Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
851 25-06-2024 Odia
  1. 1.ପ୍ରଥମ ଦିନରେ ପ୍ରାୟ ୨୮୦ ଜଣ ଲୋକସଭା ସାଂସଦ ଶପଥ ନେଇଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହିତ ଅବଶିଷ୍ଟ ପ୍ରାୟ ୨୬୦ ସାଂସଦ ଆସନ୍ତାକାଲି ଶପଥ ନେବେ। ସଂସଦ ଭିତରକୁ ପ୍ରବେଶ କରିବା ପୂର୍ବରୁ ଗଣମାଧ୍ୟମକୁ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ସମାଲୋଚନା କରିଛନ୍ତି।

  2. 2.ଶିଳ୍ପ ପ୍ରକଳ୍ପ ସ୍ଥାପନ ଲାଗି ନିବେଶ ପ୍ରସ୍ତାବ ହାସଲ କରିବାରେ ଓଡ଼ିଶା ସାରା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି। ୨୦୨୩ରେ ଓଡ଼ିଶା ୨,୧୦,୮୩୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଥିଲା। ସାରା ଦେଶରେ ଏହି ସମୟରେ ୧୨୬୭ଟି ନିବେଶ ପ୍ରସ୍ତାବ ଆସିଥିବା ବେଳେ ତାହା ଦୁଇ ପଞ୍ଚାମାଂଶ ଭାଗ ଓଡ଼ିଶାକୁ ମିଳିଥିଲା।

  3. 3.ଧନୀକ ଶ୍ରେଣୀ ସହ ମଧ୍ୟ ଜାତିର ପ୍ରାସଙ୍ଗିକତା ରହିଛି। ଏକ ଆକଳନରୁ ଜଣାପଡ଼ିଛି ଯେ ଭାରତରେ ୮୫ ପ୍ରତିଶତରୁ ଅଧିକ ‌ଧନୀ ‌ହେଉଛନ୍ତି ଉଚ୍ଚ ଜାତିର ଲୋକ। ବିଲିଓନେୟାର ଧନୀଙ୍କ ମଧ୍ୟରେ ଅନୁସୂଚିତ ଜାତି (ଏସ୍‌ସି)ଙ୍କ ଭାଗ ମାତ୍ର ୨.୬ ପ୍ରତିଶତ ରହିଥିବା ବେଳେ ଅନୂସୂଚିତ ଜନଜାତି (ଏସ୍‌ଟି) ଭାଗ ପ୍ରାୟ ଶୂନ ରହିଛି। ୱାର୍ଲଡ୍‌ ଇନ୍‌ଇକ୍ବାଲିଟି ଲ୍ୟାବ୍‌ ତଥ୍ୟ ଅନୁଯାୟୀ ଭାରତରେ ୯ ପ୍ରତିଶତ ଧନୀ ହେଉଛନ୍ତି ଅନ୍ୟାନ୍ୟ ପଛୁଆ ବର୍ଗର ଲୋକ।

  4. 4.ତେଲେଙ୍ଗାନା ସରକାର କୃଷି ଋଣ ଛାଡ଼ କରିବା ପରେ ବିଭିନ୍ନ ରାଜ୍ୟରେ ଋଣ ଛାଡ଼ ଦାବି ଜୋର ଧରିଛି। ‌‌ତେଲେଙ୍ଗାନାରେ ୩୧,୦୦୦ କୋଟି ଟଙ୍କାର କୃଷି ଋଣ ଛାଡ଼ କରାଯାଇଛି। ଚାଷୀମାନଙ୍କ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ ହୋଇଛି।

  5. 5.ଲୋକସଭା ନିର୍ବାଚନରେ ମୋଟ ୭୪ ଜଣ ମହିଳା ବିଜୟୀ ହୋଇଛନ୍ତି, ଯାହା କି ୨୦୧୯ରେ ନିର୍ବାଚିତ ହୋଇଥିବା ୭୮ ଜଣ ମହିଳାଙ୍କ ତୁଳନାରେ କମ୍। ନିମ୍ନ ସଦନକୁ ନିର୍ବାଚିତ ହୋଇଥିବା ସମସ୍ତ ମହିଳା ସାଂସଦଙ୍କ ମଧ୍ୟରେ ପଶ୍ଚିମବଙ୍ଗ ୧୧ ଜଣ ମହିଳା ସାଂସଦଙ୍କ ସହ ଆଗରେ ରହିଛି।

  6. 6.ବମ୍ବେ ହାଇକୋର୍ଟ ସୋମବାର କହିଛନ୍ତି ଯେ ଯଦି ଗୋଟିଏ ଦିନ ପାଇଁ ପ୍ରଧାନମନ୍ତ୍ରୀ ଓ ଅନ୍ୟ ଭିଭିଆଇପିଙ୍କ ପାଇଁ ରାସ୍ତା ଓ ଫୁଟପାଥ୍ ସଫା ହୋଇପାରୁଛି, ତେବେ ଅନ୍ୟ ସମସ୍ତଙ୍କ ପାଇଁ ଏହା ଦୈନିକ କାହିଁକି ସଫା କରାଯାଇ ପାରିବ ନାହିଁ?

  7. 7.ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଜନସାଧାରଣଙ୍କ ସୁବିଧାରେ ଅଭାବ ନେଇ ବିଧାୟକ, ଅମଲାତନ୍ତ୍ର ଏବଂ ପୋଲିସ କର୍ମଚାରୀଙ୍କୁ ତାଗିଦ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀ, ବିଧାୟକ ଏବଂ ଅମଲାତନ୍ତ୍ରଙ୍କୁ ପଚାରିଥିଲେ, ଆପଣମାନେ ଆଶା କରୁଛନ୍ତି କି ମୁଁ ରାଜ୍ୟର ରାସ୍ତା ସଫା କରିବି? ମୁଁ ରାସ୍ତାରେ ଝାଡୁ ଦେବି କି?

  8. 8.ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ନିଟ୍-ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ସରକାରଙ୍କ ନିକଟରେ ଲୁଚାଇବାକୁ କିଛି ନାହିଁ ବୋଲି ସୋମବାର କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି।

  9. 9.ମାତୃତ୍ୱ ଅବକାଶରେ ହୋଇଛି ବଡ଼ ପରିବର୍ତ୍ତନ। ସରୋଗେସୀ ସହ ଜଡ଼ିତ ନିୟମରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ସରକାରଙ୍କ ଏହି ନିଷ୍ପତ୍ତି ପରେ ଏଣିକି ସରକାରୀ କର୍ମଚାରୀମାନଙ୍କୁ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ମିଳିପାରିବ। ଜୁନ୍‌ ୧୮ରେ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

  10. 10.ଲକ୍ଷ୍ମୀ ବସ୍‌ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୁତି ଜେନା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଲକ୍ଷ୍ମୀ ବସ୍‌ ସେବା ନେଇ ଅଧିକ ତର୍ଜମା ଚାଲିଛି। ଯେଉଁ ସ୍ଥାନରୁ ବସ୍‌ ସେବା ନାହିଁ, ସେ ସ୍ଥାନର ଲୋକେ ସୁବିଧା ପାଇବେ।

  11. 11.ଗୃହ ଓ ନଗର ଉନ୍ନୟନ ବିଭାଗ ଡେପୁଟି ସେକ୍ରେଟାରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ସୋମବାର ବଦଳି କରାଯାଇଛି। ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଡେପୁଟି ସେକ୍ରେଟାରୀ ଭାବେ ନିଯୁକ୍ତି ଦିଆଯାଇଛି।ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

  12. 12.କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୋମବାର କହିଛନ୍ତି ଯେ ପାସପୋର୍ଟ ଆବେଦନକାରୀଙ୍କ ପୋଲିସ ଯାଞ୍ଚରେ ନିଆଯାଇଥିବା ସମୟ ହ୍ରାସ କରିବାକୁ ବୈଦେଶିକ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଏଥିପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ସହ ସମନୱୟ ରକ୍ଷା କରିବାକୁ ଏମଇଏ ଉଦ୍ୟମ କରୁଛି।

