Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1341 17-10-2023 Odia
  1. ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩କୁ ସହଜରେ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିଛି। ଭାରତର ଏହି ସଫଳତାକୁ ବିଶ୍ବର ଅନେକ ମହାକାଶ ଏଜେନ୍ସି ସହିତ ଆମେରିକାର ନାସା ମଧ୍ୟ ଭୂୟସୀ ପ୍ରଶଂସା କରିଛି।

  2. ଚନ୍ଦ୍ରଯାନ-୩ ମିଶନର ବିକ୍ରମ ଲ୍ୟାଣ୍ଡର ନିଜର କାମ ବହୁତ ଭଲ ଭାବେ କରିବା ପରେ ଏବେ ଖୁସିରେ ଚନ୍ଦ୍ରରେ ଶୋଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ୍‌ ସୋମନାଥ ସୋମବାର କହିଛନ୍ତି।

  3. ଆସନ୍ତା ୨୮ ତାରିଖ କୁମାର ପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ । ଏଥିପାଇଁ ଶ୍ରୀମନ୍ଦିର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ ।ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଦିବା ୪ଟା ୪ ମିନିଟ୍‌ ୫୫ ସେକେଣ୍ଡଠାରୁ ରାତି ୨ଟା ୨୪ ମିନିଟି ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ ରହିବ ।

  4. ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି ପାଇଁ ରାଜି ହୋଇଛନ୍ତି। ଆପ୍‌ ସାଂସଦ ରାଘବ ଚଢ଼ା ରାଜ୍ୟସଭାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ ହେବା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏହି ମାମଲାରେ ଆଟର୍ଣ୍ଣି ଜେନେରାଲଙ୍କ ସହାୟତା ଲୋଡିଛନ୍ତି।

  5. ରାଜ୍ୟର ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ର ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହାଦ୍ବାରା ରାଜ୍ୟରେ ଶିଶୁ ଯତ୍ନ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

  6.  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେବଗଡ ଜିଲ୍ଲା ବାରକୋଟ ଠାରେ ଗୋଟିଏ ଅତିରିକ୍ତ ସିଭିଲ୍ ଜଜ୍ (କନିଷ୍ଠ ଡିଭିଜନ୍) ତଥା ଜେଏମଏଫସି କୋର୍ଟ ପ୍ରତିଷ୍ଠାକୁ ଅନୁମୋଦନ ଦେଇଛନ୍ତି

  7. ଜଣେ ବିବାହିତା ମହିଳାଙ୍କୁ ତାଙ୍କ ୨୬ ସପ୍ତାହର ଗର୍ଭ ନଷ୍ଟ କରିବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ।ସୋମବାର କୋର୍ଟ କହିଛନ୍ତି ଯେ ଏମ୍ସ ରିପୋର୍ଟ ଅନୁଯାୟୀ ଗର୍ଭସ୍ଥ ଶିଶୁର କୌଣସି ଅସ୍ୱାଭାବିକତା ନାହିଁ ଏବଂ ଏମ୍ସରେ ଠିକ୍ ସମୟରେ ପ୍ରସବ କରାଯାଇପାରିବ।

  8. ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର ଥିଲେ ବିନୋଦିନୀ । ୧୯୬୫ର ମଲାଜହ୍ନ ଚଳଚ୍ଚିତ୍ର ପାଇଁ ଗୀତ ପ୍ରତମକରି ଲେଖିଥିଲେ ଗୀତ ।

  9. ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଛି । ପୂର୍ବତନ ବିଧାୟକଙ୍କ ବିୟୋଗରେ ପିପିଲିରେ ଶୋକର ଛାୟା ଖେଳିଯାଇଛି ।

  10. ଇସ୍ରାଏଲ-ହମାସ୍‌ ମଧ୍ୟରେ ଲାଗି ରହିଥିବା ମହାସଂଗ୍ରାମ ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି। ହମାସ୍‌ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ପ୍ରତିଜ୍ଞାରେ ଅଟଳ ରହିଥିବା ଇସ୍ରାଏଲ ଗାଜାପଟିରେ ସର୍ଜିକାଲ ଷ୍ଟ୍ରାଇକ୍‌ ସହ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ଯାଉଥିବା ବେଳେ ଗାଜାପଟି ପାଇଁ ପ୍ରଳୟର ଘଣ୍ଟି ବାଜିଛି।

  11. ଯଦି ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ ବନ୍ଦ କରେ ତେବେ ହମାସ ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ବୋଲି ଇରାନ କହିଛି।

  12. ଗାଜାରେ ଏକ ବିଶାଳ ସ୍ଥଳ ଅଭିଯାନ ଆରମ୍ଭ କରିବାପାଇଁ ଇସ୍ରାଏଲ ପ୍ରସ୍ତୁତ ହେଉଥିବାବେଳେ ଇରାନ୍‌ ଇସ୍ରାଏଲକୁ ଏନେଇ ଘନ ଘନ ଚେତାବନୀ ଦେଉଛି। ପାଲେସ୍ତିନୀୟଙ୍କ ବିରୋଧରେ ତୁରନ୍ତ ଆକ୍ରମଣ ବନ୍ଦ କରିବାପାଇଁ ଇରାନ ଇସ୍ରାଏଲକୁ କହିଛି।

  13. ବେଙ୍ଗାଲୁରୁ ରେ  ହୃତ୍‌ପିଣ୍ଡ ପ୍ରତିରୋପଣର ଆବଶ୍ୟକତା ଥିବା ଜଣେ ୭ ବର୍ଷୀୟା ବାଳିକାର ଜୀବନ ବଞ୍ଚାଇବା ପାଇଁ ତାଙ୍କ ଦାତାଙ୍କ ହୃତ୍‌ପିଣ୍ଡକୁ ଶେଷାଦ୍ରିପୁରମରୁ ୧୪ କିମି ଦୂର ଆର୍‌ଆର୍ ନଗରର ସ୍ପର୍ଶ ହସ୍ପିଟାଲରେ ମାତ୍ର ୧୩ ମିନିଟ୍ ୧୭ ସେକେଣ୍ଡରେ ପହଞ୍ଚା ଯାଇଛି।

  14. ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗ୍‌ଚିଙ୍କୁ କେନ୍ଦ୍ର ସରକାର ଆଜି ଜାତିସଂଘର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି। ଏଥିସହିତ ଜେନେଭାଠାରେ ଅବସ୍ଥିତ ଅନ୍ୟ ଅନ୍ତର୍ଜାତୀୟ ସଂଗଠନର ସ୍ଥାୟୀ ପ୍ରତିନିଧି ମଧ୍ୟ ତାଙ୍କୁ କରାଯାଇଛି।

  15. ଯେପରି ସାରା ଦେଶର ଲୋକମାନଙ୍କର ୟୁନିକ୍ ଆଇଡି ( ଆଧାର ନମ୍ବର) ରହିଛି , ଠିକ ସେହିପରି ସ୍କୁଲ ପିଲାଙ୍କ ପାଇଁ ଏକ ୟୁନିକ୍ ଆଇଡି ବା ସ୍ବତନ୍ତ୍ର ପରିଚୟ ସଂଖ୍ୟା ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଯୋଜନା କରୁଛି ।

  16. ଗୁଗୁଲପେ, ଫୋନ୍‌ପେ, ପେଟିଏମ୍ ଆଦି ଆପ୍ ଜରିଆରେ ଡିଜିଟାଲ୍ ପେମେଣ୍ଟ୍‌ରେ ଅଭ୍ୟସ୍ତ ହୋଇପଡ଼ିଥିବା ଲୋକମାନେ ଗତ କିଛିଦିନ ହେଲାଣି ସମସ୍ୟା ଦେଇ ଗତି କରୁଛନ୍ତି। ‌କୌଣସି ଜିନିଷ କିଣି ମୋବାଇଲ୍‌ ଜରିଆରେ ପେମେଣ୍ଟ୍‌ କରିବା ବେଳେ ତାହା ସଫଳ ହେଉନଥିବାରୁ ନିରାଶ ହୋଇ ଫେରୁଛନ୍ତି।

  17. ଜମି ବଦଳରେ ଚାକିରି ଦେବା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର କୋର୍ଟରୁ ଆଉ ଏକ ଆଶ୍ୱସ୍ତି ପାଇଛନ୍ତି। କୋର୍ଟ ତେଜସ୍ବୀଙ୍କୁ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି।

  18. ବର୍ତ୍ତମାନ ସୁପ୍ରିମକୋର୍ଟର ପାଞ୍ଚ ଜଣ ବିଚାରପତିଙ୍କ ଏକ ବେଞ୍ଚ ରାଜନୈତିକ ଦଳର ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ଚାନ୍ଦା ଗ୍ରହଣ କରିବାର ମାମଲାର ଶୁଣାଣି କରିବ।

