-
1.ଅପରେସନ ସିନ୍ଦୂର ଏବଂ ଅସ୍ତ୍ରବିରତି ଉପରେ ସଂସଦର ଉଭୟ ଗୃହରେ ମହାବିତର୍କ ପାଇଁ ୩୨ ଘଣ୍ଟାର ସମୟ ରଖାଯାଇଛି।
-
2. ପୂର୍ବତନ ଉପରାଷ୍ଟ୍ରପତି ତାଙ୍କ ଇସ୍ତଫା ଦେବା ଦିନ ରାତିରେ ଘର ଛାଡ଼ିବା ପାଇଁ ଜିନିଷପତ୍ର ସଜାଡ଼ିବା ଆରମ୍ଭ କରି ଦେଇଥିଲେ।
-
3.ଦୀର୍ଘ ପାଞ୍ଚ ବର୍ଷ ପରେ ଭାରତ ସରକାର, ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ପ୍ରକ୍ରିୟା ୨୪ ଜୁଲାଇ, ୨୦୨୫ରୁ ଅର୍ଥାତ୍ ଆସନ୍ତାକାଲିଠୁ ପୁନଃ ଆରମ୍ଭ ହେବ। ବେଜିଂରେ ଥିବା ଭାରତୀୟ ଦୂତାବାସ ବୁଧବାର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛି।
-
4.ଭାରତ ପରି, ନେପାଳ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ ଏବଂ ମିଆଁମାରରେ ଶ୍ରାବଣ ମାସରେ ଏକ ବଡ଼ ଜନସଂଖ୍ୟା ଆମିଷ ଖାଦ୍ୟ ତ୍ୟାଗ କରିଥାନ୍ତି।
-
5.ଭାରତୀୟ ଉପଭୋକ୍ତାମାନଙ୍କ ପାଇଁ ଏକ ବଡ଼ ଖବର। ଏବେ ଭାରତୀୟମାନେ ବିଦେଶୀ ଭୂମିରେ ମଧ୍ୟ ନିଜର ପସନ୍ଦର ଡିଜିଟାଲ ପେମେଣ୍ଟ ସିଷ୍ଟମ୍ ଯୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ବ୍ୟବହାର କରି ପାରିବେ।
-
6.ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ିଛି। ଅର୍ଥାତ୍ (୨୩.୭.୨୫)ରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା।
-
7.ଓଡିଶା ରାଜ୍ୟର ୫୬ ନୂଆ କୋର୍ଟ ପାଇଁ ୮୪୦ ନୂଆ ପଦବୀ ସୃଷ୍ଟି ହୋଇଛି। ଗେଜେଟେଡ ଓ ଅଣଗେଜେଟେଡ୍ ବର୍ଗର ୮୪୦ ନୂଆ ପଦବୀକୁ ମଞ୍ଜୁରୀ କରିଛନ୍ତି ।
-
8.ରାଜ୍ୟପାଳ ହରିବାବୁ କମ୍ଭମ୍ପତି ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି । ଏନେଇ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡ୍ଭୋକେଟ ଜେନେରାଲ।
-
9.ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ବିବାଦୀୟ ହୋଇଛି। ମାତ୍ର ତିନି ଦିନରେ ବାଧାପ୍ରାପ୍ତି ଯୋଗୁଁ ଟିକସ ଦାତାଙ୍କ ପାଖରୁ ୨୩ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି।
-
10.ଓଡ଼ିଶାର କୋରାପୁଟ ଜିଲାରୁ ଉଭା ହୋଇଥିବା ଲୋକପ୍ରିୟ ଡିଜିଟାଲ କ୍ରିଏଟର ‘ଏଥିଷ୍ଟ କ୍ରିଷ୍ଣା’ଙ୍କ ବୁଧବାର ସକାଳେ ଗମ୍ଭୀର ନିମୋନିଆରେ ପୀଡିତ ହେବାରୁ ଦେହାନ୍ତ ହୋଇଛି।
-
11.ଭାରତୀୟ ସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି। ଆମେରିକାରୁ 3ଟି AH-64E ଆପାଚେ ଆକ୍ରମଣ ହେଲିକପ୍ଟରର ପ୍ରଥମ ବ୍ୟାଚ ହିଣ୍ଡନ ଏୟାରବେସରେ ପହଞ୍ଚିଛି।
-
12.କିମ୍ବଦନ୍ତୀ ଗାୟକ ଓଜି ଅସବୋର୍ନ ଆଉ ନାହାନ୍ତି। ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ‘ପ୍ରିନ୍ସ ଅଫ ଡାର୍କନେସ’ ଓଜି ୨୦୧୯ରେ ପାର୍କିନ୍ସନ୍ସ ରୋଗରେ ପୀଡିତ ଥିଲେ।
