# |
Date |
Type |
Current Affairs |
No. Of Views |
Status |
Action |
1031 |
27-03-2024 |
Odia |
-
ଆମେରିକାର ବାଲ୍ଟିମୋରରେ ଏକ ଜାହାଜ ସହ ଧକ୍କା ହେବା ପରେ ଫ୍ରାନ୍ସିସ୍ ସ୍କଟ୍ ବ୍ରିଜର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଛି। ବ୍ରିଜକୁ ଧକ୍କା ଦେବା ପରେ ଜାହାଜଟି ବୁଡ଼ି ଯାଇଥିଲା। ଅତ୍ୟଧିକ ଥଣ୍ଡା ଓ କମ୍ ଦୃଶ୍ୟମାନତା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା।
-
ପାକିସ୍ତାନର ଖାଇବର ପଖ୍ତୁନଖୱାର ଶାଙ୍ଗଲାଠାରେ ଆଜି ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୫ ଜଣ ଚୀନ୍ ନାଗରିକ ଓ ଜଣେ ପାକିସ୍ତାନୀ ପ୍ରାଣ ହରାଇଛନ୍ତି।
-
କେବଳ ଲୁଣ ପାଣି ପିଇ ୨୧ ଦିନ ଧରି ବିକ୍ଷୋଭ କରୁଥିବା ବିଶିଷ୍ଟ ପରିବେଶବିତ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ଆଜି ନିଜର ଆମରଣ ଅନଶନ ଶେଷ କରିଛନ୍ତି। ଲଦାଖକୁ ରାଜ୍ୟ ମାନ୍ୟତା ଓ ଏହାର ଐତିହ୍ୟକୁ ସୁରକ୍ଷା ଦାବିରେ ସେ ଅଖିଆ ଅପିଆ ବିକ୍ଷୋଭ କରୁଥିଲେ।
-
ସିୟୁଇଟି-ୟୁଜି ୨୦୨୪ ପାଇଁ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦେଶ କୁମାର କହିଛନ୍ତି ଯେ ବିଭିନ୍ନ ସ୍ଥରରୁ ଅନୁରୋଧ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
-
ଗ୍ରୀଷ୍ମ ଋତୁରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ, ଯାହା ମାର୍ଚ୍ଚରୁ ଜୁନ୍ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ସୃଷ୍ଟି କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
-
ସିଭିଜିଲ୍ ଆପ୍ ଜରିଆରେ ନିର୍ବାଚନ ପ୍ରକ୍ରିୟା ଉପରେ ନିର୍ବାଚନ ଆୟୋଗ ତୀକ୍ଷ୍ଣ ନଜର ରଖିଛନ୍ତି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ରେକର୍ଡିଂ, ରିପୋର୍ଟିଂ ଏବଂ ସମାଧାନ ପାଇଁ ଏହା ଏକକ ଆପ୍।
-
କେରଳର ୱାୟନାଡସ୍ଥିତ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ଡ. ପିସି ଶଶିନ୍ଦ୍ରନ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣରୁ କୁଳପତି ଇସ୍ତଫା ଦେଇଛନ୍ତି କହିଛନ୍ତି।
-
ବରେଲି ଲୋକସଭା ଆସନରୁ ଆଠଥର ସାଂସଦ ଥିବା ସନ୍ତୋଷ ଗଙ୍ଗୱାରଙ୍କ ସମର୍ଥକମାନେ ନବମ ଥର ପାଇଁ ଟିକେଟ ମିଳିବ ବୋଲି ଆଶା ରଖିଥିଲେ ମଧ୍ୟ ଟିକେଟ ନ ପାଇବା ପରେ ମଧ୍ୟ ସନ୍ତୋଷ ଖୁସି ବ୍ୟକ୍ତ କରିଛନ୍ତି ।
-
ବିହାର ବିଜେପିର ତିନି ଚର୍ଚ୍ଚିତ ଚେହେରାଙ୍କୁ ଦଳ ଟିକେଟ୍ ଦେଇନି। ଏହି ତିନିଜଣ ହେଲେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶାହନାୱାଜ ହୁସେନ୍।
-
ଆଦିତ୍ୟ ରାଜେଶ ଅଳ୍ପ ବୟସରେ ଏକ କମ୍ପାନୀ ପ୍ରତିଷ୍ଠା କରି ଦେଶର ସର୍ବକନିଷ୍ଠ ସିଇଓ ହୋଇ ପାରିଛନ୍ତି। ମୂଳତଃ କେରଳର ବାସିନ୍ଦା ଆଦିତ୍ୟନ 9 ବର୍ଷ ବୟସରେ ଏକ ମୋବାଇଲ୍ ଆପ୍ ତିଆରି କରିଥିଲେ ଏବଂ ଆଜି ତାଙ୍କର ଦୁବାଇରେ ଏକ କମ୍ପାନୀ ଅଛି।
-
ହିମାଚଳ ପ୍ରଦେଶର ରାଜନୀତିରୁ ଏକ ବଡ଼ ଖବର ଆସିଛି। ହିମାଚଳର ୬ଟି ଆସନରେ ହେବାକୁ ଥିବା ଉପ-ନିର୍ବାଚନରେ ବିଜେପି ୬ କଂଗ୍ରେସ ବିଦ୍ରୋହୀଙ୍କୁ ଟିକେଟ୍ ଦେଇପାରେ ବୋଲି ବିଶ୍ୱାସ କରାଯାଉଥିଲା।ଏବେ ବିଜେପି ତାଙ୍କୁ ଟିକେଟ୍ ଦେଇଛି।
-
ପ୍ରକାଶିତ ରିପୋର୍ଟ ମୁତାବକ, ଅରୁଣ ଗୋବିଲ ‘ରାମାୟଣ’ର ପ୍ରତ୍ୟେକ ଅଧ୍ୟାୟ ପାଇଁ ପାଖାପାଖି ୫୧ହଜାର ଟଙ୍କାର ପାରିଶ୍ରମିକ ନେଇଥିଲେ। ରାମାୟଣ ୮୧ଟି ଅଧ୍ୟାୟର ରହିଥିବା ବେଳେ ଅରୁଣ ଏହି ଧାରାବାହିକ ପାଇଁ ପାଖାପାଖି ୪୦ଲକ୍ଷ ଟଙ୍କା ନେଇଥିବା ଅନୁମାନ କରାଯାଉଛି। ଅରୁଣଙ୍କ ମୋଟ ସମ୍ପତ୍ତି ୩୮କୋଟି ଟଙ୍କାର ରହିଛି।
-
୨୦୨୪ ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ଇସ୍ତାହାର ଆଣିବ ବିଜେଡି। ଏଥି ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇସାରିଛନ୍ତି।
-
୨୦୨୪ ମିସ୍ ୟୁନିଭର୍ସ ବା ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବ ସାଉଦି ଆରବ। ପ୍ରଥମ ଥର ପାଇଁ ସାଉଦି ଆରବ ତା’ର ପ୍ରତିଯୋଗୀଙ୍କୁ ଏହି ପ୍ରତିଯୋଗିତାକୁ ପଠାଇବ। ମଡେଲ ରୁମୀ ଅଲକାହତାନୀ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସାଉଦି ଆରବକୁ ପ୍ରତିନିଧିତ୍ୱ କରିବେ।
-
ପୁଣିଥରେ ଡରେଇବା ଆରମ୍ଭ କରିଛି ଆଭିଆନ ଇନ୍ଫ୍ଲୁଏଞ୍ଜା ବା ବାର୍ଡ ଫ୍ଲୁ। ଭିଏତନାମରେ ବାର୍ଡ ଫ୍ଲୁ କାୟା ମେଲାଇବା ସହ ଜଣେ ୨୧ ବର୍ଷୀୟ ଛାତ୍ର ଜଣଙ୍କ ଜୀବନ ନେଇଛି। ବାର୍ଡ ଫ୍ଲୁ ଯୋଗୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଖବରକୁ ଭିଏତନାମ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଶ୍ଚିତ କରିଛି।
-
କଟକ ବାରଙ୍ଗ ପୁରୀ ମେନ୍ କେନାଲ ପଞ୍ଚୁପାଳ ଗାଁ ନିକଟରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର। ରଙ୍ଗ ଖେଳ ପରେ ଗାଧୋଉଥିବା ବେଳେ ଦୁଇ ଜଣ ବୁଡ଼ି ଯାଇଥିଲେ। ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଏହି ଛାତ୍ର ଜଣକର ମୃତଦେହ ଉଦ୍ଧାର ହୋଇଛି।
-
ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ବସ। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମାଲକାନଗିରିରୁ ବ୍ରହ୍ମପୁର ଯାଉଥିଲା ଏହି ଯାତ୍ରୀବାହୀ ବସ । କୋରାପୁଟ ଜିଲ୍ଲା ପୋଡାଗଡ଼ ପାୱାର ଗ୍ରୀଡ଼ ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି।
-
ସୁଚନା ମୁତାବକ ଦିନ ପ୍ରାୟ ୪ଟା ସମୟରେ KBN ଗ୍ୟାଙ୍ଗ ରକିଛି ଅସାମାଜିକ ଯୁବକ ଖଣ୍ଡା ଭୁଜାଲି ଧରି ନୟାପଲ୍ଲୀ ବ୍ରିଟ କଲୋନି ପଟୁ ପଶିଥିଲେ । ପରେ ନୟାପଲ୍ଲୀ ଗଡ଼ ସାହି ପରେ ଏକ ପାର୍ଟି ଅଫିସ ସାମ୍ନା ଦେଇ ଯିବା ପରେ ପୋଖରୀ ପର୍ଯ୍ୟନ୍ତ ଆତଙ୍କ ଖେଳାଇ ଚାଲିଲେ । ରାସ୍ତାରେ ଯିବା ସମୟରେ ଯାହାକୁ ପାରିଲେ ଆକ୍ରମଣ କଲେ । ଯିଏ ଅବରୋଧ କଲେ ତାକୁ ହାଣି ରକ୍ତାକ୍ତ କଲେ । ଫଳରେ ଯିଏ ଦେଖିଲେ ଘରେ ଲୁଚିଲେ ।
-
ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ତାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି। ମେଣ୍ଡିସ୍ ପ୍ରଥମ ଇନିଂସରେ ୧୦୨ ରନ ଓ ଦ୍ୱିତୀୟ ଇନିଂସରେ ୧୬୪ କରିଛନ୍ତି।
-
ଆଇପିଏଲ୍ ମହାସମର। ଆଇପିଏଲର ସପ୍ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଦମଦାର ବିଜୟ। ଗୁଜୁରାଟ ଟାଇଟନ୍ସକୁ ୬୩ ରନରେ ହରାଇ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟୀ ହୋଇଛି।
|
343 |
Y |
|
1032 |
27-03-2024 |
English |
-
The entire 22-member crew of the cargo ship that struck a major bridge in Baltimore early Tuesday, causing it to snap and plunge into the river below are Indians, the company said.
-
After surviving on salt and water for 21 days, noted climate activist and education reformer Sonam Wangchuk has ended his hunger strike to press for statehood for Ladakh, but insisted that his fight will continue.
-
Industrialist Naveen Jindal, who is contesting the Lok Sabha polls from the Kurukshetra seat as a BJP candidate, launched his poll campaign on Tuesday
-
BJP president JP Nadda on Tuesday issued a notice seeking clarification from the party leader Dilip Ghosh regarding his remarks on West Bengal Chief Minister Mamata Banerjee.
-
President of Ramakrishna Mission Swami Smaranananda died due to old age ailments at the age of 95 on Tuesday.
-
The Metropolitan Police in London on Tuesday officially named a former NITI Aayog employee Cheistha Kochhar as the 33-year-old woman who was killed in a road collision in north London while she cycled back home from London School of Economics (LSE).
-
Courts should not grant ex-parte injunctions against publication of a news article barring in exceptional cases as it may have severe ramifications for the right to freedom of speech of the author and the public's right to know, Supreme Court said.
-
The Bombay High Court has upheld a trial court order directing a husband to pay a ₹ 3-crore compensation and monthly maintenance of ₹ 1.5 lakh to his estranged wife.
-
Fair trade regulator Competition Commission of India (CCI) cleared Adani Power's proposed acquisition of Lanco Amarkantak Power.
-
Dismissing claims of tensions between his party and the Congress, RJD leader Tejashwi Yadav on Tuesday said an understanding over seat sharing for the Lok Sabha polls in Bihar has been reached and an announcement in this regard will be made in Patna.
-
A court granted bail to Oreva Group CMD Jaysukh Patel, the main accused in the 2022 Morbi suspension bridge collapse case, and barred his entry into the district till the completion of the trial as it imposed seven conditions for his release.
-
Former Himachal Pradesh minister and BJP leader from Lahaul and Spiti assembly constituency, Ram Lal Markanda, on Tuesday quit the party to protest the fielding of Congress rebel Ravi Thakur who had defeated him on the seat in last assembly election.
-
The Enforcement Directorate on Tuesday said it has attached assets worth more than ₹ 124 crore belonging to various companies as part of a money laundering investigation against Religare Finvest Limited (RFL) and others.
-
YouTube removed over 2.25 million videos in India between October and December 2023 for the violation of its community guidelines, with the country topping the list of video takedowns ahead of nations like the US and Russia.
-
A 20-year-old NEET aspirant allegedly hanged himself at his PG accommodation here, the sixth suicide by a coaching student in the city since January, police said on Tuesday.
-
The Bharatiya Janata Party (BJP) has retained Maneka Gandhi from the Sultanpur Lok Sabha seat in Uttar Pradesh.
-
The Indian Institute of Technology-Guwahati has successfully transferred the technology to produce the country's first recombinant vaccine against classical swine fever to the biotech firm Bio-Med.
-
The Delhi High Court will on Wednesday hear a petition by Delhi Chief Minister Arvind Kejriwal challenging his arrest by the Enforcement Directorate (ED) in a money-laundering case linked to the alleged excise policy scam.
-
Vidhya Rani, the daughter of notorious sandalwood smuggler Veerappan, is vying for a seat in parliament this election, which will be held in seven phases.