  19. ନୋଏଡାର ବହୁ ଚର୍ଚ୍ଚିତ ନିଠାରୀ ମାମଲାରେ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅନେକ ଦିନର ବିତର୍କ ପରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

  20. ୨୦୨୮ରେ ଆମେରିକାର ଲସ୍ ଆଞ୍ଜେଲସରେ ହେବାକୁ ଥିବା ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଅଲିମ୍ପିକ୍ସ ପାଇଁ ଟି-୨୦ ଫର୍ମାଟକୁ ଅନୁମୋଦନ ମିଳିଛି । କ୍ରିକେଟ୍ ବ୍ୟତୀତ ସ୍କ୍ୱାସ୍, ବେସବଲ୍ / ସଫ୍ଟବଲ୍, ଲାକ୍ରୋସ୍ ଏବଂ ଫ୍ଲାଗ୍ ଫୁଟବଲକୁ ମଧ୍ୟ ୨୦୨୮ ଅଲିମ୍ପିକ୍ସରେ ସାମିଲ କରିବାକୁ ଆଇଓସିର ୧୪୧ ତମ ଅଧିବେଶନରେ ନିଷ୍ପତ୍ତି ହୋଇଛି ।

431 Y
1342 17-10-2023 English
  1. The Supreme Court Monday declined to permit a married woman, a mother of two, to terminate her over 26-week pregnancy as the foetus was healthy and the AIIMS medical board found no abnormality with it.

  2. Prime Minister Narendra Modi and Chief Ministers of various states were among those who wished Odisha Chief Minister Naveen Patnaik on his 77th birthday, Monday.

  3.  Odisha has made transformational progress in strengthening livelihoods and food security with a focus on marginalised communities, said Chief Minister Naveen Patnaik on World Food Day here Monday. On the occasion, the CM pledged to reinforce sustainable and inclusive development practices, ensuring availability of nutritious and safe foods for all.

  4. Five coaches of a diesel-electric multiple unit (DEMU) passenger train were gutted in a fire that broke out near Narayandoh station in Maharashtra's Ahmednagar district Monday afternoon, but no casualties were reported, officials said.

  5. In more trouble for the city's ruling AAP, the CBI and the ED told the Supreme Court Monday they are contemplating making the party an accused in the corruption and money laundering cases linked to the scrapped Delhi excise policy.

  6.  ISRO Monday said it would commence unmanned flight tests for the Gaganyaan human spaceflight mission with the launch of a test vehicle between 7 am and 9 am October 21 from Sriharikota spaceport to demonstrate the performance of the crew escape system.

  7.  Palestinians in besieged Gaza crowded into hospitals and schools Monday, seeking shelter and running low on food and water.

  8. Daniel Noboa has managed to do what his father failed at five times: Getting elected as Ecuador's President.

  9. US President Joe Biden will pay a solidarity visit to Israel on Wednesday following the Hamas attacks, Secretary of State Antony Blinken announced, as he also said Israel and Washington had agreed to develop a plan for aid to Gaza.

  10. The Supreme Court told the CBI and ED on Monday they cannot keep former deputy chief minister and AAP leader Manish Sisodia in jail for an "indefinite period" in the Delhi excise policy cases.

  11. Arvind Kejriwal's Aam Aadmi Party has decided to make electoral debut in the northeast by contesting in the Mizoram assembly polls.

  12. The Allahabad High Court Monday acquitted domestic help Surinder Koli and his employer Moninder Singh Pandher in the sensational 2006 Nithari serial killings in which they were facing death sentence, holding that the prosecution failed to prove the guilt “beyond reasonable doubt” and that the investigation was “botched up’.

  13. The CBI Monday filed a charge sheet against six people and a juvenile in connection with two tribal women being paraded naked in Manipur’s Kangpokpi district in May this year.

  14. Former Congress MLA Judhistir Samantaray passed away at a private hospital here Monday. He was 73.

  15. With the International Olympic Committee (IOC) Monday giving its final nod, Cricket in the Twenty20 format will return to the Olympic Games for the first time since 1900 when Los Angeles hosts the mega event in 2028

381 Y
1343 16-10-2023 Odia
  1. ନବୀନ ଇତିମଧ୍ୟରେ ପୂରଣ କରିଛନ୍ତି ରାଜନୈତିକ ଜୀବନର ଅପରାଜେୟ ୨୬ ବର୍ଷ। ଜୀବନର ୭୭ତମ ଶରତ ଅତିକ୍ରମ ସହ ସାରା ଦେଶରେ ସୃଷ୍ଟି କରିଛନ୍ତି ନୂଆ ଇତିହାସ। ଦୀର୍ଘ ଅବଧି କ୍ଷମତାସୀନ ଜୀବିତ ମୁଖ୍ୟମନ୍ତ୍ରୀ ସୂଚୀରେ ନବୀନ ସମ୍ପ୍ରତି ଦେଶର ଏକମାତ୍ର ନେତା।

  2. ଇସ୍ରାଏଲରେ ଫସିଥିବା ନିଜ ନାଗରିକଙ୍କୁ ଫେରାଇ ଆଣିବାପାଇଁ ଭାରତ ଗତ ଗୁରୁବାରଠାରୁ 'ଅପରେସନ ଅଜୟ' ଆରମ୍ଭ କରିଥିବା ବେଳେ ଆଜି ଚତୁର୍ଥ ବ୍ୟାଚ୍‌ରେ ଆଉ ୨୭୪ ଭାରତୀୟ ଦିଲ୍ଲୀ ପହଞ୍ଚିଛନ୍ତି।

  3. ଗାଜା ଅଭିଯାନକୁ ବିରୋଧ କରି ଇରାନ ଇସ୍ରାଏଲକୁ ତୁହାକୁ ତୁହା ଧମକ ଦେଇଚାଲିଛି। ଇସ୍ରାଏଲ ଯଦି ‘ଯୁଦ୍ଧ ଅପରାଧ ଏବଂ ଗଣହତ୍ୟା’ ଜାରି ରଖେ, ତେବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ଏବଂ ‘ସୁଦୂରପ୍ରସାରୀ ପରିଣାମ’ ଆସିପାରେ ବୋଲି ଇରାନ କହିଛି।

  4. ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ ରବିବାର କହିଛନ୍ତି ଯେ, ଭାରତର ପ୍ରଥମ ସୌର ମିସନ ଆଦିତ୍ୟ-ଏଲ୍୧ ମହାକାଶଯାନ ଜାନୁଆରି ମଧ୍ୟଭାଗ ସୁଦ୍ଧା ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍୧)ରେ ପହଞ୍ଚିବ।

  5. ଆମ ପୃଥିବୀ ଓ ସୌରଜଗତରେ ଥିବା ଅନ୍ୟ ଗ୍ରହମଣ୍ଡଳ ସୃଷ୍ଟି ପଛରେ ଏକ ବିଗବ୍ୟାଙ୍ଗ୍ ବା ମହାବିସ୍ଫୋରଣ ଥିବା ବୈଜ୍ଞାନିକମାନେ ପୂର୍ବରୁ କହିଆସୁଛନ୍ତି । ଏବେ ସେହିପରି ଏକ ମହାବିସ୍ଫୋରଣ ହୋଇଥିବା ଆମେରିକୀୟ ମହାକାଶ ଏଜେନ୍ସି ନାସା ଦାବି କରିଛି ।

  6. ଏକ ଶିଶୁ ନିରୋଧୀ ଖରାପ ବ୍ୟବହାର ମାମଲାର ତଦନ୍ତରେ ସହ‌େଯାଗ କରିବାରେ ବିଫଳ ହୋଇଥିବା ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ସଂସ୍ଥା ‘ଏକ୍ସ’ ଉପରେ ଅଷ୍ଟ୍ରେଲିଆ ସରକାର ୩,୮୬,୦୦୦ ଡଲାର ଜରିମାନା ଲାଗୁ କରିଛନ୍ତି।

  7. ଦେଶର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ମନୋହର ସିଂହ ଗିଲ୍‌ (୮୬)ଙ୍କର ଆଜି ‌ପରଲୋକ ହୋଇଛି। ଦକ୍ଷିଣ ଦିଲ୍ଲୀର ଏକ ଡାକ୍ତରଖାନାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