  13. 13.ସଂପର୍କୀୟଙ୍କ ବାହାଘର ସାରି ଫୋରୁଥିବା ବେଳେ ଟ୍ରକ୍‌ ଧକ୍କା ଦେବାରୁ ୫ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଉତ୍ତର ପ୍ରଦେଶର ପ୍ରୟାଗରାଜ ଅଞ୍ଚଳରେ ଘଟିଛି ।

  14. 14.ଦକ୍ଷିଣ କୋରିଆର ଲିଥିୟମ ବ୍ୟାଟେରୀ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପାଞ୍ଚ ଜଣ ନିଖୋଜ ଅଛନ୍ତି। ସ୍ଥାନୀୟ ଅଗ୍ନିଶମ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସକାଳ ୧୦ଟା ୩୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

  15. 15.ସୋମବାର ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବା ପରେ କାଚଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଏମ୍‌ପିମାଙ୍କ ଶପଥପାଠ କରାଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ମାତୃଭାଷା ଓଡ଼ିଆରେ ଆଜି ଶପଥ ନେଇଛନ୍ତି।

  16. 16.ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ କାନାଡ଼ାରୁ ଖରାପ ଖବର ଆସିଛି। ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ସରକାର ସ୍ନାତକୋତ୍ତର ୱାର୍କ ପରମିଟ୍ ପ୍ରବେଶ ନେଇ ନୂଆ ଆଇନ ଆଣିଛନ୍ତି। ସ୍ନାତକୋତ୍ତର ୱାର୍କ ପରମିଟ୍ (ପିଜିଡବ୍ଲୁପି ) ଆଉ କାନାଡ଼ା ପ୍ରବେଶ ପାଇଁ ବୈଧ ହେବ ନାହିଁ ।

  17. 17.ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ନିଜର ଦୀର୍ଘ ଦିନ ବନ୍ଧୁ ଜହିର ଇକବାଲଙ୍କ ସହ ପ୍ରଥମେ କୋର୍ଟରେ ବିବାହ କରିବା ପରେ ହିନ୍ଦୁ ରୀତିନୀତିରେ ବି ବାହାଘର ହୋଇଛି।

  18. 18.ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ଆଦୌ ସୁରକ୍ଷିତ ନୁହନ୍ତି। ଧର୍ମ ନାଁରେ ସେମାନଙ୍କୁ ଟାର୍ଗେଟ କରାଯାଉଛି ଓ ଦେଶ ସେମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ଏମିତି କିଛି ଆଜି ସ୍ୱୀକାର କରିଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ।

  19. 19.ନୟାପଲ୍ଲୀର ସ୍ମିତା ଚୌଧୁରୀ ନାମକ ମହିଳା ଟେଲିଗ୍ରାମ ଗ୍ରୁପରେ କିଛି ରେଟିଙ୍ଗ ଦେଇଥିଲେ। ଗୋଟେ ରେଟିଙ୍ଗରେ ୫୦ ଟଙ୍କାର ପାଇବେ ବୋଲି ସାଇବର ଠକ ଲୋଭ ଦେଖାଇଥିଲେ। ପର୍ଯ୍ୟାୟ କ୍ରମେ ୨ ହାଜର ଟଙ୍କା ଦେଲେ ମୂଳ ଟଙ୍କା ସହ ରେଟିଙ୍ଗ ଟଙ୍କା ଡବଲ ହେଇଯିବ। ଏମିତି ଲୋଭ ଦେଖାଇ ପର୍ଯ୍ୟାୟ କ୍ରମେ ମହିଳାଙ୍କ ଠାରୁ ୩ ଲକ୍ଷ ୩୬ ହାଜର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ। ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ମହିଳା।

  20. 20.ସେଣ୍ଟ ଲୁସିଆସ୍ଥିତ ଡାରେନ ସାମି ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପର ଶେଷ ସୁପର-୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୨୪ ରନ୍‌ରେ ପରାସ୍ତ କରି ଭାରତ ଅପରାଜେୟ ଭାବେ ସେମିଫାଇନାଲରେ ପହଞ୍ଚିଛି।

311 Y
852 25-06-2024 English
  1. 1.A staggering 113 countries worldwide have never had a woman serve as head of state or government, and only 26 countries are led by women as of Monday, according to UN Women's global data on Women Political Leaders 2024.

  2. 2.Srinagar, the summer capital of Jammu and Kashmir, has been officially recognised as a ‘World Craft City’ by the World Crafts Council, an official spokesman said here.

  3. 3.The Kerala Assembly Monday unanimously adopted a resolution urging the Centre to officially change the state’s name to ‘Keralam’.

  4.  4.Kozhikode in north Kerala, known for its rich cultural heritage, has been officially declared as India’s first UNESCO ‘City of Literature’.

  5. 5.In a move to ensure the safety and comfort of women during office hours, the West Bengal Transport Department is set to introduce two exclusive ladies’ special buses in Kolkata starting June 25, a senior state official said Monday.

  6. 6.Minister of Food Supplies and Consumer Welfare department, Krushna Chandra Patra said Monday that the Odisha government is planning to construct cold storage facilities in every block of the state.

  7. 7.The Opposition BJD Monday rejected Chief Minister Mohan Charan Majhi’s claim that he was lured with a ministerial berth and a mineral block by the previous Naveen Patnaik government.

  8. 8.Minister of Science and Technology Krushna Chandra Patra has suggested officials that the Pathani Samanta Planetarium here be renovated into a world-class standard institution with new features in galleries.

  9. 9.Intense spell of rain with thundershower is likely to occur across the state from June 26 due to active monsoon, the India Meteorological Department (IMD) said Monday.

  10. 10.In order to enhance the efficiency and capacity of train movements at Khurda Road station, the Ministry of Railways, under the leadership of Union Railway Minister Ashwini Vaishnaw, has sanctioned the construction of a flyover, East Coast Railways (ECoR) officials said Monday

  11. 11.The sarpanch of Bayangdihi panchayat under Dhamnagar block in Bhadrak district had to let go of her post as she could not read or write Odia, sources said Monday.

  12. 12.The Supreme Court Monday termed as “unusual” the Delhi High Court’s decision of reserving the order while granting interim stay on the operation of the trial court’s order granting bail to Delhi Chief Minister Arvind Kejriwal in a money laundering case linked to the alleged excise scam.

  13. 13.A suspected Chinese state-sponsored hacking group has stepped up its targeting of Taiwanese organisations, particularly those in sectors such as government, education, technology and diplomacy, according to cyber security intelligence company Recorded Future.

  14. 14.Srimandir Ratna Bhandar (treasury) will be reopened soon, Law Minister Prithiviraj Harichandan said, Monday.

  15. 15.The Lok Sabha witnessed a display of linguistic diversity Monday, with the newly-elected MPs taking their oaths in English and Indian languages, including Sanskrit, Hindi, Dogri, Bengali, Assamese and Odia.

  16. 16.India recorded a current account surplus of USD 5.7 billion or 0.6 per cent of GDP in the March quarter, the Reserve Bank of India said Monday.

  17. 17.Meta Monday announced the availability of its AI assistant ‘Meta AI’ in India on WhatsApp, Facebook, Messenger, Instagram, and meta.ai portal.

  18. 18.Spectrum worth over `96,000 crore will be on the block as auctions across eight bands will begin Tuesday, with telecom operators Reliance Jio, Bharti Airtel and Vodafone Idea vying for radio waves crucial for 5G mobile services.

  19. 19.Tapan Kumar Deka, known as the ‘superspy’ with commendable expertise in handling terrorism and radicalisation related cases, was Monday given a one-year extension till June 2025 as the chief of the Intelligence Bureau (IB).

