଂ ୨୦୨୨ରେ ପୁଣେରୁ ପାଖାପାଖି ୫୦ ଜଣ ବୈଜ୍ଞାନିକ ବିଶ୍ୱର ଶୀର୍ଷ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଛନ୍ତି। ଇଣ୍ଟର ୟୁନିଭର୍ସିଟିର ସେଣ୍ଟର ଫର ଆଷ୍ଟ୍ରୋନୋମୀ  ଆଣ୍ଡ ଆଷ୍ଟୋଫିଜିକ୍ସର ସୈଦ୍ଧାନ୍ତିକ ଭୌତିକ ବିଜ୍ଞାନୀ ଦିମ୍ବଗତ ଡ. ତନୁ ପଦ୍ମନାଭନ ଭାରତରେ ପ୍ରଥମେ ସ୍ଥାନରେ ରହିଛନ୍ତି।
  13. ପୂର୍ବରୁ ଉତ୍କୃଷ୍ଟ ମାନ ଓ ଗୁଣବତ୍ତାପାଇଁ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ ମିଳିଥିଲା। ଏବେ ୨୦୨୧-୨୨ ପାଇଁ ଏନଆଇପି ପୁରସ୍କାପ ମିଳିଛି।
  14. ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍‌ଙ୍କୁ ମିଳିଲାନି ଜାମିନ । ଖାରଜ ହେଲା ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ଙ୍କ ଜାମିନ ଆବେଦନ । ଜାମିନ୍‌ ଆବେଦନ ଖାରଜ କଲେ ଭୁବନେଶ୍ୱର SDJM କୋର୍ଟ।
  15. ଓଡିଶା ଜଳସମ୍ପଦ ବିଭାଗରେ “୫-ଟି”ଆଧାରରେ ଦୁଇଟି ୱେବ୍ ତଥା ମୋବାଇଲ ଆପ୍ଲିକେସନ ଯଥା ‘ଇ-ଜଳାଶୟ’ ଏବଂ ‘ଇ-କ୍ୟାଡ’(ସେଚାଞ୍ଚଳ ଉନ୍ନୟନ ) ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ଉଦଘାଟନ କରିଛନ୍ତି।
517 Y
2045 18-10-2022 English
  1. Prime Minister Narendra Modi Monday released the 12th installment of financial benefit worth `16,000 crore to eligible farmers under the flagship PM-KISAN scheme. With this, the total amount transferred to around 11 crore beneficiaries is expected to cross `2.16 lakh crore.
  2. Justice DY Chandrachud was Monday appointed the 50th Chief Justice of India, Union Law Minister Kiren Rijiju said. He will take oath November 9, a day after incumbent CJI Justice Uday Umesh Lalit demits office on attaining the age of 65.
  3. Deepika Padukone needs no introduction as she is one of the most successful Indian actresses with a career spanning more than a decade.
  4. The SubDivisional Judicial Magistrate (SDJM), Bhubaneswar Monday rejected the bail application of Archana Nag, arrested on the charge of blackmailing influential people.
  5. Subhrakant Panda, MD of IMFA and Senior VP of The Federation of Indian Chambers of Commerce and Industry (FICCI) led a delegation of CEOs to Washington DC, United States coinciding with the visit of Finance Minister Nirmala Sitharaman.
  6. Water Resources and Commerce and Transport Minister Tukuni Sahu launched two official web portals – e-Jalasaya and e-CAD – for the Department of Water Resources during a programme held here Monday. e-Jalasaya is a repository of all water bodies of the state - from the smallest farm ponds to the largest reservoirs.
  7. The Board of Secondary Education (BSE), Odisha Monday announced a new curriculum, called ‘aspirational component’, for Classes IX and X students as part of the assessment reforms.
  8. The Economic Offences Wing (EOW) of state Crime Branch has initiated a probe into a nationwide crime syndicate involved in the illegal transaction of huge amount of money by creating mule accounts at India Post Payments Bank (IPPB) division of India Post. The racket has links with various persons in Odisha which recently came to the notice of the Crime Branch.
  9. The Supreme Court Monday granted two weeks to the Uttar Pradesh government to file its response on a plea filed by Ashish Mishra, son of Union Minister Ajay Mishra, seeking bail in a case related to the Lakhimpur Kheri violence.
  10. The Gujarat government announced a reduction in VAT (Value Added Tax) on CNG and PNG by 10% and said two cooking gas cylinders will be given free every year to 38 lakh beneficiaries who have got gas connections under the Centre's Ujjwala scheme.
  11. Parliament exercises sovereign right to frame laws and no outside authority can issue it a direction to enact a law, the Union government has told the Supreme Court in an affidavit.
  12. A court document shows that the premature release of 11 men convicted for the gang rape of Bilkis Bano and killing of her family during the 2002 Gujarat riots, was approved by the home ministry within two weeks and that the CBI had opposedthe early
  13. Gujarat Education Minister Jitu Vaghani on Monday announced the state government's decision to give 2 free cylinders in a year to each household in the state.
  14. United Nations chief Antonio Guterres is set to visit India on an official trip starting Tuesday, the Ministry of External Affairs (MEA)
  15. The Allahabad High Court will hear on Wednesday the Anjuman Intezamia Masjid Committee's petition challenging the Varanasi district court's September 12 order..