  8. ଓଡ଼ିଶା ସମେତ ୧୪ଟି ରାଜ୍ୟରେ ମୁଦ୍ରାସ୍ଫୀତି ଜାତୀୟ ହାର ଠାରୁ ଅଧିକ ରହିଛି। ଅଗଷ୍ଟ ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୬.୮୩ ପ୍ରତିଶତ ରହିଥିଲା।

  9. ଆସନ୍ତା ମାସରେ ହେବାକୁ ଥିବା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି।

  10. ଇସ୍ରାଏଲ ସେନାକୁ ମାଗଣାରେ ଖାଦ୍ୟ ପ୍ରଦାନ କରୁଛି ଫାଷ୍ଟ୍‌ଫୁଡ୍‌ କମ୍ପାନି ମ୍ୟାକଡୋନାଲ୍ଡସ୍‌। କମ୍ପାନିର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।

  11. ବିଆରଏସ୍ ଇସ୍ତାହାରରେ ଜନସାଧାରଣଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଛି। ଆଗକୁ ୪୦୦ ଟଙ୍କାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର। କେବଳ ସେତିକି ନୁହେଁ ସରକାରୀ ଭତ୍ତା ମଧ୍ୟ ବଢ଼ିବ। ୪ ହଜାରକୁ ବୃଦ୍ଧି କରାଯିବ ସରକାରୀ ଭତ୍ତା। ଏଭଳି କିଛି ପ୍ରତିଶ୍ରୁତିରେ ପୋତି ପକାଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ।

  12. କଂଗ୍ରେସ ମଧ୍ୟପ୍ରଦେଶ-ଛତିଶଗଡ-ତେଲେଙ୍ଗାନା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। କଂଗ୍ରେସ ପକ୍ଷରୁ ମଧ୍ୟପ୍ରଦେଶ ପାଇଁ ୧୪୪ , ଛତିଶଗଡ ପାଇଁ ୩୦ ଏବଂ ତେଲେଙ୍ଗାନା ପାଇଁ ୫୫ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।

  13. ସାରା ଦେଶ ପାଇଁ ମଡେଲ ସାଜିଥିବା ଓଡ଼ିଶାର ଡ୍ରିଙ୍କ ଫ୍ରମ୍‌‌ ଟ୍ୟାପ୍‌‌ ଯୋଜନାକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି। ଏହି ଯୋଜନାର ପ୍ରଶଂସକ ତାଲିକାରେ ଯୋଡ଼ି ହୋଇଛନ୍ତି ଲଣ୍ଡନସ୍ଥିତ ଆନ୍ତର୍ଜାତିକ ଜଳସଂଘର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କଳାନିଥି ଭୈରବମୂର୍ତ୍ତି।

  14. ରାଜ୍ୟରେ ପ୍ରାଥମିକ କୃଷିଋଣ ସମିତି (ପାକ୍ସ) ଏବଂ ବୃହତାକାର ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପସ୍‌‌) ପେଟ୍ରୋଲ ପମ୍ପ, ଏଲ୍‌‌ପିଜି ଡିଲରସିପ୍‌‌ ନେବାପାଇଁ ନିଷ୍ପତ୍ତି ହେବା ପରେ ଏନେଇ ଆଗ୍ରହ ପ୍ରକାଶ ପାଇଛି। ରାଜ୍ୟବ୍ୟାପୀ ମୋଟ ୧୦ଟି ଜିଲ୍ଲାରେ ୧୪ଟି ପ୍ରସ୍ତାବ ଆସିଥିବା ବେଳେ ୯ଟି ପାକ୍ସ ଏବଂ ଲ୍ୟାମ୍ପସ ପେଟ୍ରୋଲ ପମ୍ପ ପାଇଁ ଆବେଦନ ମଧ୍ୟ କରିଛନ୍ତି।

  15. ସର୍ବଭାରତୀୟସ୍ତରରେ ଶ୍ରେଷ୍ଠ ସ୍କୁଲ୍‌ ତାଲିକାରେ ଓଡ଼ିଶାର ଦୁଇଟି ଆଦର୍ଶ ବିଦ୍ୟାଳୟ (ଓଏଭି) ସ୍ଥାନ ପାଇଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ବୁଢ଼ାପାଳ ଓଏଭି ଦେଶରେ ଅଷ୍ଟମ ସ୍ଥାନ ଅଧିକାର କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ରାଣୀଭୋଳ ଓଏଭି ନବମ ସ୍ଥାନରେ ରହିଛି। ଇଡବ୍ଳୁ ପୋର୍ଟାଲ ଦ୍ୱାରା ପ୍ରକାଶିତ ‘ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ୍‌ ୨୦୨୩-୨୪’ ତାଲିକାର ଶ୍ରେଷ୍ଠ ୧୦ଟି ସରକାରୀ ଆବାସିକ ସ୍କୁଲ ମଧ୍ୟରେ ଓଡ଼ିଶାର ଏହି ଦୁଇଟି ସ୍କୁଲ ସ୍ଥାନ ପାଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଏହି ତାଲିକାରେ ଦେଶର ମୋଟ ୧୧ଟି ସ୍କୁଲ ସ୍ଥାନ ପାଇଛି।

  16. ଶିମିଳିପାଳ ଅଭୟାରଣ୍ୟରେ ସୋମବାର ଠାରୁ ବାଘ ଗଣନା ଆରମ୍ଭ ହୋଇଛି। ୨୭୫୦ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ(ଏସଟିଆର)ର ୧୬ ଗୋଟି ରେଞ୍ଜ୍‌ର ୧୭୩ ବିଟ୍‌ ଏବଂ ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ଆଦି ବନଖଣ୍ଡର କେତେକ ରେଞ୍ଜରେ ଗଣନା ଆରମ୍ଭ ହୋଇଛି।

  17. ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲା ସିଲିଗୁଡ଼ି ନକ୍ସଲବାରି ବଜାରରେ ରବିବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ୬୦ରୁ ଊର୍ଦ୍ଧ୍ୱ ଦୋକାନ ଜଳିଯାଇଛି।

  18. ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୧ ଲକ୍ଷ ୩୦ ହଜାର ଦର୍ଶକ ମ୍ୟାଚ୍‌କୁ ଦେଖୁଥିଲେ। ଅନଲାଇନ୍ OTT ପ୍ଲାଟଫର୍ମରେ ରେକର୍ଡ ସଂଖ୍ୟକ ଲୋକ ଏହି ମ୍ୟାଚ୍ ଲାଇଭ୍ ଦେଖିଥିଲେ । ଯାହା ସବୁ ରେକର୍ଡକୁ ଭାଙ୍ଗିଦେଇଛି। ଏହି ସୂଚନା ହଟଷ୍ଟାର ପକ୍ଷରୁ ଟ୍ୱିଟ୍ କରି ଦିଆଯାଇଛି। ଏକ ସମୟରେ ହଟଷ୍ଟାରରେ ୩.୧ କୋଟି ଲୋକ ଏକାସାଙ୍ଗରେ ଏହି ମ୍ୟାଚ୍ ଦେଖୁଥିଲେ । ଏହା ପରେ ଏହି ସଂଖ୍ୟା ଆହୁରି ବଢି ୩.୫ କୋଟି ଛୁଇଁଥିଲା।

  19. ଆମେରିକାର ମେରିଲ୍ୟାଣ୍ଡ ସହରରେ ଭାରତୀୟ ସମ୍ବିଧାନର ଜନକ ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି।

  20. ଦିନିକିଆ ବିଶ୍ୱକପ କ୍ରିକେଟରେ ଆଫଗାନିସ୍ତାନ ଟିମ ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛି । ବିଶ୍ୱକପ୍‌ ୨୦୨୩ରେ ରବିବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଗତଥର ଚାମ୍ପିଅନ୍‌ ଇଂଲଣ୍ଡକୁ ୬୯ରେ ରନ୍‌ରେ ପରାସ୍ତ କରିଛି ଆଫଗାନିସ୍ତାନ।

430 Y
1344 16-10-2023 English
  1.  Chief Minister Naveen Patnaik, who turns 78 Monday, will not celebrate his birthday owing to the demise of his elder sister Gita Mehta last month, a CMO statement said.

  2. Former chief election commissioner Manohar Singh Gill died at a south Delhi hospital Sunday after a brief illness, according to people close to him. He was 86.

  3. The government has given a final call to all legal entities engaged in sugar trade to declare their stocks on a food ministry website by October 17, and warned that strict action will be taken against those for violation.

  4. The Empowered committee in PLI (production-linked incentive) scheme has approved Rs 1,000 crore disbursement to beneficiary firms of the electronics sector, a top government official said.

  5. A war of words has ensued between the ruling Congress and the opposition BJP in Karnataka following the recovery of unaccounted cash of over ₹ 50 crore from people including ₹ 42 crore from a contractor in the recent Income Tax raids in Bengaluru.

