-
1.ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ହଠାତ୍ ତାଙ୍କ ଡାକ୍ତରଙ୍କ ପରାମର୍ଶ ଏବଂ ସ୍ବାସ୍ଥ୍ୟର ଯତ୍ନକୁ ଅଗ୍ରାଧିକାର ଦେଇ ପଦରୁ ଇସ୍ତଫା ଦେଇଛନ୍ତି।
-
2.ଓଡିଶା ସରକାର ଛଅଟି ନୂଆ ବୟନ, ପୋଷାକ ଓ ଓୟାରେବଲ୍ ପାର୍କ ବିକାଶ କରୁଛନ୍ତି। ଏହି ପାର୍କଗୁଡ଼ିକରେ ଅତ୍ୟାଧୁନିକ ସୁବିଧାସୁଯୋଗ ରହିବ। ବୟନକ୍ଷେତ୍ରର କମ୍ପାନିଗୁଡ଼ିକ ସିଧାସଳଖ ପାର୍କଗୁଡ଼ିକରେ ନିଜ କାରଖାନା ବସାଇପାରିବେ।
-
3.ପ୍ଲାଷ୍ଟିକ ବୋତଲ ବଦଳରେ କାଚ ବୋତଲରେ ପେଟ୍ରୋଲ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ।
-
4.୨୦୦୬ରେ ମୁମ୍ବଇର ସିରିଏଲ୍ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲାରେ ମୁମ୍ବଇ ହାଇକୋର୍ଟ ସମସ୍ତ ୧୧ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
-
5.କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏନ୍ସିଇଆର୍ଟି ଦ୍ୱାରା ପ୍ରକାଶିତ ୮ମ ଶ୍ରେଣୀର ଇତିହାସ ବହିରେ ପାଇକ ବିଦ୍ରୋହକୁ ସ୍ଥାନିତ କରାଯାଇଥିଲା। କିନ୍ତୁ ଗତ ସପ୍ତାହରେ ଏନ୍ସିଇଆରଟିର ନୂଆ ଇତିହାସ ବହିରେ ଖୋର୍ଦ୍ଧାର ପାଇକ ବିଦ୍ରୋହକୁ ବାଦ୍ ଦିଆଯାଇଛି।
-
6.କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପତ୍ନୀ ବିଏମ୍ ପାର୍ବତୀଙ୍କ ବିରୋଧରେ ମହୀଶୂର ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ (ମୁଡା) ଜମି ଆବଣ୍ଟନ ଘଟଣାରେ ଚାଲିଥିବା ମାମଲାକୁ ରଦ୍ଦ ପାଇଁ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ଆଦେଶକୁ ଚ୍ୟାଲେଞ୍ଜ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରିଥିବା ଆବେଦନକୁ ସୁପ୍ରିମ୍କୋର୍ଟ ସୋମବାର ଖାରଜ କରି ଦେଇଛନ୍ତି।
-
7.ଲଖନପୁର ବ୍ଲକ ରେଙ୍ଗାଲୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ନିକଟରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଭିକମପାଲି ଶାଖାରୁ ଡକାୟତି ହୋଇଛି । ଦିନ ପ୍ରାୟ ୨ଟା ସମୟରେ ୩ ଜଣ ଦୁର୍ବୃତ୍ତ ହେଲମେଟ ପିନ୍ଧି ବ୍ୟାଙ୍କ ଭିତରକୁ ବନ୍ଧୁକ ଧରି ପ୍ରବେଶ କରିଥିଲେ।
-
8.ମିଶ୍ରଣ ସ୍କୁଲ ଖୋଲିବା ନେଇ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ମିଶ୍ରଣ ହୋଇଥିବା ୪୬ ସ୍କୁଲ ଖୋଲିଛି। ଆଗକୁ ଆଉ ୪ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି।
-
9.ଜମ୍ମୁ-କାଶ୍ମୀର ହାଇକୋର୍ଟ ବାର ଆସୋସିଏସନ ଆଇନଜୀବୀମାନଙ୍କ ବ୍ୟତୀତ ଅନ୍ୟ କାହାକୁ ଧଳା ସାର୍ଟ ଏବଂ କଳା ପ୍ୟାଣ୍ଟ ପିନ୍ଧି ଜମ୍ମୁର କୋର୍ଟ ପରିସରରେ ପ୍ରବେଶ କରିବାକୁ ନିଷେଧ କରିଛି।
-
10.କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ଭିଏସ୍ ଅଚ୍ୟୁତାନନ୍ଦନଙ୍କର ୧୦୧ ବର୍ଷ ବୟସରେ ପରଲୋକ ଘଟିଛି ।