541 Y
2046 17-10-2022 Odia
  1. ଦେଶରେ ପ୍ରଥମ ଥର ପାଇଁ ମାଲବାହୀ ୱାଗନ ଲୁହା ବଦଳରେ ଆଲୁମିନିୟମରୁ ନିର୍ମିତ ହୋଇ ଭୁବନେଶ୍ୱର ରେଳ ଷ୍ଟେସନରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।
  2. ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି (୨୦୨୨ ଅକ୍ଟୋବର ୧୬) ୭୭ ବର୍ଷ ବୟସରେ ପାଦ ରଖିଛନ୍ତି। ମାତ୍ର ନବୀନ ଏହି ଜନ୍ମଦିନକୁ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରି ନାହାନ୍ତି।
  3. ବିବାଦୀୟ ଦିଲ୍ଲୀ ଅବକାରୀ ନୀତି ସଂକ୍ରାନ୍ତରେ ପଚରା ଉଚରା କରିବା ନିମନ୍ତେ ସୋମବାର ପୂର୍ବାହ୍ନ ୧୧ଟାରେ ହାଜର ହେବା ପାଇଁ ତଦନ୍ତକାରୀ ଏଜେନ୍‌ସି ‘ସିବିଆଇ’ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସମନ୍‌ ଜାରି କରିଛି।
  4. ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ଆମ୍ ଆଦମୀ ପାର୍ଟି ରବିବାର ଏହାର ପଞ୍ଚମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୧୨ ଜଣ ପ୍ରାର୍ଥୀଙ୍କ ନାମ ରହିଥିବାବେଳେ ଏହାକୁ ମିଶାଇ ଏପର୍ଯ୍ୟନ୍ତ ୫୩ ଜଣ ପ୍ରାର୍ଥୀଙ୍କ ନାମ ଆପ ଦ୍ୱାରା ଘୋଷଣା କରାଯାଇଛି |
  5. ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତିକରଣର ପ୍ରସାର ଓ ବୃଦ୍ଧି ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀ ଆଜି ଭାରତର ୭୫ଟି ଜିଲ୍ଲାରେ ୭୫ଟି ‘ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌’ର ଶୁଭାରମ୍ଭ କରିଛନ୍ତି।
  6. ହୃଦ୍‌ଘାତ ଯୋଗୁଁ  ଛତିଶଗଡ଼ ବିଧାନସଭାର ଉପବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ବିଧାୟକ ୫୮ ବର୍ଷିୟ ମନୋଜ ସିଂହ ମଣ୍ଡାୱୀଙ୍କର ଦେହାନ୍ତ ହୋଇଯାଇଥିବା କଥା ଦଳୀୟ ନେତାମାନେ କହିଛନ୍ତି।
  7. ଶନିବାର ଦିନ ‘ଇଣ୍ଡିଆନ୍‌ ଏୟାର୍‌ଫୋର୍ସ ଅଡିଟରିୟମ୍‌’ରେ ୪୧,୫୪୧ଟି ହାତବୁଣା ପଶମ (ଉଲ୍‌) ଟୋପି ପ୍ରଦର୍ଶନ କରି ‘ଏୟାର୍‌ ଫୋର୍ସ ୱାଇଭ୍‌ସ୍‌ ୱେଲ୍‌ଫେୟାର୍‌ ଆସୋସିଏସନ୍‌’ ‘ଗିନିଜ୍‌ ୱାର୍ଲ ରେକର୍ଡ’ ସୃଷ୍ଟି କରିଛି ।
  8. ବିଶ୍ବରେ ସବୁଠାରୁ ବିପଜ୍ଜନକ ରାଷ୍ଟ୍ରମାନଙ୍କ ମଧ୍ୟରୁ ପାକିସ୍ତାନ ଅନ୍ୟତମ। ବିନା କୌଣସି ନିୟନ୍ତ୍ରଣରେ ପାକିସ୍ତାନ ପରମାଣୁ ଅସ୍ତ୍ର ଧାରଣ କରିଛି। ଏହା ବିଶ୍ବର ସବୁଠାରୁ ବଡ଼ ବିପଜ୍ଜନକ ରାଷ୍ଟ୍ର ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି।
  9. ପ୍ରାୟ ୧୮୦ ବ୍ରିଟିସ ଭାରତୀୟ ହିନ୍ଦୁ ସଂଗଠନ ଏବଂ ମନ୍ଦିର କର୍ତ୍ତୃପକ୍ଷ ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କୁ ଦେଶରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟକୁ ସୁରକ୍ଷା ଯୋଗାଇ ଦେବାକୁ ଦାବିକରି ଚଠି ଲେଖିଛନ୍ତି।
  10. ଆସନ୍ତାବର୍ଷ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା। ୫ଜିର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୮ ସହର ରହିଛି। ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଏସବୁ ସହରରେ ୫ଜି ମୋବାଇଲ ସେବା ଉପଲବ୍ଧ ହୋଇଥିବ । ୨୦୨୩ ଡିସେମ୍ବର ସୁଦ୍ଧା  ରାଜ୍ୟର ୮୦ ପ୍ରତିଶତ ଅଞ୍ଚଳରେ ୫ଜି ସେବା ଉପଲବ୍ଧ ହୋଇଥିବ ।
  11. ବର୍ଷା ଦିନ ପାଇଁ ଜୁନ ୧୬ରୁ ବନ୍ଦ ରହିଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ନଭେମ୍ବର ୧ରୁ ଖୋଲିବ।
  12. ସାରଳା ରିୟଲ୍‌‌କନ ପ୍ରାଇଭେଟ୍‌‌ ଲିମିଟେଡ୍‌‌ ଚିଟ୍‌‌ଫଣ୍ଡ ମାମଲାରେ କଟକସ୍ଥିତ ସ୍ୱତନ୍ତ୍ର ଚିଟ୍‌‌ଫଣ୍ଡ ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏହି କମ୍ପାନୀର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ସହ ନିଲାମ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
  13. ସାଢେ ଚାରିକୋଟି ଓଡ଼ିଆଙ୍କ ସୁଖଦୁଃଖର ସାଥୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଶୁଭ ଜନ୍ମଦିନ ଅବସରରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ସମଗ୍ର ରାଜ୍ୟରେ “ସେବା ଦିବସ” ରୂପେ ପାଳନ କରାଯାଇଛି। ଗୋଟିଏ ଦିନରେ ସର୍ବମୋଟ ୧୬୯୮୩ ସଂଖ୍ୟକ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ରାଜନୈତିକ ଦଳ ଭାବରେ ସର୍ବକାଳୀନ ରେକର୍ଡ଼ ହାସଲ କାରିବାର ଗୌରବ ଅର୍ଜନ କରିପାରିଛି।
  14. ନବୀନ ପଟ୍ଟନାୟକ ରବିବାର ଦିନ ରାଜଧାନୀ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଞ୍ଚଳରେ ଆଇବିଏମର ଭୁବନେଶ୍ୱର କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ଦେଶର ପୂର୍ବ ଭାଗରେ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ଆଇବିଏମର ଏହ ପ୍ରଥମ ଶାଖା କାର୍ଯ୍ୟାଳୟ । କାର୍ଯ୍ୟାଳୟ ଉଦଘାଟନ ସମୟରେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଆଇଟି ସଚିବ ମଧ୍ୟ ଉପସ୍ଥିତ ଥିଲେ ।
