-
1.ଭାରତ ଓ ବ୍ରିଟେନ ମଧ୍ୟରେ ଆଜି ଐତିହାସିକ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍ଟିଏ) ସ୍ବାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇଦିନିଆ ବ୍ରିଟେନ ଗସ୍ତ ଅବସରରେ ଦୁଇ ଦେଶର ବାଣିଜ୍ୟମନ୍ତ୍ରୀ ଏହି ରାଜିନାମା ସ୍ବାକ୍ଷର କରିଛନ୍ତି।
-
2.ବ୍ରିଟେନରୁ ଆମଦାନୀ ହେଉଥିବା ମଦ । ପୂର୍ବରୁ ଏସବୁ ପ୍ରିମିୟମ ମଦ (ସ୍କଚ ହ୍ବିସ୍କି) ଉପରେ ଭାରତ ସରକାର ୧୫୦ ପ୍ରତିଶତ ଟିକସ ଆଦାୟ କରୁଥିଲେ, ଏହି ଚୁକ୍ତି ପରେ ଏବେ ସରକାର ୭୫ ପ୍ରତିଶତ ଟିକସ ଆଦାୟ କରିବେ । ଏହା ଦ୍ବାରା ଭାରତରେ ପ୍ରିମିୟମ ସ୍କଟ ହ୍ବିସ୍କି ଆପେକ୍ଷାକୃତ ଶସ୍ତାରେ ମିଳିବ ।
-
3.ଗ୍ଲୋବାଲ ଡେଟିଂ ପ୍ଲାଟଫର୍ମ ଆସ୍ଲେ ମାଡିସନ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପରକୀୟ ସମ୍ପର୍କରେ ଭାରତ ବିଶ୍ୱସ୍ତରରେ ଷଷ୍ଠ ସ୍ଥାନ ହାସଲ କରିଛି।
-
4.ବିହାରରେ ଭୋଟର ତାଲିକାର ସ୍ଵତନ୍ତ୍ର ସଂଶୋଧନ (ଏସ୍ଆଇଆର୍)କୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ବୁଧବାର ସମର୍ଥନ କରି କହିଛନ୍ତି ଯେ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ଏହା ଏକ ସାମ୍ବିଧାନିକ ଦାୟିତ୍ୱ। ମୃତ, ସ୍ଥାନାନ୍ତରିତ କିମ୍ବା ନକଲି ଭୋଟରଙ୍କ ନାମରେ ନକଲି ଭୋଟ୍ ଦେବା ପାଇଁ ବାଟ ଖୋଲିବ।
-
5.ଗଣେଶ ଚତୁର୍ଥୀ ପୂର୍ବରୁ, ବମ୍ବେ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି ଏବଂ ସମୁଦ୍ର ଭଳି ପ୍ରାକୃତିକ ଜଳ ଉତ୍ସରେ ଛଅ ଫୁଟରୁ ଅଧିକ ଉଚ୍ଚ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଅନୁମତି ଦେଇଛନ୍ତି। ସେହି ସମୟରେ, ୬ ଫୁଟ କିମ୍ବା ତା’ଠାରୁ କମ୍ ଉଚ୍ଚତାର ମୂର୍ତ୍ତିଗୁଡ଼ିକ ଏବେ କେବଳ କୃତ୍ରିମ ଜଳଭଣ୍ଡାରରେ ବିସର୍ଜନ କରାଯିବ।
-
6.୨୦୨୫ ବର୍ଷର ପ୍ରଥମ ଛଅ ମାସ (ଜାନୁଆରୀରୁ ଜୁନ୍) ମଧ୍ୟରେ, ସାରା ଦେଶରେ ଜାତୀୟ ରାଜପଥରେ ୨୬,୭୭୦ ଜଣଙ୍କର ମୃତ୍ୟୁ ହୋଇଛି। ସେହି ସମୟରେ, ୨୦୨୪ ମସିହାରେ ରାଜପଥରେ ୫୨,୬୦୯ ଗୁରୁତର ଦୁର୍ଘଟଣା ରେକର୍ଡ କରାଯାଇଥିଲା। ସଡକ ଦୁର୍ଘଟଣାରେ ପ୍ରତି ଘଣ୍ଟାକରେ ୬ ଜଣଙ୍କର ମୃତ୍ୟୁ ହେଉଛି ବୋଲି ଗଡ଼କରୀ କହିଛନ୍ତି।
-
7.ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପର କମ୍ପାନିଗୁଡ଼ିକ ବିରୋଧରେ ମନି ଲଣ୍ଡରିଂର ଅଭିଯୋଗ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ ଆରମ୍ଭ କରିଥିଲା। ଏହି ଯାଞ୍ଚରେ ଅନିଲ ଅମ୍ବାନୀଙ୍କ ସହିତ ଜଡ଼ିତ ଥିବା ୪୮ରୁ ୫୦ଟି ସ୍ଥାନ ଉପରେ ଚଢ଼ାଉ କରିଛି ଇଡ଼ି।
-