  6. The airport, touted as the dream project of Haryana Home Minister Anil Vij, will be established on 20 acres, alongside the Air Force Station.

  7. The Congress has fielded young television actor Vikram Mastal, who is popular for his portrayal of Hanuman in Anand Sagar’s ‘Ramayan’, against Chief Minister Shivraj Singh Chouhan in the upcoming Madhya Pradesh elections

  8. Actor Michael Caine has officially retired from acting, with the film The Great Escaper being his ultimate undertaking, has shared his decision to retire, citing his advanced age as the primary reason.

  9. Eminent theatre personality Manoj Pattanyak, who received the Sangeet Natak Akademi award earlier this year, has been elected as the President of Odisha Natya Sangh (ONS), an assembly of over 150 drama troupes in Odisha.

  10. Town police here Sunday seized 2,160 bottles of cough syrup from an auto-rickshaw and arrested two persons during a raid near Krushak Bazaar on Gurudwar Square-Railway Station road in the town while it was being smuggled outside, Sunday

  11. The Supreme Court is scheduled to hear Monday a plea moved by Aam Aadmi Party leader Raghav Chadha, challenging his indefinite suspension from the Rajya Sabha.

  12. The Congress Sunday announced its first list of party candidates for the Madhya Pradesh, Chhattisgarh and Telangana assembly elections.

  13. Raising social security pension amounts, increasing financial assistance given under the 'Rythu Bandhu' investment support scheme for farmers and providing LPG cylinders at `400 each are some of the promises made by the ruling BRS for the upcoming assembly elections in Telangana.

  14. Star Indian pacer Jasprit Bumrah traced the origin of his fine two for 19 spell that played a big part in India bowling out Pakistan for 191 in their World Cup match Saturday to his ability to read the pitch at a venue where he played a lot cricket from the junior days. India easily won the match by seven wickets andBumrah was adjudged as the player of the match.

  15. ISRO has lined up a series of exploration missions including to Mars, Venus and to the Moon again, apart from the maiden human spaceflight programme, Chairman S Somanath said on Sunday.

390 Y
1345 15-10-2023 Odia
  1. ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପୁଣି ଥରେ ଆରମ୍ଭ ହେଲା ନୌସେବା l ନାଗାପଟ୍ଟିନମ୍‌ରୁ କାନକେସନଥୁରାଇକୁ ଚାଲିଲା ଯାତ୍ରୀବାହୀ ଜାହାଜ l ୪୦ ବର୍ଷ ହେଲା ଥିଲା ବନ୍ଦ l ଅଭାଷୀ ମାଧ୍ୟମରେ ଶୁଭ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀl

  2. ଆସନ୍ତା ୧୮ ତାରିଖରୁ ହ୍ରାସ ପାଇବ ତାତି । ପାରଦ ୨ରୁ ୪ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିବ।

  3. ଏଣିକି ରକ୍ତ କର୍କଟ ରୋଗୀଙ୍କୁ ଦେଶରେ ମିଳିବ ଅତ୍ୟାଧୁନିକ ଚିକିତ୍ସା । ପ୍ରଥମ ସ୍ୱଦେଶୀ ସିମେରିକ ଆଟିଂଜେନ ରିସେପ୍ଟର ସେଲ ଥେରାପିକୁ ମିଳିଲା ମଂଜୁରୀ l

  4. ଭାରତୀୟ ଅଡିଟ ଓ ଆକାଉଣ୍ଟସ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଅନନ୍ତ କିଶୋର ବେହେରାଙ୍କର ୫୨ ବର୍ଷ ବୟସରେ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ହେଲା ଦେହାନ୍ତ l

  5. ହମାସ୍‌ର ମୂଳ-ଡାଳ ଉପାଡ଼ି ଫୋପାଡ଼ିବାକୁ ବଦ୍ଧପରିକର ଇସ୍ରାଏଲ ସେନାର ଚେତାବନୀ ପରେ ହଜାର ହଜାର ପାଲେଷ୍ଟିନୀୟ ଆଶ୍ରୟ ନେବାକୁ ଦକ୍ଷିଣ ଗାଜା ପଳାଇଛନ୍ତି।

  6. ଗାଜାରେ ହମାସ୍‌ ସହ ଇସ୍ରାଏଲର ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଭାରତର ମଣିପୁର ଓ ମିଜୋରାମର ମୂଳ ନିବ‌ାସୀ କୁକି ସମ୍ପ୍ରଦାୟର ୨୦୬ ଜଣ ଲୋକ ହମାସ୍‌ ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। 

  7. ଦକ୍ଷିଣ ଲେବାନନ୍‌ରେ ଜଣେ ରଏଟର୍ସ ସାମ୍ବାଦିକଙ୍କ ମୃତ୍ୟୁ ହୋଇଯାଇଛି। ଭିଡିଓ ସାମ୍ବା‌ଦିକ ଇସାମ୍‌ ଅବଦୁଲ୍ଲା ଦକ୍ଷିଣ ଲେବାନନ୍‌ରେ ଏକ ଲାଇଭ୍‌ ଭିଡିଓ ‌ସିଗନାଲ୍‌ ଦେଉଥିବାବେଳେ ଗୋଳାମାଡ଼ରେ ତାଙ୍କର ମୃତ୍ୟୁ ହୋଇଛି। 

  8. ଫିଲ୍ମ ‘ଗଦର-୨’ର ଅପୂର୍ବ ସଫଳତା ପରେ ପୁଣିଥରେ ବଲିଉଡରେ ନିଆଁ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି ସନ୍ନି ଦେଓଲ । ପ୍ରତୀକ୍ଷିତ ସିନେମା ‘ବର୍ଡର-୨’କୁ ନେଇ ହେଲା ଡ଼ିଲ l ଆସନ୍ତା ୨୦୨୪ର ଦ୍ୱୀତିୟାର୍ଦ୍ଧରେ ଏହାର କାର୍ଯ୍ୟ ଆରମ୍ଭ କରାଯିବ l

  9. ଇସ୍ରାଏଲ-ହମାସ ଯୁଦ୍ଧରକୁ ପ୍ରଭାବ l ଭାରତୀୟଙ୍କ କପାଳରେ ପୁଣି ମହଙ୍ଗା ମାଡ଼, ବଢ଼ିପାରେ ଟିଭି, ୱାସିଂମେସିନ ଭଳି ସାମଗ୍ରୀ ମୂଲ୍ୟ l

  10. ଚଳିତବର୍ଷ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିଥିଲା। ଏହାର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠ ସମ୍ବନ୍ଧରେ ଅନେକ ବୈଜ୍ଞାନିକ ଗବେଷଣା କରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଠାଇଥିଲା।

  11. ଓଡ଼ିଶା ସମେତ ୧୩ ରାଜ୍ୟରେ ହେଲା ମୁଦ୍ରାସ୍ଫୀତି ଅଧିକ, ରାଜସ୍ଥାନରେ ସବୁଠୁ ଅଧିକ, ଛତିଶଗଡ଼ରେ ସବୁଠୁ କମ୍‌ l

  12. ବ୍ଲଡ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଭାରତରେ ଏକ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀକୁ ଅନୁମୋଦନ କରାଯାଇଛି।

  13. ଆକ୍ସନ ମୁଡ୍‌କୁ ଆସିଲେ ଇସ୍‌ଲାମିକ୍‌ ଦେଶ: OIC ଡାକିଲା ଜରୁରୀ ବୈଠକ, ଏକାଠି ହେବେ ୫୭ ମୁସଲିମ୍‌ ରାଷ୍ଟ୍ର l

  14. ରିଜଓ୍ୱାନଙ୍କୁ କଟାକ୍ଷ କଲେ ଇସ୍ରାଏଲ ରାଷ୍ଟ୍ରଦୂତ, କହିଲେ- ହମାସ ଆତଙ୍କୀ ପାଇଁ ବିଜୟ ଉତ୍ସର୍ଗ କରିପାରିଲାନି ପାକିସ୍ତାନ l

  15. ଏକ ନୂତନ ଅଧ୍ୟୟନ ଅନୁଯାୟୀ, ବିଶ୍ୱରେ ପ୍ରାୟ ୯ ବିଲିୟନ କିଲୋଗ୍ରାମ ଇ-ଆବର୍ଜନା ଦୁନିଆ ପାଇଁ ସଙ୍କଟ ପାଲଟିଛି।

  16. ଆଇସିସି ବିଶ୍ବକପର ସବୁଠାରୁ ହାଇପ୍ରୋଫାଇଲ୍ ମ୍ୟାଚରେ ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କଲା ଟିମ ଇଣ୍ଡିଆ ।