  15. ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଆଜି ରବିବାର ଥିବା ସତ୍ତ୍ବେ ରାଜ୍ୟ ସରକାରଙ୍କ ପକ୍ଷରୁ ଠିକା ନିଯୁକ୍ତି ଉଚ୍ଛେଦ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ରାଜ୍ୟରୁ ଗ୍ରୁପ୍‌-ବି, ସି ଓ ଡି ଠିକା ନିଯୁକ୍ତି ଉଚ୍ଛେଦ ହେଲା ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛଇ।  ୨୦୧୩ ଅଧିନିୟମ ଅନୁଯାୟୀ ନିଯୁକ୍ତ କର୍ମଚାରୀ ମାନେ ସ୍ଥାୟୀ ହୋଇଛନ୍ତି। ରାଜ୍ୟରେ ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହୋଇଛନ୍ତି।
  16. ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଭାରତ ଫେରିଥିବା ପ୍ରାୟ ୨୦୦୦ ଡାକ୍ତରୀ ଛାତ୍ରଛାତ୍ରୀ ବର୍ତ୍ତମାନ ଆଶାର କିରଣ ପାଇଛନ୍ତି। ଏହି ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀ ଉଜବେକିସ୍ତାନ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନିଜ ପଢ଼ା ଶେଷ କରିପାରିବେ । ଏନେଇ ଉଜବେକିସ୍ତାନ ସରକାରଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଛି ।
  17. ହିନ୍ଦୀ ଭାଷାକୁ କାହିଁକି ଅନ୍ୟ ଆଞ୍ଚଳିକ ଭାଷା ଭାଷି ରାଜ୍ୟ ଉପରେ ଥୋପା ଯାଉଛି ସେ ନେଇ ଚିଠିରେ ଅଭିଯୋଗ କରିଛନ୍ତି ଏମକେ ଷ୍ଟାଲିନ। ସେ କହିଛନ୍ତି, ସମାଜ ପାଇଁ ଏମିତି ପ୍ରୟାସ ବିଭାଜନକାରୀ।
  18. ଆମେରିକାର ଓହିଓ ବାସିନ୍ଦା ଜଣେ ୧୦୦ ବର୍ଷୀୟ ବୃଦ୍ଧ ଏବେ  ଡାକ୍ତରୀ ଅଭ୍ୟାସ ଜାରି ରଖିଛନ୍ତି । ବିଶ୍ୱର ସବୁଠୁ ବୟସ୍କ ଭାବେ  ଡାକ୍ତରୀ ଅଭ୍ୟାସ ଜାରି ରଖିଥିବାରୁ  ସେ ଗିନିଜ୍‌ ବିଶ୍ୱ ରେକର୍ଡରେ ସ୍ଥାନ  ପାଇଛନ୍ତି ।
  19. କଟକର ଐତିହାସିକ ବାଲିଯାତ୍ରାକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର ମହୋତ୍ସବରେ ପରିଣତ କରିବା ପାଇଁ ଆଜିଠାରୁ ପ୍ରାକ୍‍ ବାଲିଯାତ୍ରା ଉତ୍ସବ ଆରମ୍ଭ ହେଉଛି । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ଣ ୪ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ମହାନଦୀର ଗଡଗଡ଼ିଆ ଘାଟଠାରେ ଏହି ଉତ୍ସବ ଚାଲିବ ।
  20. ଉତ୍ତରାଖଣ୍ଡରେ ଶିକ୍ଷାବର୍ଷ ୨୦୨୨-୨୩ ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦(ନିଉ ଏଜୁକେସନ ପଲିସି) କ୍ରିୟାନ୍ୱୟନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏପରି ଏକ ବ୍ୟବସ୍ଥା ଲାଗୁ କରିବାରେ ଭାରତର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ  ପରିତୟ ପାଇଛି।
503 Y
2047 17-10-2022 English

 

  1. In what could be a Diwali bonanza for millions of farmers, the government will release Rs 16,000 crore under the 12th installment of PM Kisan Samman Nidhi (PM-KISAN) scheme on Monday through direct benefit transfer, which is expected to benefit 10 crore farmers.
  2. Hindalco launched India’s first all-aluminium freight rail rakes, helping fasttrack the country’s ambitious plan to modernise freight transportation and enable large carbon savings for Indian Railways.
  3. According to what Union IT Minister Ashwini Vaishnaw said while attending a programme here Sunday, high-speed 5G services will be rolled out in a few big cities of Odisha by March 2023.
  4. The government’s Covid vaccination programme is in its final leg with the Health Ministry deciding against procuring more vaccines as of now and surrendering Rs 4,237 crore, or nearly 85 per cent of the 2022-23 budget allocation for inoculation purposes, to the Finance Ministry.
  5. The third and final day of the 3rd Indian Documentary Film Festival of Bhubaneswar (IDFFB) kicked off with the screening of Kashmiri movie Ghar Ka Pataby Madhulika Jalali here at Odissi Research Centre, Sunday.
  6. Television actress Vaishali Takkar, who is known for her work in shows like Sasural Simar Ka, Yeh Rishta Kya Kehlata Hai and Super Sisters, passed away at her Indore residence Sunday. She was 29 years old.
  7. Most of the IT companies have set foot in Bhubaneswar, and Odisha is now fast emerging as a technology resource hub, Chief Minister Naveen Patnaik said while inaugurating IBM's Client Innovation Centre (CIC) here Sunday.
  8. KIIT Technology Business Incubator was conferred the ‘National Intellectual Property Awards for 2021 and 2022’ by the Controller General of Patents, Design, and Trade Marks(CGPDTM).