8.ବିମାନ ଦୁର୍ଘଟଣାରେ ଗତ ୭ ମାସରେ ୪୯୯ ଜଣ ଲୋକ ପ୍ରାଣ ହରାଇଛନ୍ତି। ଅର୍ଥାତ ପ୍ରତିଦିନ ହାରାହାରି ୨ ରୁ ଅଧିକ ଲୋକ ବିମାନ ଯାତ୍ରାରେ ପ୍ରାଣ ହରାଉଛନ୍ତି।
-
9.ଛତିଶଗଡ଼ ପୁଲିସକୁ ମାଓ ଦମନରେ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଛତିଶଗଡ଼ର ୫ଟି ଜିଲ୍ଲା ପୁଲିସ ନିକଟରେ ୬୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।
-
10.ରାଜ୍ୟ ସରକାର ଅନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପ୍ରକଳ୍ପକୁ ଆଗେଇବା ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି। ୫ବର୍ଷରେ ଅର୍ଥାତ୍ ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ୬ଟି ପ୍ରକଳ୍ପ ପାଇଁ ପ୍ରାୟ ୧୮୦୦କୋଟି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି।
-
11.ଗନ୍ଧମାର୍ଦ୍ଦନ ପାହାଡ଼ରେ ଫସି ରହିଥିବା ସମସ୍ତ ୧୭ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାରେ ବରଗଡ଼ ପୁଲିସ ସଫଳ ହୋଇଛି।
-
12.ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ସୀମା ବିବାଦକୁ ନେଇ ଯୁଦ୍ଧ ଆରମ୍ଭ। କାମ୍ବୋଡିଆର ସାମରିକ ଘାଟି ବୋମା ବର୍ଷଣ କଲା ଥାଇଲାଣ୍ଡ।
-
13.ପୁଲିସ ଏସ୍ଆଇ ନିଯୁକ୍ତି ମାମଲାରେ କୋର୍ଟ କହିଲେ, ସର୍ବୋଚ୍ଚ ବୟସସୀମା ୩ ବର୍ଷ କୋହଳ, ପୁଣି ଆବେଦନ କରିପାରିବେ ସବୁ ଯୋଗ୍ୟ ପ୍ରାର୍ଥୀ।
-
14.ଖୋର୍ଦ୍ଧାରେ ହେବ ଡ୍ରୋନ୍ କାରାଖାନା, ୧୨ ହଜାର ଲୋକଙ୍କୁ ଚାକିରୀ ମିଳିବ ।
-
15.ଆସନ୍ତା ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ରାପଡା ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ ।
-
16.ଦେଶରେ ଆର୍ଥିକ ବର୍ଷ ୨୦୨୪-୨୫ରେ ଦୈନିକ ୨୯ କିମି ଜାତୀୟ ରାଜପଥ ନିର୍ମାଣ ହୋଇଛି। ଗତବର୍ଷ ତୁଳନାରେ ୫ କିମି କମ୍ ଅଟେ।
-
17.ଇସ୍ରୋ ଓ ନାସାର ମିଳିତ ଅଭିଯାନରେ ୩୦ ତାରିଖରେ 'ନିସାର' ଉପଗ୍ରହ ଉତକ୍ଷେପଣ ହେବ ।
-
18.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଗୁଗଲ, ମାଇକ୍ରୋସଫ୍ଟ ଭଳି ବଡ ଟେକ୍ କମ୍ପାନୀମାନଙ୍କୁ ଭାରତୀୟଙ୍କ ନିଯୁକ୍ତି ରୋକିବାକୁ କହିଛନ୍ତି ।
-
19.ଅବସରପ୍ରାପ୍ତ ଭାରତୀୟ ରାଜସ୍ବ ସେବା ଅଧିକାରୀ ନୀତିନ ଗୁପ୍ତା ଜାତୀୟ ଆର୍ଥିକ ରିପୋର୍ଟିଂ ପ୍ରାଧିକରଣ (NFRA)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
-
20.ରାଜ୍ୟ ସରକାର ଗୁରୁବାର ୧୩ ଜଣ ଆଇଏଏସ ଅଧିକାରୀଙ୍କ ବଦଳି କରିବା ସହ ୩୪ ଜଣ ଉପ-ବନ ସଂରକ୍ଷକଙ୍କୁ ମଧ୍ୟ ବଦଳି କରିଛନ୍ତି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୩୪ ଜଣ ଉପ-ବନ ସଂରକ୍ଷକଙ୍କୁ ବିଭିନ୍ନ ବନଖଣ୍ଡକୁ ବଦଳି କରାଯାଇଛି।