-
1.ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବି.ଆର. ଗଭାଇ କହିଛନ୍ତି, ଅବସର ପରେ ସେ କୌଣସି ଲାଭଜନକ ସରକାରୀ ପଦବୀ ଗ୍ରହଣ କରିବେ ନାହିଁ। ଅବସର ପରେ, ସେ ଅଧିକାଂଶ ସମୟ ଦାରାପୁର, ଅମରାବତୀ ଏବଂ ନାଗପୁରରେ ବିତାଇବାକୁ ଚାହାନ୍ତି ।
-
2.କାଉଡ଼ି ଯାତ୍ରା ପରେ ହରିଦ୍ବାରରେ ୭,୦୦୦ ମେଟ୍ରିକ୍ ଟନ୍ରୁ ଅଧିକ ବର୍ଜ୍ୟବସ୍ତୁ ପଡ଼ିଥିବା ଦେଖିବାକୁ ମିଳିଛି। ସରକାରୀ ଆକଳନ ଅନୁଯାୟୀ, ପ୍ରାୟ ୪.୫ କୋଟି ତୀର୍ଥଯାତ୍ରୀ ସହରକୁ ଆସିଛନ୍ତି- ଯାହା କି ଗତବର୍ଷ ୪.୨ କୋଟି ଥିଲା।
-
3.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ କାର୍ଯ୍ୟକାଳର ତିନି ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଦ୍ୱାରା ୫୦-ସୂତ୍ରୀ ସୁପାରିଶ କାର୍ଯ୍ୟକାରୀ କରିବା ପରେ ରାଷ୍ଟ୍ରପତି ଭବନ, ଅମୃତ ଉଦ୍ୟାନ ଏବଂ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଦିବ୍ୟାଙ୍ଗଜନ-ଅନୁକୂଳ ପରିସରରେ ପରିଣତ ହୋଇଛି। ଏହା ସହିତ ୨୨ଟି ଭାରତୀୟ ଭାଷାରେ ରାଷ୍ଟ୍ରପତି ଭବନ ୱେବସାଇଟ୍ ଆରମ୍ଭ ହୋଇଛି ।
-
4.ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟସଭା ଗ୍ରହଣ କରିନାହିଁ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ସରକାର ଏ ନେଇ ଲୋକସଭାରେ ସଂକଳ୍ପ ଆଗତ କରିବା ପରେ ରାଜ୍ୟସଭାରେ ପୁଣି ପ୍ରସ୍ତାବ ଆଗତ ହେବ ବୋଲି ଜଣାପଡ଼ିଛି।
-
5.ବାଂଲାଦେଶରେ ଏବେ ‘ତାଲିବାନୀ ଶାସନ’ ଆରମ୍ଭ ହୋଇଯାଇଛି। ମହିଳାଙ୍କ ପୋଷାକ ଉପରେ କଟକଣା ଏବଂ ସରକାରଙ୍କ ବିରୋଧରେ କର୍ମଚାରୀଙ୍କ ଆନ୍ଦୋଳନ ଅଧିକାର ରଦ୍ଦ ପାଇଁ ରାତି ଅଧିଆ ଏକ ଗୋପନୀୟ ଅଧ୍ୟାଦେଶ ଅଣାଯିବା ଘଟଣାକୁ ନେଇ ବିବାଦ ହୋଇଛି।
-
6.ଉତ୍ତପ୍ରଦେଶର ପିଲିଭିତରେ ଗତ ୭୦ ଦିନ ଧରି ଚାଲିଥିବା ମଣିଷଖିଆ ବାଘ ଆତଙ୍କର ଅନ୍ତ ଘଟିଛି। ବାଘୁଣୀକୁ କାବୁ କରିବାରେ ବନ ବିଭାଗ ସଫଳ ହୋଇଛି । ତାକୁ ଟ୍ରାଙ୍କୁଲାଇଜ କରିବା ପରେ ଏକ ଯନ୍ତାରେ ରଖାଯାଇଛି ।
-
7.ଗତଗୁରୁବାର ଦିନ ଆଲ୍ଲାହାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କହିଛନ୍ତି, ‘ଦିନକୁ ଦିନ ଘରୋଇ ହସ୍ପିଟାଲଗୁଡ଼ିକ ରୋଗୀଙ୍କୁ ଏଟିଏମ୍ ପରି ବ୍ୟବହାର କରିବାକୁ ଲାଗିଲେଣି।। ରୋଗୀଙ୍କ ଚିକିତ୍ସା ପାଇଁ ପରୀକ୍ଷା ଆବଶ୍ୟକ ଥାଉ ବା ନଥାଉ ବାଧ୍ୟତାମୂଳକ ଭାବେ କରାଯାଇ ଟଙ୍କା ଆଦାୟ କରାଯାଉଛି। କିଛିଦିନ ରୋଗୀଙ୍କୁ ଭର୍ତ୍ତି କରିବା ପରେ ମୋଟାଅଙ୍କର ବିଲ ଧରାଇ ଦିଆଯାଉଛି।