-
The BJP on Tuesday named its candidates for assembly bypolls in several states, fielding six disqualified MLAs of the Himachal Pradesh assembly in the state days after they joined the party after leaving the Congress.
|
365 |
Y |
|
1033 |
26-03-2024 |
Odia |
-
ଦେଶରେ ରଙ୍ଗର ପର୍ବ ହୋଲି ପାଳନ କରାଯାଉଛି। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
-
ମାର୍ଚ୍ଚ ୨୩ ତାରିଖରେ ମସ୍କୋରେ କ୍ରୋକସ୍ ସିଟି ହଲ୍ ଆକ୍ରମଣ ପଛରେ ଇସ୍ଲାମିକ୍ ଷ୍ଟେଟ୍ର ହାତ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଦାବି ଉପରେ ରୁଷ୍ ସନ୍ଦେହ ପ୍ରକଟ କରିଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଭୟ କରୁଛନ୍ତି ବୋଲି ଦିଲ୍ଲୀ ମନ୍ତ୍ରୀ ଆତିଶୀ ଅଭିଯୋଗ କରିଛନ୍ତି।
-
ଇନ୍ଦୋରର ପୁଲିସ କମିଶନର ରାକେଶ ଗୁପ୍ତା ବେଆଇନ ମଦ, ବେଆଇନ ଡ୍ରଗ୍ସ ଏବଂ ବେଆଇନ ନଗଦଟଙ୍କା ପରିବହନକୁ ରୋକିବା ପାଇଁ କଡା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଇନ୍ଦୋରର ପୁଲିସ କମିଶନର ରାକେଶ ଗୁପ୍ତା ବେଆଇନ ମଦ, ବେଆଇନ ଡ୍ରଗ୍ସ ଏବଂ ବେଆଇନ ନଗଦଟଙ୍କା ପରିବହନକୁ ରୋକିବା ପାଇଁ କଡା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
-
ତାମିଲନାଡୁ ଇରୋଡର ଏମଡିଏମକେ ସାଂସଦ ଗଣେଶମୂର୍ତ୍ତି ସୋମବାର ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
-
ତେଲେଙ୍ଗାନା ଗୁଇନ୍ଦା ବ୍ୟୁରୋର ପୂର୍ବତନ ମୁଖ୍ୟ ଟି ପ୍ରଭାକର ରାଓଙ୍କୁ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ଫୋନ୍ ଟ୍ୟାପିଂ ମାମଲାରେ ଅଭିଯୁକ୍ତ ନମ୍ବର ୧ ଭାବେ ନାମିତ କରାଯାଇଛି।
-
ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସୋମବାର ପ୍ରଥମ ଥର ପାଇଁ ପାଞ୍ଚ ମାସରୁ ଅଧିକ ସମୟ ଧରି ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧରେ ତୁରନ୍ତ ଅସ୍ତ୍ରବିରତି କରିବାକୁ ଦାବି କରିଛି। ସୁରକ୍ଷା ପରିଷଦର ଅନ୍ୟ ୧୪ ଜଣ ସଦସ୍ୟ ସେହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି।
-
ଆସାମର ଲକ୍ଷ୍ମୀପୁର ଜିଲ୍ଲାର ନାଓବୋଇଚା ବିଧାୟକ ଭରତ ଚନ୍ଦ୍ର ନାରା ତାଙ୍କ ପତ୍ନୀଙ୍କୁ ଲୋକସଭା ନିର୍ବାଚନ ପାଇଁ ଦଳରୁ ଟିକେଟ ନ ମିଳିବାରୁ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।
-
: ବରିଷ୍ଠ ସାମ୍ବାଦିକ ଶାନ୍ତନୁ ଗୁହା ରାୟଙ୍କର ସୋମବାର ସକାଳେ ଦେହାନ୍ତ ହୋଇଛି।
-
କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ଖଣି ବ୍ୟବସାୟୀ ଜି ଜନାର୍ଦ୍ଦନ ରେଡ୍ଡୀ ସୋମବାର ଲୋକ ସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି।
-
ଉଜୈନର ମହାକାଳ ମନ୍ଦିରରେ ସୋମବାର ଆରତି ସମୟରେ ନିଆଁ ଲାଗି ୫ ପୁରୋହିତଙ୍କ ସମେତ ୧୩ ଜଣ ଆହତ ହୋଇଛନ୍ତି। ଭସ୍ମ ଆରତି ସମୟରେ ନିଆଁ ଲାଗିଯାଇଥିଲା।
-
ଆତଙ୍କବାଦୀମାନେ ସୋମବାର ରାତିରେ ନାଭାଲ ଏୟାର ବେସ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ପାକିସ୍ତାନୀ ସୁରକ୍ଷା ବାହିନୀ ନୌସେନାର ଏୟାରବେସ ଉପରେ ହୋଇଥିବା ଆକ୍ରମଣର କଡା ଜବାବ ଦେବାକୁ ଯାଇ ୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ।
-
ବିଜେପିର ଯେଉଁ ୧୮ ଜଣିଆ ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି, ସେଥିରେ ଖାରବେଳଙ୍କ ନାଁ ନାହିଁ। ଫଳରେ ସେ ଏବେ ଖଡ଼ଗ ହସ୍ତ। ଖାରବେଳ ସ୍ବାଇଁ କହିଛନ୍ତି, ସେ ସ୍ବାଧୀନ ଭାବେ ବାଲେଶ୍ବର ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ।
-
ରୋଗୀଙ୍କ ଜୀବନରକ୍ଷା ପାଇଁ ସମୟୋଚିତ ଅସ୍ତ୍ରୋପଚାର ଜରୁରୀ। ପୂର୍ବରୁ ଭିତ୍ତିଭୂମି ସହ ଲୋକବଳ ଅଭାବ ଥିଲା। କିନ୍ତୁ ଏବେ ଏହି ସମସ୍ୟା ଦୂର ହେବାରେ ଲାଗିଛି। ତେଣୁ ପର୍ଯ୍ୟାୟକ୍ରମେ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନାରେ ରାତିବେଳା ଅସ୍ତ୍ରୋପଚାର ଆରମ୍ଭ ପାଇଁ ପଦକ୍ଷେପ ନିଆଯାଉଛି।
-
୨୦୨୪ ଭୋଟର ତାଲିକା ଅନୁସାରେ ରାଜ୍ୟରେ ପ୍ରତି ୧ ହଜାର ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟର୍ଙ୍କ ସଂଖ୍ୟା ହେଉଛି ୯୭୨। ୨୦୨୩ରେ ଏହି ସଂଖ୍ୟା ୯୬୧ ଥିବା ବେଳେ ୨୦୧୯ରେ ୯୪୬ ଓ ୨୦୧୪ରେ ୯୨୨ ରହିଥିଲା। ୨୦୨୯ ଓ ୨୦୨୪ ମଧ୍ୟରେ ଲିଙ୍ଗଗତ ତାରତମ୍ୟ ୩୬ ପଏଣ୍ଟ ହ୍ରାସ ପାଇଛି।
|
377 |
Y |
|
1034 |
26-03-2024 |
English |
-
President Droupadi Murmu conveyed her greetings to citizens on the eve of Holi and said the festival promotes a feeling of love, unity and brotherhood among people.
-
The Aam Aadmi Party (AAP) has today called for a 'gherao' of Prime Minister Narendra Modi's residence to protest against the arrest of Chief Minister Arvind Kejriwal. The BJP has also planned a counter-protest demanding Mr Kejriwal's resignation.
-
The Delhi Police has strengthened security at Prime Minister Narendra Modi's residence after the AAP called for a "gherao" to protest against the arrest of Chief Minister Arvind Kejriwal, an officer said on Tuesday
-
Two alleged drug smugglers were arrested in Hanumangarh district and over 40 kg of opium was recovered from them, police said on Monday.
-
Assam Chief Minister Himanta Biswa Sarma claimed on Monday that Congress MP Rahul Gandhi's future is 'dark', adding that by 2026, there will be no more of the grand old party in the state.
-
The Bihar government has declared a paid holiday on voting days during the Lok Sabha polls for employees of public and private institutions, officials said Monday.
-
The Aam Aadmi Party (AAP) on Monday launched a social media campaign asking people to support it for saving the constitution and democracy in the country.
-
Former Telangana Intelligence Bureau chief T Prabhakhar Rao has been named as Accused No 1 in the phone-tapping case that has roiled the state ahead of a general election.