  17. ବିଶ୍ୱକପ୍‌ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହେଲା ଭାରତ l ୬ ପଏଣ୍ଟ ପାଇ ସମସ୍ତ ୧୦ ଦଳକୁ ପଛରେ ପକାଇ ଶୀର୍ଷକୁ ଉନ୍ନୀତ ହେଲା l

  18. ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଆଉ ଏକ ରେକର୍ଡ, ତେନ୍ଦୁଲକର, ଧୋନୀ ଓ ଡିଭିଲିୟର୍ସଙ୍କୁ ପକାଇଲେ ପଛରେ l ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ବିଶ୍ୱକପ୍‌ରେ ୧୦୦୦ ରନ୍‌ ପୂରା କରିବା ସହ ସର୍ବାଧିକ ଛକ୍କା ଓ ସର୍ବାଧିକ ଶତକ ମାରିବାର କଲେ ରେକର୍ଡ l

  19. ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ପରେ ଶୁଭେଚ୍ଛା ଜଣାଇଲେ ମୋଦୀ-ନବୀନ l

  20. ବିଶ୍ବକପ କ୍ରିକେଟରେ ପାକିସ୍ତାନ ଉପରେ ବିଜୟକୁ ଭାରତବାସୀ ପାଳନ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ନୂଆ ସ୍ବପ୍ନ ଦେଖାଇଛନ୍ତି । ତାହା ହେଉଛି, ୨୦୩୬ ଅଲମ୍ପିକ୍ସ ଆୟୋଜନ ।

445 Y
1346 15-10-2023 English
  1. India fired on all cylinders in what was supposed to be war minus the shooting, blowing away arch-rivals Pakistan by seven wickets in a World Cup face-off that ended in a damp squib after causing unbridled hysteria and logistical hassles.
  2. Amid demands for opening of the ‘Ratna Bhandar' of the Puri Jagannath temple and making an inventory of the valuables stored there, the shrine authorities Saturday claimed that the treasure chest of the Lord is safe.
  3. The Central government has notified August 23, the day Chandrayaan-3 made a soft landing on the moon, as National Space Day.
  4. The Similipal National Park in Mayurbhanj district reopened for visitors Saturday, after remaining closed for four months due to monsoon, officials said. This year, the park was opened early instead of the usual November 1, they said. On the first day, 13 vehicles with 73 tourists entered the park
  5. To ensure the state’s energy security and expand green energy capacity, the Rural Electrification Corporation (REC) here signed three memoranda of understanding (MoUs) with prominent power enterprises Odisha Power Grid Corporation (OPGC), Avaada Energy, and ACME Solar, Saturday.
  6. Roughly 52 per cent of cervical cancer cases diagnosed between 2012 and 2015 survived, scientists have found after analysing data from Population Based Cancer Registries (PBCRs) across India.
  7. Accessibility challenges, lack of adequate infrastructure, information dissemination and varied fees taken from Mo Seva Kendra (MSK) pose a major challenge in farmer’s registration in the Krushak Odisha portal, revealed a recent study conducted by Atmashakti Trust, Odisha Shramajeebee Mancha, and Mahila Shramajeebee Mancha, Odisha
  8. Two students of Government ITI, Berhampur were honoured by the Central government in a programme organised at Delhi Friday.
  9. National Human Rights Commission (NHRC) has sought for detailed reports from the Centre and Odisha government on snakebite deaths, preventive measures and provision of compensation to the victims’ families.
  10. In a series of letters to the Chief Ministers of Haryana and Punjab, Delhi Lt. Governor (L-G) VK Saxena has expressed his growing concerns about the alarming increase in air pollution in the national capital due to the burning of crop residue, known as ‘parali’, in the two neighbouring states.
  11. The CBI Saturday busted a fake passport racket involving officials and middlemen in West Bengal and Sikkim, and arrested two persons, including an official of Passport Laghu Seva Kendra in Gangtok, an agency spokesperson said.
  12. New Zealand’s centre-right National Party led by Christopher Luxon will form a new government with its preferred coalition party ACT, as Prime Minister Chris Hipkins conceded his Labour Party could not form a government after Saturday’s general election.
  13. Securitisation volume crossed the `1 lakh croremark in the second quarter of the current fiscal after a strong start in the June quarter.
  14. The Athletics Federation of India (AFI) will need a “couple of more days” to decide on making a formal bid for hosting the World Athletics Championships in 2027, said its president Adille Sumariwalla here Saturday.
  15. Their campaign back on track after the humiliating loss in the opener, title holders England would look for a dominating all-round effort against a battered Afghanistan in the World Cup here Sunday, with eyes firmly set on bettering their net run rate.
416 Y
1347 14-10-2023 Odia
  1. ଗୋଆରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଲୋକପ୍ରିୟ ହଲିଉଡ ଅଭିନେତା ମାଇକେଲ ଡଗଲାସଙ୍କୁ ସତ୍ୟଜିତ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ।

  2. ଚର୍ମ ରୋଗ ଥିବା ୪୨ ପ୍ରତିଶତ ରୋଗୀ ନିଦ୍ରାଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଚର୍ମ ରୋଗର ପ୍ରଭାବ ଆକଳନ କରିବା ଲାଗି ୧୦ ଦେଶର ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଉପରେ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି।

  3. ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି। ନର ପିଶାଚ ପାଲଟିଥିବା ହମାସ ଗୋଟିକ ପରେ ଗୋଟିଏ ବନ୍ଧକ ରଖିଥିବା ଇସ୍ରାଏଲୀଙ୍କୁ ହତ୍ୟା କରିବାରେ ଲାଗିଛି। ଏହାରି ଭିତରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ) ଲୋକମାନଙ୍କୁ ଟିଭି କିମ୍ବା ସୋସିଆଲ ମିଡିଆରେ ଅଧିକ ଖବର ନ ଦେଖିବାକୁ ପରାମର୍ଶ ଦେଇଛି।

  4. ଶନିବାର ମହାଳୟା ପାଇଁ ରାଜ୍ୟର ସବୁ ସ୍କୁଲ ଛୁଟି ରହିବ। ଗଣଶିକ୍ଷା ବିଭାଗର ନୋଟିସ୍‌ ଅନୁସାରେ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ପୂଜା ଛୁଟି ରହିବ। ଦଶହରା ଛୁଟି ମଧ୍ୟରେ ଦୁଇଟି ରବିବାରକୁ ମିଶାଇ ଚଳିତ ବର୍ଷ ପୂଜା ଛୁଟି ମୋଟ ୧୦ଦିନ ରହିବ।

  5. ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌‌ର ସବୁଠାରୁ ଚର୍ଚ୍ଚିତ ମ୍ୟାଚ୍‌‌ ଖେଳାଯିବ।

  6. ଦକ୍ଷିଣ-ପୂର୍ବ ଏସିଆର ଲାଓସ୍‌ରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳ ୩୫ ଜଣ ଶ୍ରମିକ ଫସିରହିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିଛନ୍ତି। ଫସିରହିଥିବା ଶ୍ରମିକମାନଙ୍କୁ  ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

  7. ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ପୁରୀ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୩୪ କୋଟି ଟଙ୍କା ଏବଂ ଏଥିରେ ୪୧୩୦ଟି ପ୍ରକଳ୍ପ ହେବ। ସେହିପରି ନୟାଗଡ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୭ କୋଟି ଟଙ୍କା ଏବଂ ଏଥିରେ ୨୯୨୪ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

  8. ଆସନ୍ତା ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ। ବାଲିଯାତ୍ରା ନେଇ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ  ନଭେମ୍ବର ୨୭ ତାରିଖ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ୮ ଦିନ ଧରି ଚାଲିବ ଐତିହାସିକ ବାଲିଯାତ୍ରା।

  9. ଅଣ୍ଡାଦିଆ କୁକୁଡ଼ା ପାଳନ ଗ୍ରାମାଞ୍ଚଳ ଲୋକଙ୍କର ଆୟ ବୃଦ୍ଧି ସହିତ ପୁଷ୍ଟିସାର ଖାଦ୍ୟର ଆବଶ୍ୟକତାକୁ ସହଜରେ ପୂରଣ କରିଥାଏ । ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟର ଚାଷୀମାନଙ୍କୁ ଏକ ହଜାର ଅଣ୍ଡାଦିଆ କୁକୁଡ଼ା ପାଳନ ଫାର୍ମ ପ୍ରତିଷ୍ଠା ପାଇଁ ୩ ଲକ୍ଷ ୩ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି ।