  9. Four members of a Women's Self Help Group (SHG) from Odisha are participating in a five-day international food innovation exhibition in Paris where they will display millet biscuits and laddoos and describe its nutritional values, an official said.
  10. Union Home Minister Amit Shah Sunday released textbooks in Hindi of three subjects for MBBS students as part of an ambitious project of the Madhya Pradesh government to impart medical education in the Hindi language.
  11. Tamil Nadu Chief Minister M K Stalin Sunday staunchly opposed what he called a Parliamentary panel's "recommendation" that for specific jobs, aspirants should have learnt the Hindi language.
  12. Two men fired at soldiers on a Russian military firing range near Ukraine, killing 11 and wounding 15 before being slain themselves, the Russian Defence Ministry said.
  13. Tech giant Google has announced that Meet calls can now be transcribed into text, and users can further save them in a Google Doc format. According to Android Central, the saved file can be accessed from Google Drive.
  14. Prime Minister Narendra Modi Sunday dedicated 75 digital banking units (DBUs) across the 75 districts to the nation through video conferencing, stating that it will further financial inclusion and enhance banking experience for the citizens.
  15. Foreign investors have pulled out nearly `7,500 crore from the Indian equity markets in the first two weeks of October on concerns of monetary policy tightening by the US Federal Reserve and other central banks globally, which could hamper global economic growth.
  16. Senior Congress leaders Mallikarjun Kharge and Shashi Tharoor will face off in an electoral contest on Monday for the post of Congress chief, as the party gets ready to have a non-Gandhi president after 22 years.
  17. Renowned physician Dr Dilip Mahalanabis aged 87 credited with pioneering the oral rehydration therapy, died at a private hospital here on Sunday, sources said.
  18. Union Home Minister Amit Shah on Sunday laid the foundation for the new terminal building and expansion of the Rajmata Vijayaraje Scindia Airport in Madhya Pradesh's Gwalior city.
  19. The Kolkata Police on Sunday said that they recovered cash worth Rs 2 crore along with diamond- studded gold ornaments from the residence of a businessman in a housing complex at Shibpur here.
  20. Indian Naval Academy (INA), Ezhimala will be conducting Indian Navy Sailing Championship 2022 at the state-of-the-art Marakkar Watermanship Training Centre from 18 -21Oct 22.

 

492 Y
2048 16-10-2022 Odia
  1. ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଚେତାଇ ଦେଇ କହିଛନ୍ତି, ଋଷୀ ସେନାଙ୍କ ଯଦି ନାଟୋ ସୈନିକଙ୍କ ଟକ୍କର ହୁଏ ତେବେ ବିଶ୍ୱରେ ହୋଇଯିବ ବିନାଶ । ସାରା ବିଶ୍ୱ ଦେଖିବ ଧ୍ୱଂସର ତାଣ୍ଡବ ।
  2. ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତ ଆହୁରି ତଳକୁ ଖସି ଯାଇଛି। ଏହାର ଅର୍ଥ ଭାରତରେ ଲୋକ ଠିକ୍‌ ଭାବେ ପେଟପୂରା ଖାଇବାକୁ ପାଉ ନାହାନ୍ତି। ଚଳିତ ବର୍ଷ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୦୭ ନଂରେ ରହିଛି। ମୋଟ ୧୨୧ ଦେଶକୁ ନେଇ ତାଲିକା ପ୍ରକାଶ କରାଯାଇଥିବା ବେଳେ ଭାରତର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ୨୦୨୧ରେ ଭାରତ ଏହି ତାଲିକାରେ ୧୦୧ ସ୍ଥାନରେ ରହିଥିଲା ତେବେ ୨୦୨୨ରେ ଆଉ ୬ ସ୍ଥାନ ଖସି ୧୦୭ରେ ପହଞ୍ଚିଛି।
  3. କମ୍ପାନୀ ଅମୂଲ ଡାଏରୀ ନିଜ କ୍ଷୀରର ଦରକୁ ବୃଦ୍ଧି କରିଛି। ଏହାର କ୍ଷୀର ଦାମରେ ୨ ଟଙ୍କା ବୃଦ୍ଧି କରିଛି । ଅମୂଲ କ୍ଷୀର ଲିଟର ପିଛା ଦାମ ୨ ଟଙ୍କା ମହଙ୍ଗା ହୋଇଛି । ଗୁଜୁରାଟ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ ଆଜି(ଶନିବାର) ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି ।
  4. ଭାରତୀୟ ମହିଳା କ୍ରିକେଟ ଦଳ । ଏସିଆ କପରେ ବାଜିମାତ କଲା ମହିଳା ଟିମ । ସପ୍ତମ ଥର ଏସିଆ କପ୍‌ ଟାଇଟଲ ହାତେଇଲା ଭାରତୀୟ ମହିଳା ଦଳ । ଏସିଆ କପର ଫାଇନାଲ ମ୍ୟାଚରେ ଭରତୀୟ ଟିମ୍ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ଚମ୍ପିଆନ ହୋଇଛି ।
  5. ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ । ସଂଘର ଏକ ଜରୁରୀ ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର । ଔଷଧର ନକଲି କାରବାରକୁ ରୋକିବା ପାଇଁ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ନିକଟରେ ଟେଲମା-40 ଓ ଟେଲମା-H ଔଷଧର ନକଲି କାରବାର ଘଟଣା ପଦାକୁ ଆସିବା ପରେ ତନାଘନା ହୋଇଥିଲା ।