-
Senior journalist Shantanu Guha Ray, who was a regular contributor to NDTV, has died. An alumnus of Indian Institute of Mass Communication and The Wharton School, Mr Ray was known for his incisive knowledge across a wide spectrum of subjects
-
BJP's Kurseong MLA Bishnu Prasad Sharma on Monday announced that he would contest as an Independent candidate in the Darjeeling Lok Sabha seat against the party's nominee Raju Bista.
|
390 |
Y |
|
1035 |
25-03-2024 |
Odia |
-
ମସ୍କୋରେ ଆତଙ୍କବାଦୀଙ୍କ ଭୟାନକ ଆକ୍ରମଣ ପରେ ରୁଷ୍ ଏବେ ୟୁକ୍ରେନର ରାଜଧାନୀ କିବ୍ ଉପରେ ଆକ୍ରମଣ ତୀବ୍ର କରିଛି। କିବ୍ରେ ବହୁ ସଂଖ୍ୟାରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି।
-
ରାଜ୍ୟରେ ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ଦଳ ନାଁ ଘୋଷଣା କରିଛି । ଭୁବନେଶ୍ବରରୁ ସାଂସଦ ଅପରାଜିତା ଷଡଙ୍ଗୀ ନିର୍ବାଚନ ଲଢିବେ । ସେହିଭଳି ପୁରୀରୁ ଲଢିବେ ସମ୍ବିତ ପାତ୍ର । କେନ୍ଦ୍ରାପଡାରୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦଳ ଚୟନ କରିଥିବାବେଳେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି ।
-
କଙ୍ଗନା ରାଣାୱତଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ,ଲୋକପ୍ରିୟ ଧାରାବାହିକ ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଖ୍ୟାତାନାମା ଅଭିନେତା ଅରୁଣ ଗୋଭିଲଙ୍କୁ ଉତ୍ତରପ୍ରଦେଶର ମିରଟରୁ ସେହିପରି କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ପରେ ଜଣାଶୁଣା ଶିଳ୍ପପତି ନବୀନ ଜିନ୍ଦଲଙ୍କୁ କୁରୁକ୍ଷେତ୍ର ଆସନରୁ ଟିକେଟ ଦିଆଯାଇଛି ।
-
ସ୍ବାଧୀନ ଭାରତରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏକି ମୁଖ୍ୟମନ୍ତ୍ରୀ ପଦରେ ଥାଇ ଗିରଫ ହୋଇଛନ୍ତି। ତିନି ଦିନ ହେଲା ଇଡି ହାଜତରେ ଥିଲେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି।
-
ବଲିଉଡ଼ ଅଭିନେତ୍ରୀ ନେହା ଶର୍ମା ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରି ରାଜନୀତିରେ ପ୍ରବେଶ କରିପାରନ୍ତି। ବିହାରର ଭାଗଲପୁରରୁ କଂଗ୍ରେସ ବିଧାୟକ ଥିବା ଅଜିତ ଶର୍ମା ଝିଅ ନେହାଙ୍କର ରାଜନୀତିରେ ପ୍ରବେଶ ନେଇ ସଙ୍କେତ ଦେଇଛନ୍ତି।
-
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଣେ ସରକାରୀ ସାକ୍ଷୀଙ୍କ କମ୍ପାନି ୫୨ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ କିଣିଥିବା ବେଳେ ଏହାର ସିଂହଭାଗ ବିଜେପିକୁ ମିଳିଛି ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରକାଶିତ ସଦ୍ୟତମ ତଥ୍ୟରୁ ଜଣାପଡ଼ିଛି।
-
ଡେମୋକ୍ରାଟିକ ପାର୍ଟି ନେତା ତଥା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଡୋନାଲ୍ଡ ଟ୍ରମ୍ପ୍ଙ୍କଠାରୁ ଉଭୟ ପ୍ରଚାର ଓ ସମର୍ଥନ ହାସଲରେ ବହୁତ ପଛରେ ପଡ଼ିଯାଇଛନ୍ତି।
-
କେରଳ ବିଧାନସଭାରେ ପାରିତ ହୋଇଥିବା ୪ଟି ବିଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୌଣସି କାରଣରୁ ଅନୁମୋଦନ ଦେଇନଥିବାରୁ କେରଳ ସରକାର ମାର୍ଚ୍ଚ ୨୩ ତାରିଖରେ ସୁପ୍ରିମ୍କୋର୍ଟରେ ଏକ ଆବେଦନ କରିଛନ୍ତି।
-
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଜତରୁ ପ୍ରଥମ ସରକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଦିଲ୍ଲୀର କେତେକ ଅଂଚଳରେ ଜଳସଙ୍କଟର ସମାଧାନ ପାଇଁ ଯୁଦ୍ଧସ୍ତରରେ ପଦକ୍ଷେପ ନିଆଯିବାକୁ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି।
-
କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ନବୀନ ଜିନ୍ଦଲ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଛନ୍ତି ।
-
ମୋବାଇଲ୍ ଶୁଳ୍କରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବା ଆଶଙ୍କା କରାଯାଉଛି। ଟେଲିକମ୍ କମ୍ପାନିଗୁଡ଼ିକ ୨୦୧୯ ଏବଂ ୨୦୨୧ରେ ଟାରିଫ୍ ବଢ଼ାଇ ଥିଲେ।
-
ମୋଟ ଜନସଂଖ୍ୟାକୁ ଦେଖିଲେ ଦେଶରେ ୪.୬୨ ପ୍ରତିଶତ ଲୋକଙ୍କ ପାଖରେ କ୍ରେଡିଟ୍ କାର୍ଡ ରହିଛି। ଲୋକସଂଖ୍ୟା ତୁଳନାରେ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ସଂଖ୍ୟାକୁ ଦେଖିଲେ ଭାରତ ବିଶ୍ବର ନିମ୍ନ ୧୦ଟି ଦେଶ ମଧ୍ୟରେ ରହିଛି।
-
ପୂର୍ବତନ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ(ଅବସରପ୍ରାପ୍ତ) ଆର.କେ.ଏସ. ଭଦୌରିଆ ବିଜେପିରେ ଯୋଗ ଦେଇଛନ୍ତି।
-
ଦୂରେଇବ ଯକ୍ଷ୍ମା। ଦେଶରେ ବୟସ୍କଙ୍କ ପାଇଁ ଖୁବ୍ଶୀଘ୍ର ଯକ୍ଷ୍ମା ଟିକା ଉପଲବ୍ଧ ହେବାକୁ ଯାଉଥିବା ଜଣାପଡିଛି। ଭାରତ ବାୟୋଟେକ୍ ଇଣ୍ଟରନ୍ୟାଶନାଲ ଲିଃ ଏହି ଟିକା ଏମ୍ଟିବିଭାକ୍ର କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଥିବା ରବିବାର ସୂଚନା ଦେଇଛି।
-
ଦିଲ୍ଲୀରେ ମାର୍ଚ୍ଚ ୩୧ରେ ଇଣ୍ଡିଆ ମେଣ୍ଟର ନେତାମାନେ ଏକ ରାଲି କରିବାକୁ ଆହ୍ବାନ କହିଛନ୍ତି। ଭାରତର କନଷ୍ଟୁଚ୍ୟୁଶନ କ୍ଲବ ଅଫ ଇଣ୍ଡିଆରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିରୋଧୀଦଳର ନେତାମାନେ ‘ରାମଲିଲା ମଇଦାନ ଚଲୋ’ ସ୍ଲୋଗାନ ଦେଇଛନ୍ତି।
-
କଂଗ୍ରେସ ରାଜ୍ୟ ସଭାପତି ଅଜୟ ରାୟଙ୍କୁ ବାରାଣସୀ ଲୋକ ସଭା ଆସନରୁ ପ୍ରାର୍ଥୀ କରିଛି। ସେ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ।
-
ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଇଲେକ୍ଟୋରାଲ ବଣ୍ଡ୍ ପ୍ରସଙ୍ଗର ତଦନ୍ତ କରୁ ବୋଲି କଂଗ୍ରେସ ଦାବି କରିଛି।
-
୫ରୁ ୧୬ ବର୍ଷ ବୟସର ୬୦ ପ୍ରତିଶତ ପିଲାଙ୍କଠାରେ ଡିଜିଟାଲ ଆସକ୍ତି ସେମାନଙ୍କ ବ୍ୟବହାରରୁ ସୂଚନା ମିଳିଥିବା ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି।
-
ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାମେରନ ଡିଆଜଙ୍କ ଘରେ ପୁଣିଥରେ ଖୁସିର ମୁହୂର୍ତ୍ତ ଆସିଛି। ହଁ, କାମେରନ ୫୧ ବର୍ଷ ବୟସରେ ପୁଣି ମା’ ହୋଇଛନ୍ତି।
-
ଭାଜପା ନେତ୍ରୀ ଇରାନୀ ରାୟ ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ଶତାଧିକ କର୍ମୀଙ୍କ ସହିତ ଆସି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଛନ୍ତି।
|
402 |
Y |
|
1036 |
25-03-2024 |
English |
-
The International Astronomical Union (IAU) has approved the Chandrayaan-3 landing site name ‘Shiva Shakti’. The approval came March 19 after Prime Minister Narendra Modi's announcement following the success of the mission August 26, 2023
-
The BJP Sunday announced the names of its candidates for 18 of the 21 Lok Sabha seats in Odisha, while dropping four sitting MPs from the list. The nominees for Cuttack, Jajpur and Kandhamal LS constituencies are yet to be named.