  10. କଥା ଦେଇ କଥା ରଖିଲେ ୫ଟି ସଚିବ ଭିକେ ପାଣ୍ଡିଆନ। ବେଦବ୍ୟାସ ମନ୍ଦିରର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ୧୪ କୋଟି ୫୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଛି।

  11. ଇସ୍ରାଏଲ ପକ୍ଷରୁ ଗାଜା ଉପରେ ଘନ ଘନ ମିଜାଇଲ ମାଡ ହେଉଛି । ଏହାରି ମଧ୍ୟରେ ଇସ୍ରାଏଲ ସଂଲଗ୍ନ ଗାଜା ସୀମାନ୍ତରୁ ୧୧ ଲକ୍ଷ ପାଲେଷ୍ଟାଇନ ନାଗରିକଙ୍କୁ ସ୍ଥାନ ଛାଡିବାକୁ ଚେତାବନୀ ଦେଇଛି ଇସ୍ରାଏଲ ସେନା । ପାଲେଷ୍ଟାଇନ ନାଗରିକଙ୍କୁ ଗାଜାର ଦକ୍ଷିଣ ଅଂଚଳକୁ ଚାଲିଯିବାକୁ କୁହାଯାଇଛି ।

  12. ନଭେମ୍ବରରୁ ଇଣ୍ଡିଗୋ ଝାରସୁଗୁଡାରୁ ଆରମ୍ଭ କରିବ ବିମାନ ସେବା ।  ନଭେମ୍ବର ୫ ତାରିଖରୁ କୋଲକାତା ଓ ଝାରସୁଗୁଡା ମଧ୍ୟରେ ଇଣ୍ଡିଗୋର ବିମାନ ସେବା ଆରମ୍ଭ ହେବ। ସେହିପରି ନଭେମ୍ବର ୧୫ ତାରିଖରୁ ଝାରସୁଗୁଡା ଓ ବେଙ୍ଗାଲୁରୁ ମଧ୍ୟରେ ଇଣ୍ଡିଗୋ ବମାନ ଚଳାଚଳ କରିବ ।

  13. ଟେଲିକମ୍ କମ୍ପାନୀଗୁଡିକର ୫ଜି ସେବା ଆରମ୍ଭ ଯୋଜନା ବିଳମ୍ବିତ ହେବ। କାରଣ ଯଦି ଯୁଦ୍ଧ ଦୀର୍ଘ ସମୟ ଧରି ଜାରି ରୁହେ ଏବଂ ଯଦି ଅନ୍ୟ ରାଷ୍ଟ୍ରଗୁଡିକ ମଧ୍ୟ ଏଥିରେ ଜଡିତ ହୁଅନ୍ତି, ତେବେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟ ତିନିରୁ ଚାରି ପ୍ରତିଶତ ହ୍ରାସ ହୋଇପାରେ। ଏହା ଟେଲିକମ୍ କମ୍ପାନୀଗୁଡିକ ପାଇଁ ୫ଜି ନେଟୱାର୍କ ଗିଅର ଆମଦାନୀକୁ ଆହୁରି ମହଙ୍ଗା କରିଦେବ।

  14. ଇସ୍ରାଏଲ ସେନା ହମାସ ଆତଙ୍କବାଦୀଙ୍କ କବଳରୁ ୨୫୦ ପଣବନ୍ଦୀଙ୍କୁ ଉଦ୍ଧାର କରିଛି ଏବଂ ଏହି ଅପରେସନ୍‌ରେ ୬୦ ହମାସ୍‌ ଆତଙ୍କବାଦୀଙ୍କୁ ନିପାତ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ ଶୁକ୍ରବାର ଏନେଇ ଏକ ଭିଡିଓ ଫୁଟେଜ୍‌ ଜାରି ହୋଇଛି।

  15. କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ବିଏସ୍‌ଆର୍‌ ଇନଫ୍ରାଟେକ୍ ଏବଂ ଷ୍ଟାର୍‌ ଇନ୍‌ଫ୍ରାଟେକ୍‌ ଠିକାଦାରୀ ସଂସ୍ଥାର ବିଭିନ୍ନ ଠିକଣାରେ ଆୟକର ବିଭାଗ ଚଢ଼ଉ କରି ବିପୁଳ ପରିମାଣର ନଗଦ ଅର୍ଥ ସମେତ ଅନ୍ୟାନ୍ୟ ସନ୍ଦିଗ୍ଧ କା‌ଗଜପତ୍ର ଓ ଡିଜିଟାଲ ସାମଗ୍ରୀ ଜବତ କରିଛି।

  16. ଏସ୍ରାଏଲ ଉପରେ ହମାସ ଯେଉଁଭଳି ଅତର୍କିତ ଆକ୍ରମଣ କଲା ତାହା କେବେ ଚିନ୍ତା କରାଯାଇ ନଥିଲା। ତେଣୁ ଇସ୍ରାଏଲ ଆକ୍ରମଣ ଘଟଣାରୁ ଆମକୁ ଶିକ୍ଷାଲାଭ କରିବାର ଆବଶ୍ୟକତା ରହିଛି ବୋଲି ଏନ୍‌ଏସ୍‌ଜି(ନ୍ୟାସନାଲ ସିକ୍ୟୁରିଟି ଗାର୍ଡ) ଡିଜି ଏମ୍‌ଏ ଗଣପତି କହିଛନ୍ତି।

  17. ଆଫଗାନିସ୍ତାନର ବାଗଲାନ ପ୍ରଦେଶର ରାଜଧାନୀ ପୋଲ-ଇ-କୋମରିଠାରେ ଥିବା ଇମାନ ଜମାନ ମସଜିଦରେ ଶୁକ୍ରବାର ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟି ୧୭ ଜଣଙ୍କ ମୃତ୍ୟୁ ଘଟିଛି ।

  18. ଗାଜା ଉପରେ ଇସ୍ରାଏଲ୍‌ର ଭୀଷଣ ବୋମାବର୍ଷଣ ଶତ୍ରୁମାନଙ୍କ ପ୍ରତି ଦଣ୍ଡବିଧାନର ଆରମ୍ଭ ମାତ୍ର ବୋଲି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି।

  19. ଇ-କମର୍ସ ୱେବ୍‌ସାଇଟ୍‌ ଆମାଜନ୍‌ରେ କୋରାପୁଟ ହଳଦୀ-ସାବୁନ ଉପଲବ୍ଧ ହେବାପରେ ଗ୍ରାହକଙ୍କ ମଧ୍ୟରେ ଚାହିଦା ବଢ଼ିଛି।

  20. ସରକାରଙ୍କ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ସିଇଆରଟି) ଇଣ୍ଟରନେଟର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ କ୍ରୋମକୁ ନେଇ ୟୁଜର୍ସଙ୍କୁ ସତର୍କ କରାଇଛି। ଗୁଗଲ କ୍ରୋମ ଦ୍ୱାରା ସାଇବର ଆଟାକ୍‌ ହୋଇପାରେ ବୋଲି ୟୁଜର୍ସଙ୍କୁ ସୂଚନା ଦେଇଛି ସିଇଆରଟି।