  6. ଡ଼ିଶା ସମବାୟ ଆନ୍ଦୋଳନରେ ଆଜି ହେଉଛି ଏକ ଐତିହାସିକ ଦିବସ । ୫-ଟି ଉପକ୍ରମରେ ସମବାୟ କ୍ଷେତ୍ରର ରୂପାନ୍ତରଣ ସହ ରାଜ୍ୟର ୨୦୨୩ ପ୍ରାଥମିକ କୃଷି ସମବାୟ ସମିତ (ପାକ୍ସ)କୁ କୋର ବ୍ୟାଙ୍କିଂ ପ୍ରକ୍ରିୟାରେ ସାମିଲ କରାଯାଇଛି । ଏହାକୁ ପରିଚାଳନା କରିବାକୁ ୧୫ ଜିଲ୍ଲାର କେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକରେ ୩୮୪ ଜଣ ବ୍ୟାଙ୍କ ସହାୟକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।
  7. ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା କେ ବିଜୟ କୁମାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି |କେ ବିଜୟ କୁମାର ଆଜି ବ୍ୟକ୍ତିଗତ କାରଣରୁ ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ କିଛି ସମୟ ପୂର୍ବରୁ ଇସ୍ତଫା ଦେଇଥିବା କୁମାର ମଧ୍ୟ ଦିଲ୍ଲୀର ବାସଭବନ ଛାଡି ଚେନ୍ନାଇ ଚାଲିଯାଇଛନ୍ତି।
  8. ମଧ୍ୟପ୍ରଦେଶର ୧୩ଟି ସରକାରୀ ଡାକ୍ତରୀ କଲେଜ୍‌ରେ ୩ ପ୍ରକାରର ଏମ୍‌ବିବିଏସ୍‌ ବିଷୟବସ୍ତୁ ଆନାଟୋମି, ଫିଜିଓଲୋଜି ଏବଂ ବାୟୋକେମେଷ୍ଟ୍ରିକୁ ହିନ୍ଦୀରେ ପଢ଼ାଯିବ। ବର୍ତ୍ତମାନ ଏହା କେବଳ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବ।
  9. ମାଓବାଦୀଙ୍କ ସହିତ ସମ୍ପର୍କ ଥିବା କାରଣରୁ ଯାବଜ୍ଜୀବନ ସଜ୍ଜା ଭୋଗୁଥିବା ଦିଲ୍ଲୀ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର୍‌ ଜି.ଏନ୍‌. ସାଇବାବା ଜେଲ୍‌ରେ ରହିବେ ବୋଲି ତାଙ୍କୁ ମୁକ୍ତ କରିବା ଲାଗି ବମ୍ବେ ହାଇକୋର୍ଟ ଦେଇଥିବା ଆଦେଶକୁ ରଦ୍ଦ କରି ଆଜି ସୁପ୍ରିମ୍‌ କ‌ୋର୍ଟ ରାୟ ଦେଇଛନ୍ତି।
  10. ଦକ୍ଷିଣ କୋରିଆର ଜେଜୁରେ ଆୟୋଜିତ ଉତ୍ସବରେ ହାଇଦ୍ରାବାଦକୁ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଆସୋସିଏସନ୍‌ ଅଫ୍‌ ହର୍ଟିକଲ୍‌ଚର୍‌ ପ୍ରଡ୍ୟୁସର୍‌’ (ଏଆଇପିଏଚ୍‌) ଦ୍ବାରା ପ୍ରଣିତ ‘ୱାର୍ଲଡ୍‌ ଗ୍ରିନ୍ ସିଟି ଆୱାର୍ଡ ୨୦୨୨’ ପ୍ରଦାନ କରାଯାଇଛି।
  11. ଦେଶବ୍ୟାପୀ ନାଗରିକମାନଙ୍କ ଜାତୀୟ ପଞ୍ଜିକା (ଏନ୍‌ଆର୍‌ସି) ପ୍ରସ୍ତୁତି ‌ପାଇଁ କେନ୍ଦ୍ର ସରକାର ସବୁ ଭାରତୀୟ ନାଗରିକଙ୍କ ଡାଟାବେସ୍‌ ବା ତଥ୍ୟ ଜାତୀୟସ୍ତରରେ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି।
  12. ରାଉରକେଲା ବିମାନବନ୍ଦରର ନିର୍ମାଣ କାମ ଶେଷ ହେବାକୁ ଯାଉଥିବା ବେଳେ ଏହାକୁ ପରିବେଶ ଅନୁମୋଦନ ମିଳିଛି।
  13. ବିଶ୍ବର ନାମୀଦାମୀ ଚିତ୍ରଶିଳ୍ପୀଙ୍କ ବଛାବଛା ଚିତ୍ରକୁ ନେଇ ହେବ ଚିତ୍ରକଳା ପ୍ରଦର୍ଶନୀ। ପୁରୀ ଲଳିତ କଳା ଆର୍ଟ ଗ୍ୟାଲେରି ପରିସରରେ ପ୍ରଦର୍ଶନୀ ଉପଭୋଗ କରିବାର ସୁଯୋଗ ପାଇବେ କଳାପ୍ରେମୀ। ରାଜ୍ୟରେ ପ୍ରଥମଥର ପାଇଁ ଏକକାଳୀନ ୯ଟି ଦେଶର ଚିତ୍ରକଳା ପ୍ରଦର୍ଶିତ ହେବ।
  14. ପାକିସ୍ତାନରେ ଏକ ହସ୍ପିଟାଲ୍ ଛାତ ଉପରୁ ମିଳିଛି ୫ ଶହ ଶବ। ଅନେକ ମୃତ ଶରୀରର ବିଭିନ୍ନ ଅଂଶ ଗାଏବ୍ ହୋଇଥିବା ଦେଖିବାକୁ ମିଳିଛି। କିଛି ଶବର ଛାତି ଚିରା ହୋଇଥିବା ବେଳେ, ଅନେକ ଶବର ପେଟ ଚିରା ହୋଇଛି।
  15. ରିଲାଏନ୍ସ କ୍ୟାପିଟାଲର ସବସିଡାରୀ କମ୍ପାନୀ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ (ଆରସିଏଫଏଲ) ଶେଷରେ ବିକ୍ରି ହୋଇଯାଇଛି। ଆଟମ ଇନଭେଷ୍ଟମେଣ୍ଟ ଏଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଶୁକ୍ରବାର ଆରସିଏଫଏଲକୁ ୧ କୋଟି ଟଙ୍କାରେ କିଣି ନେଇଛନ୍ତି।
  16. ନବରଙ୍ଗପୁର ଜିଲାର ୮୮୧ଟି ଗାଁ ବାଲ୍ୟବିହାର ମୁକ୍ତ ହୋଇଛି। ନବରଙ୍ଗପୁର ଜିଲାରେ ବାଲ୍ୟବିବାହକୁ ରୋକିବା ପାଇଁ ଉଲ୍ଲେଖନୀୟ ଭାବରେ କାର୍ଯ୍ୟ କରିଥିବା ବିଭିନ୍ନ ସମ୍ପ୍ରଦାୟର ମୁଖ୍ୟମାନଙ୍କୁ ଜିଲାପାଳ ଡଃ. କମଳ ଲୋଚନ ମିଶ୍ର ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି।
  17. ତୁର୍କୀରେ ଶୁକ୍ରବାର ଏକ କୋଇଲା ଖାଦାନରେ ବିସ୍ଫୋରଣ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ଏହାସହ ଏଥିରେ ପ୍ରାୟ ୧୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
  18. ରାଜ୍ୟରେ ଆମ୍ବ ଚାଷକୁ ନୂଆ ଦିଗ ପ୍ରଦାନ କରିବା ଲାଗି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ‘ଉନ୍ନତି ଅମୃତ’ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।
  19. ଓଦିଶାରେ ଉଚ୍ଚ ବିଦ୍ୟାଳୟଗୁଡ଼ିକ ପାଇଁ ହିନ୍ଦୀରେ ୧୩୫୨ ପଦରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ୭୨୩ ସଂସ୍କୃତ, ୬ ତେଲୁଗୁ, ୮୪୧ ପିଇଟି ଏବଂ ୨୪ଟି ଊର୍ଦ୍ଧୁ ଶିକ୍ଷକ ପଦ ରହିଛି। ନୂଆ ନିଯୁକ୍ତି ପ୍ରକ୍ରିୟା ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ) ଦ୍ୱରା ତ୍ୱରାନ୍ୱିତ ହେବ। ।
  20. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେବା ପରେ ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ। ରାଜ୍ୟ ତହବିଲରୁ ଏନେଇ ଖର୍ଚ୍ଚ ହେବ ୧୩ ଶହ କୋଟି ଟଙ୍କା।
524 Y
2049 16-10-2022 English
  1. The Odisha government  abolished the contractual appointment rules. A decision in this regard was taken on Saturday in the State Cabinet headed by Chief Minister Naveen Patnaik.
  2. Millet-based food products made by self-help groups (SHGs) of Odisha will be displayed at the SIAL Paris 2022 international food and beverage trade exhibition.