-
While Union Minister Dharmendra Pradhan will contest from Sambalpur, the saffron party’s spokesperson Sambit Patra will try his luck from Puri once again after losing out in a close contest in 2019. Similarly, the party has retained sitting MPs Jual Oram (Sundargarh), Pratap Sarangi (Balasore), Sangeeta Kumari Singh Deo (Bolangir) and Aparajita Sarangi (Bhubaneswar).
-
In the midst of discussions regarding his ability to perform duties as the Delhi Chief Minister while in ED custody, Arvind Kejriwal has issued his first direction on running the city government, instructing Water Minister Atishi to solve water and sewer-related problems in some areas of the city.
-
The Commissionerate Police Sunday claimed to have arrested a man who robbed houses in affluent locations in the Capital City, and would splurge the loot on a lavish life. His arrest led to the seizure of `21 lakhs cash, 700 grams of gold ornaments and 7 kg silver ornament.
-
Reaffirming his government’s commitment to detect and prevent Tuberculosis (TB), Sunday, Chief Minister Naveen Patnaik, on the World Tuberculosis Day, urged the people of the state to work together to ensure a healthier and Tuberculosis-free future for all citizens.
-
In a shocking incident, a 35-year-old man allegedly hacked his parents to death over a trivial matter in Basira village under Champua police station in this district Sunday morning. Later police arrested the accused Dhyana Munda. The deceased have been identified as father of accused, Gurucharan Munda (65) and his mother Pali (60).
-
J anata Dal (United) Sunday announced a list of 16 candidates from Bihar for the Lok Sabha elections. Bashistha Narain Singh, the national vice president of the party, announced the names at the party’s head office here.
-
Over 87 per cent of students this year passed the Class XII board exam, the result of which was announced by the Bihar School Examination Board (BSEB) Saturday.
-
Former Indian Air Force chief RKS Bhadauria joined the BJP Sunday and praised Prime Minister Narendra Modi’s leadership and the steps taken by his government to modernise and strengthen the armed forces.
-
The Karnataka government has moved the Supreme Court seeking a direction to the Centre to release financial assistance from the National Disaster Response Fund (NDRF) to the state for drought management.
-
The Opposition INDIA bloc will hold a “maha rally” at Delhi’s Ramlila Maidan March 31 to safeguard the country’s interests and democracy, AAP leader Gopal Rai said Sunday.
-
Tamil Nadu, Telangana, Karnataka and Delhi had a higher burden of breast cancer than eastern and northeastern states, according to an ICMR study that also projected a “substantial rise” in the disease burden in India by 2025.
-
Russia lowered flags to half-mast Sunday for a day of mourning after scores of people were gunned down with automatic weapons at a rock concert outside Moscow in the deadliest attack inside Russia for two decades.
-
Pakistan will “seriously” consider restoring trade ties with India that remained suspended since August 2019, Foreign Minister Muhammad Ishaq Dar has said, indicating a potential shift in diplomatic stance towards the neighbouring nation.
-
Russia struck critical infrastructure in Ukraine’s western region of Lviv with missiles early Sunday, Kyiv said, in a major airstrike that saw one Russian cruise missile briefly fly into Polish airspace according to Warsaw.
-
The Jawaharlal Nehru University Students Union (JNUSU) on Sunday elected its first Dalit president, Dhananjay, from the Left-backed groups after nearly 30 years.
-
Assam Chief Minister Himanta Biswa Sarma on Sunday took a jibe at the INDI alliance saying that the bloc is intact, not on Earth, but in the Moon and Sun.
-
The BJP announced the names of three candidates in Jharkhand, including Sita Soren - former JMM MLA and sister-in-law of former Chief Minister Hemant Soren - from Dumka (ST) constituency.
-
Popular actors Kangana Ranaut and Arun Govil have figured on the latest candidates' list of the BJP for the upcoming Lok Sabha elections.
