-
1.ଭାରତୀୟ ସଶସ୍ତ୍ର ବାହିନୀକୁ ଏକେ-୨୦୩ ଆସଲ୍ଟ ରାଇଫଲର ଏକ ନୂଆ ବ୍ୟାଚ୍ ମିଳିବାକୁ ଯାଉଛି, ଯାହା କାଲାସ୍ନିକୋଭ୍ ସିରିଜ୍ର ଏକ ଆଧୁନିକ ସଂସ୍କରଣ। ଗୋଟିଏ ମିନିଟ୍ରେ ଏଥିରୁ ୭୦୦ ରାଉଣ୍ଡ ପର୍ଯ୍ୟନ୍ତ ଗୁଳି ଚଳାଯାଇପାରିବ ଏବଂ ଏହାର ରେଞ୍ଜ ୮୦୦ ମିଟର ରହିଛି।
-
2.ଚଳିତ ସପ୍ତାହରେ ମଙ୍ଗଳ ଗ୍ରହର ୨୪.୫ କିଲୋଗ୍ରାମ୍ ଓଜନର ଏକ ଉଲ୍କାପିଣ୍ଡ ୫.୩ ନିୟୁତ ଡଲାରରେ ବିକ୍ରି ହୋଇ ରେକର୍ଡ ସୃଷ୍ଟି କରିଛି। ଏନ୍ଡବ୍ଲୁଏ-୧୬୭୮୮ ଭାବେ ନାମିତ ଏହି ଉଲ୍କାପିଣ୍ଡ ସୋଥବିର ନ୍ୟୁୟର୍କ ନିଲାମ ସମୟରେ ଉତ୍ସାହ ସୃଷ୍ଟି କରିଥିଲା।
-
3.ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଶକ୍ତି ପରିବର୍ତ୍ତନ ନୀତି ଲାଗୁ କରିବାକୁ ଯାଉଛି। ଏହାକୁ ନେଇ ଆୟୋଜିତ ଏକ କର୍ମଶାଳାକୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ଶକ୍ତି ପରିବର୍ତ୍ତନରେ ଅଗ୍ରଣୀ ରହିବାକୁ ଆମେ ପ୍ରତିବଦ୍ଧ ଅଛୁ।
-
4.ଏଣିକି ୯ କ୍ୟାରେଟ୍ ସୁନା ଉପରେ ବାଧ୍ୟତାମୂଳକ ହଲମାର୍କିଂ ରହିବ। ଏହି ନୂଆ ନିର୍ଦ୍ଦେଶ ଜୁଲାଇ ମାସରୁ ଲାଗୁ ହେବ। ଏ ନେଇ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ୍ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ।
-
5.ଓଡ଼ିଶା ବନ୍ଦ ଯୋଗୁ ଦୋକାନ ବଜାର ବନ୍ଦ ଠାରୁ ଆରମ୍ଭ କରି ଗାଡ଼ି, ବସ୍, ଟ୍ରକ୍, ଟ୍ୟାକ୍ସି, ଅଟୋ ଆଦିର ଚକା ନଗଡ଼ିବା କାରଣରୁ ଓଡ଼ିଶା ଅର୍ଥନୀତିକୁ ପ୍ରାୟ ୧୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।
-
6.ଅନ୍ତର୍ଜାତୀୟ ଖ୍ୟାତନାମା ସଂସ୍ଥା ସିଟି ଗ୍ରୁପ୍ ପକ୍ଷରୁ ଆକଳନ କରାଯାଇଛି ଯେ ଆଗାମୀ ଦିନରେ ରୁପା ଦାମ୍ରେ ବୃଦ୍ଧି ଘଟିବ ଓ ସୁନା ଶସ୍ତା ହେବ। ଅନ୍ତର୍ଜାତୀୟ ବଜାରରେ ଦର କମ୍ ହେଲେ ଦେଶ ଭିତରେ ତାହା ଶସ୍ତା ହେବ। ଗୁରୁବାର ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦାମ୍ ୫୦୦ ଟଙ୍କା ବଢ଼ି ୯୧,୦୫୦ ଟଙ୍କା ହୋଇଛି।
-
7.କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଭାରତ ବର୍ତ୍ତମାନ ୪୦ଟି ଦେଶରୁ ତେଲ କିଣୁଛି, ଯେତେବେଳେ ୨୦୦୭ରେ ଏହି ସଂଖ୍ୟା ୨୭ ଥିଲା ଏବଂ ବିଶ୍ୱ ବଜାରରେ ଏହାର ପର୍ଯ୍ୟାପ୍ତ ଯୋଗାଣ ଅଛି।
-
8.ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ ପାଇଁ ଚିଠି ଜାରି କଲା ।
-
9.ତରଭା ପୁଲିସକୁ ମିଳିଛି ବଡ ସଫଳତା,୯ କୋଟି ଟଙ୍କାର ଗଞ୍ଜେଇ ଜବତ,୪ ଜଣ ଗିରଫ।
-
10.ମୟୂରଭଞ୍ଜର ରଙ୍ଗିଲା ତାନ୍ତ୍ରିକର କେଳେଙ୍କାରୀ, ମୋବାଇଲରେ ରଖିଥିଲା ୪ ଶହ ମହିଳାଙ୍କ ଅଶ୍ଳୀଳ ଫଟୋ।
-