  20. 20.The Ministry of External Affairs (MEA) rendered 1.65 crore passport-related services to citizens in 2023, registering an annual growth of nearly 15 per cent.

324 Y
853 24-06-2024 Odia
  1. 1.ଆଜି ଠାରୁ ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ କରାଯିବ।

  2. 2.ନିଟ୍ ଓ ନେଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ ବିହାର ପୁଲିସର ଅର୍ଥନୈତିକ ଅପରାଧ ୟୁନିଟ୍ (ଇଓୟୁ) କହିଛି ଯେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିବା ନିଟ୍-ୟୁଜି ପ୍ରଶ୍ନପତ୍ର ବକ୍ସର ଡିଜିଟାଲ୍ ଲକ୍ ଖରାପ ହୋଇଯାଇଥିବାରୁ ଏହାକୁ ମାନୁଆଲ ପ୍ରକ୍ରିୟାରେ ଖୋଲାଯାଇଥିଲା ଏବଂ ଏଥିପାଇଁ ପରୀକ୍ଷା ବିଳମ୍ବ ହୋଇଥିଲା।

  3. 3.ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମନି ଲଣ୍ଡରିଂ ମାମଲାରେ ହାଇକୋର୍ଟଙ୍କ ଜାମିନ ସ୍ଥଗିତାଦେଶକୁ ବିରୋଧ କରି ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

  4. 4.ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ ଓ ତାଇୱାନ୍‌ ମଧ୍ୟରେ ଭୀଷଣ ତିକ୍ତତା ରହିଛି। ଗୋଟିଏ ପଟେ ତାଇୱାନ୍‌ର ସ୍ବାଧୀନତା ନିମନ୍ତେ ଆମେରିକା ସମେତ ଅନ୍ୟ ରାଷ୍ଟ୍ର ସମର୍ଥନ ଦେଉଥିବା ବେଳେ ଅନ୍ୟପଟେ ଚୀନ୍‌ ବିନାଯୁଦ୍ଧରେ ତାଇୱାନ୍‌ ଦଖଲ କରିବା ଯୋଜନା‌ରେ କାର୍ଯ୍ୟ କରୁଛି।

  5. 5.ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ବିବାଦ ମଧ୍ୟରେ ସାରା ଦେଶରେ କେତେକ ପରୀକ୍ଷାର୍ଥୀଙ୍କ ଫଳାଫଳକୁ ଅଟକାଇ ଦିଆଯାଇଛି । ଏହା ସହିତ ଗ୍ରେସ ମାର୍କ ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଛି ।

  6. 6.ଜାତୀୟ ଡୋପିଂ ନିରୋଧୀ ଏଜେନ୍ସି (ନାଡା) ରବିବାର ବଜରଙ୍ଗ ପୁନିଆଙ୍କୁ ଦ୍ୱିତୀୟ ଥର ପାଇଁ ନିଲମ୍ବିତ କରିଛି। ତାଙ୍କୁ ଜୁଲାଇ ୧୧ ସୁଦ୍ଧା ଏହାର ଜବାବ ଦେବାକୁ ପଡ଼ିବ ।

  7. 7.ସାରା ଦେଶରେ ଚହଳ ପକାଇଥିବା ପ୍ରଜ୍ବଳ ରେଭନ୍ନା ଯୌନ କେଳେଙ୍କାରୀ ମାମଲାରେ ଆଉ ଏକ ଫର୍ଦ୍ଦ ଯୋଡ଼ିହୋଇଛି । ପ୍ରଜ୍ବଳର ବଡ଼ଭାଇ ସୁରଜ ରେଭନ୍ନା ମଧ୍ୟ ଏକ ଯୌନ କେଳେଙ୍କାରୀ ମାମଲାରେ ଗିରଫ ହୋଇଛି ।

  8. 8.ଭାରତରେ ଡାକ୍ତରୀ ପାଠପଢ଼ା ଏତେ ବ୍ୟୟବହୁଳ ହୋଇପଡ଼ିଛି ଯେ କମ୍ ଖର୍ଚ୍ଚରେ ଡାକ୍ତର ହେବାକୁ ଚାହୁଥିବା ଛାତ୍ରଛାତ୍ରୀମାନେ ପଢ଼ିବାକୁ ବିଦେଶ ଯାଉଛନ୍ତି। ଭାରତୀୟ ଛାତ୍ରଛାତ୍ରୀମାନେ ରୁଷିଆ, କିରଗିଜସ୍ତାନ, କଜାଖସ୍ତାନ, ଫିଲିପାଇନ୍ସ ଓ ବାଂଲାଦେଶରେ କମ୍ ଖର୍ଚ୍ଚରେ ଡାକ୍ତରୀ ପଢ଼ିବା ଲାଗି ଯାଉଛନ୍ତି। ୨୦୧୯ରେ ୩୪୩୮ ଛାତ୍ରଛାତ୍ରୀ ଡାକ୍ତରୀ ପାଠପଢ଼ିବାକୁ ବିଦେଶ ଯାଇଥିଲେ

  9. 9.ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଉପରେ ଜିଏସ୍‌ଟି ଲାଗୁ ହେଲେ ଏହାର ମୂଲ୍ୟ ଲିଟର ପିଛା ପାଖାପାଖି ୨୦ ଟଙ୍କା କମିଯିବା ସମ୍ଭାବନା ରହିଛି। ବର୍ତ୍ତମାନ ଦିଲ୍ଲୀରେ ପ୍ରତି ଲିଟର ପେଟ୍ରୋଲର ମୂଲ୍ୟ ୯୪ ଟଙ୍କା ୭୨ ପଇସା ରହିଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ଆକାରରେ ୩୫ ଟଙ୍କା ୨୯ ପଇସା ଆଦାୟ କରୁଛନ୍ତି।

  10. 10 କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ମେସିନ ଆଣ୍ଡ୍‌ ଟୁଲ୍ସ (ଏଚ୍‌ଏମ୍‌ଟି)ର ପୂର୍ବ ଗୌରବ ‌ଫେରିବ। ମୋଦୀ ୩.୦ ସରକାରଙ୍କ ଅମଳରେ ଏହି କାର୍ଯ୍ୟ କରାଯିବ। ଗୋଟିଏ ସମୟରେ ଏଚ୍‌ଏମ୍‌ଟିର ଦବ୍‌ଦବା ବଜାରରେ ରହିଥିଲା।

  11. 11.ଆକାଶ ଆନନ୍ଦ ପୁଣି ଥରେ ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ହୋଇଛନ୍ତି। ରବିବାର ଲକ୍ଷ୍ନୌରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

  12. 12.ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ସ୍ଥାୟୀ ପଟ୍ଟା। ଡିସି ପଟ୍ଟା ପାଇଥିବା ହୀରାକୁଦ ବିସ୍ଥାପିତ ବୁଡ଼ି ଅଞ୍ଚଳବାସୀଙ୍କୁ ସ୍ଥାୟୀ ପଟ୍ଟା ମିଳିବ ।

  13. 13.ଭାଜପା ଶାସିତ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ପୂର୍ବରୁ ଛାପା ଗଣମାଧ୍ୟମ ଓ ରେଡିଓ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀମାନଙ୍କ ଯୋଗଦାନ ଉପରେ ରୋକ ଲଗାଇଥିଲେ। ଏବେ ଏହି କଟକଣାକୁ ଆହୁରି କଡ଼ାକଡ଼ି କରିବାକୁ ଯାଇ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ଡିଜିଟାଲ ନ୍ୟୁଜ୍‌ ଆଉଟ୍‌ଲେଟ୍‌ ଏବଂ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକରେ ମତମନ୍ତବ୍ୟ ଦେବାକୁ ବାବୁମାନଙ୍କୁ ବାରଣ କରିଛନ୍ତି।

  14. 14.ସୋମବାରଠାରୁ ସ୍କୁଲ ସ୍ବାଭାବିକ ସମୟରେ ଚାଲିବ। ଏ ନେଇ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।