|
397 |
Y |
|
1037 |
24-03-2024 |
Odia |
-
୨୦୨୪ ନିର୍ବାଚନ ପାଇଁ ସଂସଦୀୟ କ୍ଷେତ୍ର ଲାଗି ଖର୍ଚ୍ଚ ପରିମାଣ ୯୫ ଲକ୍ଷ ଟଙ୍କା କରାଯାଇଛି। ୨୦୧୯ରେ ଏହି ଖର୍ଚ୍ଚ ପରିମାଣ ୭୦ ଲକ୍ଷ ଥିଲା।
-
ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତକୁ ପଠାଯାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଉସ ଆଭେନ୍ୟୁ କୋର୍ଟରେ ଏକ ପିଟିସନ ଦାଖଲ କରି ଆସିଷ୍ଟାଣ୍ଟ ପୁଲିସ କମିସନର (ଏସିପି) ଏ.କେ ସିଂଙ୍କୁ ତାଙ୍କ ସୁରକ୍ଷା ଦାୟିତ୍ବରୁ ହଟାଇବାକୁ କହିଛନ୍ତି।
-
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ମନ୍ତବ୍ୟ ବିରୋଧରେ ଜର୍ମାନ ଦୂତାବାସର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ଶନିବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମନ କରି ପ୍ରତିବାଦ ଜଣାଇଛି।
-
ସିବିଆଇ, ଇଡି ଏବଂ ଆୟକର ବିଭାଗ ଦ୍ୱାରା ତଦନ୍ତର ସମ୍ମୁଖୀନ ହେଉଥିବା ୪୧ଟି କମ୍ପାନି ଇଲେକ୍ଟୋରାଲ ବଣ୍ଡ୍ ମାଧ୍ୟମରେ ବିଜେପିକୁ ୨୪୭୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସରକାରଙ୍କ ଠାରୁ ୧୭୨ଟି ବୃହତ୍ ଚୁକ୍ତି ଓ ପ୍ରକଳ୍ପ ଅନୁମୋଦନ ପାଇଥିବା ୩୩ଟି ସଂସ୍ଥା ମଧ୍ୟ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଚାନ୍ଦା ଦେଇଛନ୍ତି।
-
ମସ୍କୋ କନ୍ସର୍ଟ ହଲ୍ରେ ଶୁକ୍ରବାର ରାତିରେ ଆତଙ୍କବାଦୀଙ୍କ ଭୟାନକ ଆକ୍ରମଣ ପୂରା ବିଶ୍ବରେ ଆଲୋଡ଼ନ ସୃଷ୍ଟି କରିଛି। ମୃତ୍ୟୁସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି ବୋଲି ରୁଷ୍ର ତଦନ୍ତକାରୀ କମିଟି ପ୍ରକାଶ କରିଛି।
-
ବିହାରରେ ହୋଲି ରେ ମଧ୍ୟ ସ୍କୁଲ ଖୋଲା ରହିବ । ଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶ ଆସିଛି, ଯାହାକୁ ନେଇ ବିଶେଷ କରି ଶିକ୍ଷକମାନେ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି।
-
ରାଜସ୍ଥାନର ଜୟପୁର ଜିଲ୍ଲାରେ ଥିବା ଏକ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ଘଟିଛି।
-
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ସହ ଫୋନରେ କଥା ହୋଇଛନ୍ତି।
-
ବୈଜ୍ଞାନିକମାନେ ଶକ୍ତିଶାଳୀ ସିଆର୍ଆଇଏସ୍ପିଆର୍ ଟେକ୍ନୋଲୋଜି (କ୍ଲଷ୍ଟର୍ଡ୍ ରେଗୁଲାରଲି ଇଣ୍ଟରସ୍ପେସ୍ଡ ସର୍ଟ ପାଲିଣ୍ଡ୍ରୋମିକ୍ ରିପିଟ୍ସ) ବ୍ୟବହାର କରି କୋଷରୁ ଏଚ୍ଆଇଭି ସଂକ୍ରମଣକୁ ଦୂର କରିପାରିବେ ବୋଲି ବିବିସି ରିପୋର୍ଟ କରିଛି।
-
ହୋଲି ଉପଲକ୍ଷେ ଦେଶରେ ୫୦ ହଜାର କୋଟି ଟଙ୍କାର ବ୍ୟବସାୟ ହେବା ନେଇ ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି। କେବଳ ଦିଲ୍ଲୀରେ ୫ ହଜାର କୋଟି ଟଙ୍କାର ବ୍ୟବସାୟ ସମ୍ଭାବନା ରହିଛି।
-
ଦେଶର ପ୍ରମୁଖ ଇ-କମର୍ସ କମ୍ପାନି ଆମାଜନ୍ ଇଣ୍ଡିଆ ଏହାର ବିକ୍ରେତାଙ୍କ ପାଇଁ ଆସନ୍ତା ମାସ ୭ ତାରିଖରୁ ଅନେକ ଶୁଳ୍କ ବା ଫିରେ ସଂଶୋଧନ ଆଣିବା ନେଇ ଘୋଷଣା କରିଛି।
-
ବ୍ଲୁମବର୍ଗ ବିଲିନେୟର ସୂଚୀ ଅନୁସାରେ ଆରନଲ୍ଟଙ୍କ ନିଟ୍ ସଂପତ୍ତି ଗୋଟିଏ ଦିନରେ ୩୨.୩ ବିଲିଅନ ଡଲାର ଅର୍ଥାତ୍ ୨ ଲକ୍ଷ ୭୦ ହଜାର କୋଟି ଟଙ୍କାରୁ ଅଧିକ (୨୭,୦୦,୦୮,୧୩,୫୫,୦୦୦) ବୃଦ୍ଧି ପାଇଛି। ଆର୍ନଲ୍ଟଙ୍କ ନିଟ୍ ସଂପତ୍ତି ୨୩୦ ବିଲିଅନ ଡଲାର ଛୁଇଁଛି।
-
ପ୍ରସିଦ୍ଧ ଘରୋଇ ଦୁଗ୍ଧ ବ୍ରାଣ୍ଡ ଅମୂଲ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି। ଆମେରିକାର ଲୋକଙ୍କୁ ଅମୂଲ ଏହାର ଉତ୍ପାଦର ସ୍ବାଦ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଛି।
-
କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୭ ସୁଦ୍ଧା ଜଳାଶୟ ସ୍ତର ଗତବର୍ଷ ତୁଳନାରେ ୧୫.୩ ପ୍ରତିଶତ କମ୍ ରହିଛି। ବୃଷ୍ଟିପାତ ମଧ୍ୟ ୧୧.୪ ପ୍ରତିଶତ କମ୍ ଥିବା ରିପୋର୍ଟରେ ଦର୍ଶାଯାଇଛି।
-
ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ କିଛି ଦିନ ତଳେ ଦ୍ବିତୀୟ ବିବାହ କରିଛନ୍ତି। ମେକ୍ସିକୋର ପୂର୍ବତନ ମଡେଲ୍ ଗ୍ରେସିଆ ମୁନୋଜ୍ଙ୍କୁ ସେ ବିବାହ କରିଛନ୍ତି।
-
ଭାରତ ଓ ଜାପାନ ମଧ୍ୟରେ ଗଭୀର ସାଂସ୍କୃତିକ ସମ୍ପର୍କ ଉପରେ ଦୁଇଟି ପୁସ୍ତକ, ସିଦ୍ଧମ କ୍ୟାଲିଗ୍ରାଫି ଅଫ ସଂସ୍କୃତ ହେରୋନିମସ ଏବଂ ସଂସ୍କୃତ ମାନୁସ୍କ୍ରିପଟସ ଫ୍ରମ ଜାପାନର ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଦି ଆର୍ଟସରେ ଉନ୍ମୋଚିତ ହୋଇଛି।
-
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ, ସିବିଏସଇ ଅନିୟମିତତା ପାଇଁ ୨୦ଟି ବିଦ୍ୟାଳୟର ମାନ୍ୟତା ବାତିଲ କରିଛି। ଏଥିରେ ଦିଲ୍ଲୀର ୫ଟି ସ୍କୁଲ ରହିଛି।
-
ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ୪ଟି ଜିଲ୍ଲାରେ ୪ ଜଣ ଜିଲ୍ଲାପାଳଙ୍କୁ ନିଯୁକ୍ତ କରିଛନ୍ତି। ପୂର୍ବ ମେଦିନୀପୁରରେ ଜୋୟୋଶି ଦାସ ଗୁପ୍ତା (ଆଇଏଏସ୍), ଝାରଗ୍ରାମରେ ମୌମିତା ଗୋଦାର ବସୁ (ଆଇଏଏସ୍), ପୂର୍ବ ବର୍ଦ୍ଧମାନରେ କେ ରାଧିକା ଆୟାର (ଆଇଏଏସ୍) ଏବଂ ବୀରଭୂମରେ ଶଶାଙ୍କ ସେଠୀ (ଆଇଏଏସ୍) ନିଯୁକ୍ତ ହୋଇଛନ୍ତି।
-
ତମ୍ବା, ଷ୍ଟିଲ୍ ଆଦି ବୋତଲ ଶରୀର ପାଇଁ ଲାଭଦାୟକ। ଯଥା ସମ୍ଭବ ପ୍ଲାଷ୍ଟିକ୍ ବୋତଲକୁ କମ୍ ବ୍ୟବହାର କରନ୍ତୁ। ତମ୍ବା, ଷ୍ଟିଲ୍ ଆଦି ବୋତଲକୁ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ।
-
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୪ର ଦ୍ୱିତୀୟ ମ୍ୟାଚ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଆଜି ପଞ୍ଜାବ କିଙ୍ଗ୍ସ ୪ ୱିକେଟରେ ବିଜୟ ଲାଭ କରିଛି।
|
376 |
Y |
|
1038 |
24-03-2024 |
English |
-
The Kerala government has petitioned the Supreme Court against President Droupadi Murmu for withholding assent to four bills passed by the state Assembly
-
The Biju Janata Dal (BJD), led by Odisha Chief Minister Naveen Patnaik, has received `944.5 crore through electoral bonds over the last six years from 2018-19 to 2023-24 (up to September).