  3. The State Environment Impact Assessment Authority (SEIAA) granted environmental clearance (EC) for upgradation of Rourkela airport in Odisha’s Sundargarh district.
  4. Mother Dairy has increased prices of full-cream milk and cow milk by ₹ 2 per litre in Delhi-NCR with effect from October 16 due to rise in input costs. Full-cream milk price has been revised to ₹ 63 per litre from ₹ 61 per litre, while cow milk will be available at ₹ 55 per litre against ₹ 53 per litre now.
  5. Decorated police officer K Vijay Kumar, who was credited for eliminating forest brigand Veerappan, has resigned as the senior security advisor in the Ministry of Home Affairs (MHA).
  6. The Indian Documentary Film Festival of Bhubaneswar (IDFFB) organised by the Film Society of Bhubaneswar (FSB) was inaugurated at Odissi Research Center here Friday.
  7. As part of the 5T initiative, Chief Minister Naveen Patnaik Friday launched online operations in Primary Agriculture Cooperative Societies (PACS). With this, 2,063 PACS came under the core banking solution platform.
  8. A modern sewage treatment plant with a capacity of treating 4 million litre of wastewater per day was inaugurated at the Rourkela Steel Plant here. Built at a cost of Rs 14.91 crore, the sewage treatment plant was a major step forward in the field of environment management.
  9. The Election Commission (EC) on Friday said it has "zero tolerance" towards distribution of inducement to voters in the Himachal Pradesh polls and bodies including the GST will ensure that freebies are not given out to influence voters.
  10. Alleging rampant malpractices in the existing pricing system of the medicines that leaves patients high and dry, a group of health experts from  the Alliance of Doctors for Ethical Healthcare (ADEH) has suggested that all medicines must bear the cost price and minimum retail price (MRP) .
  11. Delhi Chief Minister Arvind Kejriwal on Thursday said that the BJP has conceded defeat in the municipal polls even before they have been announced, claiming the Delhi civic body's law department is reworking the MCD Act to give the Lieutenant-Governor (L-G) VK Saxena more teeth.
  12. The High Court of Karnataka has directed the State government to fix the fare of app-based autorickshaw aggregators within 15 days.
  13. The Supreme Court on Saturday suspended the Bombay High Court order acquitting former Delhi University (DU) professor G N Saibaba and others in a Maoist-links case.
  14. The Jharkhand High Court refused to put a stay on proceedings against three suspended Congress legislators, who were arrested from Kolkata in July, for their alleged involvement in ferrying cash.
  15. The Bharat Jodo Yatra reached the 1,000-km milestone.
  16. Odisha chief minister Naveen Patnaik on Wednesday launched a portal, which will help make investigations faster, and payment of compensation to the victims of SC-ST atrocities within a period of 21 days.
  17. The government on Saturday hiked the windfall profit tax on the export of diesel to Rs 12 per litre and that on jet fuel exports to Rs 3.50 a litre with effect from October 16.
  18. Bajaj Auto on Friday reported a 16 per cent decline in its consolidated net profit at Rs 1,719 crore for the September quarter, hit by a 25 per cent dip in overseas shipments.
  19. Sabita Toppo, the 17-year-old 100M sprint hurdler from Odisha ran an impressive 14.17 to bag the silver at the Asian Youth Athletics Championship held in Kuwait, following the gold that she won in 100m hurdles at the National Youth (U-18) Athletics meet in Bhopal.
  20. Ruling BJD’s general secretary (organization), Pranab Prakash Das will contest for Odisha Cricket Association (OCA) president post, said Asirbad Behera, senior member of OCA on Saturday.