-
13.ଇରାନର ପରମାଣୁ କାର୍ଯ୍ୟକ୍ରମ ଦଶନ୍ଧି ଧରି ଆନ୍ତର୍ଜାତୀୟ ବିବାଦର ବିଷୟ ହୋଇ ରହିଛି। ସମ୍ପ୍ରତି ଇସ୍ରାଏଲ ଓ ଆମେରିକାର ଆକ୍ରମଣ ସତ୍ତ୍ୱେ ଇରାନ ତା’ର ପରମାଣୁ କାର୍ଯ୍ୟକ୍ରମ ଜାରି ରଖିବାକୁ ନିଷ୍ପତ୍ତି ନେଇଛି।
-
14.ଗୋଟିଏ ଦଶନ୍ଧି ଭିତରେ ଭାରତ ନିଜର ଛବିକୁ ଏକ ମୋବାଇଲ୍ ଆମଦାନିକାରୀ ଦେଶରୁ ବଦଳାଇ ରପ୍ତାନିକାରୀରେ ପରିଣତ କରିଛି। ୨୦୨୪ରେ ଦେଶରୁ ୨୦୫୦ କୋଟି ଡଲାରର ମୋବାଇଲ୍ ରପ୍ତାନି କରାଯାଇଛି।
-
15.ଆମେରିକା ଏବଂ ଜାପାନ ମଧ୍ୟରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହା ଉପରେ ଖୁସି ପ୍ରକାଶ କରିଛନ୍ତି। ସେହି ସମୟରେ, ଟ୍ରମ୍ପ୍ ଜାପାନ ସହିତ ଚୁକ୍ତି ବାହାନାରେ ବିଶ୍ୱର ସମସ୍ତ ଦେଶକୁ ଧମକ ଦେଇଛନ୍ତି।
-
16.ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ୨୦୩୦ ସୁଦ୍ଧା ଏହାର ଉତ୍ପାଦନ କ୍ଷମତାକୁ ବାର୍ଷିକ ୫୦ ନିୟୁତ ଟନ୍ ପର୍ଯ୍ୟନ୍ତ ବଢ଼ାଇବାକୁ ମହତ୍ବକାଂକ୍ଷୀ ଲକ୍ଷ୍ୟ ରଖିଛି।
-
17.ଆର୍ଥିକ ବର୍ଷ ୨୦୨୪-୨୫ରେ ଦୈନିକ ୨୯ କିମି ଜାତୀୟ ରାଜପଥ (ଏନ୍ଏଚ୍) ନିର୍ମାଣ କରାଯାଇଛି। ଏହା ୨୦୨୩-୨୪ରେ ଦୈନିକ ନିର୍ମାଣ ହୋଇଥିବା ୩୪ କିମ ଏନ୍ଏଚ୍ ତୁଳନାରେ ୫ କିମି ଏବଂ ୨୦୨୦-୨୧ରେ ନିର୍ମାଣ ହୋଇଥିବା ୩୭ କିମି ଏନ୍ଏଚ୍ ତୁଳନାରେ ୮ କିମି କମ୍।
-
18.ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍ ଦଳ ସେଠାରେ ଯୁଗଳ ଧମାକା କରିଛି। ଘରୋଇ ଦଳ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୨ରେ ଜିତିଥିବା ଭାରତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୨-୧ରେ କରାୟତ୍ତ କରିଛି। ଅଧିନାୟକ ହର୍ମନପ୍ରୀତ୍ କୌରଙ୍କ ଶତକ ଏବଂ କ୍ରାନ୍ତି ଗୌଡ଼ଙ୍କ ୬ ୱିକେଟ୍ ସଫଳତା ବଳରେ ଭାରତ ଶେଷ ଦିନିକିଆକୁ ୧୩ ରନ୍ରେ ଜିତି ନେଇଥିଲା।
-
19.ଆମେରିକାରେ ଯୁବପିଢ଼ିଙ୍କ ଉପରେ ହୋଇଥିବା ଗବେଷଣାରେ ଦାବି କରାଯାଇଛି ଯେ, ମୋବାଇଲ୍ ଫୋନ୍ ଧୀରେ ଧୀରେ ୟୁଜରଙ୍କୁ ପାଗଳ କରୁଛି। ଭାରତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ଗବେଷଣାକୁ ଭାରତର ଲୋକଙ୍କ କ୍ଷେତ୍ରରେ ମଧ୍ୟ ଅନେକ ପରିମାଣରେ ସତ୍ୟ ବୋଲି ବିବେଚନା କରୁଛନ୍ତି।
-
20.ଅଧିନାୟକ ଶୁବମନ୍ ଗିଲ୍ (୧୨) ପୁଣି ଥରେ ବିଫଳ ହୋଇଥିଲେ ମଧ୍ୟ ମାଞ୍ଚେଷ୍ଟର୍ ଟେଷ୍ଟ୍ରେ ଭାରତୀୟ ଶୀର୍ଷକ୍ରମ ଲଢ଼ୁଆ ବ୍ୟାଟିଂ କରିଛି। ପ୍ରତିକୂଳ ପରିବେଶ ଓ ମେଘାଚ୍ଛନ୍ନ ପାଗରେ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇବାର ଚାପକୁ ଦୁଇ ଓପନର୍ କେଏଲ୍ ରାହୁଲ (୪୬) ଓ ଯଶସ୍ବୀ ଜୟସ୍ବାଲ (୫୮) ସଫଳତାର ସହ ପ୍ରତିହତ କରିବା