-
8.ସ୍ଵତନ୍ତ୍ର OTET ପରୀକ୍ଷା ସ୍ଥଗିତ ହେବା ପରେ ମାଧ୍ୟମିକ ଶିକ୍ଷା ପରିଷଦର ୬ ଅଧିକାରୀଙ୍କ ବଦଳି ହେଲା ।
-
9.ଭୁବନେଶ୍ୱର, ବିଦ୍ୟାଳୟରେ ଅନଲାଇନ୍ ଉପସ୍ଥାନ ସୁନିଶ୍ଚିତ ହେବ,ଏହାକୁ ସୁନିଶ୍ଚିତ କରିବାକୁ ଓସେପା ପକ୍ଷରୁ ନିର୍ଦ୍ଦେଶ ।
-
10.ଓଡ଼ିଶା ହେବ ଟେକ୍ସଟାଇଲ ହବ୍ : ରାଜ୍ୟରେ ୬ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।
-
11.ନୂଆ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ବରେ ରହିବେ।
-
12.ଆସିକା ବ୍ଲକ ଅନ୍ତର୍ଗତ ସାନଖୋଲି ଗାଁର ସୁରେଶ ପଟ୍ଟନାୟକ , ନିଜେ ମରି ୭ ଜଣଙ୍କୁ, ଅଙ୍ଗଦାନ କରି ଜୀବନ ଦେଲେ ଓ ଅମର ହେଲେ।
-
13.ହୀରାକୁଦରେ ମୋଟ୍ ୨୦ଟି ଗେଟ୍ ଖୋଲିଦିଆ ଯାଇଛି । ବନ୍ୟା ଜଳ ନିଷ୍କାସନ, ତଳିଆ ଜିଲ୍ଲାକୁ ସତର୍କ ରଖିବାକୁ ପରାମର୍ଶ।
-
14.ଜୟପୁରରେ ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଘରୁ ଦେଢ କୋଟି ଟଙ୍କା ସହ ସୁନା ବିସ୍କୁଟ ଜବତ।
-
15.ଭାରତରେ ହାଇଡ୍ରୋଜେନ୍ ଟ୍ରେନ ଟେକ୍ନୋଲୋଜିର ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି ।
-
16.କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକାବେଳକେ ମିଳିବ ବର୍ଷକୁ ୩୦ ଦିନର ସ୍ୱତନ୍ତ୍ର ଛୁଟି, କଟିବନି ଦରମା।
-
17.ବିହାର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ରେ ୨୨ ଲକ୍ଷ ମୃତ , ୭ ଲକ୍ଷ ନକଲି ଭୋଟର ; ୯୯.୮ ପ୍ରତିଶତ ଭୋଟର ସାମିଲ।
-
18.ଆରବପତିଙ୍କ ତାଲିକାରେ ସାମିଲ୍ ଗୁଗଲ ସିଇଓ ସୁନ୍ଦର ପିଚାଇ ହେଲେ। ୨୦୨୪ରେ ଦରମା ଥିଲା ୯୧.୪୨ କୋଟି ଟଙ୍କା।
-
19.ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବାଦଶ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ୧୭୮ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ୮୬୯.୮ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି।
-
20.ଭାରତ-ବ୍ରିଟେନ୍ ଏଫ୍ଟିଏ ଦ୍ୱାରା ଓଡ଼ିଶାରେ ଉତ୍ପାଦିତ ହେଉଥିବା ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ପାଇଁ ବ୍ରିଟେନର ଏକ ବଡ଼ ବଜାର ସୃଷ୍ଟି ହେବ। ପାରାଦୀପ ଏବଂ ବାଲେଶ୍ୱର ଭଳି ସ୍ଥାନରୁ ସାମୁଦ୍ରିକ ଖାଦ୍ୟ ସାମଗ୍ରୀର ରପ୍ତାନି ବୃଦ୍ଧି ପାଇବ ଏବଂ ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ ଓ ମତ୍ସ୍ୟପାଳନ ଉଦ୍ୟୋଗ ଲାଭାନ୍ବିତ ହୋଇପାରିବ।