528 Y
2050 15-10-2022 Odia
  1. ଚଳିତ ହିମାଚଳ ବିଧାନସଭାର ମିଆଦ ଜାନୁଆରି ୮ରେ ଶେଷ ହେଉଥିବାବେଳେ ଗୁଜୁରାଟ ବିଧାନସଭାର ମିଆଦ ଫେବ୍ରୁଆରି ୧୮ରେ ଶେଷ ହେଉଛି।
  2. ବାରାଣସୀ କୋର୍ଟ ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପି ମସଜିଦରୁ ମିଳିଥିବା ଶିବଲିଙ୍ଗଙ୍କର କାର୍ବନ ଡେଟିଂ ମାଧ୍ୟମରେ ଏହାର ପ୍ରାଚୀନତା ନିର୍ଣ୍ଣୟ ଦାବି ଖାରଜ୍ କରିଦେଇଛନ୍ତି ।
  3. ହିମାଚଳ ପ୍ରଦେଶ ବିଧାନସଭାର ୬୮ଟି ଆସନ ପାଇଁ ନଭେମ୍ବର ୧୨ରେ ଭୋଟ ଗ୍ରହଣ ହେବ ଓ ଡିସେମ୍ବର ୮ରେ ଗଣତି ହେବ।
  4. ଭାରତ ପକ୍ଷରୁ ବୁଡ଼ାଜାହାଜରୁ ନିକ୍ଷେପ ହେଉଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର (ଏସଏଲବିଏମ) ସଫଳ ପରୀକ୍ଷଣ କରାଯାଇଛି । ଭାରତର ପରମାଣୁ ଶକ୍ତିଚାଳିତ ବୁଡ଼ାଜାହାଜ ଆଇଏନଏସ ଅରହନ୍ତରୁ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା ।
  5. ଆମେରିକାର ୱାଶିଂଟନ୍ ବିମାନବନ୍ଦରରେ ପାକିସ୍ତାନର ନୂତନ ଅର୍ଥମନ୍ତ୍ରୀ ଇଶାକ୍ ଦାର ହଟହଟା ହୋଇଛନ୍ତି |
  6. ଦିଲ୍ଲୀ ମଦନୀତି ମାମଲାରେ ଜଡ଼ିଥିବା ଦିଲ୍ଲୀର ପ୍ରାୟ ୨୫ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦେଶାଳୟ ଚଢ଼ଉ କରିଛି।
  7. ଭାରତ ସ୍ୱଦେଶି ଜ୍ଞାନକୌଶଳରେ ନିର୍ମିତ ‘୫ଜି’ ଭିତ୍ତିଭୂମି ଶୁଭାରମ୍ଭ କରିଛି କୌଣସି ଦେଶ ଆବଶ୍ୟକ କଲେ ଏହା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
  8. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଟି ଜଳ ବିଦ୍ୟୁତ୍ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରି ହିମାଚଳ ପ୍ରଦେଶର ଚାମ୍ବାଠାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମ୍‌ଜିଏସ୍‌ୱାଇ)ର ୩ୟ ପର୍ଯ୍ୟାୟକୁ ଆରମ୍ଭ କରିଛନ୍ତି।
  9. ସୁପ୍ରିମ୍‌କୋର୍ଟ ଏକ ରାୟରେ କହିଛନ୍ତି ଯେ ସୂଚନା ପ୍ରଯୁକ୍ତି ଆଇନ-୨୦୦୦ର ଧାରା ୬୬ଏ ଅଧୀନରେ କୌଣସି ନାଗରିକ ବିରୋଧରେ ମାମଲା ରୁଜୁ କରାଯାଇପାରିବ ନାହିଁ, କାରଣ ୨୦୧୫ ମସିହାରେ ଏହାକୁ ରଦ୍ଦ କରି ଦିଆଯାଇଥିଲା। ରଦ୍ଦ ହୋଇଥିବା ଧାରା ଅନୁସାରେ ପୂର୍ବରୁ ଆପତ୍ତିଜନକ ବିଷୟବସ୍ତୁ ପୋଷ୍ଟ କରିବା ପାଇଁ ଜରିମାନା ସହ ତିନିବର୍ଷ ପର୍ଯ୍ୟନ୍ତ ଜେଲର ବ୍ୟବସ୍ଥା ଥିଲା।
  10. ପ୍ରଧାନବିଚାରପତି ୟୁୟୁ ଲଳିତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଲେ ଯେ, ଧାରା ୬୬-ଏର ଉଲ୍ଲଂଘନ ପାଇଁ ଏବେ ଦେଶରେ ଯେଉଁମାନଙ୍କ ନାମରେ ମାମଲା ଚାଲିଛି ସେମାନଙ୍କ ମାମଲାଗୁଡ଼ିକୁ ତୁରନ୍ତ ବନ୍ଦ କରାଯାଉ। ଜଷ୍ଟିସ୍ ଅଜୟ ରସ୍ତୋଗି ଓ ଏସ୍‌ଆର୍ ଭଟ୍ଟ ମଧ୍ୟ ଅନ୍ୟତମ ବିଚାରପତି ଥିବା ଖଣ୍ଡପୀଠ କହିଥିଲେ- ଆମେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ପୁଲିସ ଡିଜି ଓ ଗୃହ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଉଛୁ ଯେ ସେମାନେ ଧାରା ୬୬-ଏ ଅନୁଯାୟୀ ଦାଏର କରାଯାଇଥିବା ସମସ୍ତ ମାମଲା ଖାରଜ କରିବା ପାଇଁ ସମଗ୍ର ପୁଲିସ ବଳଙ୍କୁ ନିର୍ଦ୍ଦେଶ ଦିଅନ୍ତୁ।
  11. ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା (୨୦୦୮) ପରେ ପ୍ରଥମ ଥର ଲାଗି ବିଶ୍ବ ସମ୍ପତ୍ତିରେ ୨ ପ୍ରତିଶତ ହ୍ରାସ ହେବାକୁ ଯାଉଛି। ଆଲିଆଞ୍ଜ୍‌ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଏହା ଆକଳନ କରାଯାଇଛି।