392 Y
1348 14-10-2023 English
  1. 235 Indians, including two infants, were brought home safely from Israel today under the banner of 'Operation Ajay', a day after 212 others were flown out amid the country's ongoing war with the Palestinian group Hamas.
  2. Terrorism anywhere in the world and any form is against humanity and conflicts do not benefit anyone, Prime Minister Narendra Modi said Friday, amid the ongoing Israel-Hamas war, and asserted that "this is time for peace and brotherhood" as a divided world cannot provide solutions to big global challenges.
  3. US Defence Secretary Lloyd Austin told Israeli leaders that “we have your back” as he reaffirmed US support in the first week of their war against the militant Hamas group. He voiced little public criticism of their stunning demand that some 1 million civilians evacuate northern Gaza.
  4. Palestinians began a mass exodus from northern Gaza Friday after Israel's military told some one million people to evacuate towards the southern part of the besieged territory, an unprecedented order ahead of an expected ground invasion against the ruling Hamas militant group, even as the UN warned that so many people fleeing en masse — almost half the Gaza population — would be calamitous.
  5. The Supreme Court Friday sought a report from the AIIMS medical board on whether the 26-week foetus of a married woman, who wants her pregnancy terminated medically on grounds of her ill health, is suffering from any abnormality.
  6. Assembly polls in Chhattisgarh's Bastar district are going to be special as residents of 40 Maoist-affected villages here will get a chance to vote for the first time in 40 years.
  7. Congress Parliamentary Party Chairperson Sonia Gandhi along with the party's general secretary Priyanka Gandhi Vadra has arrived in Chennai to attend the DMK Women's Rights Conference on Saturday.
  8. The Supreme Court Friday dismissed a PIL challenging Darwin’s theory of evolution and Einstein’s theory of special relativity that expresses the equivalence of mass and energy. A bench comprising Justice Sanjay Kishan Kaul and Justice Sudhanshu Dhulia said there cannot be a writ petition under Article 32 of the Indian Constitution to challenge scientific beliefs.
  9. Days after the Bhagwant Mann government called a two-day sitting of the Punjab Assembly, the Governor's Secretariat has said this session -- being projected as an extension of the Budget session -- is "bound to be illegal".
  10. Congress General Secretary Priyanka Gandhi Vadra’s announcement of ‘free education’ policy (proposal) and ‘scholarship’ for school children in poll-bound Madhya Pradesh seems to have created uneasiness in the ruling BJP.
  11. The BJP on Friday appointed Union minister Kiren Rijiju as the party's election in-charge for Mizoram where assembly polls will be held on November 7.
  12. Train drivers’ maximum working hours should not exceed 12 hours, subject to severe operational exigencies, the Railway Board said, while issuing consolidated guidelines to all the zones Thursday regarding the duty hours of the running staff, including drivers and guards.
  13. West Bengal Chief Minister Mamata Banerjee on Friday announced a ₹ 5,300 Durga Puja bonus for civic volunteers of the West Bengal Police and Kolkata Police, and ASHA workers employed under the health department.
  14. CBI sleuths have arrested a doctor working under the Port Health Organisation, Paradip on the charge of accepting a bribe of `54,000, an officer of the probing agency said, Friday
  15.  Baliyatra, the eight-day-long openair fair, touted to be the biggest in Asia, is all set to kick off November 27, the district administration said, Friday.
  16. Chief Minister Naveen Patnaik launches ‘Ama Odisha Nabin Odisha’ initiative in Puri and Nayagarh districts through videoconferencing in Bhubaneswar, Friday.
  17. 1970- batch Indian Revenue Service (IRS) officer Pradyot Kumar Misra breathed his last Wednesday. He was 76.
  18.  Schools in the state of Odisha  will remain closed from October 20 to 29 on account of Durga Puja, the Directorate of the Secondary Education and the Directorate of Elementary Education said Friday
  19. A Delhi court Friday sent AAP leader Sanjay Singh, arrested in a money laundering case related to the alleged Delhi excise policy scam, to judicial custody till October 27.
  20. India aim to maintain unbeaten record in ODI WC when they face today arch rival Pak in a group game at Ahmedabad .
397 Y
1349 13-10-2023 Odia
  1. ଇସ୍ରାଏଲ-ହମାସ ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଥିବାବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ହମାସ୍‌ ବିରୋଧରେ ଏହାର ଆକ୍ରମଣକୁ ଜୋରଦାର କରିଛି। ଗାଜାକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରି ଭୟଙ୍କର ବୋମାବର୍ଷା ଜାରି ରଖିଛି। ଅନ୍ୟପକ୍ଷରେ ଇସ୍ରାଏଲରେ ପଶିଥିବା ହମାସ ଆତଙ୍କବାଦୀମାନେ ସଂହାର ଲୀଳା ଜାରି ରଖିବା ସହ ଗାଜାରୁ ରକେଟ୍‌ ମାଡ଼ ଜାରି ରଖିବାରେ ସକ୍ଷମ ହୋଇଛନ୍ତି।

  2. ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇସ୍ରାଏଲରେ ଏକ ଜରୁରୀକାଳୀନ ସରକାର ଏବଂ ଯୁଦ୍ଧସମୟ କ୍ୟାବିନେଟ୍‌ ଗଠନ କରିବାର ମାତ୍ର କିଛି ଘଣ୍ଟା ପରେ ଗାଜା ଉପରେ ବଡ଼ ଧରଣର ଆକ୍ରମଣ ହେବାର ଆଗୁଆ ସଙ୍କେତ ଦେଇଛନ୍ତି

  3. ସିରିୟାର ୨ଟି ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଆଜି ଇସ୍ରାଏଲ ଆକ୍ରମଣ କରିଛି। ସିରିୟାର ଡାମାସ୍କସ୍‌ ଏବଂ ଆଲେପ୍ପୋରେ ଥିବା ୨ଟି ପ୍ରମୁଖ ବିମାନବନ୍ଦରରେ ଇସ୍ରାଏଲ୍‌ର କ୍ଷେପଣାସ୍ତ୍ର ମାଡ଼ ଇସ୍ରାଏଲ-ହମାସ ଯୁଦ୍ଧକୁ ନୂଆମୋଡ଼ ଦେଇଛି।

  4.  ‘ଅପରେସନ୍‌ ଅଜୟ’ ବ୍ୟବସ୍ଥାରେ ଯୁଦ୍ଧ-ବିକ୍ଷତ ଇସ୍ରାଏଲ୍‌ରୁ ୨୧୨ଜଣ ଭାରତୀୟଙ୍କୁ ନେଇ ଆସିଥିବା ପ୍ରଥମ ଚାର୍ଟର୍‌ ବିମାନ ଆଜି ପ୍ରତ୍ୟୁଷରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିବା କଥା ନିଉଜ୍‌ ଏଜେନ୍‌ସି  ‘ଏଏନ୍‌ଆଇ’ ରିପୋର୍ଟ କରିଛି।

  5. ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦କୁ ନେଇ ସୁପ୍ରିମକୋର୍ଟ ଚାଲିଥିବା ମାମଲାର ଶୁଣାଣି ଘୁଞ୍ଚିଛି। ଗତକାଲି ଏହି ମାମଲାର ଶୁଣାଣି ବିଚାରପତି ଜଷ୍ଟିସ ହୂଷିକେଶ ରାୟ ଓ ଜଷ୍ଟିସ ସଞ୍ଜୟ କାରୋଲଙ୍କ ଖଣ୍ଡପୀଠରେ ତାଲିକାଭୁକ୍ତ ହୋଇଥିଲା।

  6. ବିଶ୍ବ କ୍ଷୁଧା ସୂଚକାଙ୍କ ବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୩ରେ ଭାରତର ସ୍ଥିତି ଆହୁରି ଖରାପ ହୋଇଛି । ୧୨୫ଟି ଦେଶକୁ ନେଇ ପ୍ରସ୍ତୁତ  ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତ ୧୧୧ ତମ ସ୍ଥାନକୁ ଖସି ଆସିଛି

  7. କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ପୂର୍ବରୁ ତାଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ମିଳୁଥିବାବେଳେ ଏବେ ତାଙ୍କୁ ‘ଜେଡ୍’ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ।

  8. ଗୁଜରାଟ ସରକାର ବିଲକିସ୍‌ ବାନୋ ମାମଲାର ଦୋଷୀମାନଙ୍କୁ ଶୀଘ୍ର ମୁକ୍ତ କରିବା ବିରୋଧରେ ଆଗତ ହୋଇଥିବା ଏକାଧିକ ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି।

  9.  ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ନବାବ ମଲ୍ଲିକଙ୍କୁ ମିଳିଥିବା ଅସ୍ଥାୟୀ ମେଡିକାଲ ଜାମିନକୁ ସୁପ୍ରିମ୍‌କୋର୍ଟ ଆଉ ୩ ମାସ ବୃଦ୍ଧି କରିଛନ୍ତି। 

  10. ୨୦୦୮ରେ ହୋଇଥିବା ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦିଲ୍ଲୀ ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି । ଦିଲ୍ଲୀ ପୁଲିସ ଇନ୍ସପେକ୍ଟର ମୋହନ ଚନ୍ଦ୍ର ଶର୍ମା ହତ୍ୟା ମାମଲାରେ ଆରିଜ୍ ଖାଁଙ୍କୁ ଦିଆଯାଇଥିବା ଫାଶୀ ଦଣ୍ଡାଦେଶକୁ ବଦଳାଇ ଆଜୀବନ କାରାଦଣ୍ଡରେ ପରିଣତ କରିଛନ୍ତି ।

  11. ଗଙ୍ଗାଜଳ ଉପରେ ଜିଏସଟି ଲାଗୁ କରାଯିବାକୁ ନେଇ ଦେଶରେ ଚାଲିଥିବା ବିତର୍କର ଅବସାନ ହୋଇଛି । କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ସ୍ପଷ୍ଟ କରିଛି ଯେ ଗଙ୍ଗାଜଳକୁ ଜିଏସଟିରୁ ମୁକ୍ତ କରାଯାଇଛି।