  15. 15.ଏଲନ ମସ୍କଙ୍କ ଦ୍ୱାଦଶ ସନ୍ତାନର ମା’ ହେଉଛନ୍ତି ନ୍ୟୁରାଲିଙ୍କର ଟପ ମ୍ୟାନେଜର ଶିଭନ ଜିଲିସ। ବ୍ଲୁମବର୍ଗ ସାମ୍ବାଦିକମାନେ ଏହି ଖବରକୁ ପର୍ଦ୍ଦାଫାଶ କରିଛନ୍ତି। ବ୍ଲୁମବର୍ଗ ଅନୁଯାୟୀ, ଏଲନ ମସ୍କ ଅତି କମରେ ୧୨ଟି ସନ୍ତାନର ପିତା।

  16. 16.ସମ୍ପ୍ରତି ପ୍ଲାଷ୍ଟିକ୍‌ ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସ୍ଥାୟିତ୍ୱ ଏବଂ ସ୍ବଳ୍ପ ମୂଲ୍ୟରେ ମିଳୁଥିବା ହେତୁ ପ୍ଲାଷ୍ଟିକକୁ ବିଭିନ୍ନ କାର୍ଯ୍ୟରେ ବହୁଳ ଭାବେ ବ୍ୟବହାର କରାଯାଉଛି। ସେହିପରି ବିଶ୍ୱସ୍ତରରେ କେବଳ ୯% ପ୍ଲାଷ୍ଟିକକୁ ପୁନଃ ବ୍ୟବହାର କରାଯାଇପାରୁଥିବାରୁ ଏହାର ବିପରୀତ ପ୍ରଭାବ ଜଳବାୟୁ ଉପରେ ପଡ଼ୁଛି। ଅଧିକ ପ୍ଲାଷ୍ଟିକ ଉତ୍ପାଦନ ଓ ବ୍ୟବହାର ଫଳରେ ବେଶି ମାତ୍ରାରେ ଅଙ୍ଗାରକାମ୍ଳ ଗ୍ୟାସ୍‌ ନିର୍ଗତ ହେଉଛି।

  17. 17.ରୁଷିଆର ଦକ୍ଷିଣ ପ୍ରଦେଶ ଡେଜିସ୍ତାନରେ ଖ୍ରୀଷ୍ଟିଆନ ଏବଂ ଯିହୂଦୀମାନଙ୍କ ଧର୍ମସ୍ଥଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଡେଜିସ୍ତାନର ଡର୍ବେଣ୍ଟ ସହରରେ ଏହି ଗୁଳି ବିନିମୟ ହୋଇଥିଲା। ଡେଜିସ୍ତାନର ଗଭର୍ନର କହିଛନ୍ତି, ବନ୍ଧୁକଧାରୀଙ୍କ ଆକ୍ରମଣରେ ୧୫ରୁ ଅଧିକ ପୋଲିସ ଏବଂ ଅନେକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି।

  18. 18.ହିସ୍‌ଲୋପ ନାମ୍ନୀ ଏହି ୧୦୫ ବର୍ଷୀୟା ଆମେରିକୀୟ ମହିଳା ନାମ ଲେଖାଇବାର ଦୀର୍ଘ ୮୪ ବର୍ଷ ପରେ ‘ଷ୍ଟାନ୍‌ଫୋର୍ଡ ଗ୍ରାଜୁଏଟ ସ୍କୁଲ୍‌ ଅଫ୍‌ ଏଜୁକେଶନ(ଜିଏସ୍‌ଇ)’ରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେ ୧୯୪୦ରେ ‘ଷ୍ଟାନ୍‌ଫୋର୍ଡ ଜିଏସ୍‌ଇ’ର ଶିକ୍ଷା ବିଭାଗରେ ନାମ ଲେଖାଇବା ସହ ଠିକ୍‌ ସମୟରେ ନିଜ କୋର୍ସ ମଧ୍ୟ ପୂରା କରିଥିଲେ।

  19. 19.ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ ତଥା ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ଦରମା ସମ୍ପର୍କରେ ଏକ ମଜାଦାର ସୂଚନା ସାମ୍ନାକୁ ଆସିଛି। ୨୦୨୪ ଆର୍ଥିକ ବର୍ଷ ପାଇଁ ଗୌତମ ଆଦାନୀ ୯.୨୬ କୋଟି ଟଙ୍କା ପ୍ୟାକେଜ ପାଇଛନ୍ତି।.

  20. 20.ମହାକାଶରୁ ଭୂପୃଷ୍ଠକୁ କିପରି ଫେରିବେ ଭାରତୀୟ ମହାକାଶଚାରୀ? ଏଥିପାଇଁ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଯାଇଥିବା ରି-ୟୁଜେବଲ୍ ବା ପୁନଃ ବ୍ୟବହାରକ୍ଷମ ଲଞ୍ଚ୍ ଭେହିକିଲର ସଫଳ ପରୀକ୍ଷଣ କରିଛି ଇସ୍ରୋ।

308 Y
854 24-06-2024 English
  1. 1.Israeli PM Benjamin Netanyahu tells his Cabinet that there has been a “dramatic drop” in US weapons deliveries for Israel’s war effort in Gaza.

  2. 2.Security forces have for the first time recovered a huge cache of fake currency notes belonging to Naxalites and equipment used to print them in Chhattisgarh’s Sukma district.

  3. 3.Bahujan Samaj Party (BSP) president Mayawati Sunday declared nephew Akash Anand her successor and made him the party’s national coordinator, reversing her own previous decision.

  4. 4.The National AntiDoping Agency Sunday suspended Bajrang Punia for a second time, three weeks after its AntiDisciplinary Doping (ADDP) panel had revoked his suspension on the grounds that NADA had not issued a notice of charge to the wrestler.

  5. 5.The CBI filed an FIR Sunday in connection with alleged irregularities in the medical entrance exam NEET-UG held May 5 on a reference from the Union Education Ministry, amid countrywide protests and litigation by students for a probe into paper leak claims.

  6. 6. In a major blow to Kalinga Institute of Social Sciences (KISS), founded by former BJD MP Achyuta Samanta, Union Tribal Affairs Minister Jual Oram has directed the Khurda Collector to keep in abeyance the process for conversion of 4.032 ha forest land allotted to the institution under Chandaka wildlife division till further clarity.

  7. 7.The United States of America (USA) is not keen on importing sea fish from the harbour here in Jagatsinghpur district - also all fishing harbours in the country – due to decline in fish quality, over-processing and delay in transport.

  8. 8.With the INDIA bloc making significant gains against the BJP in Uttar Pradesh (UP) in Lok Sabha polls, the by-elections in 10 Assembly seats that have fallen vacant are likely to witness a keen contest, with the ruling party  under pressure to regain its hold.

  9. 9.The population of the Sarus crane, named the state bird of Uttar Pradesh in July 2015, has been increasing and the trend is expected to continue this year too, forest officials said.

  10. 10.Delhi Chief Minister Arvind Kejriwal has moved the Supreme Court against the Delhi High Court’s interim stay on a trial court’s order granting him bail in a money-laundering case linked to the alleged excise scam.

  11. 11.Delhi Lieutenant Governor V K Saxena assured an AAP delegation that met him here Sunday over the water crisis in the city that he will try to resolve the issue.

  12. 12.An under-construction bridge collapsed in Bihar’s East Champaran district in the wee hours of Sunday.

  13. 13.Space agency ISRO Sunday said it has achieved a third consecutive success in the Reusable Launch Vehicle Landing Experiment by demonstrating the autonomous landing capability of the launch vehicle under more challenging conditions.

  14. 14.India’s second richest person Gautam Adani received a total remuneration of `9.26 crore in the fiscal year ended March 31, 2024, lower than most industry peers as well as his own key executives.