  12. ବିଶ୍ବବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ମହାମାରୀ ଯୋଗୁଁ ସାରା ବିଶ୍ବରେ ୭.୧ କୋଟି ଲୋକ ଦାରିଦ୍ର୍ୟ ଭିତରକୁ ଚାଲି ଆସିଥିବା ବେଳେ ସେଥିରୁ ପ୍ରାୟ ୮୦ ‌ପ୍ରତିଶତ ଅର୍ଥାତ ୫.୬ କୋଟି ଲୋକ ହେଉଛନ୍ତି ଭାରତର।
  13. ଖୁଚୁରା ମୁଦ୍ରାସ୍ପିତି ୫ ମାସର ଶୀର୍ଷରେ ପହଞ୍ଚିଥିବା ବେଳେ ପାଇକାରୀ ମୁଦ୍ରାସ୍ପିତିରେ ସାମାନ୍ୟ ରିହାତି ମିଳିଛି। ଜୁନରେ ୧୫ ପ୍ରତିଶତକୁ ପାର କରିଥିବା ପାଇକାରୀ ମୁଦ୍ରାସ୍ପିତିରେ ଏବେ ହ୍ରାସ ଦେଖାଯାଇଛି। ଏହା ଅଗଷ୍ଟର ୧୨.୪୧ ପ୍ରତିଶତରୁ ହ୍ରାସ ହୋଇ ଏବେ ୧୦.୭୦ ପ୍ରତିଶତକୁ ପହଞ୍ଚିଯାଇଛି।
  14. ଏସିଆ କପ୍ ୨୦୨୩ ପାଇଁ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତ କରିପାରେ। ପାକିସ୍ତାନକୁ ଏସିଆ କପ୍ ୨୦୨୩ର ଆୟୋଜନ ଅଧିକାର ମିଳିଛି। ଆଉ ପାକିସ୍ତାନ ଗସ୍ତ କରିବାକୁ ପ୍ରସ୍ତୁତ ବିସିସିଆଇ।
  15. ରାଜ୍ୟରେ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୨୦ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରାଯାଇଥିବା ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଗତକାଲି ରାଜ୍ୟ ସରକାର ୧୩୯ଜଣ ଓଏଏସ୍ ଅଫିସର(ଜୁନିୟର ବ୍ରାଂଚ)ଙ୍କୁ ବଦଳି କରିବା ସହ ଅକ୍ଟୋବର ୧୪ତାରିଖ ଅପରାହ୍ନ ସୁଦ୍ଧା ସେମାନଙ୍କୁ ରିଲିଭ୍ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି ଆଉ ୨୦ ଜଣ ଓଏଏସଙ୍କୁ ବଦଳି କରାଯାଇଛି।
  16. ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ପ୍ରୟୋଗଜନିତ ଓ ବୈଷୟିକ ଗୁରୁତ୍ବ ଦୃଷ୍ଟିରୁ ଅରିହନ୍ତ ସକ୍ଷମ ହୋଇଛି। ଭାରତର ପ୍ରଥମ ପରମାଣୁ ଶକ୍ତିଚାଳିତ ବୁଡ଼ାଜାହଜ ଆଇଏନଏସ ଅରିହନ୍ତ। ୨୦୧୬ରେ ଆଇଏନଏସ ଅରିହନ୍ତକୁ ନୌସେନାରେ ସାମିଲ କରାଯାଇଥିଲା। ଭାରତର ଆଣିବିକ ଶକ୍ତି କ୍ଷମତାକୁ ସଶକ୍ତ କରିବାକୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ଦର୍ଶାଯାଇଛି। ଫଳରେ ଆମେରିକା, ଋଷ ଓ ଚୀନ ସହ ଭାରତ ସମକକ୍ଷ ହୋଇପାରିଛି।
  17. କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ପୁରୁଣା ହାଟ ପୋଷ୍ଟ ଅଫିସରେ ଘଟିଛି। ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ପୋଷ୍ଟ ମାଷ୍ଟର ଏବଂ ପୋଷ୍ଟ ପିଅନ ମିଲିଭଗତରେ ହରିଲୁଟ କରିଥିବା ଜମାକାରୀ ଅଭିଯୋଗ କରିଛନ୍ତି।
  18. ଏକତା କପୁରଙ୍କ ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ଓ୍ଵେବ୍ ସିରିଜ୍ XXXକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ କଡା ଭର୍ତ୍ସନା କରିଛନ୍ତି। ସିରିଜ୍‌କୁ ନେଇ ଅଦାଲତରେ ଲମ୍ବା ସମୟ ଧରି ମାମଲା ଚାଲିଛି। ସଂପ୍ରତି ମାମଲାର ଶୁଣାଣି ବେଳେ ଉଚ୍ଚତମ ନ୍ୟାୟାଳୟ ଏକତା କପୁରଙ୍କୁ କହିଛନ୍ତି, ଆପଣ ଦେଶର ଯୁବ ପିଢିଙ୍କ ମସ୍ତିଷ୍କକୁ ଦୂଷିତ କରୁଛନ୍ତି।
  19. ଷ୍ଟାର ଏବଂ ବାଲାଜୀର ପୂର୍ବତନ ବରିଷ୍ଠ କାର୍ଯ୍ୟନିର୍ବାହୀ ତଥା ଏଗଜ୍ୟୁକେଟିଭ୍‌ ଜୁଲଫିକର ଖାନ ୨୧ ଜୁଲାଇ ୨୦୨୨ରୁ କେନିଆରେ ନିଖୋଜ ହୋଇ ଯାଇଛନ୍ତି । ଇଣ୍ଡଷ୍ଟ୍ରିର ଭେଟେରାନ ଜୁଲଫିକରଙ୍କୁ ୪୮ ବର୍ଷ।
  20. ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ପଦକୁ ନେଇ ନିର୍ବାଚନ ହେବାକୁ ଯାଉଛି। ବର୍ତ୍ତମାନର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲି ଏହି ପଦରୁ ଅବ୍ୟାହତି ନେବାକୁ ଯାଉଛନ୍ତି। କାରଣ ଗାଙ୍ଗୁଲିଙ୍କୁ ଆଉ ଏକ କାର୍ଯ୍ୟକାଳ ଦେବାକୁ ପ୍ରସ୍ତୁତ ନାହାନ୍ତି ବୋର୍ଡର ଅନ୍ୟ ସଦସ୍ୟ।
556 Y