-
A new survey has revealed that about 60 per cent of children between the age of 5-16 years exhibit behaviours indicative of potential digital addiction, underscoring the urgent need for effective strategies to mitigate these negative effects.
-
Keonjhar Special Vigilance Court Judge Rashmita Dalei after hearing a bribery case Saturday sentenced the then Raisuan Revenue Inspector (RI) to four years of rigorous imprisonment and also slapped a fine of `4,000 on him. In default, the convict will have to undergo an additional two months imprisonment, the judge ordered.
-
Special Director General (SDG) of the BSF's Western Command, Yogesh Bahadur Khurania, concluded a five-day visit in the Kashmir valley which was aimed to assess the security situation and operational preparedness of the force along the Line of Control (LoC), an official said here Saturday.
-
In a major initiative, the Maharashtra government has bowed to a longpending demand of the Indian film industry - permitting free shootings of films and tele-serials on all its premises across the state, as per an official announcement.
-
The Aam Aadmi Party office in Delhi has been “sealed” from all sides, its senior leader Atishi claimed Saturday and said the party will report the matter to the Election Commission.
-
The AAP asked the ED Saturday to file a case against the BJP, alleging that the saffron party received crores of rupees from an accused in the alleged Delhi excise policy scam through electoral bonds.
-
The National Council of Educational Research and Training (NCERT) will release a new syllabus and textbooks for Classes 3 and 6 while there will be no change in the curriculum and textbooks for other grades for the academic year 2024- 25 commencing from April 1, according to CBSE officials.
-
The death toll in the Moscow concert hall attack has risen to 133, Russia’s top state investigative agency said Saturday.
-
There has been a reduction of 36.69 per cent in the volume of coal imported for blending by thermal power plants, amounting to 19.36 million tonne (MT) during April 2023 to January 2024, compared to the same period of the previous year, the Coal Ministry said.
-
Harshit Rana bowled a brilliant final over to stop a rampaging Heinrich Klassen (63, 29b, 8x6) as Kolkata Knight Riders snatched a narrow, thrilling four-run victory against Sunrisers Hyderabad in the IPL at the Eden Gardens here, Saturday.
-
Amid the debate on whether he can continue to work as Delhi Chief Minister from prison, Arvind Kejriwal issued his first order from the Enforcement Directorate's (ED) lock-up, sources have said.
-
The Mumbai police's Anti-Narcotics Cell (ANC) has seized 16 kg of drugs with an estimated cost of ₹ 3.25 crore and arrested 12 peddlers over the last one month, an official said.
-
Former Bahujan Samaj Party leader Danish Ali has been fielded from Uttar Pradesh's Amroha - the constituency he currently represents - by the Congress for the upcoming Lok Sabha elections.
|
417 |
Y |
|
1039 |
23-03-2024 |
Odia |
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ୍ ଦି ଡ୍ରକ୍ ଗୟାଲପୋ' ପ୍ରଦାନ କରାଯାଇଥିଲା।
-
ସିବିଆଇ, ଇଡି ଏବଂ ଆୟକର ବିଭାଗ ଦ୍ୱାରା ତଦନ୍ତର ସମ୍ମୁଖୀନ ହେଉଥିବା ୪୧ଟି କମ୍ପାନୀ ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପିକୁ ୨ ହଜାର ୪୭୧ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଚଢ଼ାଉ ପରେ ସେହି କମ୍ପାନୀଗୁଡ଼ିକ ୧ ହଜାର ୬୯୮ କୋଟି ଟଙ୍କା ଦେଇଥିବା ସୁପ୍ରିମକୋର୍ଟରେ ନିର୍ବାଚନୀ ପାଣ୍ଠି ଯୋଜନାକୁ ଚ୍ୟାଲେଞ୍ଜ କରିଥିବା ନାଗରିକ ସମାଜ କର୍ମକର୍ତ୍ତାମାନେ ଦାବି କରିଛନ୍ତି।
-
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ଅନ୍ୟ ମନ୍ତ୍ରୀ ଓ ଆପ୍ ନେତାଙ୍କ ସହ ଅବକାରୀ ଦୁର୍ନୀତି ମାମଲାର କୋର୍ଟ ୬ ଦିନିଆ ରିମାଣ୍ଡ ଦେଇଛନ୍ତି |
-
ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ଗୁରୁବାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି।
-
ଆୟକର ବିଭାଗ ଦ୍ୱାରା କଂଗ୍ରେସ ବିରୋଧରେ ଆରମ୍ଭ ହୋଇଥିବା ପୁନଃମୂଲ୍ୟାୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି।
-
ଦେଶର ବିଭିନ୍ନ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ, ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିରୋଧୀ ଦଳ ନେତାଙ୍କ ପରାମର୍ଶ ପ୍ରକ୍ରିୟା ପାଇଁ ନିର୍ଦ୍ଦେଶାବଳୀ ନର୍ଦ୍ଧାରଣ କରାଯିବ ବୋଲି ସୁପ୍ରିମ୍କୋର୍ଟ ଶୁକ୍ରବାର କହିଛନ୍ତି।
-
ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ଦୁଇ ଝିଅ ମିସା ଭାରତୀ ଓ ରୋହିଣୀ ଆଚାର୍ଯ୍ୟଙ୍କୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
-
ବିହାରର ସୁପୌଲରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ିବା ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାସହ ଅନେକ ଶ୍ରମିକ ଫସି ରହିଥିବା ରିପୋର୍ଟରୁ ପ୍ରକାଶ ପାଇଛି। କୋସି ନଦୀ ଉପରେ ନିର୍ମିତ ଏକ ନିର୍ମାଣାଧୀନ ପୋଲର ଏକ ସ୍ଲାବ ଭୁଶୁଡ଼ିବା ପରେ ଏହି ଘଟଣା ଘଟିଛି।
-
ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ ବିଜେଡି। ଦଳ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଏକାକୀ ଲଢ଼ିବ। ଏନେଇ ସୋସିଆଲ ମଡିଆ ଏକ୍ସରେ ସୂଚନା ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
-
ଆଗାମୀ ୩ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୮ରୁ ୧୦ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାସହ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଯାଏଁ ରେକର୍ଡ ହେବାର ସମ୍ଭାବନା ରହିଛି।
-
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରାଯିବା ପରେ ତାଙ୍କ ପତ୍ନୀ ସୁନୀତା କେଜ୍ରିଓ୍ବାଲଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି।
-
ହିମାଚଳ ପ୍ରଦେଶରେ ଶୁକ୍ରବାର ଏକ ବଡ ଧରଣର ରାଜନନୈତିକ ଓଲଟପାଲଟ ଦେଖିବାକୁ ମିଳିଛି। ରାଜ୍ୟସଭା ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ୩ଜଣ ସ୍ବାଧୀନ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
-
ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶୁକ୍ରବାର କର୍ନାଟକର ଚିତ୍ରଦୁର୍ଗଠାରେ ‘ପୁଷ୍ପକ’ ବିମାନକୁ ସଫଳତାର ସହ ଅବତରଣ କରିଛି। ଇସ୍ରୋ ଏକ ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛି।
-