  15. 15.Sreeja Akula created history Sunday by becoming the first ever Indian paddler to win a WTT Contender Singles title as she beat Chinese player Ding Yijie 4-1in the final.

285 Y
855 23-06-2024 Odia
  1. 1.ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ନେବା ସହିତ ଡରମେଟ୍ରି, ୱେଟିଂ ରୁମ୍, କ୍ଲକ୍ ରୁମ୍ ଏବଂ ବ୍ୟାଟେରୀ ଚାଳିତ ଯାନର ବ୍ୟବହାର ଜିଏସ୍‌ଟିରୁ ବାଦ ଦିଆଯାଇଛି। ବର୍ତ୍ତମାନ ଏଭଳି ସୁବିଧା ଉପରେ କୌଣସି ଜିଏସ୍‌ଟି ରହିବ ନାହିଁ।

  2. 2.ଭାରତୀୟ ମୂଳବାସିନ୍ଦା ହିନ୍ଦୁଜା ପରିବାର ବ୍ରିଟେନର ସବୁଠାରୁ ଧନୀ ପରିବାର ମଧ୍ୟରେ ଗଣାଯାଏ। ବର୍ତ୍ତମାନ ଏହି ପରିବାରର ଚାରି ଜଣଙ୍କୁ ସ୍ବିଜରଲାଣ୍ଡ କୋର୍ଟ ଦ୍ୱାରା ସାଢେ ଚାରି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହି ସମସ୍ତ ଧନୀ ବ୍ୟକ୍ତି ନିଜ ଘରୋଇ ଚାକରମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଯୋଗୁଁ ଅସୁବିଧାରେ ପଡ଼ିଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା

  3. 3.ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ଖୁବ୍‌ଶୀଘ୍ର ନେବେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରତ୍ନ ଭଣ୍ଡାର ଖୋଲିବା ଏବଂ ଏହାର ଗଣତିମଣତି କାର୍ଯ୍ୟ ଦିନେ କିମ୍ବା ୨ଦିନର ନୁହେଁ। ପୁର୍ବ ଥର ୭୦ ଦିନ ଲାଗିଥିଲା। ଏଥର ମଧ୍ୟ ଅଧିକ ଦିନ ଲାଗିବ ।

  4. 4.ଶୁକ୍ରବାର ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଶୁକ୍ରବାର ସକାଳେ ପୂର୍ବ ଉଚ୍ଚଭୂମିରେ ଥିବା ପାପୁଆ ପ୍ରଦେଶରେ ୫.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି।

  5. 5.ଛୋଟ ଟିକସଦାତାଙ୍କୁ ଲାଭ ଦେବା ପାଇଁ ଜିଏସ୍‌ଟିଆର ୪ ଦାଖଲ କରିବାର ସମୟସୀମା ଜୁନ୍ ୩୦କୁ ବୃଦ୍ଧି କରାଯାଇଛି। ଜିଏସ୍‌ଟିଆର-୧ ରେ ପରିବର୍ତ୍ତନ ଆଣିବା ପାଇଁ ସୁବିଧା ଆରମ୍ଭ କରାଯାଇଛି । ଜିଏସ୍‌ଟିଆର-୧ ଏ ନାମରେ ନୂଆ ଫର୍ମ ଅଣାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

  6. 6.ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟର ନେତୃତ୍ୱ ନେଇଥିବା ବିଶିଷ୍ଟ ମୁଖ୍ୟ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କର ଶନିବାର ସକାଳେ ୮୬ ବର୍ଷ ବୟସରେ ପରଲୋକ ଘଟିଛି।

  7. 7.ନିଟ୍-ୟୁଜି ୨୦୨୪ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ମାଷ୍ଟରମାଇଣ୍ଡ ରବି ଅତ୍ରୀକୁ ଉତ୍ତରପ୍ରଦେଶ ସ୍ପେସାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍) ଗିରଫ କରିଛି।

  8. 8.ନିଟ୍ (ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା) ଏବଂ ୟୁଜିସି ନେଟ୍‌ ବିବାଦ ମଧ୍ୟରେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସ୍ବଚ୍ଛ, ସହଜ ଓ ସୁରୁଖୁରୁରେ ପରୀକ୍ଷା ପରିଚାଳନା କରିବାପାଇଁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି।

  9. 9.କେନ୍ଦ୍ର ସରକାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ମହାନିର୍ଦ୍ଦେଶକ ସୁବୋଧ କୁମାରଙ୍କୁ ପଦରୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ଆଇଏଏସ୍ ପ୍ରଦୀପ ସିଂହ ଖରୋଲାଙ୍କୁ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

  10. 10.ରେଣୁକା ସ୍ୱାମୀ ହତ୍ୟାକାଣ୍ଡ ଘଟଣାରେ କନ୍ନଡ ଅଭିନେତା ଦର୍ଶନ ତୁଗୁଦୀପ ପୁଲିସ ସମ୍ମୁଖରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଅଭିନେତା ଦର୍ଶନ ପ୍ରମାଣ ନଷ୍ଟ କରିବା ପାଇଁ ଜଣେ ସାଙ୍ଗଙ୍କଠାରୁ ୪୦ଲକ୍ଷ ଟଙ୍କା ଧାର କରିଥିବା କହିଛନ୍ତି।

  11. 11.ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୱାଇଏସଆର କଂଗ୍ରେସ ପାର୍ଟିର ଏକ ନିର୍ମାଣାଧୀନ କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଛି। ଗୁଣ୍ଟୁର ଜିଲାର ତାଡେପଲ୍ଲୀ ନିକଟରେ ଏହି କାର୍ଯ୍ୟାଳୟ ନିର୍ମାଣ ଚାଲିଥିଲା

  12. 12.ମହାକାଶରୁ ଫେରିପାରୁ ନାହାନ୍ତି ସୁନୀତା ୱିଲିୟମ୍‌‌ସ। ଷ୍ଟାରଲାଇନର ବୋଇଂ ମହାକାଶ ଯାନରେ ସୁନୀତା ଏବଂ ତାଙ୍କ ସାଥୀ ପାଇଲଟ ବୁଚ୍‌‌ ୱିଲମୋର ନିକଟରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ଅବତରଣ କରିଥିଲେ।

  13. 13.ସରକାର ଆପଣଙ୍କର ସଉକରୁ ହିଁ ଅତିରିକ୍ତ ଆୟ କରୁଛନ୍ତି । ଏହି ପରିମାଣ ମଧ୍ୟ ଅଳ୍ପ ନୁହେଁ। ସରକାର ଏଥିରୁ ୭୦,୦୦୦କୋଟି ଟଙ୍କା ଆୟ କରୁଛନ୍ତି। ଅର୍ଥନୀତିର ଭାଷାରେ କହିଲେ, ସରକାର ଆପଣଙ୍କର ‘ହବି’ରୁ ଅତିରିକ୍ତ ଟ୍ୟାକ୍ସ ଉପାର୍ଜନ କରୁଛନ୍ତି। ଯାହାକୁ ସିନ ଟ୍ୟାକ୍ସ କୁହାଯାଏ।

  14. 14.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମ୍ପର୍କୀୟ ସମୀକ୍ଷା ବୈଠକ କରିଛନ୍ତି। ଏହି ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ତ ଦୁର୍ବଳ ନଦୀବନ୍ଧଗୁଡ଼ିକର ତୁରନ୍ତ ସୁଦୃଢ଼ୀକରଣ କରାଇବା ସହ ବନ୍ୟା ସମୟରେ ସଜାଗ ରହି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

  15. 15.ରାଜ୍ୟର ୨୪ଟି ଜିଲାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ପର୍ଶ କରିଛି। ପାଗ ଅନୁକୂଳ ଥିବାରୁ ମୌସୁମୀ ପୁଣି ସକ୍ରିୟା ହେବା ସହ ବିଭିନ୍ନ ଜିଲାକୁ ପ୍ରବେଶ କରୁଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି।

295 Y
856 23-06-2024 English
  1. 1. Lakhs of devotees thronged the Grand Road of the Pilgrim City here to witness the Snana Jatra (bathing ritual) of the Srimandir deities and the Hati Besha (elephant attire) of Lord Jagannath and His elder brother Lord Balabhadra.