-
11.ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହ ସରଗରମ ହୋଇଥିବା ବେଳେ ବିରୋଧୀ ଦଳ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ଗୃହରେ କହିବାକୁ ସୁଯୋଗ ମିଳୁନଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ।
-
12.ବିହାରରେ ବର୍ତ୍ତମାନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ରାଜ୍ୟର ପ୍ରାୟ ୪୧ ଲକ୍ଷ ଭୋଟର ଚୂଡାନ୍ତ ତାଲିକାରୁ ବାଦ ପଡିବେ ବୋଲି ନିର୍ବାଚନ କମିସନ (ଇସି) ସୂତ୍ରରୁ ଜଣାପଡିଛି।
-
13.ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ରେଭେନ୍ସା ବିଶ୍ୱବିଦ୍ୟାଳୟ ରାଗିଂ ଅଭିଯୋଗ ଆସିବା ପରେ ୧୦ଜଣ ହଷ୍ଟେଲ ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଣ୍ଟି ରାଗିଂ ସେଲର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।
-
14.ବିଚାରପତି ବର୍ମାଙ୍କ ବାସଭବନରୁ ବିପୁଳ ପରିମାଣର ଅଧାପୋଡା ୫୦୦ ଟଙ୍କିଆ ନୋଟ୍ ଜବତ ହେବା ଘଟଣାକୁ ନେଇ ତାଙ୍କୁ ବହିଷ୍କାର କରିବା ଲାଗି ଏହି ପ୍ରସ୍ତାବ ଆଗତ ହେବ। ପ୍ରସ୍ତାବ ଆଗତ ଲାଗି ଲୋକସଭା ବାଚସ୍ପତିଙ୍କୁ ଯେଉଁ ନୋଟିସ ଦିଆଯିବାକୁ ପ୍ରସ୍ତୁତ ହୋଇଛି ସେଥିରେ ୧୦୦ରୁ ଅଧିକ ସାଂସଦ ସ୍ବାକ୍ଷର କରିସାରିଲେଣି।
-
15.ଜମ୍ମୁ-କାଶ୍ମୀରର କିଛି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଏହି ସମୟରେ ସୋମବାର କଟରାର ମାତା ବୈଷ୍ଣୋ ଦେବୀ ମନ୍ଦିର ଯିବା ରାସ୍ତାରେ ଭୂସ୍ଖଳନ ଘଟିଛି ।
-
16.ଦିଲ୍ଲୀରୁ କୋଲକାତାକୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ (ଫ୍ଲାଇଟ୍ ଏଆଇ୨୪୦୩) ରନୱେରେ ୧୫୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ଚାଲିଥିବା ବେଳେ ଟେକ୍ନିକାଲ୍ ତ୍ରୁଟି ଯୋଗୁଁ ଟେକ୍-ଅଫ୍ ବାତିଲ କରାଯାଇଛି।
-
17.ଆବୁଧାବି ନିବେଶ ପ୍ରାଧିକରଣ (ଏଡିଆଇଏ)ର ଏକ ସମ୍ପୂର୍ଣ୍ଣ ମାଲିକାନାଧୀନ ସହାୟକ କମ୍ପାନୀ ଭାରତର ଅଗ୍ରଣୀ ମେଡିକାଲ ଉପକରଣ କମ୍ପାନୀ ମାଇକ୍ରୋ ଲାଇଫ ସାଇନ୍ସେସ୍ ପ୍ରାଇଭେଟ୍ ଲିମିଟେଡ୍ (ମେରିଲ୍)ରେ ୨୦୦ ମିଲିୟନ ଆମେରିକୀୟ ଡଲାର ବିନିଯୋଗ କରିବାକୁ ଚୁକ୍ତି କରିଛି।
-
18.ଯାଜପୁରରେ ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ ହୋଇଛି। ୨ ହକି ପ୍ରଶିକ୍ଷକଙ୍କ ସମେତ ୩ ଜଣଙ୍କ ନାଁରେ ନାବାଳିକା ଅଭିଯୋଗ କରିଛନ୍ତି।
-
19.ଚଳିତ ବର୍ଷ ଚେସ୍ ବିଶ୍ୱକପ୍ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି। ଅକ୍ଟୋବର ୩୦ରୁ ନଭେମ୍ବର ୨୭, ୨୦୨୫ ପର୍ଯ୍ୟନ୍ତ ଚାଲିବ।
-
20.ନ୍ୟାୟପାଳିକାକୁ ରାଜନୈତିକ ରଣାଙ୍ଗନରେ ପରିଣତ ନ କରିବା ପାଇଁ ସରକାର ଓ ଅନ୍ୟାନ୍ୟ ପକ୍ଷଙ୍କୁ ଚେତାବନୀ ଦେଇଛନ୍ତି ସୁପ୍ରିମ୍କୋର୍ଟ।