11.ଗିରିସୋଲା ଚେକ୍ ଗେଟର ପୂର୍ବତନ ଜୁନିୟର ଏମଭିଆଇ ଦେବୀ ପ୍ରସାଦ ପାଢ଼ୀ ଦୋଷୀ ସାବ୍ୟସ୍ତ ହେଲେ, ୨ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ।
-
12.ବଲାଙ୍ଗୀର, ତେନ୍ତୁଳିଖଣ୍ଟ ଗାଁ ରେ ନିଶାସକ୍ତ ଅବସ୍ଥାରେ ଜୀଅନ୍ତା ନାଗକୁ ଚୋବାଇ ଖାଇ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ବ୍ୟକ୍ତି।
-
13.ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି ଇଡି । ମଦ ଦୁର୍ନୀତି ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି ।
-
14.ରାଜସ୍ଥାନ ସରକାରରେ ୨୯ଜଣ ବିଧାୟକଙ୍କୁ ୩୦ଲକ୍ଷ ବିଲ ଦେବାକୁ ପଡିବ । ଏଥିରେ ଶାସକ ଦଳ ବିଜେପିର ୧୬ଜଣ ଏବଂ କଂଗ୍ରେସର ୯ଜଣ ବିଧାୟକ ରହିଛନ୍ତି । ଭାରତ ଆଦିବାସୀ ପାର୍ଟିର ୨ଜଣ ଏବଂ ସ୍ୱାଧୀନ ବିଧାୟକ ୨ଜଣ ରହିଛନ୍ତି ।
-
15.ଖଣ୍ଡଗିରି ଥାନା ଏସ୍ଆଇ ଦେବୀ ପ୍ରସାଦ ଭୂୟାଁ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବନ କରିଛନ୍ତି ପୁଲିସ କମିଶନର ଏସ୍ ଦେବଦତ୍ତ ସିଂହ।
-
16.ରେଭନ୍ସୋ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଅପରାହ୍ନ ସାଢେ ୫ଟା ପରେ କୌଣସି ମହିଳା କର୍ମଚାରୀ କିମ୍ବା ରିସର୍ଚ୍ଚର ଅଫିସରରେ କାମ କରିବେ ନାହିଁ । ହେଲେ ବିଜ୍ଞପ୍ତିକୁ ପ୍ରତ୍ୟାହୃତ କରି ନେଇଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ ।
-
17.ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ପାଣିପରାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି ।
-
18.ଓଡ଼ିଆ ଚଳଚ୍ଚିତ୍ରକୁ ନୂଆ ରୂପ ଦେଇ ଆସିଥିବା ସଫଳ ଓ ଅନୁଭବୀ ନିର୍ମାତା ସୀତାରାମ୍ ଅଗ୍ରୱାଲ୍ ପୁଣି ବଡ ପରଦାକୁ ଫେରୁଛନ୍ତି। ଆଉ ଏକ ତାଜା ଓ ଗଭୀର ଭାବନାତ୍ମକ ପ୍ରେମ କାହାଣୀ ‘ଛି’ରେ ନନି’ ସହିତ ଦମଦାର କମ ବ୍ୟାକ କରୁଛନ୍ତି ସୀତାରାମ। ଆସନ୍ତା ଅଗଷ୍ଟ ୧ରେ ଓଡ଼ିଶାର ସମସ୍ତ ସିନେମା ହଲରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ଛି’ରେ ନନି’।
-
19.ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଟେଷ୍ଟ ଶୃଙ୍ଖଳାର ଚତୁର୍ଥ ମ୍ୟାଚ ଓଲ୍ଡ ଟ୍ରାଫୋର୍ଡରେ ଚଳିତ ଜୁଲାଇ ୨୩ରୁ ଖେଳାଯିବ।
-
20.ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳର ଖ୍ୟାତନାମା ଅଲ୍ରାଉଣ୍ଡର ଆନ୍ଦ୍ରେ ରସେଲ୍ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ତାଙ୍କ ଦେଶ ଜାମାଇକାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିବା ପରେ ରସେଲ ଆଉ ଆନ୍ତର୍ଜାତିକ କ୍ରିକେଟ୍ ଖେଳିବେ ନାହିଁ।