  2. 2.The government has bought nearly 71,000 tonnes of onion so far this year for buffer stock, out of the total target of procuring 5 lakh tonnes for price stabilization and it expects retail prices to ease with the progress of monsoon over most parts of the country.

  3. 3.The son of Union Agriculture Minister and former Madhya Pradesh chief minister Shivraj Singh Chouhan has said that after the landslide victory in the Lok Sabha elections, “entire Delhi is bowing down” before his father.

  4. 4. India and Bangladesh Saturday firmed up a futuristic vision to shore up cooperation in several new areas and signed 10 agreements to boost ties in several key sectors including in maritime sphere and blue economy.

  5. 5.The new BJP government in the state Saturday revoked appointment of chairpersons in various government corporations made by the previous dispensation due to ‘lack of qualitative progress in the management of these bodies’

  6. 6.The Ministry of Education has formed a high-level committee of experts led by former ISRO chief K Radhakrishnan to ensure transparent, smooth and fair conduct of examinations through the NTA.

  7. 7.KIIT and KISS founder Achyuta Samanta was conferred with the Lifetime Achievement Award by Indian Society for Technical Education (ISTE) at its 53rd session which commenced at KIIT Deemed to be University (KIITDU) .

  8. 8.The annual Ambubachi Mela at Kamakhya temple, atop Nilachal hills in Assam’s Guwahati, commenced Saturday with worship stopped for the next four days, coinciding with the ritualistic annual menstrual cycle of the goddess.

  9. 9.At least 42 people were killed in Israeli attacks on districts of Gaza City in the north of the Palestinian enclave Saturday, the director of the Hamas-run government media office said.

  10. 10.Britain’s wealthiest family, the Hindujas, have said they were “appalled” by a Swiss court’s ruling of jail terms for some members and have filed an appeal in a higher court challenging the verdict finding them guilty of exploiting vulnerable domestic workers from India at their villa in Geneva.

  11. 11.The American space agency NASA has confirmed that the return of the Indian origin astronaut Sunita Williams from the International Space Station (ISS) has been further delayed and no new date has been set for her ‘happy landing’

  12.  12.More than 3.90 lakh people continued to reel under floodwater in Assam as the overall situation remained grim, officials said Saturday

  13. 13.In order to give diverse job prospects in country and abroad, one-year advanced training courses in various cutting-edge subjects are being offered at the World Skill Center (WSC) under the aegis of the state government. The application process for the enrollment in September session of the 2024-25 batch started from June 22. Interested candidates can apply till August 30 for getting admission under ‘School of Engineering’.

  14. 14.The new BJP government in state has submitted a memorandum to the Centre seeking expansion of Paradip Port, a second AIIMS at Sambalpur and higher allocation of funds to further accelerate infrastructure development in Odisha, an official release said Saturday

  15. 15.Chief Minister Mohan Charan Majhi Saturday directed officials to remain prepared to tackle possible floods during the ongoing monsoon season.

296 Y
857 22-06-2024 Odia
  1. 1.ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ସ୍ନାନ ଯାତ୍ରା। ନୀତିକାନ୍ତି ପରେ ଭୋର୍‌ ୫ଟାରୁ ଆରମ୍ଭ ହୋଇଥିଲା ଧାଡି ପହଣ୍ଡି। ପ୍ରଥମେ ବଡ଼ଠାକୁର ଶ୍ରୀ ବଳଭଦ୍ର ରତ୍ନବେଦୀ ଛାଡ଼ି ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚିଛନ୍ତି।

  2. 2.ସାରା ଦେଶରେ କିଛି ସପ୍ତାହ ହେଲା ପ୍ରଚଣ୍ଡ ଗ୍ରୀଷ୍ମଲହରି ପ୍ରବାହିତ ହେଉଥିବାବେଳେ ଉତ୍କଟ ଜଳ ସମସ୍ୟା ସ୍ଥିତିକୁ ଅଧିକ ସଙ୍ଗିନ୍‌ କରିଛି। ଦେଶର ୧୫୦ଟି ପ୍ରମୁଖ ଜଳଭଣ୍ଡାରରେ ମୋଟ ଜଳ ପରିମାଣ ୨୧ ପ୍ରତିଶତକୁ ହ୍ରାସ ପାଇଛି।

  3. 3.ଚୀନର ଦକ୍ଷିଣାଞ୍ଚଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଭୟଙ୍କର କ୍ଷୟକ୍ଷତି ହୋଇଛି। ଭୂସ୍ଖଳନ ଯୋଗୁଁ ଶହ ଶହ ଘର ପାଣିରେ ବୁଡ଼ି ଯାଇଥିବା ବେଳେ ଅନେକ ଘର ଓ ଦୋକାନ ଭୁଶୁଡ଼ି ପଡ଼ିଛି। ଫଳରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ସାମ୍ନାକୁ ଆସୁଛି।

  4. 4.ୟୁଜିସି ନେଟ୍ ପରୀକ୍ଷା ମାମଲାରେ ନୂଆ ମୋଡ଼ ଆସିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏ ନେଇ ଏକ ମାମଲା ରୁଜୁ କରିଛି।

  5. 5.୩୭ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ସୁହାସ ସୁବ୍ରମଣ୍ୟମ୍‌ ଭର୍ଜିନିଆ କଂଗ୍ରେସ ଆସନ (ସଂସଦୀୟ ଆସନ) ପାଇଁ ଡେମୋକ୍ରାଟିକ୍‌ ଦଳର ପ୍ରାଥମିକ ନିର୍ବାଚନରେ ବିଜୟ ଲାଭ କରିଛନ୍ତି।

  6. 6.କେନ୍ଦ୍ର ସରକାର ଦେଶର ୬୭ଟି କୋଇଲା ବ୍ଲକ୍‌ର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ଆଇନ ୧୯୫୭ ଅଧୀନ ୧୦ମ ପର୍ଯ୍ୟାୟ ନିଲାମରେ ଏହା କରାଯାଉଛି।

  7. 7.ଯୋଗଗୁରୁ ସ୍ବାମୀ ରାମଦେବ ଏବଂ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ମାର୍ଗଦର୍ଶନରେ ପତଞ୍ଜଳି ୱେଲନେସ୍‌, ପତଞ୍ଜଳି ଯୋଗୀପୀଠ-୨ ସ୍ଥିତ ଯୋଗଭବନ ସଭାଗୃହରେ ୧୦ମ ଅନ୍ତଜାତୀୟ ଯୋଗଦିବସ ପାଳିତ ହୋଇଛି।

  8. 8.ବେଦାନ୍ତ ଗ୍ରୁପ୍ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ଷ୍ଟକ ବଜାରରେ ନିବେଶକମାନଙ୍କ ଲାଗି ସର୍ବାଧିକ ସମ୍ପତ୍ତି ସୃଷ୍ଟି କରିଛି । କମ୍ପାନିର ବଜାର ପୁଞ୍ଜି ଗତ ତିନିମାସରେ ପ୍ରାୟ ୨.୨ ଲକ୍ଷ କୋଟି ବୃଦ୍ଧି ପାଇଛି ।

  9. 9.ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ବାରା ଆୟୋଜିତ କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସଆଇଆର) ୟୁଜିସି ନେଟ ସ୍ଥଗିତ ରଖାଯାଇଛି। ଜୁନ ୨୫ରୁ ୨୭ ତାରିଖ ମଧ୍ୟରେ  ସିଏସଆଇଆର ୟୁଜିସି ନେଟ ପରୀକ୍ଷା କରାଯିବା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା।