ସରକାର ବିରୋଧୀ ଖବରକୁ ଚିହ୍ନଟ କରି ରୋକିବା ସକାଶେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଅଧୀନରେ ଫ୍ୟାକ୍ଟ ଚେକ୍ ୟୁନିଟ ପ୍ରତିଷ୍ଠା ପାଇଁ ଇଲେକ୍ଟ୍ରୋନିକ୍ ଏବଂ ଆଇଟି ମନ୍ତ୍ରଣାଳୟ ବୁଧବାର ବିଜ୍ଞପ୍ତି ଜାରି କରିଥିଲା। ଗୁରୁବାର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ନାଗରିକଙ୍କ ଅଭିବ୍ୟକ୍ତି ସ୍ବାଧୀନତା ପ୍ରଭାବିତ ହେବା ଦର୍ଶାଇ ଏହା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।
-
ଭାରତ ବିରୋଧୀ ବୟାନ ପରେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ କହିଛନ୍ତି ଯେ ଭାରତ ତାଙ୍କ ଦେଶର ଘନିଷ୍ଠ ସହଯୋଗୀ ରହିବ ଏବଂ ଦ୍ୱୀପପୁଞ୍ଜ ଦେଶକୁ ଋଣ ଛାଡ଼ ପ୍ରଦାନ କରିବାକୁ ନୂଆଦିଲ୍ଲୀକୁ ଅନୁରୋଧ କରିଛନ୍ତି।
-
ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ, ଏନେଇ ଟ୍ୱିଟ କଲେ ରାଜ୍ୟ ସଭାପତି ମନମୋହନ ସାମଲ ।
-
ଉତ୍ତରାଖଣ୍ଡରେ ସିଲ୍କିୟାରା-ବାରକୋଟ ଟନେଲ ନିର୍ମାଣ କରୁଥିବା ହାଇଦ୍ରାବାଦସ୍ଥିତ ନବଯୁଗ ଇଞ୍ଜିନିୟରିଂ କମ୍ପାନି ଲିମିଟେଡ୍ (ଏନ୍ଇସି) ୫୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ କିଣିଛି ଏବଂ ସମ୍ପୂର୍ଣ୍ଣ ଅର୍ଥ ବିଜେପିକୁ ଦାନ କରିଛି। ୨୦୨୩ ନଭେମ୍ବର ୧୨ ତାରିଖରେ ନିର୍ମାଣାଧୀନ ସୁଡ଼ଙ୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ମୋଟ ୪୧ ଜଣ ଶ୍ରମିକ ଫସି ଯାଇଥିଲେ। ନଭେମ୍ବର ୨୮ ତାରିଖରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା।
-
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଆଗାମୀ ଲୋକସଭା ନିର୍ବାଚନ ପ୍ରକ୍ରିୟାରେ ବେଆଇନ ଭାବେ ହସ୍ତକ୍ଷେପ କରିବା ଏବଂ ନିର୍ବାଚନ କମିସନଙ୍କ ଭଳି ସମାନ୍ତରାଳ କାର୍ଯ୍ୟାଳୟ ଚଳାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ତୃଣମୂଳ କଂଗ୍ରେସ (ଟିଏମସି) ଶୁକ୍ରବାର ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଛି।
-
ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଇସ୍ତଫା ଦେଇଛନ୍ତି। କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି।
-
ରୁଷ୍ ରାଜଧାନୀ ମସ୍କୋର ପ୍ରସିଦ୍ଧ କ୍ରୋକସ୍ ସିଟି ହଲ୍ରେ ଆଜି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗୁଳିବର୍ଷା ଓ ବୋମାମାଡ଼ରେ ୪୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିବାର ଖବର ମିଳିଛି।
|
386 |
Y |
|
1040 |
23-03-2024 |
English |
-
Fortyone companies facing probe by the CBI, the ED and the I-T Department gave `2,471 crore to the BJP through electoral bonds, and `1,698 crore of it was donated after raids by these agencies, civil society activists who challenged the poll funding scheme in the Supreme Court claimed Friday
-
A court here Friday sent Delhi CM Arvind Kejriwal to the ED’s custody till March 28, a day after his arrest in the excise policylinked money laundering case.
-
The probability of temperatures soaring to 40 degrees Celsius around the festival of Holi late March has multiplied due to climate change, according to an analysis of temperature data since 1970.
-
Urging people to use water judiciously and help recharge ground water level with recycling, Chief Minister Naveen Patnaik reaffirmed his government’s commitment to ensure equitable access to drinking water for all groups on World Water Day here Friday
-
Trinamool Congress (TMC) leader Derek O’Brien has expressed concern over alleged harassment of people from West Bengal in Bhadrak district and sought Chief Minister Naveen Patnaik’s intervention
-
Rourkela Steel Plant (RSP) has been conferred with the prestigious Platinum award in Global Environment Awards 2024 at the Global Clean Energy Summit 2024.
-
Aviation regulator DGCA Friday imposed an `80 lakh penalty on Air India for violations of flight duty and fatigue management norms, including failure to provide adequate rest to flight crew before and after ultra-long haul flights
-
The Allahabad High Court Friday declared the Uttar Pradesh Board of Madarsa Education Act, 2004, unconstitutional and violative of the principle of secularism, and asked the state government to accommodate current students in the formal schooling system.
-
Scientists at the Indian Institute of Technology, Madras, here, have developed NeoStand -- an indigenously developed electric standing wheelchair, officials said.
-
Bajaj Auto is developing a portfolio of clean fuel CNG motorcycles, and the first such bike will hit the market in June
-
Senior BJD MP and one of its founder members Bhartruhari Mahtab resigned from the primary membership of the party Friday.
-
The BJP will go solo in the Lok Sabha and Assembly elections in Odisha, state party president Manmohan Samal said Friday.
-
Social media has replaced the traditional poll advertisement methods in Uttar Pradesh (UP) as many of the people associated with the selling of advertising material find it increasingly difficult to sell the advertising material.
-
Senior DMK leader K Ponmudy was Friday sworn in as Minister by Tamil Nadu Governor RN Ravi, a day after the Supreme Court's nudge.
-
ISRO Friday said it has achieved a major milestone in the area of reusable launch vehicle technology through the RLV LEX02 landing experiment
-
Russia and China Friday vetoed a US-led draft resolution at the Security Council on a ceasefire in Gaza, with Moscow accusing Washington of a “hypocritical spectacle” that does not pressure Israel.
-
Prime Minister Narendra Modi Friday received Bhutan’s highest civilian award, the ‘Order of the Druk Gyalpo,’ making him the first foreign Head of the Government to receive the honour.
-
After his antiIndia rhetoric, Maldives President Mohamed Muizzu has struck a reconciliatory tone, saying India will continue to remain his country’s “closest ally” and urged New Delhi to provide debt relief to the archipelago nation.
-
The mines ministry has rejected a proposal by Vedanta group’s firm Hindustan Zinc Ltd (HZL) to split the company into different entities, a top official Friday said.
-
India played out a goalless draw against Afghanistan after both sides failed to turn their opportunities into goals in a Group A fixture of the 2026 FIFA World Cup Qualifiers here.
|
395 |
Y |
|