  12. ଚାଷୀମାନଙ୍କ ଆୟ ବଢ଼ାଇବା ଲାଗି ବିଭିନ୍ନ କ୍ଷେତ୍ରରେ ଉଦ୍ୟମ ଜାରି ରହିଛି। ତେବେ ଗ୍ରାମାଞ୍ଚଳରେ ବାସ କରୁଥିବା ମହିଳାମାନଙ୍କ ଆୟ ବଢ଼ାଇବା ଲାଗି କୁକୁଡ଼ା ପାଳନ ଉପରେ ଗୁରୁତ୍ବାରୋପ କରାଯାଉଛି।

  13. ରାଜ୍ୟରେ ୬୬, ୧୪୧ ବୁଣାକାର ପରିବାର ରହିଛନ୍ତି । ୧ ଲକ୍ଷ ୨୪ ହଜାର ୮୪ ଜଣ ବୁଣାକାର ଅଛନ୍ତି ସେହିପରି ୫୬ ହଜାର ୫୬୯ ସଂଖ୍ୟକ ତନ୍ତ ରହିଛି । ଆଗରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ଦିଆଯାଉଥିଲା । ଏବେ ଏହାକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୧ ଲକ୍ଷ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି।

  14. ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ଆମେରିକାର ସ୍ପେସ୍ ଏଜେନ୍ସି ନାସା ବର୍ତ୍ତମାନ ଲକ୍ଷ୍ୟ ରଖିଛି ଯେ ଏଥରକ ଚନ୍ଦ୍ରରେ ଦୀର୍ଘକାଳୀନ ରହଣି ହେବ। ଏହି ଯୋଜନାକୁ ସଫଳ କରିବା ପାଇଁ ନାସା ଚନ୍ଦ୍ରରେ ଘର ନିର୍ମାଣ କରିବାକୁ ଯାଉଛି – ଯାହା କେବଳ ମହାକାଶଚାରୀଙ୍କ ଦ୍ୱାରା ନୁହେଁ, ସାଧାରଣ ଲୋକଙ୍କ ଦ୍ୱାରା ମଧ୍ୟ ବ୍ୟବହାର କରାଯାଇପାରିବ। 

  15. ସମ୍ପ୍ରତି ନାସା ଆରମ୍ଭ କରିବାକୁ ଯାଉଛି ଏକ ଅଭିନବ ମିଶନ୍। ଧାତୁ ସମୃଦ୍ଧ ଗ୍ରହାଣୁ ‘ସାଇକି’ ଉପରେ ଏହି ଅଧ୍ୟୟନ କରିବା ନିମନ୍ତେ ବୈଜ୍ଞାନିକଦଳ ଅକ୍ଟୋବର ୧୨ତାରିଖରେ ‘ମିଶନ୍ ସାଇକି’ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସୌରମଣ୍ଡଳରେ ମଙ୍ଗଳ ଏବଂ ବୃହସ୍ପତି ମଧ୍ୟରେ ଥିବା ମୁଖ୍ୟ ଗ୍ରହାଣୁ ବେଲ୍ଟରେ ଅବସ୍ଥିତ ସାଇକିର ବ୍ୟାସ ପ୍ରାୟ ୨୨୬ କି.ମି।

  16. ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଏସିବି କୋର୍ଟରେ ସୋମବାର ଅର୍ଥାତ୍‌ ଅକ୍ଟୋବର ୧୬ରେ ଫାଇବରନେଟ ସ୍କାମ ମାମଲାରେ ହାଜର କରାଯିବ। 

  17. ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଜିତ ପାୱାରଙ୍କ ଇଚ୍ଛା କେବଳ ଏକ ସ୍ବପ୍ନ ହୋଇ ରହିଯିବ। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଗୁରୁବାର ଏଭଳି କହିଛନ୍ତି। 

  18. ସରକାରୀ ସମର୍ଥନ ଏବଂ ଉପଯୁକ୍ତ ରଣନୀତି ତଥା ମାର୍କେଟିଂ କୌଶଳ ଆଧାରରେ ଭାରତ ତିନି ବର୍ଷ ମଧ୍ୟରେ ଆମେରିକା ସମେତ ୧୦ ଟି ଦେଶକୁ ୧୧୨ ବିଲିୟନ ଡ଼ଲାରର ରପ୍ତାନି କରିବ।

  19. ୫ ହଜାର ବର୍ଷ ଧରି ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ରହିଆସିଛି ବୋଲି ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ କହିଛନ୍ତ।

  20. ବିଶ୍ୱକପ୍‌ ଲିଗ୍ ପର୍ଯ୍ୟାୟରେ ଗୁରୁବାର ଖେଳାଯାଇଛି ଦଶମ ମ୍ୟାଚ୍ । ଏକନ୍ନା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁହାମୁହିଁ ହୋଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି  ୭ ୱିକେଟ ହରାଇ ୩୧୧ ରନ କରିଥିଲା। 

449 Y
1350 13-10-2023 English
  1. “We cannot kill a child,” the Supreme Court observed Thursday while hearing the Centre’s plea seeking recall of its order allowing a married woman— a mother of two – to terminate her 26-week pregnancy.

  2. The first batch of around 230 Indians are expected to return to India from Israel on a flight under Operation Ajay Friday morning, the Ministry of External Affairs (MEA) said Thursday.

  3. With the highest child wasting rate of 18.7 per cent, India ranked 111th out of 125 countries in the Global Hunger Index (GHI) 2023 that was released Thursday even as the government rejected the report calling it a flawed measure of ‘hunger’ that does not reflect the country’s true position.

  4. Chief Minister Naveen Patnaik Thursday flagged off 36 buses in 111 panchayats of Malkangiri district as he launched the muchhyped ‘Location Accessible Multimodal Initiative’ (LAccMI) scheme which aims at establishing seamless public transport network from gram panchayat (GP) level to the state capital.

  5. The Odisha state government has asked its Agriculture and Forest departments to go for a massive mangrove and palm tree plantation drive in areas, which are vulnerable to natural calamities like cyclones, officials said Thursday.

  6. With temperature in Capital Bhubaneswar abnormally soaring to 36 degrees C Wednesday, which is four degrees above normal, weather watchers of the City have expressed concern over summerlike heat in October.

  7. Chief Minister Naveen Patnaik said that Odisha should lead the way in developing the roadmap for millets for next decade, both nationally and internationally.

  8. A sevenjudge Constitution bench of the Supreme Court Thursday said that it will decide appeals from Odisha challenging the validity of Section 5A of Orissa Sales Tax Act, 1947 after 29 years.

  9. Assam Chief Minister Himanta Biswa Sarma Thursday said that his government has not imposed any additional taxes on the people for implementing various welfare schemes.

  10. Indian Institute of Technology Guwahati (IITG) alumni-led startup Primary Healthtech Private Limited has developed an indigenous point-of-caretesting (POCT) device which is expected to test 25 parameters in blood to diagnose early chronic diseases related to kidney, liver, heart, and pancreas malfunctions.

  11. The Supreme Court Thursday reserved its verdict on a batch of petitions filed against the early release of convicts in the Bilkis Bano case by the Gujarat government.

  12. The Manipur government has prohibited the circulation of videos or images depicting violence and damage to properties to restore normalcy in the ethnic strife-torn state.

  13. India’s second largest IT services company Infosys Thursday reported a 3.1 per cent year-on-year rise in net profit to `6,215 crore for the September 2023 quarter.

  14. The Delhi High Court has permitted the lessors of then crisis-hit Go First to engage security personnel round-the-clock for protecting their aircraft that are lying idle for several months.

  15. Unaccounted cash to the tune of over ₹ 20 crore and 31.9 kg gold was seized at various places in Telangana after the model code of conduct came into force on October 9.

  16. The Enforcement Directorate (ED) has provisionally attached immovable properties worth over ₹ 150 crore belonging to Vivekanand Shankar Patil, a four-time MLA from Panvel and his relatives in connection with a bank fraud case, officials said.

  17. The YSR Telangana Party will contest all 119 seats in next month's Assembly election, YS Sharmila said Thursday, putting an end to speculation her outfit will ally with the Congress to consolidate votes against the ruling Bharat Rashtra Samithi.

  18. The Central Board of Indirect Taxes and Customs said no such tax has been imposed on Gangajal, used in puja and other ceremonies.

  19. Pragyan Prasant Sahu of Odisha had a splendid outing at the National Open Athletics Championships here Thursday as she secured gold medal in the women’s 100m hurdles event.

  20. After surpassing Chris Gayle’s record of most sixes in international cricket Wednesday, Indian captain Rohit Sharma said he has taken some inspiration from the ‘Universe Boss’ himself in his journey.

417 Y