  10. 10.ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ପରିଚାଳିତ ଜାତୀୟ ଯୋଗ୍ୟତା ପରୀକ୍ଷା (ଏନଇଟି) ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ନେଇ ସୂଚନା ମିଳିବା ପରେ ପରୀକ୍ଷାର ଦିନକ ପରେ ଏହାକୁ ବାତିଲ କରିଦିଆଯାଇଥିଲା।

  11. 11.ଗତ ୭ ବର୍ଷ ମଧ୍ୟରେ ଭାରତରେ ୭୦ଟି ପ୍ରଶ୍ନପତ୍ର ପ୍ରଘଟ ମାମଲା ସାମ୍ନାକୁ ଆସିଛି। ଦେଶର ୧୫ଟି ରାଜ୍ୟ ସମେତ ଜାତୀୟସ୍ତରରେ ଏଭଳି ମାମଲା ଘଟିଛି। ଏହାଦ୍ବାରା ପ୍ରାୟ ୧ କୋଟି ୭୦ ଲକ୍ଷ ଛାତ୍ରଛାତ୍ରୀ ଓ ନିଯୁକ୍ତି ଆଶାୟୀ ପ୍ରଭାବିତ ହୋଇଛନ୍ତି।

  12. 12.ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଶିକ୍ଷକ ଯୋଗ୍ୟତା ୨୦୨୪ (ଓଟିଇଟି) ପରୀକ୍ଷା ଅଗଷ୍ଟ ୯ରେ ଅନୁଷ୍ଠିତ ହେବ। ପୂର୍ବାହ୍ଣ ୯ଟାରୁ ୧୧.୩୦ ଯାଏଁ ପେପର-୧ ଓ ଅପରାହ୍ଣ ୨ଟାରୁ ୪.୩୦ ଯାଏଁ ପେପର-୨ ପରୀକ୍ଷା ହେବ।

  13. 13.ଏଣିକି ଦୈନିକ ୨ ଘଣ୍ଟା ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ପ୍ରତିଦିନ ଅପରାହ୍ଣ ୩ଟା ରୁ ୫ଟା ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବେ।

  14. 14.୨୦୨୪ ନିର୍ବାଚନରେ ଝାରସୁଗୁଡ଼ାରେ ଇଭିଏମ୍‌ ହେରଫେର ପ୍ରସଙ୍ଗରେ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ। ଆବେଦନ ଗ୍ରହଣ ପରେ ଏବେ ପୁନଃ ଯାଞ୍ଚ ହେବ ୧୩ଟି ମତଦାନ କେନ୍ଦ୍ରର ଇଭିଏମ୍।

  15. 15.ଓଡ଼ିଶା ୨୦୩୬ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶୁକ୍ରବାର ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଭୋଳାନାଥ ସିଂହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବୈଠକ ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

 

292 Y
858 22-06-2024 English
  1. 1.Yoga symbolises the strivings of the world organisation for global unity, according to its leaders celebrating the International Day recognising the ancient discipline.UN General Assembly President Dennis Francis said on Friday that Yoga is "a powerful metaphor for the United Nations itself".

  2. 2.The Shree Jagannath Temple Administration (SJTA) and the district administration have made elaborate arrangements for the Snana Purnima rituals of Lord Jagannath and His siblings – Lord Balabhadra and Devi Subhadra, today.

  3. 3.With scorching heat battering a large swathes of India over the past few weeks, water available in the 150 main reservoirs across the country further dipped to just 21 per cent of their total live storage capacity.

  4. 4.Union Coal and Mines Minister G Kishan Reddy Friday launched the 10th round of commercial coal mine auctions here.The 10th round of auction includes 67 coal mines

  5. 5.The Supreme Court Friday refused to defer the NEET-UG counselling process, scheduled to kick off July 6, saying it is not an “open and shut” exercise

  6. 6.Taking an important step amid the controversies surrounding the NEET and UGC-NET exams, the Centre has notified a stringent law, which was passed in February, to prevent paper leaks and cheating.

  7. 7.The National Investigation Agency on Friday filed charge sheet against 5 persons, including two foreign nationals, suspected to be part of an international racket trafficking Indian youths and coercing them to work in fraudulent call centres abroad

  8. 8.The ED said on Friday that it seized ₹ 19 lakh cash apart from a "large number" of property documents in the name of Benami persons during raids on premises linked to BRS MLA Gudem Mahipal Reddy and his businessman brother Gudem Madhusudan Reddy.

  9. 9.Two unidentified persons allegedly hurled ink at Odisha Pradesh Congress Committee (OPCC) president Sarat Pattnayak at the party headquarters here.

  10. 10Cuttack Mayor Subhas Singh inspects box drain cleaning operations in Kesharpur area of the Silver City, Friday.

  11. 11.The decision by Prime Minister Narendra Modi to hold the 10th International Day of Yoga in J&K’s Srinagar city.

  12. 12.Maharashtra Congress president Nana Patole Friday alleged corruption in the construction of the Atul Setu sea bridge connecting south Mumbai to Navi Mumbai, saying that cracks have appeared on it within months of inauguration, posing a threat to people’s lives.

  13. 13.Rest of Odisha-C defeated BBSR-A by seven runs in a thrilling final of the Kalahandi Cup cricket tournament for senior men at the Barabati Stadium in Cuttack Friday

  14. 14.Saina Salonika and Juni Birua of Odisha have been selected to the Indian Universities chess squad that will participate in the FISU World University Chess Championships-2024. The tournament will be held at Entebbe in Uganda, June 25 to 30.

  15. 15.The newly-elected BJP-led Odisha government has pledged to continue its association with hockey, extending its sponsorship deal with Hockey India until 2036.

281 Y
859 21-06-2024 Odia
  1. 1.ଆଜି ୧୦ମ ବିଶ୍ଵ ଯୋଗ ଦିବସ। ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି।

  2. 2.ମଦ ଦୁର୍ନୀତି ମାମଲାରେ ନିମ୍ନ ଅଦାଲତରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଦିଆଯାଇଥିବା ଜାମିନ ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ଏହି ମାମଲାର ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଜାମିନ ନାମଞ୍ଜୁର କରିଛନ୍ତି।

  3. 3.ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ବଡ଼ ଧରଣର ଅନିୟମିତତା ଅଭିଯୋଗ ଆସିବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) କାର୍ଯ୍ୟର ଯାଞ୍ଚ ପାଇଁ କେନ୍ଦ୍ର ସରକାର ଗୁରୁବାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।

  4. 4.୬୬ ବର୍ଷରେ ପାଦ ଦେଇଛନ୍ତି ରାଷ୍ଟପତି ଦ୍ରୌପଦୀ ମୁର୍ମୁ। ଜନ୍ମ ଦିନ ଅବସରରେ ସକାଳୁ ରାଷ୍ଟ୍ରପତି ସ୍ଥାନୀୟ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ।

  5. 5.ବାୟୁ ପ୍ରଦୂଷଣ ଶିଶୁଙ୍କ ସ୍ବାସ୍ଥ୍ୟକୁ ଅତି ସାଂଘାତିକ କ୍ଷତି ପହଞ୍ଚାଉଛି। ବିଷାକ୍ତ ବାୟୁ ପ୍ରତି ବର୍ଷ ବିଶ୍ବରେ ପ୍ରାୟ ୮ ଲକ୍ଷ ଶିଶୁଙ୍କ ଜୀବନ ନେଉଛି ଏବଂ ପ୍ରତି ଘଣ୍ଟାରେ ୮୦ ଜଣ ଶିଶୁ ପ୍ରଦୂଷଣଜନିତ ମୃତ୍ୟୁର ଶିକାର ହେଉଥିବା ଏକ ଆକଳନରୁ ଜଣାପଡ଼ିଛି।

  6. 6.ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ପାଟନା ପୁଲିସ ୪ ଜଣ ପରୀକ୍ଷାର୍ଥୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ସ୍ୱୀକାରୋକ୍ତି ଅନୁସାରେ ଲିକ୍ ହୋଇଥିବା ପ୍ରଶ୍ନପତ୍ର ପ୍ରଦାନ କରିବା ପାଇଁ ଏକ ଗ୍ୟାଙ୍ଗ ଦ୍ୱାରା ଜଣପିଛା ୩୨ ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା।

  7. 7.୩୭ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ସୁହାସ ସୁବ୍ରମଣ୍ୟମ୍‌ ଭର୍ଜିନିଆ କଂଗ୍ରେସ ଆସନ (ସଂସଦୀୟ ଆସନ) ପାଇଁ ଡେମୋକ୍ରାଟିକ୍‌ ଦଳର ପ୍ରାଥମିକ ନିର୍ବାଚନରେ ବିଜୟ ଲାଭ କରିଛନ୍ତି।

  8. 8.ଟି-୨୦ ବିଶ୍ବକପ୍ ୨୦୨୪ର ସୁପର-୮ରେ ଭାରତୀୟ ଦଳ ଆଜି ଆଫଗାନିସ୍ତାନ ବିପକ୍ଷ ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ଭାରତୀୟ କ୍ରିକେଟ ଜଗତରେ ଏକ ଦୁଃଖଦ ଘଟଣା ଘଟିଛି ।

  9. 9.ଗୋଟିଏ ପଟେ ଭାରତ ଏଥର ରେକର୍ଡ ଭାଙ୍ଗି ଗରମ ଅନୁଭବ କରୁଛି। ସେପଟେ ସାଉଦି ଆରବରେ ମଧ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳୁଛି । ପ୍ରବଳ ଗରମ ମଧ୍ୟରେ ମକ୍କାରେ ହଜ୍ ଯାତ୍ରା ସମୟରେ ୧୦୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି।

  10. 10.ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ୍‌)ରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଡିଜିଟାଲ୍ ଇଣ୍ଡିଆକୁ ପ୍ରାଧାନ୍ୟ ଦେଇ ବିଭାଗ ପକ୍ଷରୁ ସମସ୍ତ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯିବ।

  11. 11.ଅନ୍ତର୍ଜାତୀୟ ବଜାରରେ ପ୍ରତିଯୋଗିତା ସତ୍ତ୍ବେ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ମୋଟ ସାମୁଦ୍ରିକ ଖାଦ୍ୟ ରପ୍ତାନି ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଭାରତରୁ ମୋଟ ୧୭ ଲକ୍ଷ ୮୧ ହଜାର ୬୦୨ ଟନ୍ ସାମୁଦ୍ରିକ ଖାଦ୍ୟ ରପ୍ତାନି କରାଯାଇଛି, ଯାହାର ମୂଲ୍ୟ ୬୦,୫୨୩.୮୯ କୋଟି ଟଙ୍କା।

  12. 12.ଜୁନ୍‌ ୨୧ରେ ସମଗ୍ର ବିଶ୍ୱରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳନ କରାଯାଇଛି।

  13. 13.ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଏକ ୧୧ଦିନିଆ ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଫେୟାର (ବିଆଇଟିଏଫ୍‌)ର ଆୟୋଜନ କରାଯାଉଛି। ଏହି ମେଳା ୨୦୨୪ ଜୁନ୍‌ ୨୧ରୁ ଜୁଲାଇ ୧ ପର୍ଯ୍ୟନ୍ତ ଭୁବନେଶ୍ୱରର ଜୟଦେବ ବିହାର ନିକଟସ୍ଥ ଜନତା ମଇଦାନଠାରେ ଆୟୋଜନ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

  14. 14.ଆମେରିକା ସମେତ ବିଶ୍ବର ଅନେକ ଦେଶରେ ଏବେ ତାପମାତ୍ରା ଭୀଷଣ ବଢିବାରେ ଲାଗିଛି । ଏସିଆ ଓ ୟୁରୋପ ମହାଦେଶରେ ଲୋକେ ଗରମରେ ହନ୍ତସନ୍ତ ହେଉଛନ୍ତି । ସାଉଦି ଆରବରେ ତାପମାତ୍ରା ୫୧ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି ।

  15. 15.ସ୍ବିସ୍‌ ବ୍ୟାଙ୍କରେ ଥିବା ଭାରତୀୟଙ୍କ ସମ୍ପତ୍ତି ୨୦୨୩ରେ ୭୦% କମିଛି। ଏହା ୪ବର୍ଷର ସର୍ବନିମ୍ନ ସ୍ତର ୧.୦୪ ବିଲିୟନ ସ୍ବିସ୍‌ ଫ୍ରାଙ୍କ (୯ ହଜାର ୭ଶହ ୭୧ କୋଟି ଟଙ୍କା)ରେ ପହଞ୍ଚିଥିବା ସ୍ବିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ଗୁରୁବାର ତଥ୍ୟ ପ୍ରକାଶ କରିଛି।

285 Y
860 21-06-2024 English
  1. 1.PM Modi did different yoga asanas in an indoor hall along with a reduced number of guests due to the rain in Srinagar. Moderate to heavy rain was reported throughout the Kashmir Valley.

  2. 2.In a setback for Arvind Kejriwal, Delhi High Court paused his release order in a corruption case related to the Delhi Liquor Policy until Enforcement Directorate's petition is heard.

  3. 3.Vice President Jagdeep Dhankhar and Prime Minister Narendra Modi were among a host of prominent leaders who wished President Droupadi Murmu a long and healthy life on her 66th birthday on Thursday.

  4. 4.The state government Thursday said schools will revert to their regular timetable from June 22.

  5. 5.Amid unprecedented outrage over alleged irregularities in NEETUG 2024, the Supreme Court sought responses from the Centre, National Testing Agency (NTA) and others on a slew of petitions, including those seeking scrapping of the all-India medical entrance test and a courtmonitored probe, Thursday

  6. 6.At least 22 persons succumbed to heat-related illnesses at Delhi’s three premier healthcare facilities, including Ram Manohar Lohia Hospital, in the last 24 hours, officials said, Thursday

  7. 7.Senior BJP leader Surama Padhy was Thursday elected unopposed the Speaker of the Odisha Assembly.

  8. 8.The Indian Institute of India (IIT) Bombay has imposed a fine of up to `1.2 lakh on eight students, who performed a play that allegedly mocked Lord Ram and portrayed the ‘Ramayana’ in a bad light, a fellow student said Thursday.

  9. 9.The Election Commission of India (ECI) has received applications from six states for checking/verification of “burnt memory/microcontroller of EVMs” used in the recently held Lok Sabha elections, an official statement said Thursday.

  10.  10.In a setback to the Nitish Kumar government in Bihar, the Patna High Court Thursday struck down its last year’s decision to raise quotas for Dalits, backward classes and tribals from 50 to 65 per cent.

  11. 11.The Financial Intelligence Unit (FIU) has slapped a penalty of `18.82 crore on the world’s largest crypto exchange Binance for alleged contravention of the country's anti-money laundering law.

  12. 12.The unrelenting heatwave sweeping large parts of the country has claimed at least 114 lives and left more than 40,984 people grappling with suspected heatstroke between March 1 and June 18 this year, Health Ministry sources said Thursday.

  13. 13.Lt Gen NS Raja Subramani is set to be the next Vice Chief of Army Staff with the government clearing his appointment to the post, official sources said Thursday.

  14. 14.Funds parked by Indian individuals and firms in Swiss banks, including through local branches and other financial institutions, fell sharply by 70 per cent in 2023 to a four-year low of 1.04 billion Swiss Francs (`9,771 crore), annual data from Switzerland’s central bank showed Thursday

  15. 15.Retirement fund body Employees’ Provident Fund Organisation (EPFO) added a record 18.92 lakh net members in April, payroll data released Thursday showed.

311 Y